ଯୋଗେଶ କୁମାର ସିଂହ

ଉଇକିପିଡ଼ିଆ‌ରୁ
ଯୋଗେଶ କୁମାର ସିଂହ
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀଶ୍ରଦ୍ଧାଞ୍ଜଳି ସିଂହ
ପର ଅଧିକାରୀକୁସୁମ ଟେଟେ
ନିର୍ବାଚନ ମଣ୍ଡଳୀସୁନ୍ଦରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1973-11-07) ୭ ନଭେମ୍ବର ୧୯୭୩ (ବୟସ ୫୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଶ୍ରଦ୍ଧାଞ୍ଜଳି ସିଂହ
ବାପା/ବୋଉରେଣୁପ୍ରତାପ ସିଂହ (ବାପା)
ବୃତ୍ତିରାଜନୀତିଜ୍ଞ

ଯୋଗେଶ କୁମାର ସିଂହ (ଜନ୍ମ: ୭ ନଭେମ୍ବର ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଯୋଗେଶ କୁମାର ସିଂହ ୧୯୭୩ ମସିହାର ନଭେମ୍ବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରେଣୁପ୍ରତାପ ସିଂହ ଓ ପତ୍ନୀଙ୍କ ନାମ ଶ୍ରଦ୍ଧାଞ୍ଜଳି ସିଂହ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଯୋଗେଶ କୁମାର ସିଂହ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନ ସମୟରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇହତିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]

୨୦୦୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ଭାବରେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନ ସେ ସମୁଦାୟ ୫୫ ହଜାର ୧୮୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

୨୦୧୪ ଓଡ଼ିଶା ସାଧାରଣ ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୬ ହଜାର ୧୩୮ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥୀ କୁସୁମ ଟେଟେଙ୍କୁ ୧୨ ହଜାର ୫୮୪ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସେ ପୁଣିଥରେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୭୫,୭୫୪ ଖଣ୍ଡ ଭୋଟ୍ ପାଇଥିଲେ ମଧ୍ୟ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ କୁସୁମ ଟେଟେଙ୍କଠାରୁ ୭,୩୬୪ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Jogesh Kumar Singh". odishaassembly.nic.in. Odisha Assembly. Retrieved 4 July 2021.
  2. ୨.୦ ୨.୧ "ଚର୍ଚ୍ଚାରେ ସୁନ୍ଦରଗଡ଼ ରାଜନୀତି : ବିଜେଡି ପ୍ରାର୍ଥୀ ଯୋଗେଶ ସିଂହଙ୍କୁ ଟକ୍କର ଦେବେ ଦୁଇଦିନ ତଳେ ବିଜେପିରେ ଯୋଗଦେଇଥିବା କୁସୁମ ଟେଟେ". ସମ୍ବାଦ. sambad.in. 22 March 2019. Retrieved 5 July 2021.
  3. "Sundargarh Assembly Election Results 2019 Live: Sundargarh Constituency (Seat) Election Results, Live News". News18. Retrieved 5 July 2021.