ମାତୃକା

ଉଇକିପିଡ଼ିଆ‌ରୁ
ମାତୃକା
ସାତ ମାତୃକା ଦେବୀମାନଙ୍କ ବାମ ପାଖରେ ଶିବ ଓ ଡାହାଣ ପାଖରେ ଗଣେଶ
ଯୁଦ୍ଧ, ସନ୍ତାନ ଓ ମୁକ୍ତିର ଦେବୀ [୧]
Devanagariमातृका
Sanskrit Transliterationmātṝkā
Affiliationଶକ୍ତି (Shakti) , ଦେବୀ, ମହାଦେବୀ (Mahadevi), ଆଦି ପରାଶକ୍ତି, ପାର୍ବତୀ, ସରସ୍ୱତୀ, ଲକ୍ଷ୍ମୀ
ଲୋକବିଭିନ୍ନ ଦେବତାଙ୍କର ଦେହରେ ତାଙ୍କର ପତ୍ନୀ ବା ଶକ୍ତି ଭାବରେ ରହନ୍ତି ।
ସ୍ୱାମୀ/ସ୍ତ୍ରୀଅଷ୍ଟ ଭୈରବ

ମାତୃକା (ଇଂରାଜୀ ଭାଷାରେ Matrikas (singular Matrika, Sanskrit: मातृका, IAST: mātṝkā, ସାହିତ୍ୟରେ ସ୍ୱର୍ଗୀୟ ମାତା)[୨] ଅନ୍ୟ ନାମ ମାତର ବା ମାତ୍ରି ଏକ ହିନ୍ଦୁ ଦେବୀ ଦଳକୁ ବୁଝାଏ ଯେଉଁମାନଙ୍କ ବିଷୟରେ ହିନ୍ଦୁ ଧର୍ମରେ ସର୍ବଦା ବର୍ଣ୍ଣନା ଥାଏ । ବିଭିନ୍ନ ମାତୃକା ଭାବରେ ଆଦି ପରାଶକ୍ତି ପ୍ରକଟ ହୁଅନ୍ତି । ହିନ୍ଦୁ ଦେବତାଙ୍କର ଶକ୍ତି ଗୁଡ଼ିକ ସାକାର ହୋଇ ମାତୃକା ରୂପ ଧାରଣ କରନ୍ତି ଯେପରିକି ବ୍ରହ୍ମାଙ୍କଠାରୁ ବ୍ରାହ୍ମଣୀ, ବିଷ୍ଣୁଙ୍କଠାରୁ ବୈଷ୍ଣବୀ, ଶିବଙ୍କଠାରୁ ମାହେଶ୍ୱରୀ, ଇନ୍ଦ୍ରଙ୍କଠାରୁ ଇନ୍ଦ୍ରାଣୀ, କାର୍ତ୍ତିକେୟଙ୍କଠାରୁ କୁମାରୀ, ବରାହଙ୍କଠାରୁ ବରାହୀ ଓ ଦେବୀଙ୍କଠାରୁ ଚାମୁଣ୍ଡା[୩] ଓ ଅଧିକ ନରସିଂହି, ବିନାୟକୀ

ମାତୃକାମାନଙ୍କର ଗୋଟିଏ ଦଳରେ ବର୍ଣ୍ଣନା କରାଯାଏ ଓ ସେମାନଙ୍କୁ ସପ୍ତମାତୃକା କୁହାଯାଏ ।[୪] କେହି କେହି ଅଷ୍ଟ ମାତୃକା ଥିବା କ‌ହନ୍ତି । [୫] ଦକ୍ଷିଣ ଭାରତରେ ସପ୍ତ ମାତୃକା ଓ ନେପାଳରେ ଅଷ୍ଟ ମାତୃକା ପୂଜା କରାଯାଏ । [୬]

ହିନ୍ଦୁ ଧର୍ମର ଦେବୀ ପୂଜା ଓ ତନ୍ତ୍ର (Tantrism) ବିଦ୍ୟାରେ ମାତୃକାମାନଙ୍କର ଅତ୍ୟଧିକ ସ୍ଥିତି ଥାଏ । [୭] ଶକ୍ତି ଧର୍ମରେ ସେମାନେ ଅସୁରମାନଙ୍କ ସ‌ହିତ ଦେବୀ ଯୁଦ୍ଧ କରିବା ବେଳେ ସାହାଯ୍ୟ କରୁଥିବା ବର୍ଣ୍ଣନା ଥାଏ ।[୮] କେତେକ ମତରେ ସେମାନଙ୍କୁ ଶୈବ ଦେବୀ କୁହାଯାଏ । [୯] ଯୋଦ୍ଧା ମୁରୁଗାନ/ସ୍କନ୍ଧଙ୍କ (Skanda) ପୂଜାରେ ତାଙ୍କର ସମ୍ପର୍କ ଥାଏ । [୧୦] ମାତୃକାମାନଙ୍କୁ ଅଶୁଭ ମନେକରିବା ଅନେକ ପୁରାଣରେ ଥାଏ ଓ ସେମାନଙ୍କୁ ବିପଦଜନ‌କ ଭାବରେ ବର୍ଣ୍ଣନା କରାଯାଏ । ମାତୃକାମାନେ ଭୟାବ‌ହ ଦେବୀ, ଅପ‌ହର୍ତ୍ତା, ଶିଶୁ ଖାଦକ, ଜ୍ୱର, କ୍ଷୁଧା ଓ ରୋଗମାନଙ୍କର ଠାକୁରାଣୀ ଅଟନ୍ତି । ପିଲାମାନେ ଯୁବାବସ୍ଥାରେ ପ‌ହଞ୍ଚିବା ପୂର୍ବରୁ ଏହି ବିପଦମାନଙ୍କରୁ ସୁରକ୍ଷା ଦେବା ନିମନ୍ତେ ସେମାନଙ୍କୁ ପୂଜା କରାଯାଏ । [୧୧] ପରବର୍ତ୍ତୀ ପୁରାଣମାନଙ୍କରେ ସେମାନେ ରକ୍ଷାଦାତ୍ରୀ ହୋଇଥିବା ଉଲ୍ଲେଖ ଥିଲେ ମଧ୍ୟ ଅଶୁଭ ଓ ବନ୍ୟ ଚରିତ୍ର ବର୍ଣ୍ଣନା ଦେଖିବାକୁ ମିଳେ [୧୨] ପ୍ରକୃତିର ଉର୍ବରତା ଓ ବିନଷ୍ଟକାରୀ ବଳ, ଉଭୟ ଏହି ଦେବୀଙ୍କର ଥାଏ । [୧୩]

ବୃହତସଂହିତାରେ ବରାହମିହିର ଲେଖିଛନ୍ତି, "ବିଭିନ୍ନ ଦେବତାଙ୍କର ନାମାନୁସାରେ ଦେବୀମାନଙ୍କ ଧ୍ୟାନ ରଖାଯାଏ ।" [୧୪] ସେମାନେ ଦେବତାଙ୍କର ପତ୍ନୀ ବା ଶକ୍ତି (Shaktis) ଭାବରେ ସଂଯୁକ୍ତ ହୋଇଥାଆନ୍ତି । [୧୩] ମୂଳତଃ ସେମାନେ ସାତ ତାରାଙ୍କର ଅବତାର ଭାବରେ ପରିଚିତ ଥିଲେ କିନ୍ତୁ ସପ୍ତମ ଶତାବ୍ଦୀ ବେଳକୁ ଦେବୀ ଭାବରେ ଲୋକପ୍ରିୟ ହୋଇଗଲେ । [୧୫]

ଉତ୍ପତ୍ତି ଓ ବିକାଶ[ସମ୍ପାଦନା]

ବରାହୀ ମାତୃକା

ଜଗଦିଶ ନାରାୟଣ ତିୱାରୀ ଓ ଦିଲିପ ଚକ୍ରବର୍ତ୍ତୀ ମତ ଅନୁସାରେ ବୈଦିକ ସଭ୍ୟତା ଓ ସିନ୍ଧୁ ଉପତ୍ୟକା ସଭ୍ୟତା ଦିନରୁ ମାତୃକା ପୂଜା ଥିଲା ।[୧୬][୧୭] ଋକବେଦ ଅନୁସାରେ ସପ୍ତ ମାତୃକାମାନେ ସୋମ ପ୍ରସ୍ତୁତ କରନ୍ତି କିନ୍ତୁ ମହାଭାରତର କେତେକ ଅଧ୍ୟାୟରେ ସେମାନଙ୍କ ବିଷୟ ଲେଖାଅଛି ।[୧୮][୧୯] ଏହା ବିଶ୍ୱାସ କରାଯାଏ ଯେ ସେତେବେଳେ ସ୍ଥାନୀୟ ଲୋକମାନେ ତାଙ୍କର ପୂଜା କରୁଥିଲେ ଓ ଏହାର ଉଦାହରଣ ସ୍ୱରୂପ ଜିମ୍ମର ହେନରିଚଙ୍କ ଦି ଆର୍ଟ ଆଫ ଇଣ୍ଡିଆନ ଏସିଆ ବ‌ହିରେ ସାତ ମନ୍ଦିରରେ ସାତ ଦେବୀ ପୂଜା ପାଉଥିବା ଉଲ୍ଲେଖ ଅଛି ।

ପଞ୍ଚମ ଶତାବ୍ଦୀ ବେଳକୁ ଏହି ସମସ୍ତ ଦେବୀମାନଙ୍କୁ ତାନ୍ତ୍ରିକ ଦେବୀ ଭାବରେ ଗ୍ରହଣ କରାଯାଇଥିଲା ।[୨୦][୨୧] ଡେଭିଡ କେନସ୍ଲେ ମତରେ ମାତୃକାମାନେ ଅଣଆର୍ଯ୍ୟ - ଅଣବ୍ରାହ୍ମଣ ଓ ସ୍ଥାନୀୟ ଗ୍ରାମୀଣ ଦେବୀ ହୋଇପାରନ୍ତି ଓ ପରେ ଏମାନଙ୍କୁ ମୂଳ ସ୍ରୋତରେ ସାମିଲ କରାଯାଇଛି । ସେମାନଙ୍କର ରଙ୍ଗ କଳା, ଭାଷା ପୃଥକ ଓ ଅଣ-ବ୍ରାହ୍ମଣ ସ୍କନ୍ଧଙ୍କ ସ‌ହିତ ମିଳାମିଶା ଥିବା କାରଣରୁ ଏହିପରି ମତ ପ୍ରକାଶ ପାଇଛି ।

ଆଧାର[ସମ୍ପାଦନା]

  1. Wangu p.99
  2. Monier, Williams (1872). Sanskrit-English Dictionary. Clarendon. p. 765. matrika.
  3. Leeming, David; Fee, Christopher (2016). The Goddess: Myths of the Great Mother. Reaktion Books.
  4. Berkson, Carmel (1992). Ellora, Concept and Style. Abhinav Publications. p. 134.
  5. "Mantras to the Aṣṭamātṛkās". cudl.lib.cam.ac.uk. Cambridge Digital Library. Retrieved 2 February 2015.
  6. van den Hoek in Nas, p.362
  7. Wangu p.41
  8. Bhattacharyya, N. N., History of the Sakta Religion, Munshiram Manoharlal Publishers Pvt. Ltd. (New Delhi, 1974, 2d ed. 1996), p. 126.
  9. Wangu p.75
  10. Collins, Charles Dillard. The Iconography and Ritual of Śiva at Elephanta. Albany: State University of New York Press, 1988. p.143
  11. http://www.art-and-archaeology.com/india/jagat/jagat13.html
  12. Kinsley, David. Hindu Goddesses: Visions of the Divine Feminine in Hindu Religious Tradition. Berkeley: University of California Press, 1988. p.151
  13. ୧୩.୦ ୧୩.୧ Jain p.162
  14. Brhatsamhita, Ch.57, v.56. Panda, S.S. (September 2004). "Sakti Cult in Upper Mahanadi Valley" (PDF). Orissa Review. Government of Orissa. Retrieved 2008-01-08.
  15. Wangu Glossary p.187
  16. Jagdish Narain Tiwari, "Studies in Goddess Cults in Northern India, with Reference to the First Seven Centuries AD" p.215-244; as referred in Kinsley p.151
  17. Dilip Chakravati in Archaeology and World Religion By Timothy Insoll, Published 2001, Routledge, ISBN 0-415-22154-4, pp.42–44
  18. Kinsley p.151
  19. Pal in Singh p.1836
  20. Zimmer Heinrich, 1960,2001 The Art Of Indian Asia, Its Mythology and Transformations.Motilal Banarsidas Publication. New Delhi (Page B4C,257,135)
  21. Harper in Harper and Brown, p.48