ମିତାକ୍ଷରା
ମିତାକ୍ଷରା ହେଉଛି ଯାଜ୍ଞବଲ୍ମ୍ୟମୁନି ପ୍ରଣୀତ ହିନ୍ଦୁ ସ୍ମୃତି ଗ୍ରନ୍ଥର ବିଜ୍ଞାନେଶ୍ୱର କୃତ ଏକ ଟୀକାଗ୍ରନ୍ଥ । ଏକାଦଶ ଶତାବ୍ଦୀରେ ରଚିତ ଏହି ଗ୍ରନ୍ଥ ହିନ୍ଦୁ ମତରେ ଜନ୍ମଗତ ଉତ୍ତରାଧୀକାର ସମ୍ବନ୍ଧୀୟ ସିଦ୍ଧାନ୍ତ ପାଇଁ ପ୍ରସିଦ୍ଧ । ଯାଜ୍ଞବଳ୍କ୍ୟ ସ୍ମୃତି ସହ ସମଗ୍ର ମିତାକ୍ଷରା ସଂହିତା ପ୍ରାୟ ୪୯୨ ପୃଷ୍ଠରେ ମୁଦ୍ରିତ ଏକ ଗ୍ରନ୍ଥ ଭାବେ ଉପଲବ୍ଧ ।[୧]
ପୃଷ୍ଠଭୂମି
[ସମ୍ପାଦନା]ବ୍ରିଟିଶ ରାଜତ୍ୱ ସମୟରୁ ହିନ୍ଦୁ ଆଇନର ମୂଳ ଆଧାର ଭାବେ ଯେଉଁ ଦୁଇ ମାନ୍ୟତାକୁ ଗ୍ରହଣ କରାଯାଇଛି ତନ୍ମଧ୍ୟରୁ ମିତାକ୍ଷରା ଅନ୍ୟତମ । ଅନ୍ୟଟି ହେଲା ଦାୟଭାଗ । ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ରେ ମଧ୍ୟ ହିନ୍ଦୁ ଆଇନକୁ ସଂହିତାବଦ୍ଧ କରିବାପାଇଁ ଏହି ଦୁଇ ମତକୁ ଗ୍ରହଣ କରାଯାଇଛି । କେବଳ ବଙ୍ଗଦେଶ ଓ ଆସାମ ଛଡ଼ା ଭାରତର ଅନ୍ୟ ସର୍ବତ୍ର ମିତାକ୍ଷରା ଲିଖିତ ବିଧି ଅନୁସାରେ ସମ୍ପତ୍ତିର ଭାଗ ତଥା ଉତ୍ତରାଧିକାର ନିର୍ଣ୍ଣୟ ହୁଏ । ବଙ୍ଗଦେଶ ତଥା ଆସାମରେ 'ଦାୟଭାଗ' ଅନୁସାରେ ପୈତୃକ ସମ୍ପତ୍ତି ବିଭକ୍ତ ହୁଏ ।[୨]
ମିତାକ୍ଷରା ସହ ଦାୟଭାଗ ତତ୍କାଳୀନ ଭାରତରେ ବ୍ରିଟିଶ ପରିଚାଳିତ ଅଦାଲତ ଗୁଡିକରେ ଉତ୍ତରାଧିକାର ମାମଲାରେ ଫଇସଲା ବେଳେ ପ୍ରଚଳିତ ହିନ୍ଦୁ ଆଇନର ତର୍କସଙ୍ଗତ ସିଦ୍ଧାନ୍ତ ଭାବେ ପ୍ରଭାବ ବିସ୍ତାର କରିପାରିଥିଲେ । ମିତାକ୍ଷରା ଭାରତର ସର୍ବାଧିକ ଅଞ୍ଚଳରେ ଏହାର ମାନ୍ୟତା ବଜାୟ ରଖିଥିବା ବେଳେ ଦାୟଭାଗ କେବଳ ବଙ୍ଗ ତଥା ଆସାମରେ ପ୍ରଭାବୀ ଥିଲା ।
ଆଇନଗତ ନିହିତାର୍ଥ
[ସମ୍ପାଦନା]ମିତାକ୍ଷରାର ବିଧାନ ଅନୁସାରେ ପୁତ୍ର ଜନ୍ମହେଲା କ୍ଷଣି ଜୀବିତ ପିତାଙ୍କ ସଙ୍ଗେ ପିତାମାତାଙ୍କ ତ୍ୟକ୍ତ ସମ୍ପତ୍ତିରେ ମଧ୍ୟ ଜଣେ ସତ୍ୱାଧିକାରୀ ବା ଅଂଶୀଦାର ହୁଏ । କିନ୍ତୁ ଦାୟଭାଗ ଅନୁସାରେ ପିତାଙ୍କ ମୃତ୍ୟୁପରେ ହିଁ ପୈତୃକ ସମ୍ପତ୍ତିରେ ଏକାଏକା ପୁତ୍ରର ସ୍ୱତ୍ୱ ପ୍ରବର୍ତ୍ତେ । ଏହିପରି ସ୍ତ୍ରୀଧନ ସମ୍ପତ୍ତି ବଣ୍ଟନ, ପୋଷ୍ୟପୁତ୍ର ଗ୍ରହଣ ଆଦି ସମ୍ବନ୍ଧେ ମିତାକ୍ଷରାର ବିଧାନ ଦାୟଭାଗର ବିଧାନଠାରୁ ସ୍ୱତନ୍ତ୍ର । ଉତ୍କଳୀୟମାନେ ମିତାକ୍ଷରା ଶାସ୍ତ୍ରାଧୀନ ଓ ବଙ୍ଗାଳୀମାନେ ଦାୟଭାଗର ଅଧୀନ । ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଅଧିନିୟମ, ୨୦୦୫ ସଂଶୋଧନ ବଳରେ ଏଣିକି କନ୍ୟାଟିଏ ମଧ୍ୟ ନିଜର ଜନ୍ମଗତ ଅଧିକାର ଭାବେ ପୈତୃକ ସମ୍ପତ୍ତିରେ ନିଜ ଅଂଶର ହକ୍ ଜାହିର କରିପାରିବ । [୩]
ସିଦ୍ଧାନ୍ତରେ ସ୍ୱତନ୍ତ୍ରତା
[ସମ୍ପାଦନା]- ମିତାକ୍ଷରାର ବିଧାନ ଅନୁସାରେ ପୁତ୍ରଟିଏ ନିଜର ଜନ୍ମଗତ ଅଧିକାର ଭାବେ ପୈତୃକ ସମ୍ପତ୍ତିରେ ନିଜ ଭାଗର ଅଧିକାରୀ ହେବ ।[୪]
- ମିତାକ୍ଷରାର ବିଧାନ ଅନୁସାରେ ପୈତୃକ ସମ୍ପତ୍ତିରେ ପ୍ରତ୍ୟେକ ଅଂଶିଦାରଙ୍କ ସମ୍ମିଳିତ ଅଧିକାର ରହିବ ।
ମିତାକ୍ଷରା ପ୍ରଣାଳୀରେ ମିଳିତ ହିନ୍ଦୁ ପାରିବାରିକ ସମ୍ପତ୍ତିରେ ଅଂଶୀଦାରମାନଙ୍କ ଅଂଶ ନିର୍ଦ୍ଦିଷ୍ଟ ନୁହେଁ । କାରଣ ବଞ୍ଚିଥିବା ଅଂଶୀଦାଅରଙ୍କ ମୃତ୍ୟୁ ଏବଂ ନୂତନ ଅଂଶୀଦାରଙ୍କ ଜନ୍ମ ସହ ସହିତ ସେମାନଙ୍କର ଅଂଶଗୁଡ଼ିକ ମଧ୍ୟ ପରିବର୍ତ୍ତନଶୀଳ । କେତେକଙ୍କ ମତରେ
‘ମିତାକ୍ଷରା' ବିଦ୍ୟାଳୟ ଅଧୀନରେ ଚାରୋଟି ଉପ-ବିଦ୍ୟାଳୟ ଅଛି:[୫]
ଦ୍ରାବିଡ ବିଦ୍ୟାଳୟ ବା (ମାଡ୍ରାସ ବିଦ୍ୟାଳୟ)
ମହାରାଷ୍ଟ୍ର ବିଦ୍ୟାଳୟ ବା (ବମ୍ବେ ବିଦ୍ୟାଳୟ)
ବନାରସ ବିଦ୍ୟାଳୟ ଓ
ମିଥିଲା ବିଦ୍ୟାଳୟ
ଅନୁବାଦ
[ସମ୍ପାଦନା]ଇଂରେଜ ଶାସନ କାଳରେ ଅଦାଲତରେ ସମ୍ପତ୍ତିଗତ ଅଧିକାର ସମ୍ପର୍କିତ ମାମଲାର ସୁପରିଚାଳନା ନିମିତ୍ତ ଇଂରେଜମାନେ ମିତାକ୍ଷରାର ଏକ ଅନୁବାଦର ଆବଶ୍ୟକତା ଅନୁଭବ କଲେ । ଫଳରେ ୧୮୧୦ ମସିହାରେ ମିତାକ୍ଷରାର ପ୍ରଥମ ଅନୁବାଦ କରିଥିଲେ ହେନେରୀ ଥୋମାସ୍ କୋଲ୍ବୃକ୍ । ଦ୍ୱିତୀୟ ଅନୁବାଦ କରିଥିଲେ W. Macnaghten ନାମକ ଇଂରେଜ ଯେଉଁଥିରେ ସମ୍ପତ୍ତିଗତ ଅଧିକାର ସମ୍ପର୍କିତ ମାମଲାର ପ୍ରକ୍ରିୟା ବିଷୟରେ ଉଲ୍ଲେଖ ଥିଲା । ପରିଶେଷରେ ୧୮୨୯ ମସିହାରେ J. R. Gharpure ମିତାକ୍ଷରର ଏକ ସଂପୂର୍ଣ୍ଣ ଅନୁବାଦ କରିବାରେ ସକ୍ଷମ ହୋଇଥିଲେ ।[୬]
ଆଧାର
[ସମ୍ପାଦନା]- ↑ Kane, P. V., History of Dharmaśāstra, (Poona: Bhandarkar Oriental Research Institute, 1975), Volume I, Part II, 604.
- ↑ "Mitakshara Law & Dayabhaga Law - HUF". www.incometaxmanagement.com. Archived from the original on 28 July 2018. Retrieved 21 July 2018.
- ↑ पुश्तैनी प्रॉपर्टी गिफ्ट में देना, यानी परेशानी
- ↑ "Difference between Dayabhaga and Mitakshara in Hindu Law". www.differencebetween.net. Retrieved 21 July 2018.
- ↑ "HUF - Meaning Of Important Term- "Mitakshara"". incometaxmanagement.com. Retrieved 25 September 2020.
- ↑ Lingat, Robert, The Classical Law of India, (New York: Oxford UP, 1973), 113.
ବାହାର ଲିଙ୍କ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |