Jump to content

ମିତାକ୍ଷରା

ଉଇକିପିଡ଼ିଆ‌ରୁ
(Mitākṣarāରୁ ଲେଉଟି ଆସିଛି)

ମିତାକ୍ଷରା ହେଉଛି ଯାଜ୍ଞବଲ୍ମ୍ୟମୁନି ପ୍ରଣୀତ ହିନ୍ଦୁ ସ୍ମୃତି ଗ୍ରନ୍ଥର ବିଜ୍ଞାନେଶ୍ୱର କୃତ ଏକ ଟୀକାଗ୍ରନ୍ଥ । ଏକାଦଶ ଶତାବ୍ଦୀରେ ରଚିତ ଏହି ଗ୍ରନ୍ଥ ହିନ୍ଦୁ ମତରେ ଜନ୍ମଗତ ଉତ୍ତରାଧୀକାର ସମ୍ବନ୍ଧୀୟ ସିଦ୍ଧାନ୍ତ ପାଇଁ ପ୍ରସିଦ୍ଧ । ଯାଜ୍ଞବଳ୍କ୍ୟ ସ୍ମୃତି ସହ ସମଗ୍ର ମିତାକ୍ଷରା ସଂହିତା ପ୍ରାୟ ୪୯୨ ପୃଷ୍ଠରେ ମୁଦ୍ରିତ ଏକ ଗ୍ରନ୍ଥ ଭାବେ ଉପଲବ୍ଧ ।[୧]

ପୃଷ୍ଠଭୂମି[ସମ୍ପାଦନା]

ବ୍ରିଟିଶ ରାଜତ୍ୱ ସମୟରୁ ହିନ୍ଦୁ ଆଇନର ମୂଳ ଆଧାର ଭାବେ ଯେଉଁ ଦୁଇ ମାନ୍ୟତାକୁ ଗ୍ରହଣ କରାଯାଇଛି ତନ୍ମଧ୍ୟରୁ ମିତାକ୍ଷରା ଅନ୍ୟତମ । ଅନ୍ୟଟି ହେଲା ଦାୟଭାଗହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ରେ ମଧ୍ୟ ହିନ୍ଦୁ ଆଇନକୁ ସଂହିତାବଦ୍ଧ କରିବାପାଇଁ ଏହି ଦୁଇ ମତକୁ ଗ୍ରହଣ କରାଯାଇଛି । କେବଳ ବଙ୍ଗଦେଶ ଓ ଆସାମ ଛଡ଼ା ଭାରତର ଅନ୍ୟ ସର୍ବତ୍ର ମିତାକ୍ଷରା ଲିଖିତ ବିଧି ଅନୁସାରେ ସମ୍ପତ୍ତିର ଭାଗ ତଥା ଉତ୍ତରାଧିକାର ନିର୍ଣ୍ଣୟ ହୁଏ । ବଙ୍ଗଦେଶ ତଥା ଆସାମରେ 'ଦାୟଭାଗ' ଅନୁସାରେ ପୈତୃକ ସମ୍ପତ୍ତି ବିଭକ୍ତ ହୁଏ ।[୨]

ମିତାକ୍ଷରା ସହ ଦାୟଭାଗ ତତ୍କାଳୀନ ଭାରତରେ ବ୍ରିଟିଶ ପରିଚାଳିତ ଅଦାଲତ ଗୁଡିକରେ ଉତ୍ତରାଧିକାର ମାମଲାରେ ଫଇସଲା ବେଳେ ପ୍ରଚଳିତ ହିନ୍ଦୁ ଆଇନର ତର୍କସଙ୍ଗତ ସିଦ୍ଧାନ୍ତ ଭାବେ ପ୍ରଭାବ ବିସ୍ତାର କରିପାରିଥିଲେ । ମିତାକ୍ଷରା ଭାରତର ସର୍ବାଧିକ ଅଞ୍ଚଳରେ ଏହାର ମାନ୍ୟତା ବଜାୟ ରଖିଥିବା ବେଳେ ଦାୟଭାଗ କେବଳ ବଙ୍ଗ ତଥା ଆସାମରେ ପ୍ରଭାବୀ ଥିଲା ।

ଆଇନଗତ ନିହିତାର୍ଥ[ସମ୍ପାଦନା]

ମିତାକ୍ଷରାର ବିଧାନ ଅନୁସାରେ ପୁତ୍ର ଜନ୍ମହେଲା କ୍ଷଣି ଜୀବିତ ପିତାଙ୍କ ସଙ୍ଗେ ପିତାମାତାଙ୍କ ତ୍ୟକ୍ତ ସମ୍ପତ୍ତିରେ ମଧ୍ୟ ଜଣେ ସତ୍ୱାଧିକାରୀ ବା ଅଂଶୀଦାର ହୁଏ । କିନ୍ତୁ ଦାୟଭାଗ ଅନୁସାରେ ପିତାଙ୍କ ମୃତ୍ୟୁପରେ ହିଁ ପୈତୃକ ସମ୍ପତ୍ତିରେ ଏକାଏକା ପୁତ୍ରର ସ୍ୱତ୍ୱ ପ୍ରବର୍ତ୍ତେ । ଏହିପରି ସ୍ତ୍ରୀଧନ ସମ୍ପତ୍ତି ବଣ୍ଟନ, ପୋଷ୍ୟପୁତ୍ର ଗ୍ରହଣ ଆଦି ସମ୍ବନ୍ଧେ ମିତାକ୍ଷରାର ବିଧାନ ଦାୟଭାଗର ବିଧାନଠାରୁ ସ୍ୱତନ୍ତ୍ର । ଉତ୍କଳୀୟମାନେ ମିତାକ୍ଷରା ଶାସ୍ତ୍ରାଧୀନ ଓ ବଙ୍ଗାଳୀମାନେ ଦାୟଭାଗର ଅଧୀନ । ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଅଧିନିୟମ, ୨୦୦୫ ସଂଶୋଧନ ବଳରେ ଏଣିକି କନ୍ୟାଟିଏ ମଧ୍ୟ ନିଜର ଜନ୍ମଗତ ଅଧିକାର ଭାବେ ପୈତୃକ ସମ୍ପତ୍ତିରେ ନିଜ ଅଂଶର ହକ୍ ଜାହିର କରିପାରିବ । [୩]

