ବେଣୁଧର ବଳିଆରସିଂହ
ବେଣୁଧର ବଳିଆରସିଂହ | |
---|---|
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୭ | |
ପୂର୍ବ ଅଧିକାରୀ | ବୀରକିଶୋର ଦେବ |
ପର ଅଧିକାରୀ | ସୁଦର୍ଶନ ମହାନ୍ତି |
ନିର୍ବାଚନ ମଣ୍ଡଳୀ | ଖୋର୍ଦ୍ଧା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜାନୁଆରୀ ୭, ୧୯୧୮ |
ମୃତ୍ୟୁ | ୩୧ ଡିସେମ୍ବର ୨୦୧୭ | (ବୟସ ୯୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସୁଲୋଚନା ବଳିଆରସିଂହ |
ବାପା/ବୋଉ | ନରୋତ୍ତମ ବଳିଆରସିଂହ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବେଣୁଧର ବଳିଆରସିଂହ (୭ ଜାନୁଆରୀ ୧୯୧୮ - ୩୧ ଡିସେମ୍ବର ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବେଣୁଧର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଏବଂ ମନ୍ତ୍ରୀ ଭାବରେ ତିନିବର୍ଷ କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖୋର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବେଣୁଧର ବଳିଆରସିଂହ ୧୯୧୮ ମସିହାର ଜାନୁଆରୀ ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନରୋତ୍ତମ ବଳିଆରସିଂହ ଓ ପତ୍ନୀଙ୍କ ନାମ ସୁଲୋଚନା ବଳିଆରସିଂହ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବେଣୁଧର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧] ବେଣୁଧର ୧୯୭୪ ମସିହାରୁ ୧୯୭୭ ମସିହାଯାଏଁ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ବେଣୁଧର ବଳିଆରସିଂହ ୨୦୧୭ ମସିହାର ଡିସେମ୍ବର ମାସ ୩୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା ।