ଯୋଗେଶ କୁମାର ସିଂହ
ଯୋଗେଶ କୁମାର ସିଂହ | |
---|---|
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୯ | |
ପୂର୍ବ ଅଧିକାରୀ | ଶ୍ରଦ୍ଧାଞ୍ଜଳି ସିଂହ |
ପର ଅଧିକାରୀ | କୁସୁମ ଟେଟେ |
ନିର୍ବାଚନ ମଣ୍ଡଳୀ | ସୁନ୍ଦରଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୭ ନଭେମ୍ବର ୧୯୭୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଶ୍ରଦ୍ଧାଞ୍ଜଳି ସିଂହ |
ବାପା/ବୋଉ | ରେଣୁପ୍ରତାପ ସିଂହ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଯୋଗେଶ କୁମାର ସିଂହ (ଜନ୍ମ: ୭ ନଭେମ୍ବର ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଯୋଗେଶ କୁମାର ସିଂହ ୧୯୭୩ ମସିହାର ନଭେମ୍ବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରେଣୁପ୍ରତାପ ସିଂହ ଓ ପତ୍ନୀଙ୍କ ନାମ ଶ୍ରଦ୍ଧାଞ୍ଜଳି ସିଂହ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଯୋଗେଶ କୁମାର ସିଂହ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନ ସମୟରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇହତିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]
୨୦୦୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ଭାବରେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନ ସେ ସମୁଦାୟ ୫୫ ହଜାର ୧୮୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
୨୦୧୪ ଓଡ଼ିଶା ସାଧାରଣ ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୬ ହଜାର ୧୩୮ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥୀ କୁସୁମ ଟେଟେଙ୍କୁ ୧୨ ହଜାର ୫୮୪ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସେ ପୁଣିଥରେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୭୫,୭୫୪ ଖଣ୍ଡ ଭୋଟ୍ ପାଇଥିଲେ ମଧ୍ୟ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ କୁସୁମ ଟେଟେଙ୍କଠାରୁ ୭,୩୬୪ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Jogesh Kumar Singh". odishaassembly.nic.in. Odisha Assembly. Retrieved 4 July 2021.
- ↑ ୨.୦ ୨.୧ "ଚର୍ଚ୍ଚାରେ ସୁନ୍ଦରଗଡ଼ ରାଜନୀତି : ବିଜେଡି ପ୍ରାର୍ଥୀ ଯୋଗେଶ ସିଂହଙ୍କୁ ଟକ୍କର ଦେବେ ଦୁଇଦିନ ତଳେ ବିଜେପିରେ ଯୋଗଦେଇଥିବା କୁସୁମ ଟେଟେ". ସମ୍ବାଦ. sambad.in. 22 March 2019. Retrieved 5 July 2021.
- ↑ "Sundargarh Assembly Election Results 2019 Live: Sundargarh Constituency (Seat) Election Results, Live News". News18. Retrieved 5 July 2021.