ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ
ପୂର୍ଣ୍ଣ ନାମ | ଫୁସ୍ବଲ୍-କ୍ଲୁବ୍ ବାଏର୍ଣ୍ଣ ମୁନ୍ସେନ୍ ଇ ଭି | |||
---|---|---|---|---|
ଡାକ ନାମ | ଡେର୍ ଏଫ୍ସିବି (ଏଫ୍ସିବି) ଡି ବାଏର୍ଣ୍ଣ୍ (ବଭାରୀୟ) ଷ୍ଟେର୍ଣ୍ଣ ଡେସ୍ ସୂଡେନ୍ସ (ଦକ୍ଷିଣର ତାରକାସମୂହ) ଡି ରୋଟେନ୍ (ଲୋହିତଗଣ)[୧] ଏଫ୍ସି ହଲିଉଡ୍[୨] | |||
କ୍ଷୁଦ୍ର ନାମ | ବାଏର୍ଣ୍ଣ, ଏଫ୍ସିବି | |||
ପ୍ରତିଷ୍ଠା | 27 ଫେବୃଆରୀ 1900 | |||
ଷ୍ଟାଡ଼ିୟମ୍ | ଆଲିଆଞ୍ଜ୍ ଏରିନା | |||
ଦର୍ଶକ କ୍ଷମତା | ୭୫୦୦୦[୩] | |||
ଅଧ୍ୟକ୍ଷ | ହର୍ବର୍ଟ୍ ହାଇନର୍ | |||
Chairman | କାର୍ଲ୍-ହାଇଞ୍ଜ୍ ରୁମେନିଗେ | |||
Manager | ହାନ୍ସ-ଡିଟର୍ ଫ୍ଲିକ୍ | |||
ଲିଗ୍ | ବୁଣ୍ଡେସଲିଗା | |||
ୱେବସାଇଟ୍ | Club website | |||
| ||||
ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ୍ (ମୂଳ ଜର୍ମାନ ନାମ Fußball-Club Bayern München e.V., କଥିତ ଜର୍ମାନ ଭାଷାରେ FC Bayern München) ଜର୍ମାନୀର ବଭାରିଆ ଅଞ୍ଚଳସ୍ଥିତ ମ୍ୟୁନିକ୍ ସହରର ଏକ ପ୍ରଖ୍ୟାତ ବ୍ୟବସାୟିକ ଫୁଟବଲ କ୍ଲବ । ଏଫ୍ସିବି, ବାଏର୍ଣ୍ଣ ମ୍ୟୁନିକ୍ ବା ଏଫ୍ସି ବାଏର୍ଣ୍ଣ ନାମରେ ଜଣାଶୁଣା ଏହି କ୍ଲବ୍ ଜର୍ମାନୀର ଜାତୀୟ ବୁଣ୍ଡେସ୍ ଲିଗା ପ୍ରତିଯୋଗିତାରେ ଖେଳିଥାଏ । ଜର୍ମାନ ଫୁଟବଲ ଇତିହାସରେ ବାଏର୍ଣ୍ଣ ମ୍ୟୁନିକ୍ ସଫଳତମ ଫୁଟବଲ କ୍ଲବ୍ । ଏହି କ୍ଲବ୍ ସର୍ବାଧିକ ୩୦ ଥର ଜର୍ମାନ ଜାତୀୟ ଫୁଟବଲ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛି । ତା’ ସହ ୨୦୧୩ରୁ ୨୦୨୦ ପର୍ଯ୍ୟନ୍ତ ୮ ବର୍ଷ କ୍ରମାଗତ ଭାବେ ଏହା ବୁଣ୍ଡେସଲିଗା ଜାତୀୟ ପ୍ରତିଯୋଗିତା ଜିତି ଆସୁଛି ।[୪] ଏହି କ୍ଲବ୍ ୨୦ ଥର ଡଏସର୍ ଫୁସ୍ବଲ୍ ବୁଣ୍ଡ୍ ଜାତୀୟ କପରେ ମଧ୍ୟ ବିଜୟ ଲାଭ କରିଛି ।[୫]
ଫ୍ରାଂଜ୍ ଜନ୍ଙ୍କ ନେତୃତ୍ୱରେ ୧୧ ଜଣ ଫୁଟବଲ ଖେଳାଳି ୧୯୦୦ ମସିହାରେ ବାଏର୍ଣ୍ଣ ମ୍ୟୁନିକ୍ ଦଳର ପ୍ରତିଷ୍ଠା କରିଥିଲେ ।[୬] ଯଦିଓ ବାଏର୍ଣ୍ଣ ନିଜର ପ୍ରଥମ ଜାତୀୟ ଚାମ୍ପିୟନ୍ସିପ୍ ୧୯୩୨ ମସିହାରୁ ଜିତି ସାରିଥିଲା[୭] ତଥାପି ଉଦଘାଟନୀ ବର୍ଷ ୧୯୬୩ ମସିହାରେ ଏହାକୁ ବୁଣ୍ଡେସଲିଗାରେ ସ୍ଥାନ ମିଳିନଥିଲା ।[୮] ୧୯୭୦ ଦଶନ୍ଧିର ମଧ୍ୟ ଭାଗରେ ଫ୍ରାଂଜ୍ ବେକେନ୍ବାଉଅର୍ଙ୍କ ନେତୃତ୍ୱରେ ବାଏର୍ଣ୍ଣ ଦଳ ୩ ଥର କ୍ରମାଗତ ୟୁଇଫା ଚାମ୍ପିୟନ୍ସ ଲିଗ୍ ପ୍ରତିଯୋଗିତା ଜିତି ଅଭୂତପୂର୍ବ ସଫଳତା ଲାଭ କରିଥିଲା । ଏଯାବତ (୨୦୨୦ ମସିହା ପର୍ଯ୍ୟନ୍ତ) ବାଏର୍ଣ୍ଣ ଦଳ ୧୧ ଥର ୟୁଇଫା ଚାମ୍ପିୟନ୍ସ ଲିଗର ଫାଇନାଲ ଖେଳିବାର ଯୋଗ୍ୟତା ଲାଭ କରିପାରିଛି ଓ ୨୦୨୦ରେ ୬ଷ୍ଠ ଥର ପାଇଁ ୟୁଇଫା ଚାମ୍ପିୟନ୍ସ ଲିଗ୍ ବିଜେତା ମଧ୍ୟ ହୋଇଛି । ଦୁଇ ଥର ମହାଦେଶୀୟ ତ୍ରି-ବିଜୟୀ (continental treble) ହେବାରେ ବାଏର୍ଣ୍ଣ ମ୍ୟୁନିକ୍ ଦ୍ୱିତୀୟ ୟୁରୋପୀୟ କ୍ଲବ୍ ଦଳ ।[୯] ଏହା ଛଡ଼ା ବାଏର୍ଣ୍ଣ ଦଳ ଥରେ ୟୁଇଫା ୟୁରୋପା ଲିଗ୍, ଥରେ ୟୁଇଫା କପ ୱିନର୍ସ କପ, ଦୁଇ ଥର ୟୁଇଫା ସୁପର କପ, ଥରେ ଫିଫା କ୍ଲବ୍ ବିଶ୍ୱକପ ଓ ଦୁଇଟି ଆନ୍ତଃ-ମହାଦେଶୀୟ କପ ମଧ୍ୟ ଜିତିଛି । ବୁଣ୍ଡେସଲିଗା ଆରମ୍ଭ ହେବା ପରଠାରୁ ୩୦ ଥର ବିଜେତା ହୋଇଥିବାରୁ ବାଏର୍ଣ୍ଣ ମ୍ୟୁନିକ୍କୁ ଏହାର ସଫଳତମ ଦଳ ବୋଲି କୁହାଯାଇପାରିବ । ବଭାରିଆ ଅଞ୍ଚଳର ଅନ୍ୟ ଫୁଟବଲ ଦଳ ଯଥା – ୧୮୬୦ ମ୍ୟୁନିକ୍ ଓ ଏଫ୍ସି ନୁର୍ଣ୍ଣବର୍ଗ୍ ଏହି ଦଳର ପାରମ୍ପରିକ ପ୍ରତିଦ୍ୱନ୍ଦୀ । ୧୯୯୦ ଦଶନ୍ଧିର ମଧ୍ୟ ଭାଗରୁ ଜର୍ମାନୀର ଅନ୍ୟ ଏକ ଫୁଟବଲ କ୍ଲବ୍ ବୋରୁସିଆ ଡୋର୍ଟମୁଣ୍ଡ ସହିତ ବାଏର୍ଣ୍ଣର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଥିଲା ।
୨୦୦୫-୦୬ କ୍ରୀଡ଼ାବର୍ଷର ଆରମ୍ଭରୁ ବାଏର୍ଣ୍ଣ ନିଜର ଘର ମ୍ୟାଚ ସବୁ ଆଲିଆଞ୍ଜ୍ ଏରିନା ପଡ଼ିଆରେ ଖେଳି ଆସିଛି । ତାହା ପୂର୍ବରୁ ୩୩ ବର୍ଷ ପାଇଁ ବାଏର୍ଣ୍ଣ ନିଜର ଘର ମ୍ୟାଚ୍ ପାଇଁ ମ୍ୟୁନିକ୍ ଅଲିମ୍ପିକ୍ ଷ୍ଟାଡିୟମ୍କୁ (ଓଲିମ୍ପାଷ୍ଟାଡିୟୋନ୍) ବ୍ୟବହାର କରୁଥିଲା । ଏହି କ୍ଲବ୍ ଦଳର ରଙ୍ଗ ହେଲା ଲାଲ୍ ଓ ଧଳା । ଏହି ଦଳର ଚିହ୍ନରେ ବଭାରିଆର ପତାକାର ଧଳା ଓ ନୀଳ ରଙ୍ଗ ବ୍ୟବହୃତ ହୁଏ ।[୧୦] ବାର୍ଷିକ ଆୟ ଦୃଷ୍ଟିକୋଣରୁ ବାଏର୍ଣ୍ଣ ଜର୍ମାନୀର ବୃହତ୍ତମ ଓ ବିଶ୍ୱର ଚତୁର୍ଥ ବୃହତ୍ତମ ଫୁଟବଲ କ୍ଲବ୍ । ୨୦୨୦ ମସିହାରେ ଏହା ୬୬.