ମଲ୍ଟିପ୍ଲ ମାୟେଲୋମା

ଉଇକିପିଡ଼ିଆ‌ରୁ
ମଲ୍ଟିପ୍ଲ ମାୟେଲୋମା
ଇଂରାଜୀ ପ୍ରତିଶବ୍ଦ - Plasma cell myeloma, myelomatosis, or Kahler's disease
ପ୍ଲାଜମାସାଇଟୋମାର plasmacytoma ମାଇକ୍ରୋଗ୍ରାଫ (Micrograph) । ଏଚ ଓ ଇ ସ୍ଟେନ (H&E stain)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିରକ୍ତ ବିଜ୍ଞାନ (Hematology) ଓ କର୍କଟ ରୋଗ ବିଜ୍ଞାନ (oncology)
ଆଇସିଡ଼ି-୧୦C90.0
ଆଇସିଡ଼ି-୯-ସିଏମ୍203.0
ଆଇସିଡ଼ି-ଓଛାଞ୍ଚ:ICDO
ଓଏମ୍‌ଆଇଏମ୍254500
ରୋଗ ଡାଟାବେସ8628
ମେଡ଼ିସିନ-ପ୍ଲସ000583
ଇ-ମେଡ଼ିସିନmed/1521
Patient UKମଲ୍ଟିପ୍ଲ ମାୟେଲୋମା
MeSHD009101

ମଲ୍ଟିପ୍ଲ ମାୟେଲୋମା (ଇଂରାଜୀ ଭାଷାରେ Multiple myeloma, ବା plasma cell myeloma), ଏକ କର୍କଟ ରୋଗ ଯାହା ଆଣ୍ଟିବଡି (antibodies) ପ୍ରସ୍ତୁତ କରୁଥିବା ଶ୍ୱେତ ରକ୍ତକଣିକା (white blood cell) ଦଳର ପ୍ଲାଜମା ସେଲକୁ (plasma cell) ଆକ୍ରମଣ କରେ ।[୧] ଆରମ୍ଭରୁ କୌଣସି ଲକ୍ଷଣ ନ ଥାଏ । ଅଗ୍ରଗତି ହୋଇଗଲେ ହାଡ଼ ଯନ୍ତ୍ରଣା (bone pain), ରକ୍ତସ୍ରାବ ଓ ଆନିମିଆ ଲକ୍ଷଣମାନ ପ୍ରକାଶ ପାଏ ।[୨] ରୋଗ ଜଟିଳ ହେଲେ ଆମିଲଏଡୋସିସ (amyloidosis) ରୋଗ ହୁଏ ।[୩]

ମଲ୍ଟିପ୍ଲ ମାୟେଲୋମା ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୪] ମଦ୍ୟପାନମୋଟାପଣ ଏହି ରୋଗର ସଙ୍କଟ କାରକ ।[୫] ଏ ରୋଗର ଅନ୍ତର୍ନିହିତ କାର୍ଯ୍ୟବିଧିରୁ ଜଣାଯାଏ ଯେ ଏ ରୋଗର ଅସାଧାରଣ ପ୍ଲାଜମା ସେଲ ଏକ ପ୍ରକାର ଅସାଧାରଣ ଆଣ୍ଟିବଡି ମାୟେଲୋମା ପ୍ରୋଟିନ ତିଆରି କରନ୍ତି ଯାହା ବୃକ୍‌କ ସମସ୍ୟା ଓ ଗାଢ଼ ରକ୍ତ (overly thick blood|) ତିଆରି କରେ । ଅସ୍ଥି ମଜ୍ଜାରେ ବା କୋମଳ ତନ୍ତୁରେ ଏହି ପ୍ଲାଜମା ସେଲ ଏକ ଗୋଟାଳି (mass) ତିଆରି କରିପାରନ୍ତି । ଗୋଟିଏ ଗୋଟାଳି ଥିଲେ ତାହାକୁ ପ୍ଲାଜମାସାଇଟୋମା (plasmacytoma) କୁହାଯାଏ ଓ ଏକାଧିକ ଥିଲେ ମଲ୍ଟିପ୍ଲ ମାୟେଲୋମା କୁହାଯାଏ ।[୨] ପରିସ୍ରା ବା ରକ୍ତ ପରୀକ୍ଷାରେ ଅସାଧାରଣ ଆଣ୍ଟିବଡି ମିଳିଲେ, ଅସ୍ଥିମଜ୍ଜା ବାୟୋପ୍ସିରେ (bone marrow biopsy) କର୍କଟ ପ୍ଲାଜମା ସେଲ ମିଳିଲେ ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଏ ରୋଗରେ ହାଇପରକ୍ୟାଲସେମିଆ ବା ରକ୍ତ କ୍ୟାଲସିଅମ (high blood calcium levels) ମାତ୍ରା ଅଧିକ ଥାଏ ।[୧]