ସିଦ୍ଧାନ୍ତରେ ସ୍ୱତନ୍ତ୍ରତା[ସମ୍ପାଦନା]

  • ମିତାକ୍ଷରାର ବିଧାନ ଅନୁସାରେ ପୁତ୍ରଟିଏ ନିଜର ଜନ୍ମଗତ ଅଧିକାର ଭାବେ ପୈତୃକ ସମ୍ପତ୍ତିରେ ନିଜ ଭାଗର ଅଧିକାରୀ ହେବ ।[୪]
  • ମିତାକ୍ଷରାର ବିଧାନ ଅନୁସାରେ ପୈତୃକ ସମ୍ପତ୍ତିରେ ପ୍ରତ୍ୟେକ ଅଂଶିଦାରଙ୍କ ସମ୍ମିଳିତ ଅଧିକାର ରହିବ ।

ମିତାକ୍ଷରା ପ୍ରଣାଳୀରେ ମିଳିତ ହିନ୍ଦୁ ପାରିବାରିକ ସମ୍ପତ୍ତିରେ ଅଂଶୀଦାରମାନଙ୍କ ଅଂଶ ନିର୍ଦ୍ଦିଷ୍ଟ ନୁହେଁ । କାରଣ ବଞ୍ଚିଥିବା ଅଂଶୀଦାଅରଙ୍କ ମୃତ୍ୟୁ ଏବଂ ନୂତନ ଅଂଶୀଦାରଙ୍କ ଜନ୍ମ ସହ ସହିତ ସେମାନଙ୍କର ଅଂଶଗୁଡ଼ିକ ମଧ୍ୟ ପରିବର୍ତ୍ତନଶୀଳ । କେତେକଙ୍କ ମତରେ

‘ମିତାକ୍ଷରା' ବିଦ୍ୟାଳୟ ଅଧୀନରେ ଚାରୋଟି ଉପ-ବିଦ୍ୟାଳୟ ଅଛି:[୫]

ଦ୍ରାବିଡ ବିଦ୍ୟାଳୟ ବା (ମାଡ୍ରାସ ବିଦ୍ୟାଳୟ)

ମହାରାଷ୍ଟ୍ର ବିଦ୍ୟାଳୟ ବା (ବମ୍ବେ ବିଦ୍ୟାଳୟ)

ବନାରସ ବିଦ୍ୟାଳୟ ଓ

ମିଥିଲା ବିଦ୍ୟାଳୟ

ଅନୁବାଦ[ସମ୍ପାଦନା]

ଇଂରେଜ ଶାସନ କାଳରେ ଅଦାଲତରେ ସମ୍ପତ୍ତିଗତ ଅଧିକାର ସମ୍ପର୍କିତ ମାମଲାର ସୁପରିଚାଳନା ନିମିତ୍ତ ଇଂରେଜମାନେ ମିତାକ୍ଷରାର ଏକ ଅନୁବାଦର ଆବଶ୍ୟକତା ଅନୁଭବ କଲେ । ଫଳରେ ୧୮୧୦ ମସିହାରେ ମିତାକ୍ଷରାର ପ୍ରଥମ ଅନୁବାଦ କରିଥିଲେ ହେନେରୀ ଥୋମାସ୍‌ କୋଲ୍‌ବୃକ୍‌ । ଦ୍ୱିତୀୟ ଅନୁବାଦ କରିଥିଲେ W. Macnaghten ନାମକ ଇଂରେଜ ଯେଉଁଥିରେ ସମ୍ପତ୍ତିଗତ ଅଧିକାର ସମ୍ପର୍କିତ ମାମଲାର ପ୍ରକ୍ରିୟା ବିଷୟରେ ଉଲ୍ଲେଖ ଥିଲା । ପରିଶେଷରେ ୧୮୨୯ ମସିହାରେ J. R. Gharpure ମିତାକ୍ଷରର ଏକ ସଂପୂର୍ଣ୍ଣ ଅନୁବାଦ କରିବାରେ ସକ୍ଷମ ହୋଇଥିଲେ ।[୬]

ଆଧାର[ସମ୍ପାଦନା]

  1. Kane, P. V., History of Dharmaśāstra, (Poona: Bhandarkar Oriental Research Institute, 1975), Volume I, Part II, 604.
  2. "Mitakshara Law & Dayabhaga Law - HUF". www.incometaxmanagement.com. Archived from the original on 28 July 2018. Retrieved 21 July 2018.
  3. पुश्तैनी प्रॉपर्टी गिफ्ट में देना, यानी परेशानी
  4. "Difference between Dayabhaga and Mitakshara in Hindu Law". www.differencebetween.net. Retrieved 21 July 2018.
  5. "HUF - Meaning Of Important Term- "Mitakshara"". incometaxmanagement.com. Retrieved 25 September 2020.
  6. Lingat, Robert, The Classical Law of India, (New York: Oxford UP, 1973), 113.

ବାହାର ଲିଙ୍କ[ସମ୍ପାଦନା]