୦୧ କୋଟି ୟୁରୋ ଆୟ କରିଥିଲା ।[୧୧] ୨୦୧୮-୧୯ କ୍ରୀଡ଼ାବର୍ଷରେ ବାଏର୍ଣ୍ଣର ଆୟ ୭୫.୦୪ କୋଟି ୟୁରୋ ଏବଂ ଏହାର ଲାଭ ୧୪.୬୧ କୋଟି ୟୁରୋ ରହିଥିଲା । ଏହାକୁ ମିଶାଇ ବାଏର୍ଣ୍ଣ କ୍ଲବ୍ ନିଜ ଖାତାରେ ୨୭ ବର୍ଷ ଲଗାତାର ଲାଭ ଦେଖାଇଆସିଛି ।[୧୨] ୨୦୧୯ ମସିହା ନଭେମ୍ବର ମାସ ବେଳକୁ ବାଏର୍ଣ୍ଣ କ୍ଲବ୍ର ୨୯୩୦୦୦ ସ୍ୱୀକୃତ ସଦସ୍ୟ ଓ ୩୫୮୧୫୧ରୁ ଅଧିକ ସଦସ୍ୟ ଥିବା ୪୪୯୯ ଅନୁମୋଦିତ ଫ୍ୟାନ୍ କ୍ଲବ୍ (ସମର୍ଥକ ଗୋଷ୍ଠୀ) ରହିଥିଲେ ।[୧୨] ଏହି କ୍ଲବ୍ର ଆଉ କିଛି ଖେଳରେ ମଧ୍ୟ ଶାଖାମାନ ରହିଛି; ଯଥା – ଚେସ, ହ୍ୟାଣ୍ଡବଲ, ବାସ୍କେଟ୍ବଲ, ଜିମ୍ନାଷ୍ଟିକ୍ସ, ବୋଲିଂ, ଟେବୁଲ୍ ଟେନିସ୍; ଯେଉଁଥିରେ ୧୧୦୦ରୁ ଅଧିକ ସକ୍ରିୟ ସଦସ୍ୟ ରହିଛନ୍ତି ।[୧୩] ୨୦୧୯-୨୦ କ୍ରୀଡ଼ାବର୍ଷର ଶେଷ ବେଳକୁ ବାଏର୍ଣ୍ଣ ୟୁଇଫାର କୋଏଫିସିଏଣ୍ଟ ରାଂକିଂରେ ପ୍ରଥମ ସ୍ଥାନ ଅର୍ଜନ କରିଥିଲା ।[୧୪]
ପ୍ରାରମ୍ଭିକ ଇତିହାସ (୧୯୦୦-୧୯୬୫)
[ସମ୍ପାଦନା]ମ୍ୟୁନିକ୍ ଜିମ୍ନାଷ୍ଟିକ୍ସ କ୍ଲବର (ଏମ୍ଟିଭି ୧୮୭୯) ସଦସ୍ୟାମାନଙ୍କଦ୍ୱାରା ଏଫ୍ସି ବାଏର୍ଣ୍ଣ ମ୍ୟୁନିକ୍ ସ୍ଥାପିତ ହୋଇଥିଲା । ଏମ୍ଟିଭି ୧୮୭୯ର କିଛି ସଭ୍ୟ ଏକତ୍ରିତ ହୋଇ ୧୯୦୦ ମସିହା ଫେବୃଆରୀ ୨୭ ତାରିଖ ଦିନ ନିଷ୍ପତ୍ତି ନେଲେ ଯେ କ୍ଲବର ଫୁଟବଲ ଖେଳାଳିମାନେ ଜର୍ମାନ ଫୁଟବଲ ସଙ୍ଗଠନରେ (DFB) ଯୋଗଦାନ କରିପାରିବେ ନାହିଁ । ଏହି ଏକତ୍ରିତ ସଭ୍ୟମାନଙ୍କ ମଧ୍ୟରେ ଥିବା ୧୧ ଜଣ ଫୁଟବଲ ସଦସ୍ୟ ଖେଳାଳି ବାହାରି ଯାଇ ସେହିଦିନ ସନ୍ଧ୍ୟାରେ ଫୁସ୍ବଲ୍-କ୍ଲୁବ୍ ବାଏର୍ଣ୍ଣ ମୁନ୍ସେନ୍ ଗଠନ କରିଥିଲେ । ସ୍ଥାପିତ ହେବାର ଅଳ୍ପ କିଛି ମାସ ମଧ୍ୟରେ ବାଏର୍ଣ୍ଣ ସ୍ଥାନୀୟ ଦଳମାନଙ୍କୁ ବିରାଟ ଗୋଲ ବ୍ୟବଧାନରେ ହରାଇ ଖ୍ୟାତି ଅର୍ଜନ କଲା । ଏଫ୍ସି ନୋର୍ଡଷ୍ଟେର୍ଣ୍ଣ ବିପକ୍ଷରେ ୧୫-୦ ଗୋଲରେ ବାଏର୍ଣ୍ଣ ବିଜୟୀ ହୋଇଥିଲା ।[୧୫] ୧୯୦୦-୦୧ ମସିହାର ଦକ୍ଷିଣ-ଜର୍ମାନୀ ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ବାଏର୍ଣ୍ଣ ସେମିଫାଇନାଲ ପହଞ୍ଚିବାରେ ସଫଳ ହୋଇଥିଲା ।[୬] ତାହା ପର ବର୍ଷମାନଙ୍କରେ ବାଏର୍ଣ୍ଣ ଦଳ କିଛି ସ୍ଥାନୀୟ ଟ୍ରଫି ଜିତିବା ସହ ୧୯୧୦-୧୧ ମସିହାରେ ବଭାରିଆରେ ଆରମ୍ଭ ହୋଇଥିବା ପ୍ରଥମ ପ୍ରାଦେଶିକ ଲିଗ୍ ‘‘କ୍ରାଇସଲିଗା’’ରେ ଯୋଗ ଦେଇଥିଲା । ଏହି ଲିଗର ଉଦଘାଟନୀ ବର୍ଷରେ ବାଏର୍ଣ୍ଣ ଚାମ୍ପିୟନ୍ ହୋଇଥିଲା । କିନ୍ତୁ ସେବେଠାରୁ ଏହି ଲିଗ ଜିତି ପାରିନଥିବା ବାଏର୍ଣ୍ଣ ଦଳ ପୁଣି ପ୍ରଥମ ବିଶ୍ୱଯୁଦ୍ଧର ଆରମ୍ଭ (୧୯୧୪ ମସିହା) ବେଳକୁ କ୍ରାଇସଲିଗ ଜିତିଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀରେ ସମସ୍ତ ଫୁଟବଲ ଖେଳ ବନ୍ଦ ହୋଇଯାଇଥିଲା ।[୭][୧୬] ପ୍ରତିଷ୍ଠାର ଏକ ଦଶନ୍ଧି ବିତିବା ବେଳକୁ ଜର୍ମାନ ଜାତୀୟ ଦଳର ମାକ୍ସ ଗାବେର୍ଲ ଗାବଲୋନ୍ସ୍କି ବାଏର୍ଣ୍ଣ ଦଳ ପ୍ରତି ଆକୃଷ୍ଟ ହୋଇଥିଲେ ।[୧୭] ୧୯୨୦ ମସିହା ବେଳକୁ ବାଏର୍ଣ୍ଣ କ୍ଲବର ୭୦୦ ସଦସ୍ୟ ହୋଇଯାଇଥିଲେ ଓ ଏହା ମ୍ୟୁନିକରେ ତତ୍କାଳୀନ ସର୍ବବୃହତ ଫୁଟବଲ କ୍ଲବ୍ ରୂପେ ଉଭା ହେଲା ।[୧୭]
ପ୍ରଥମ ବିଶ୍ୱଯୁଦ୍ଧ ପରେ ବାଏର୍ଣ୍ଣ ଅନେକ ଆଞ୍ଚଳିକ ପ୍ରତିଯୋଗିତାରେ ବିଜୟ ଲାଭ କଲା । ୧୯୨୬ ଓ ୧୯୨୮ ମସିହାରେ ଦକ୍ଷିଣ ଜର୍ମାନ ଚାମ୍ପିୟନ୍ସିପ୍ ମଧ୍ୟ ଜିତିଲା ।[୭][୧୮] ୧୯୩୨ ମସିହାରେ ବାଏର୍ଣ୍ଣ ଦଳ ପ୍ରଶିକ୍ଷକ ରିକାର୍ଡ କୋନ୍ଙ୍କ ନେତୃତ୍ୱରେ ଆଇନ୍ଟ୍ରାଖ୍ଟ୍ ଫ୍ରାଙ୍କଫର୍ଟ ଦଳକୁ ଫାଇନାଲରେ ୨-୦ ଗୋଲରେ ପରାସ୍ତ କରି ପ୍ରଥମ ଥର ପାଇଁ ଜାତୀୟ ଜର୍ମାନ ଫୁଟବଲ ଚାମ୍ପିୟନ୍ସିପ୍ ଜିତିଥିଲା ।[୭]
ଆଡୋଲ୍ଫ୍ ହିଟ୍ଲର୍ କ୍ଷମତାକୁ ଆସିବା ସହିତ ବାଏର୍ଣ୍ଣର ବିକାଶ ବାଧାପ୍ରାପ୍ତ ହୋଇଥିଲା । ତତ୍କାଳୀନ ବାଏର୍ଣ୍ଣର ଅଧ୍ୟକ୍ଷ କୁର୍ଟ୍ ଲାଣ୍ଡାଉଅର୍ ଓ ପ୍ରଶିକ୍ଷକ ଉଭୟ ଇହୁଦୀ ଥିଲେ ଓ ସେମାନେ ଜର୍ମାନୀ ଛାଡ଼ି ଚାଲି ଯାଇଥିଲେ । ବାଏର୍ଣ୍ଣକୁ ଏକ “ଇହୁଦୀ କ୍ଲବ” ବୋଲି ତାଚ୍ଛଲ୍ୟର ଶିକାର ହେବାକୁ ପଡ଼ିଲା । କିନ୍ତୁ ସ୍ଥାନୀୟ ପ୍ରତିଦ୍ୱନ୍ଦୀ କ୍ଲବ “ଟିଏସ୍ଭି ୧୮୬୦ ମ୍ୟୁନିକ୍”କୁ ଅନେକ ସମର୍ଥନ ମିଳିଲା । ସୁଇଜରଲ୍ୟାଣ୍ଡରେ ଲାଣ୍ଡଆଉଅର୍ ବାଏର୍ଣ୍ଣର ଏକ ମ୍ୟାଚ୍ ଦେଖୁଥିଲେ ଓ ମ୍ୟାଚ ପରେ ବାଏର୍ଣ୍ଣର କିଛି ଖେଳାଳି ତାଙ୍କୁ ଦେଖା କରିବାରୁ ବାଏର୍ଣ୍ଣ କ୍ଲବ ପ୍ରତି ଏହି ତିକ୍ତତା ଓ ବୈଷମ୍ୟତା ଆହୁରି ବୃଦ୍ଧି ପାଇଥିଲା ।[୧୯] ସେ ସମୟରେ ଫୁଟବଲ ଦଳର ଖେଳାଳିଙ୍କୁ ନେଇ ରହିଥିବା ନିୟମ ଯୋଗୁଁ ବାଏର୍ଣ୍ଣର ଯୁବ ସେଣ୍ଟର-ଫରୱାର୍ଡ ଓସ୍କାର ରୋର୍ ସୁଇଜରଲାଣ୍ଡ ଫେରିଗଲେ । ପରବର୍ତ୍ତୀ କିଛି ବର୍ଷ ବାଏର୍ଣ୍ଣ ଦଳ ଜାତୀୟ ଓ ଆଞ୍ଚଳିକ ସ୍ତରରେ ନିମ୍ନ ମାନର ପ୍ରଦର୍ଶନ କରିଥିଲା ।[୨୦]
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବାଏର୍ଣ୍ଣ ଜର୍ମାନ ପ୍ରଥମ ଡିଭିଜନର ଦକ୍ଷିଣ ଶାଖାର “ଓବେରଲିଗା ସୂଡ୍”ର ସଦସ୍ୟ ହୋଇଥିଲା । ୧୯୪୫ରୁ ୧୯୬୩ ମଧ୍ୟରେ ବାଏର୍ଣ୍ଣ ୧୩ ଜଣ ପ୍ରଶିକ୍ଷକଙ୍କୁ ବିଭିନ୍ନ ସମୟରେ ନିଯୁକ୍ତି-ଛଟେଇ କରିଥିଲା, କିନ୍ତୁ ନିରାଶାଜନକ ପ୍ରଦର୍ଶନ କରିଥିଲା । ଲାଣ୍ଡାଉଅର୍ ୧୯୪୭ରେ ଜର୍ମାନୀକୁ ପ୍ରତ୍ୟାବର୍ତ୍ତନ କରି ୧୯୫୧ ପର୍ଯ୍ୟନ୍ତ କ୍ଲବର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ଲାଣ୍ଡାଉଅରଙ୍କୁ ବ୍ୟବସାୟିକ ବାଏର୍ଣ୍ଣ ଫୁଟବଲ ଦଳର ଉଦ୍ଭାବକ ବୋଲି କୁହାଯାଏ ।[୨୧][୨୨] ୧୯୫୫ ମସିହାରେ ବାଏର୍ଣ୍ଣ ଓବେରଲିଗା ପାଇଁ ଯୋଗ୍ୟତା ହାସଲ କରିବାରେ ଅସମର୍ଥ ହେଲା । କିନ୍ତୁ ପରବର୍ତ୍ତୀ କ୍ରୀଡ଼ା ବର୍ଷରେ ଯୋଗ୍ୟତା ଲାଭ କଲା ଓ ୧୯୫୬-୫୭ରେ ଫୋର୍ଟୁନା ଡୂସେଲଡୋର୍ଫକୁ ୧-୦ ଗୋଲରେ ହରାଇ ଡିଏଫ୍ବି ପୋକାଲ ମଧ୍ୟ ଜିତିଥିଲା ।[୨୩][୨୪]
୧୯୫୦ ଦଶନ୍ଧିର ଶେଷ ବେଳକୁ ଆର୍ଥିକ ଦୁରବସ୍ଥା ଭୋଗୁଥିବା ବାଏର୍ଣ୍ଣ କ୍ଲବ ଦେବାଳିଆ ଅବସ୍ଥା ଆଡ଼କୁ ମୁହାଁଉଥିଲା । ୧୯୫୮ ମସିହାରେ ରାଇଟଲିଙ୍ଗର ଅଧ୍ୟକ୍ଷ ପଦରୁନବିତାଡ଼ିତ ହେଲେ ଓ ଶିଳ୍ପପତି ରୋଲାଣ୍ଡ ଏଣ୍ଡଲର୍ ଅଧ୍ୟକ୍ଷ ହେଲେ । ସେ କ୍ଲବକୁ ଆର୍ଥିକ ସହାୟତା ଓ ସ୍ଥିରତା ପ୍ରଦାନ କଲେ । ତାଙ୍କ ଅଧ୍ୟକ୍ଷତା କାଳ ବାଏର୍ଣ୍ଣ କ୍ଲବ ପାଇଁ ଓବେରଲିଗାର ଶ୍ରେଷ୍ଠ ସମୟ ଥିଲା । [୨୫] ୧୯୬୨ ମସିହାରେ ୱିଲହେଲ୍ମ ନଏଡେକର କ୍ଲବର ଅଧ୍ୟକ୍ଷ ହେଲେ ।
୧୯୬୩ ମସିହାରେ ଓବେରଲିଗା ସବୁ ମିଶାଇ ବୁଣ୍ଡେସଲିଗା ଆରମ୍ଭ ହେଲା । ଦକ୍ଷିଣ ଓବେରଲିଗାରୁ ୫ଟି ଦଳ ଯୋଗ୍ୟତା ପାଇବା ନିଶ୍ଚୟ କରାଗଲା । ଗତ ୧୨ ବର୍ଷର ରେକର୍ଡ ଅନୁସାରେ ବାଏର୍ଣ୍ଣ ଷଷ୍ଠ ଦଳ ହୋଇଯିବାରୁ ଏହା ମନୋନୀତ ହେଲାନାହିଁ । କଟା ଘାରେ ଚୂନ ଦେଲା ପରି ଟିଏସ୍ଭି ୧୮୬୦ ମ୍ୟୁନିକ ପ୍ରତିଯୋଗିତା ଜିତିଥିଲା ।[୨୬][୮]
ସୁବର୍ଣ୍ଣ ଯୁଗ (୧୯୬୫-୧୯୭୯)
[ସମ୍ପାଦନା]ବାଏର୍ଣ୍ଣ ଦଳ ୧୯୬୫-୬୬ କ୍ରୀଡ଼ାବର୍ଷରେ ପ୍ରଥମ ଥର ପାଇଁ ବୁଣ୍ଡେସଲିଗା ଖେଳିଲା ଓ ଲିଗରେ ତୃତୀୟ ସ୍ଥାନରେ ରହିଥିଲା । ସେ ବର୍ଷର ଡିଏଫ୍ବି ପୋକାଲ ପ୍ରତିଯୋଗିତାରେ ବାଏର୍ଣ୍ଣ ବିଜୟ ହାସଲ କରି ୧୯୬୬-୬୭ କ୍ରୀଡ଼ାବର୍ଷର ୟୁରୋପୀୟ କପ ୱିନର୍ସ କପ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କଲା । ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ବାଏର୍ଣ୍ଣ ରେଞ୍ଜର୍ସ ଏଫ୍ସି ବିରୁଦ୍ଧରେ ନାଟକୀୟ ଭାବେ ୧-୦ ଗୋଲରେ ବିଜୟୀ ହୋଇଥିଲା । ଅତିରିକ୍ତ ସମୟରେ ଫ୍ରାଞ୍ଜ୍ ରୋଥ୍ ବାଏର୍ଣ୍ଣ ପକ୍ଷରୁ ନିର୍ଣ୍ଣାୟକ ଗୋଲ କରିଥିଲେ ।[୨୪] ୧୯୬୭ ମସିହାରେ ବାଏର୍ଣ୍ଣ ଡିଏଫ୍ବି ପୋକାଲରେ ପୁଣି ବିଜେତା ହୋଇଥିଲା । ଏହି ସମୟରେ ବ୍ରାଙ୍କୋ ଜେବେକ ବାଏର୍ଣ୍ଣ ଦଳର ପ୍ରଶିକ୍ଷକ ହୋଇଥିଲେ । ଦଳର ଆକ୍ରମଣାତ୍ମକ ଶୈଳୀରେ ପରିବର୍ତ୍ତନ କରି ସେ ଖେଳରେ ଅଧିକ ଅନୁଶାସନ ଆଣିବାର ଚେଷ୍ଟା କରିଥିଲେ । ଫଳ ସ୍ୱରୂପ ବାଏର୍ଣ୍ଣ ଦଳ ୧୯୬୮-୬୯ କ୍ରୀଡ଼ାବର୍ଷରେ ପ୍ରଥମ ଥର ପାଇଁ ବୁଣ୍ଡେସଲିଗା ଓ ଡିଏଫ୍ବି ପୋକାଲରେ ବିଜୟୀ ହୋଇଥିଲା । ବାଏର୍ଣ୍ଣ ବ୍ୟତୀତ ବୋରୁସିଆ ଡୋର୍ଟମୁଣ୍ଡ, ଏଫ୍ସି କୋଲ୍ନ୍ ଓ ୱେର୍ଡର୍ ବ୍ରେମେନ୍ ଜର୍ମାନ କ୍ଲବ୍ମାନେ ଗୋଟିଏ କ୍ରୀଡ଼ାବର୍ଷରେ ଉଭୟ ପ୍ରତିଯୋଗିତା ଜିତିବାର ଗୌରବ ଲାଭ କରିଛନ୍ତି । ୧୯୬୮-୬୯ କ୍ରୀଡ଼ାବର୍ଷରେ ଜେବେକ କେବଳ ୧୩ ଜଣ ଖେଳାଳିଙ୍କୁ ବ୍ୟବହାର କରିଥିଲେ ।[୨୭]