ମଲ୍ଟିପ୍ଲ ମାୟେଲୋମା ରୋଗ ଚିକିତ୍ସାଯୋଗ୍ୟ କିନ୍ତୁ ଆରୋଗ୍ୟଯୋଗ୍ୟ ନୁହେଁ ।[୩] ଗ୍ଲୁକୋକର୍ଟିକଏଡ (steroids), କେମୋଥେରାପି (chemotherapy, ଥାଲିଡୋମାଇଡ (thalidomide) ବା ଲେନାଲିଡୋମାଇଡ (lenalidomide), ଓ ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ (stem cell transplant) ଆଦି ଚିକିତ୍ସାରେ ଏହି ରୋଗ ଉପଶମ ହୁଏ ।[୩] ଅସ୍ଥି ବିକୃତି (lesion) ଜନିତ ଯନ୍ତ୍ରଣା ନିମନ୍ତେ ବେଳେବେଳେ ବାଇଫସଫୋନେଟ (Bisphosphonates) ଓ ରାଡିଏସନ ଥେରାପି (radiation therapy) ବ୍ୟବ‌ହାର କରାଯାଏ ।[୧][୩]

ମଲ୍ଟିପ୍ଲ ମାୟେଲୋମା ରୋଗ ଯୋଗୁ ସନ ୨୦୧୩ରେ ୪୨୭,୦୦୦ ଲୋକ ପୀଡ଼ିତ ହୋଇ ୭୯,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ ।[୬][୭] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ୧୦୦,୦୦୦ଲୋକରେ ୬.୫ ଲୋକଙ୍କୁ ଜୀବନର ଯେ କୌଣସି ସମୟରେ ଏହି ରୋଗ ହୁଏ ।[୮] ପ୍ରାୟ ୬୧ ବର୍ଷ ବୟସ ପାଖାପାଖି ଏହି ରୋଗ ହୁଏ ଓ ସାଧାରଣତଃ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ହୁଏ ।[୧] ଚିକିତ୍ସିତ ନ ହେଲେ ପ୍ରାୟ ୭ମାସ ବଞ୍ଚନ୍ତି । ଚଳନ୍ତି ଚିକିତ୍ସାରେ ପ୍ରାୟ ୪-୫ ବର୍ଷ ବଞ୍ଚିବା ସମ୍ଭବ ।[୩] ଏହି ୫ ବର୍ଷ ବଞ୍ଚିବା ହାର ପ୍ରାୟ ୪୯% ।[୮] ଗ୍ରୀକ ଭାଷାରେ ମାୟେଲୋ (myelo-) ଶବ୍ଦର ଅର୍ଥ ମଜ୍ଜା ("marrow") ଓ ଓମା (-oma) ଶବ୍ଦର ଅର୍ଥ ଅର୍ବୁଦ ("tumor") ।[୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Raab MS, Podar K, Breitkreutz I, Richardson PG, Anderson KC (July 2009). "Multiple myeloma". Lancet. 374 (9686): 324–39. doi:10.1016/S0140-6736(09)60221-X. PMID 19541364.
  2. ୨.୦ ୨.୧ "Plasma Cell Neoplasms (Including Multiple Myeloma)—Patient Version". NCI. Retrieved 8 August 2016.
  3. ୩.୦ ୩.୧ ୩.୨ ୩.୩ ୩.୪ "Plasma Cell Neoplasms (Including Multiple Myeloma) Treatment (PDQ®)–Health Professional Version". NCI. July 29, 2016. Retrieved 8 August 2016.
  4. World Cancer Report 2014. World Health Organization. 2014. pp. Chapter 5.13. ISBN 9283204298.
  5. World Cancer Report 2014. World Health Organization. 2014. pp. Chapter 2.3 and 2.6. ISBN 9283204298.
  6. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)
  7. GBD 2013 Mortality and Causes of Death, Collaborators (10 January 2015). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet (London, England). 385 (9963): 117–71. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  8. ୮.୦ ୮.୧ "SEER Stat Fact Sheets: Myeloma". NCI Surveillance, Epidemiology, and End Results Program. Retrieved 8 August 2016.
  9. Diepenbrock, Nancy H. (2011). Quick Reference to Critical Care (in ଇଂରାଜୀ). Lippincott Williams & Wilkins. p. 292. ISBN 9781608314645.