୧୯୭୦ ମସିହାରେ ଉଡୋ ଲାଟ୍ଟେକ ବାଏର୍ଣ୍ଣ ଦଳର ଦାୟିତ୍ୱ ନେଇଥିଲେ । ତାଙ୍କ ପ୍ରଥମ କ୍ରୀଡ଼ାବର୍ଷ ୧୯୭୦-୭୧ରେ ଡିଏଫ୍ବି ପୋକାଲ ଜିତିବା ପରେ ୧୯୭୧-୭୨ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ଦଳ ତୃତୀୟ ଥର ପାଇଁ ବୁଣ୍ଡେସଲିଗା ଜିତିଥିଲା । ଏଫ୍ସି ଶାଲକେ ବିରୁଦ୍ଧରେ ୧୯୭୧-୭୨ କ୍ରୀଡ଼ାବର୍ଷର ଶେଷ ମ୍ୟାଚଟି ସେତେବେଳେ ନୂତନ ଭାବେ ନିର୍ମିତ ଓଲିମ୍ପାଷ୍ଟାଡିୟୋନରେ ଖେଳା ଯାଇଥିଲା ଓ ବୁଣ୍ଡେସଲିଗା ଇତିହାସରେ ପ୍ରଥମ ଥର ପାଇଁ ଏହି ମ୍ୟାଚର ସିଧା ପ୍ରସାରଣ କରାଯାଇଥିଲା । ବାଏର୍ଣ୍ଣ ଶାଲକେ ଦଳକୁ ୫-୧ ଗୋଲରେ ପରାସ୍ତ କରି ବୁଣ୍ଡେସଲିଗାରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା ।[୨୮] ଏହା ପରେ ବାଏର୍ଣ୍ଣ ଆଉ ଦୁଇଟି ଚାମ୍ପିୟନ୍ସିପ୍ ଜିତିବାରେ ସଫଳ ହେଲା । କିନ୍ତୁ ୧୯୭୪ ମସିହାରେ ୟୁରୋପୀୟ କପ ଫାଇନାଲରେ ଆଥଲେଟିକୋ ମାଦ୍ରିଦକୁ ୪-୦ ଗୋଲରେ ହରାଇ ବାଏର୍ଣ୍ଣ ଦଳ ସେ ସମୟର ସଫଳତାର ଶୀର୍ଷରେ ପହଞ୍ଚି ଯାଇଥିଲା ।[୨୯] ଏହି ବିଜୟ ଓ ଅନ୍ୟ ପ୍ରତିଯୋଗିତାମାନଙ୍କରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବାଏର୍ଣ୍ଣ ଦଳ ଏକ ଅନ୍ତର୍ଜାତୀୟ ଫୁଟବଲ କ୍ଲବ୍ ଦଳ ରୂପେ ବିବେଚିତ ହେବାକୁ ଲାଗିଲା ।
ଆଗାମୀ ବର୍ଷମାନଙ୍କରେ ଯଦିଓ ଆଞ୍ଚଳିକ ସ୍ତରରେ ବାଏର୍ଣ୍ଣ ବିଶେଷ ଭଲ ଖେଳି ନଥିଲା କିନ୍ତୁ ତଥାପି ନିଜର ୟୁରୋପୀୟ ଟାଇଟଲ୍କୁ ଲିଡ୍ସ୍ ୟୁନାଇଟେଡ୍ ଏଫ୍ସି ବିରୁଦ୍ଧରେ ୧୯୭୫ ମସିହାରେ ବଜାୟ ରଖିବାରେ ସମର୍ଥ ହେଲା । ବାଏର୍ଣ୍ଣ ପ୍ରଶିକ୍ଷକ ଏହାକୁ ସୌଭାଗ୍ୟବଶତଃ ବିଜୟ ଲାଭ କରିବା କଥା କହିବା ବେଳେ ଲିଡ୍ସ୍ ଦଳର ଲୋକପ୍ରିୟ ମିଡ୍ଫିଲ୍ଡର୍ ବିଲି ବ୍ରେମ୍ନର୍ ମ୍ୟାଚର ଫରାସୀ ରେଫରିଙ୍କ ପ୍ରତି ଦୋଷାରୋପ କରିଥିଲେ । ତା’ ପରେ ଲିଡ୍ସ୍ର ସମର୍ଥକମାନେ ପ୍ୟାରିସ ସହରରେ ଦଙ୍ଗା କରିଥିଲେ ଓ ଏହି କାରଣରୁ ଲିଡ୍ସ୍ ଫୁଟବଲ ଦଳ ଉପରେ ୩ ବର୍ଷ ପାଇଁ ୟୁରୋପୀୟ ଫୁଟବଲ ପ୍ରତିଯୋଗିତାରେ ଖେଳିବାରୁ ରହିତାଦେଶ କରାଗଲା ।[୩୦] ୧୯୭୬ ୟୁରୋପୀୟ ଲିଗରେ ବାଏର୍ଣ୍ଣ ଦଳ ଗ୍ଲାସଗୋରେ ସେଣ୍ଟ୍-ଏଟିଏନ୍ନେ ଦଳକୁ ପରାସ୍ତ କରି ପୁଣି ୟୁରୋପୀୟ କପରେ ବିଜୟ ହାସଲ କଲା ଓ କ୍ରମାଗତ ତିନି ବର୍ଷ ଏହି ପ୍ରତିଯୋଗିତା ଜିତିଲା । ଏହି ସମୟରେ ବାଏର୍ଣ୍ଣ ଅନ୍ତଃ-ମହାଦେଶୀୟ କପରେ ବ୍ରାଜିଲୀୟ କ୍ଲବ୍ କ୍ରୁଜିଏରୋକୁ ହରାଇ ଟ୍ରଫି ଜିତିଥିଲେ ।[୩୧] ଏହା ପରେ ବାଏର୍ଣ୍ଣ କୌଣସି ବୃହତ ବିଜୟ ହାସଲ କରିପାରିନଥିଲା ଓ ଦଳର ଖେଳାଳି ତଥା ପରିଚାଳକ ଅଦଳବଦଳ ହୋଇଥିଲେ ।[୩୨] ସେ ସମୟରେ “ଅତି ନାଟକୀୟ ଭାବେ ଶେଷ ମୁହୂର୍ତ୍ତରେ ବିଜୟ ଲାଭ କରିବା”କୁ ଈର୍ଷ୍ୟା ବା କଟାକ୍ଷ ଅର୍ଥରେ ଦର୍ଶାଇବା ପାଇଁ ବାଏର୍ଣ୍ଣଡୁସେଲ (ଅର୍ଥାତ୍ ବାଏର୍ଣ୍ଣ ସୌଭାଗ୍ୟ) ବୋଲି ଏକ ଜର୍ମାନ ଶବ୍ଦର ପ୍ରଚଳନ ମଧ୍ୟ କରାଯାଇଥିଲା ।
ଏଫ୍ସି ବ୍ରାଇଟନିଗ୍ଗେରୁ ଏଫ୍ସି ହଲିଉଡ୍ କାଳ (୧୯୭୯-୧୯୯୮)
[ସମ୍ପାଦନା]୧୯୮୦ ଦଶନ୍ଧିରେ ବାଏର୍ଣ ଦଳରେ ଅନେକ କନ୍ଦଳ ଓ ଆର୍ଥିକ ଅସୁବିଧା ଦେଖାଦେଲା । କିନ୍ତୁ ପଲ୍ ବ୍ରାଇଟ୍ନର୍ ଏବଂ କାର୍ଲ-ହାଇଞ୍ଜ୍ ରୁମେନିଗ୍ଗେଙ୍କ ସୁନ୍ଦର ପ୍ରଦର୍ଶନ ଯୋଗୁଁ ଦଳ ୧୯୭୯-୮୦ ଏବଂ ୧୯୮୦-୮୧ କ୍ରୀଡ଼ାବର୍ଷର ବୁଣ୍ଡେସଲିଗାରେ ବିଜୟୀ ହେଲା । ପୁରା ଦଳରେ ଏହି ଖେଳାଳି ଦ୍ୱୟଙ୍କ ପ୍ରଦର୍ଶନ ଆଖିଦୃଶିଆ ହୋଇଥିବାରୁ ସେ ସମୟର ବାଏର୍ଣ୍ଣ କ୍ଲବକୁ ‘‘ଏଫ୍ସି ବ୍ରାଇଟନିଗ୍ଗେ’’ ବୋଲି କୁହାଯାଉଥିଲା । ୧୯୮୧-୮୨ ଡିଏଫ୍ବି ପୋକାଲରେ ମଧ୍ୟ ବାଏର୍ଣ୍ଣ ବିଜୟ ଲାଭ କରିଥିଲା । ବ୍ରାଇଟନର୍ ଖେଳରୁ ଅବସର ନେଇଥିଲେ । ପୂର୍ବତନ ପ୍ରଶିକ୍ଷକ ଉଡୋ ଲାଟ୍ଟେକଙ୍କ ପ୍ରତ୍ୟାବର୍ତ୍ତନ ପରେ ବାଏର୍ଣ୍ଣ ୧୯୮୩-୮୪ ଡିଏଫ୍ବି ପୋକାଲ, ପରବର୍ତ୍ତୀ ୬ରୁ ୫ ବର୍ଷର ବୁଣ୍ଡେସଲିଗା ଜିତିଥିଲା । ୧୯୮୫-୮୬ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ଉଭୟ ପୋକାଲ ଓ ବୁଣ୍ଡେସଲିଗା ଜିତିଥିଲା । କିନ୍ତୁ ପ୍ରାୟ ଏକ ଦଶନ୍ଧି ଧରି ୟୁରୋପୀୟ କପରେ ବିଜୟ ବାଏର୍ଣ୍ଣ ହାତକୁ ଆସିଲା ନାହିଁ । ୧୯୮୧-୮୨ ଓ ୧୯୮୬-୮୭ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ୟୁରୋପୀୟ କପର ଫାଇନାଲରେ ପରାସ୍ତ ହୋଇଥିଲା ।[୩୩]
୧୯୮୭ରେ ୟୁପ୍ ହେନକେସ୍ ବାଏର୍ଣ୍ଣ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଲେ । ୧୯୮୮-୮୯ ଓ ୧୯୮୯-୯୦ କ୍ରୀଡ଼ାବର୍ଷରେ ବୁଣ୍ଡେସଲିଗା ବିଜୟୀ ହେବାପରେ ବାଏର୍ଣ୍ଣର ପ୍ରଦର୍ଶନ ଆଶାନୁରୂପ ରହିପାରିଲା ନାହିଁ । ୧୯୯୦-୯୧ ବୁଣ୍ଡେସଲିଗାରେ କ୍ଲବ୍ ଦ୍ୱିତୀୟ ସ୍ଥାନରେ ରହିଲା କିନ୍ତୁ ୧୯୯୧-୯୨ ବୁଣ୍ଡେସଲିଗାରୁ ଅଯୋଗ୍ୟ ଘୋଷିତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ୧୯୯୩-୯୪ କ୍ରୀଡ଼ାବର୍ଷର ୟୁଇଫା କପରେ ବାଏର୍ଣ୍ଣ ଇଂରାଜୀ ପ୍ରିମିୟର୍ ଲିଗ ଦଳ ନରୱିଚ୍ ସିଟି ଏଫ୍ସିଠାରୁ ଓଲିମ୍ଫାଷ୍ଟାଡିୟୋନରେ ପରାସ୍ତ ହୋଇଥିଲା। ନରୱିଚ୍ ସିଟି ଏଫ୍ସି ଏକମାତ୍ର ଇଂରାଜୀ କ୍ଲବ୍ ଯିଏ ବାଏର୍ଣ୍ଣକୁ ଓଲିମ୍ପାଷ୍ଟାଡିୟୋନରେ ହରାଇଛି । ୧୯୯୩-୯୪ କ୍ରୀଡ଼ାବର୍ଷ ମଝିରେ ଫ୍ରାଞ୍ଜ୍ ବେକେନ୍ବାଉଅର ପୁଣି ବାଏର୍ଣ୍ଣର ପରିଚାଳକ ଦାୟିତ୍ୱ ନେବା ପରେ ଦଳର ପ୍ରଦର୍ଶନରେ କିଛି ଉନ୍ନତି ଆସିଥିଲା । ଚାରି ବର୍ଷ ବ୍ୟବଧାନ ପରେ ବାଏର୍ଣ୍ଣ ପୁଣି ୧୯୯୩-୯୪ କ୍ରୀଡ଼ାବର୍ଷର ବୁଣ୍ଡେସଲିଗା ଜିତିଲା । ବେକେନ୍ବାଉଅରଙ୍କୁ ବାଏର୍ଣ୍ଣ କ୍ଲବର ଅଧ୍ୟକ୍ଷ କରାଗଲା ।[୩୪]
ପରବର୍ତ୍ତୀ ଦୁଇ ପ୍ରଶିକ୍ଷକ ଜିଓଭାନି ଟ୍ରାପାଟୋନି ଓ ଓଟ୍ଟୋ ରେହାଗେଲଙ୍କ କାଳରେ ବାଏର୍ଣ୍ଣ ଦଳ କୌଣସି ଟ୍ରଫି ଜିତିବାରେ ସଫଳ ହୋଇନଥିଲା ।[୩୫] ବାଏର୍ଣ୍ଣର ଖେଳାଳିମାନଙ୍କ ବିଷୟରେ ତତ୍କାଳୀନ ଖବରକାଗଜର ଖେଳ ପୃଷ୍ଠାରେ କମ୍ ଓ ଗପ-ଚର୍ଚ୍ଚା-ମନୋରଞ୍ଜନ ପୃଷ୍ଠାରେ ଅଧିକ ବିଷୟ ଛପୁଥିଲା । ତେଣୁ ସେ ସମୟରେ ବାଏର୍ଣ୍ଣ କ୍ଲବ୍ ନିଜର ଅନ୍ୟ ଡାକ ନାମ ‘‘ଏଫ୍ସି ହଲିଉଡ୍’’ ପାଇଥିଲା ।[୩୬] ଫ୍ରାଞ୍ଜ୍ ବେକେନ୍ବାଉଅର ପୁଣି ସାମୟିକ ପ୍ରଶିକ୍ଷଣ ଦାୟିତ୍ୱ ନେବା ପରେ ଦଳ ୧୯୯୬ ୟୁଇଫା କପ ଫାଇନାଲରେ ବୋର୍ଡ୍ୟୁ ଏଫ୍ସିକୁ ହରାଇ ବିଜୟ ଲାଭ କଲା । ୧୯୯୬-୯୭ କ୍ରୀଡ଼ାବର୍ଷରେ ଟ୍ରାପାଟୋନି ପ୍ରତ୍ୟାବର୍ତ୍ତନ କରି ବାଏର୍ଣ୍ଣକୁ ବୁଣ୍ଡେସଲିଗା ଜିତାଇଲେ । କିନ୍ତୁ ଏକ ନୂତନ ଦଳ ଏଫ୍ସି କାଇଜରଲାଉଟର୍ଣ୍ଣଠାରୁ ୧୯୯୭-୯୮ ବୁଣ୍ଡେସଲିଗାରେ ହାରିବା ପରେ ଟ୍ରାପାଟୋନି କ୍ଲବରୁ ବିଦାୟ ନେଲେ ।[୩୭]
ଆଧୁନିକ ଯୁଗ (୧୯୯୮-ବର୍ତ୍ତମାନ)
[ସମ୍ପାଦନା]୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ବୋରୁସିଆ ଡୋର୍ଟମୁଣ୍ଡର ପୂର୍ବତନ ସଫଳ ପ୍ରଶିକ୍ଷକ ଓଟମାର ହିଜଫେଲ୍ଡଙ୍କୁ ବାଏର୍ଣ୍ଣ ମ୍ୟୁନିକ କ୍ଲବର ଦାୟିତ୍ୱ ଦିଆଯାଇଥିଲା । ସେ ଯୋଗ ଦେବା ପରେ ପ୍ରଥମ କ୍ରୀଡ଼ାବର୍ଷ ୧୯୯୮-୯୯ରେ ବାଏର୍ଣ୍ଣ ବୁଣ୍ଡେସଲିଗା ଜିତିଥିଲା । ସେହି ବର୍ଷର ଚାମ୍ପିୟନ୍ସ ଲିଗ ଫାଇନାଲରେ ମ୍ୟାଞ୍ଚେଷ୍ଟର ୟୁନାଇଟେଡ଼୍ ଏଫ୍ସିଠାରୁ ୨-୧ ଗୋଲରେ ବାଏର୍ଣ୍ଣ ପରାଜିତ ହୋଇଥିଲା । ଆଗାମୀ ବର୍ଷ ବାଏର୍ଣ୍ଣ କ୍ଲବ ନିଜର ପ୍ରତିଷ୍ଠା ଦିବସର ଶତବାର୍ଷିକୀ ପାଳନ କଲା । ୧୯୯୯-୨୦୦୦ରେ ବାଏର୍ଣ୍ଣ ତୃତୀୟ ଥର ପାଇଁ ଏକା କ୍ରୀଡ଼ାବର୍ଷରେ ଉଭୟ ବୁଣ୍ଡୋସଲିଗା ଓ ଡିଏଫ୍ବି ପୋକାଲ ଜିତି ଦ୍ୱିବିଜୟୀ ହୋଇଥିଲା । ୨୦୦୦-୦୧ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ କ୍ରମାଗତ ତୃତୀୟ ବର୍ଷ ପାଇଁ ବୁଣ୍ଡେସଲିଗାରେ ବିଜୟ ହାସଲ କଲା ।[୩୮][୩୯] ଏହାର କିଛି ଦିନ ପରେ ବାଏର୍ଣ୍ଣ ଦଳ ପେନାଲ୍ଟି ଶୁଟ୍ଆଉଟରେ ଭାଲେନ୍ସିଆ ସିଏଫ୍ ଦଳକୁ ହରାଇ ୨୫ ବର୍ଷର ଅପେକ୍ଷାର ଅନ୍ତ ଘଟାଇଲା ଏବଂ ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜେତା ହୋଇଥିଲା । ୨୦୦୪ ବେଳକୁ ବାଏର୍ଣ୍ଣର ପ୍ରଦର୍ଶନ ନିମ୍ନଗାମୀ ହେବାରୁ ହିଜଫେଲ୍ଡ ଦଳରୁ ବିଦାୟ ନେଇଥିଲେ । ଏହା ପରେ ଫେଲିକ୍ସ ମାଗାଥ ବାଏର୍ଣ୍ଣ ଦଳର ପରିଚାଳନା କରିଥିଲେ । ୨୦୦୫-୦୬ କ୍ରୀଡ଼ାବର୍ଷର ଆରମ୍ଭ ପୂର୍ବରୁ ବାଏର୍ଣ୍ଣ ଦଳ ଓଲିମ୍ପାଷ୍ଟାଡିୟୋନରୁ ଆଲିଆଞ୍ଜ୍ ଏରିନାକୁ ନିଜର ଘର ଷ୍ଟାଡିୟମ୍ ସ୍ଥାନାନ୍ତରିତ କରିଥିଲା । ୧୮୬୦ ମ୍ୟୁନିକ କ୍ଲବ୍ ମଧ୍ୟ ସେଠାରେ ନିଜର ଘର ମ୍ୟାଚ ଖେଳୁଥିଲା । ନିମ୍ନ ମାନର ପ୍ରଦର୍ଶନ ଯୋଗୁଁ ମାଗାଥ ବାଏର୍ଣ୍ଣ ପରିଚାଳକର ପଦ ଛାଡ଼ିଥିଲେ ।[୪୦]
ହିଜଫେଲ୍ଡ ପୁଣି ବାଏର୍ଣ୍ଣକୁ ପ୍ରତ୍ୟାବର୍ତ୍ତନ କଲେ କିନ୍ତୁ ୨୦୦୬-୦୭ ବୁଣ୍ଡେସଲିଗାରେ ଚତୁର୍ଥ ସ୍ଥାନ ଯୋଗୁଁ ୟୁଇଫା ଚାମ୍ପିୟନ୍ସ ଲିଗ ଖେଳିବାକୁ ବାଏର୍ଣ୍ଣ ଯୋଗ୍ୟତା ହାସଲ କରିପାରିଲା ନାହିଁ ।
୨୦୦୭-୦୮ କ୍ରୀଡ଼ାବର୍ଷରେ ବାଏର୍ଣ୍ଣ ନିଜ ଦଳରେ ଅନେକ ପରିବର୍ତ୍ତନ କଲା । ନିଜର ୯ ଜଣ ଖେଳାଳିଙ୍କୁ ବିକ୍ରି କରି ବା ଋଣ ଆକାରରେ ଅନ୍ୟ ଦଳଙ୍କୁ ଦେଇ ବାଏର୍ଣ୍ଣ ୮ ଜଣ ନୂଆ ଖେଳାଳି କିଣିଲା ।[୪୧] ୨୦୦୬ ଫିଫା ବିଶ୍ୱକପରେ ଉନ୍ନତ ପ୍ରଦର୍ଶନ କରିଥିବା ଫ୍ରାଂକ ରିବେରି, ମିରେସ୍ଲାଭ୍ କ୍ଲୋଜା ଓ ଲୁକା ଟୋନି ବାଏର୍ଣ୍ଣ ଦଳରେ ଯୋଗ ଦେଲେ । ବାଏର୍ଣ୍ଣ ସେ ବର୍ଷର ବୁଣ୍ଡେସଲିଗା ଓ ଡିଏଫ୍ବି ପୋକାଲରେ ବିଜୟୀ ହେଲା ।[୪୨] ସେହି କ୍ରୀଡ଼ା ବର୍ଷ ଶେଷରେ ବାଏର୍ଣ୍ଣ ଦଳର ଗୋଲକିପର୍ ଅଲିଭର୍ କାନ୍ ଅବସର ନେଇଥିଲେ । ହିଜଫେଲ୍ଡଙ୍କ ପରେ ୟୁର୍ଗେନ୍ କ୍ଲିନ୍ସମାନ୍ ବାଏର୍ଣ୍ଣର ନୂତନ ପ୍ରଶିକ୍ଷକ ହେଲେ ।[୪୩] କିନ୍ତୁ ଅନେକ ମ୍ୟାଚରେ ଖରାପ ପ୍ରଦର୍ଶନ ପାଇଁ କ୍ଲିନ୍ସମାନଙ୍କୁ ପଦରୁ ବହିଷ୍କାର କରାଗଲା ।[୪୪]
୨୦୦୯-୧୦ କ୍ରୀଡ଼ାବର୍ଷ ପାଇଁ ବାଏର୍ଣ୍ଣ କ୍ଲବ୍ ଓଲନ୍ଦାଜ ପରିଚାଳକ ଲୁଇ ଭାନ୍ ଗାଲ୍ ଓ ଓଲନ୍ଦାଜ ଫରୱାର୍ଡ୍ ଆର୍ୟେନ୍ ରୋବେନଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲା । ଆଗାମୀ ଦଶ ବର୍ଷ ପାଇଁ ରୋବେନ୍ ଓ ରିବେରିଙ୍କ ଉପସ୍ଥିତିରେ ବାଏର୍ଣ୍ଣ ଦଳର ଆକ୍ରମଣ ଶୈଳୀରେ ପରିବର୍ତ୍ତନ ଘଟିଥିଲା । ଏହା ସହିତ ଡେଭିଡ୍ ଆଲାବା ଓ ଥୋମାସ ମ୍ୟୁଲର୍ଙ୍କୁ ବାଏର୍ଣ୍ଣ ଦଳକୁ ଉନ୍ନୀତ ହୋଇ ଆସିଥିଲେ । ୨୦୦୧ ପରଠାରୁ ସମସ୍ତ କ୍ରୀଡ଼ାବର୍ଷରେ ଭଲ ପ୍ରଦର୍ଶନ କରିନଥିବା ବାଏର୍ଣ୍ଣ ଏହା ପରେ ଘରୋଇ ପ୍ରତିଯୋଗିତାରେ ଦ୍ୱିବିଜୟ ହାସଲ କଲା ।[୪୫] କେବଳ ୨୦୧୦ ୟୁଇଫା ଚାମ୍ପିୟନ୍ସ ଟ୍ରଫିରେ ଦଳ ଇଣ୍ଟର ମିଲାନଠାରୁ ୦-୨ ଗୋଲରେ ପରାସ୍ତ ହୋଇଥିଲା ।[୪୬] ଏକ ସଫଳ ୨୦୦୯-୧୦ କ୍ରୀଡ଼ାବର୍ଷ ସତ୍ତ୍ୱେ ଲିଗରେ ଭଲ ନ କରିବାରୁ ୨୦୧୧ ଅପ୍ରେଲ ମାସରେ ଭାନ୍ ଗାଲ୍ ପରିଚାଳକ ପଦରୁ ବହିଷ୍କୃତ ହେଲେ । ୨୦୧୧-୧୨ରେ ବାଏର୍ଣ୍ଣ ମାନୁଏଲ୍ ନୟରଙ୍କୁ ନିଜର ଗୋଲକିପର୍ ଭାବେ କିଣି ଅଲିଭର୍ କାଃନ୍ଙ୍କ ଶୂନ୍ୟ ସ୍ଥାନ ପୂରଣ କଲା ଓ ଜର୍ମାନୀର ଆଉ ଜଣେ ଫୁଟବଲ ଖେଳାଳି ୟେରୋମ୍ ବୋଆଟେଂଗଙ୍କୁ ମଧ୍ୟ ଦଳରେ ସାମିଲ କଲା । ଆଲିଆଞ୍ଜ୍ ଏରିନାରେ ଖେଳାଯାଇଥିବା ୨୦୧୧ ଚାମ୍ପିୟନ୍ସ ଲିଗ ଫାଇନାଲରେ ବାଏର୍ଣ୍ଣ ଚେଲସି ଏଫ୍ସିଠାରୁ ପେନାଲ୍ଟି ପର୍ଯ୍ୟାୟରେ ପରାଜିତ ହୋଇଥିଲା ।
୨୦୧୨-୧୩ କ୍ରୀଡ଼ାବର୍ଷ ପାଇଁ ବାଏର୍ଣ୍ଣ ଜାଭି ମାର୍ଟିନେଜଙ୍କୁ ନିଜ ଦଳରେ ନେଇଥିଲା । ସେହି ବର୍ଷ ବାଏର୍ଣ୍ଣ ସମସ୍ତ ଟ୍ରଫି ଜିତି ବୁଣ୍ଡେସଲିଗାରେ ରେକର୍ଡ ସଫଳତା କରିଥିଲା ।[୪୭] ତ୍ରିବିଜୟୀ ହେବାରେ ବାଏର୍ଣ୍ଣ ପ୍ରଥମ ଜର୍ମାନ କ୍ଲବ୍ ହୋଇଥିଲା । ୨୦୧୩ ମସିହାରେ ବୋରୁସିଆ ଡୋର୍ଟମୁଣ୍ଡକୁ ୨-୧ ଗୋଲରେ ହରାଇ ବାଏର୍ଣ୍ଣ ପୁଣି ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜୟ ଲାଭ କଲା ।[୪୮] ଏହା ପରେ ବାର୍ସେଲୋନା ପିରଶିକ୍ଷକ ରହିଥିବା ପେପ୍ ଗାର୍ଡିଓଲା ବାଏର୍ଣ୍ଣ ମ୍ୟୁନିକର ପରିଚାଳନା ଦାୟିତ୍ୱ ନେଲେ । ବାଏର୍ଣ୍ଣ ୨୦୧୩ କ୍ଲବ୍ ବିଶ୍ୱକପ ଓ ୟୁଇଫା ସୁପରକପ ମଧ୍ୟ ଜିତିଥିଲା ।[୪୯][୫୦] ୨୦୧୩-୧୪ର ଚାମ୍ପିୟନ୍ସ ଲିଗ ସେମି-ଫାଇନାଲରେ ବାଏର୍ଣ୍ଣ ଦଳ ରିଆଲ ମାଦ୍ରିଦଠାରୁ ପରାସ୍ତ ହୋଇଥିଲା । ୨୦୧୪ ମସିହାରେ ବାଏର୍ଣ୍ଣର ଅଧ୍ୟକ୍ଷ ଉଲି ହୋନେସଙ୍କୁ କରଖିଲାପି ଦୋଷରେ ୩.୫ ବର୍ଷର କାରାଦଣ୍ଡାଦେଶ ହେବାପରେ ସେ କ୍ଲବ୍ ଅଧ୍ୟକ୍ଷତାରୁ ଇସ୍ତଫା ଦେଇଥିଲେ । ୨୦୧୪-୧୫, ୨୦୧୫-୧୬ କ୍ରୀଡ଼ାବର୍ଷ ବେଳକୁ ବାଏର୍ଣ୍ଣ ଦଳକୁ ରବର୍ଟ୍ ଲେୱାଣ୍ଡୋସ୍କି, ଜାବି ଆଲୋନ୍ସୋ ଆସିଥିଲେ ଏବଂ ଟୋନି କ୍ରୂସ୍, ବାଷ୍ଟିଆନ ଶ୍ୱାଇନ୍ଷ୍ଟାଇଗର, କ୍ଲୌଡ଼ିଓ ପିଜାରୋ ଦଳ ଛାଡ଼ିଥିଲେ । ଏହାର କିଛି ସମୟ ପରେ ଗାର୍ଡିଓଲା ବାଏର୍ଣ୍ଣରୁ ବାହାରି ଯାଇଥିଲେ ଏବଂ କାର୍ଲୋ ଆନ୍ସେଲୋଟି ଦଳର ପରିଚାଳକ ହେଲେ ।[୫୧] ଆନ୍ସେଲୋଟିଙ୍କ ପରିଚାଳିତ ବାଏର୍ଣ୍ଣ ଦଳ ମାଟ୍ସ ହମ୍ମେଲ୍ସଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲା ଓ ୨୦୧୬-୧୭ ବୁଣ୍ଡେସଲିଗା ଟ୍ରଫି ଜିତିଥିଲା ।[୫୨] ପରେ ଦଳକୁ ହାମେସ୍ ରୋଡ୍ରିଗେଜ୍ ଆସିଲେ କିନ୍ତୁ ଫିଲିପ୍ ଲାମ୍ ଓ ଜାବି ଆଲୋନ୍ସୋ ଅବସର ନେଲେ । ଅନେକ ଖେଳାଳି ଏହି ସମୟରେ ବାଏର୍ଣ୍ଣ ଦଳରୁ ବାହାରି ଯାଇଥିଲେ । ୨୦୧୭-୧୮ ଚାମ୍ପିୟନ୍ସ ଲିଗରେ ପ୍ୟାରିସ୍ ସେଣ୍ଟ୍ ଜର୍ମେନ୍ଠାରୁ ୦-୩ ଗୋଲରେ ପରାଜିତ ହେବା ପରେ ଆନ୍ସେଲୋଟିଙ୍କୁ ବାଏର୍ଣ୍ଣ ପରିଚାଳନା ଦାୟିତ୍ୱରୁ ନିବୃତ୍ତି ଦିଆଗଲା ।[୫୩] ଆଇନ୍ଟ୍ରାଖ୍ଟ୍ ଫ୍ରାଙ୍କଫର୍ଟର ପୂର୍ବ ପ୍ରଶିକ୍ଷକ କୋଭାଚ୍ ବାଏର୍ଣ୍ଣ ଦଳର ପରିଚାଳନା ଦାୟିତ୍ୱ ଗ୍ରହଣ କଲେ । ଆଶାନୁରୂପ ପ୍ରଦର୍ଶନ ନହେବା ସତ୍ତ୍ୱେ କ୍ଲବ୍ କୋଭାଚଙ୍କୁ ସମର୍ଥନ କଲା । ୨୦୧୮-୧୯ ୟୁଇଫା ଚାମ୍ପିୟନ୍ସ ଲିଗରେ ଲିଭରପୁଲ୍ ବାଏର୍ଣ୍ଣକୁ ପଛରେ ପକାଇଥିଲା । ବାଏର୍ଣ୍ଣର ତାରକା ଖେଳାଳି ରୋବେନ ଓ ରିବେରି ଏହା ପରେ କ୍ଲବ ଛାଡ଼ିଥିଲେ ।[୫୪][୫୫] ୨୦୧୯ ଜୁଲାଇ ୧ ତାରିଖରେ ହାନ୍ସ-ଡିଟର୍ ଫ୍ଲିକ୍ ବାଏର୍ଣ୍ଣର ଅତିରିକ୍ତ ପ୍ରଶିକ୍ଷକ ହେଲେ ।[୫୬] ୨୦୧୯ ନଭେମ୍ବର ମାସରେ କୋଭାଚ୍ ବାଏର୍ଣ୍ଣ ଛାଡ଼ିବା ପରେ ଫ୍ଲିକ୍ ମୁଖ୍ୟ ପରିଚାଳକ ହେଲେ ।[୫୭][୫୮][୫୯] ଫ୍ଲିକ୍ଙ୍କ ତତ୍ତ୍ୱାବଧାନରେ ବାଏର୍ଣ୍ଣର ପ୍ରଦର୍ଶନରେ ଉନ୍ନତି ଆସିବାରୁ ତାଙ୍କୁ ୨୦୨୩ ପର୍ଯ୍ୟନ୍ତ ପରିଚାଳକ ଭାବେ ରଖିବାର ଚୁକ୍ତି କରାଗଲା ।[୬୦] ବାଏର୍ଣ୍ଣ ଦଳ ୨୦୧୯-୨୦ ବୁଣ୍ଡେସଲିଗା ଓ ଡିଏଫ୍ବି ପୋକାଲରେ ବିଜୟୀ ହୋଇଥିଲା । ଚାମ୍ପିୟନ୍ସ ଲିଗର କ୍ୱାର୍ଟର୍-ଫାଇନାଲରେ ବାଏର୍ଣ୍ଣ ଦଳ ଏଫ୍ସି ବାର୍ସେଲୋନାକୁ ୮-୨ ଗୋଲରେ ପରାସ୍ତ କରିଥିଲା ।[୬୧] ସେମି-ଫାଇନାଲରେ ଲ୍ୟୋନ୍ ଦଳକୁ ୩-୦ ଗୋଲରେ ପରାସ୍ତ କରିଥିଲା । ସେତେବେଳକୁ କୋଭିଡ଼୍-୧୯ ମହାମାରୀ ଯୋଗୁଁ ବନ୍ଦ ଷ୍ଟାଡିୟମରେ ହୋଇଥିବା ଫାଇନାଲରେ ବାଏର୍ଣ୍ଣ ଦଳ ପ୍ୟାରିସ୍ ସେଣ୍ଟ୍-ଜର୍ମେନକୁ ୧-୦ ଗୋଲରେ ହରାଇ ବିଜେତା ହୋଇଥିଲା ।[୬୨]
କିଟ୍ ଓ ପୋଷାକ
[ସମ୍ପାଦନା]ପ୍ରାୟୋଜକ, ପୋଷାକ-ଯୋତା ଯୋଗାଣକାରୀ
[ସମ୍ପାଦନା]ସମୟ | କିଟ୍ ନିର୍ମାତା | ପୋଷାକରେ ପ୍ରାୟୋଜକ (ଛାତି) | ପୋଷାକରେ ପ୍ରାୟୋଜକ (ବାହୁ) |
---|---|---|---|
୧୯୬୪-୧୯୭୧ | ପାଲମେ ଟ୍ରିକୋଟ୍ଫାବ୍ରିକ୍[୬୩] | କେହି ନାହିଁ | କେହି ନାହିଁ |
୧୯୭୧-୧୯୭୪ | ଏରିମା | ||
୧୯୭୪-୧୯୭୮ | ଆଡିଡାସ୍ | ଆଡିଡାସ୍ | |
୧୯୭୮-୧୯୮୧ | ମାଗିରୁସ୍ ଡଏଟ୍ଜ୍ | ||
୧୯୮୧-୧୯୮୪ | ଇଭେକୋ ମାଗିରୁସ୍ | ||
୧୯୮୪-୧୯୮୯ | କୋମ୍ମୋଡୋର୍ ଇଣ୍ଟର୍ନ୍ୟାସନାଲ୍ | ||
୧୯୮୯-୨୦୦୨ | ଓପେଲ୍ | ||
୨୦୦୨-୨୦୧୭ | ଡଏଚ୍ ଟେଲିକୋମ୍ | ||
୨୦୧୭-୨୦୧୮ | ହାମାଦ୍ ଏୟାର୍ପୋର୍ଟ୍ | ||
୨୦୧୮- ୨୦୨୧ | କାତାର୍ ଏୟାରୱେଜ୍ |
କିଟ୍ ସମ୍ବନ୍ଧୀୟ ତଥ୍ୟ
[ସମ୍ପାଦନା]କିଟ୍ ଯୋଗାଣକାରୀ | ସମୟକାଳ | ଚୁକ୍ତି ଘୋଷଣା |
ଚୁକ୍ତି ସମୟସୀମା |
ମୂଲ୍ୟ | ଅନ୍ୟ ତଥ୍ୟ |
---|---|---|---|---|---|
ଆଡିଡାସ୍ | ୧୯୭୪-ବର୍ତ୍ତମାନ | ୨୮-ଅପ୍ରେଲ-୨୦୧୫ | ୨୦୧୫-୨୦୩୦(୧୫ ବର୍ଷ ପାଇଁ)[୬୪] | ୯୦ କୋଟି ୟୁରୋ[୬୫] (ବାର୍ଷିକ ୬ କୋଟି ୟୁରୋ) |
ଦଳୀୟ ଚିହ୍ନ
[ସମ୍ପାଦନା]ବାଏର୍ଣ୍ଣ ମ୍ୟୁନିକ୍ ଲୋଗୋର କ୍ରମ-ବିବର୍ତ୍ତନ | ||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|
|
ସମ୍ମାନ ଓ ସଫଳତା
[ସମ୍ପାଦନା]ଜାତୀୟ
[ସମ୍ପାଦନା]ବୁଣ୍ଡେସଲିଗା
- ୩୦ ଥର ବିଜେତା (ଜାତୀୟ ରେକର୍ଡ) : ୧୯୩୨, ୧୯୬୮-୬୯, ୧୯୭୧-୭୨, ୧୯୭୨-୭୩, ୧୯୭୩-୭୪, ୧୯୭୯-୮୦, ୧୯୮୦-୮୧, ୧୯୮୪-୮୫, ୧୯୮୫-୮୬, ୧୯୮୬-୮୭, ୧୯୮୮-୮୯, ୧୯୮୯-୯୦, ୧୯୯୩-୯୪, ୧୯୯୬-୯୭, ୧୯୯୮-୯୯, ୧୯୯୯-୨୦୦୦, ୨୦୦୦-୦୧, ୨୦୦୨-୦୩, ୨୦୦୪-୦୫, ୨୦୦୫-୦୬, ୨୦୦୭-୦୮, ୨୦୦୯-୧୦, ୨୦୧୨-୧୩, ୨୦୧୩-୧୪, ୨୦୧୪-୧୫, ୨୦୧୫-୧୬, ୨୦୧୬-୧୭, ୨୦୧୭-୧୮, ୨୦୧୮-୧୯, ୨୦୧୯-୨୦
ଡିଏଫ୍ବି ପୋକାଲ୍
- ୨୦ ଥର ବିଜେତା (ଜାତୀୟ ରେକର୍ଡ) : ୧୯୫୬-୫୭, ୧୯୬୫-୬୬, ୧୯୬୬-୬୭, ୧୯୬୮-୬୯, ୧୯୭୦-୭୧, ୧୯୮୧-୮୨, ୧୯୮୩-୮୪, ୧୯୮୫-୮୬, ୧୯୯୭-୯୮, ୧୯୯୯-୨୦୦୦, ୨୦୦୨-୦୩, ୨୦୦୪-୦୫, ୨୦୦୫-୦୬, ୨୦୦୭-୦୮, ୨୦୦୯-୧୦, ୨୦୧୨-୧୩, ୨୦୧୩-୧୪, ୨୦୧୫-୧୬, ୨୦୧୮-୧୯, ୨୦୧୯-୨୦
ଡିଏଫ୍ବି/ଡିଏଫ୍ଏଲ୍ ସୁପରକପ
- ୮ ଥର ବିଜେତା (ଜାତୀୟ ରେକର୍ଡ): ୧୯୮୭, ୧୯୯୦, ୨୦୧୦, ୨୦୧୨, ୨୦୧୬, ୨୦୧୭, ୨୦୧୮, ୨୦୨୦
ଡିଏଫ୍ଏଲ୍ ଲିଗାପୋକାଲ
- ୬ ଥର ବିଜେତା (ଜାତୀୟ ରେକର୍ଡ) : ୧୯୯୭, ୧୯୯୮, ୧୯୯୯, ୨୦୦୦, ୨୦୦୪, ୨୦୦୭
ୟୁରୋପୀୟ
[ସମ୍ପାଦନା]ୟୁଇଫା ଚାମ୍ପିୟନ୍ସ ଲିଗ
- ୬ ଥର ବିଜେତା : ୧୯୭୩-୭୪, ୧୯୭୪-୭୫, ୧୯୭୫-୭୬, ୨୦୦୦-୦୧, ୨୦୧୨-୧୩, ୨୦୧୯-୨୦
ୟୁଇଫା ୟୁରୋପା ଲିଗ (ୟୁଇଫା କପ)
- ୧ ଥର ବିଜେତା : ୧୯୯୫-୯୬
ୟୁଇଫା କପ ୱିନର୍ସ କପ
- ୧ ଥର ବିଜେତା : ୧୯୬୬-୬୭
ୟୁଇଫା ସୁପରକପ
- ୨ ଥର ବିଜେତା : ୨୦୧୩, ୨୦୨୦
ଅନ୍ତର୍ଜାତୀୟ
[ସମ୍ପାଦନା]ଅନ୍ତଃ-ମହାଦେଶୀୟ କପ (ଇଣ୍ଟରକଣ୍ଟିନେଣ୍ଟାଲ କପ)
- ୨ ଥର ବିଜେତା : ୧୯୭୬, ୨୦୦୧
ଫିଫା କ୍ଲବ୍ ବିଶ୍ୱକପ
- ୧ ଥର ବିଜେତା : ୨୦୧୩
ଖେଳ ସାହିତ୍ୟରେ ବାଏର୍ଣ୍ଣ
[ସମ୍ପାଦନା]- Hüetlin, Thomas: Gute Freunde. Die wahre Geschichte des FC Bayern München. Blessing, München 2006, ISBN 3-89667-254-1.
- Schulze-Marmeling, Dietrich: Der FC Bayern und seine Juden. Aufstieg und Zerschlagung einer liberalen Fußballkultur. Verlag Die Werkstatt, Göttingen 2011, ISBN 978-3-89533-781-9.[୬୬]
- Bausenwein, Christoph, Schulze-Marmeling, Dietrich: FC Bayern München. Unser Verein, unsere Geschichte. Verlag Die Werkstatt, Göttingen 2012, ISBN 978-3-89533-894-6.
ଟୀକା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Never-say-die Reds overcome Ingolstadt at the death". FC Bayern Munich. Archived from the original on 12 February 2017. Retrieved 12 February 2017.
- ↑ Whitney, Clark (8 April 2010). "CL Comment: Van Gaal's Bayern Give New Meaning to "FC Hollywood"". Goal.com. Archived from the original on 29 June 2014. Retrieved 28 September 2014.
- ↑ "Ab sofort 75.000 Fans bei Bundesliga-Heimspielen" [As of now 75,000 for Bundesliga home matches]. FC Bayern Munich. 13 January 2015. Archived from the original on 13 January 2015. Retrieved 13 January 2015.
- ↑ "Bayern Munich's 8 Consecutive Bundesliga Titles - Ranked". 90min.com.
- ↑ "Bayern München". FIFA. Archived from the original on 21 February 2009. Retrieved 10 May 2012.
- ↑ ୬.୦ ୬.୧ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 17–33. ISBN 3-89533-426-X.
- ↑ ୭.୦ ୭.୧ ୭.୨ ୭.୩ "1900 bis 1932: Von Beginn an erfolgreich" [1900 to 1932: Successful from the start] (in ଜର୍ମାନ). FC Bayern Munich Official Website. Archived from the original on 28 ଅକ୍ଟୋବର 2014. Retrieved 28 ସେପ୍ଟେମ୍ବର 2014.
- ↑ ୮.୦ ୮.୧ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. p. 134. ISBN 3-89533-426-X.
- ↑ UEFA.com (2020-09-04). "Who's won the treble? Bayern double up". UEFA.com (in ଇଂରାଜୀ). Retrieved 2020-10-08.
- ↑ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. p. 581. ISBN 3-89533-426-X.
- ↑ "Deloitte Football Money League 2019". Deloitte. January 2019. Archived from the original on 20 January 2017. Retrieved 23 January 2019.
- ↑ ୧୨.୦ ୧୨.୧ "FC Bayern rests on 'very solid foundations'". FC Bayern Munich. 15 November 2019. Retrieved 16 November 2019.
- ↑ "Other Sports". FC Bayern Munich Official Website. 2007. Archived from the original on 15 August 2008. Retrieved 3 July 2008.
- ↑ "Club coefficients". UEFA. Retrieved 22 August 2019.
- ↑ "Bayern fans bring club's earliest years to light". The Local. 22 May 2015. Archived from the original on 25 May 2015. Retrieved 30 May 2015.
- ↑ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 30–40. ISBN 3-89533-426-X.
- ↑ ୧୭.୦ ୧୭.୧ Kwolek, Sarah-Luisa (13 July 2016). "Von Beginn an erfolgreich". FC Bayern München (in ଜର୍ମାନ). Retrieved 3 February 2019.
- ↑ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 51–63. ISBN 3-89533-426-X.
- ↑ "Onkel Kurt und die Bayern". Die Zeit (in ଜର୍ମାନ). 28 ମଇ 2003. Archived from the original on 17 ଅକ୍ଟୋବର 2014. Retrieved 16 ଅକ୍ଟୋବର 2014.
- ↑ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 101–2. ISBN 3-89533-426-X.
- ↑ "Kurt Landauer: Der Mann, der den FC Bayern erfand" (in ଜର୍ମାନ). Bayerischer Rundfunk. Archived from the original on 15 ଅକ୍ଟୋବର 2014. Retrieved 16 ଅକ୍ଟୋବର 2014.
- ↑ "DFB-Auszeichnung: Bayern-Ultras erhalten Julius-Hirsch-Preis". Der Spiegel (in ଜର୍ମାନ). 14 ଅକ୍ଟୋବର 2014. Archived from the original on 18 ଅକ୍ଟୋବର 2014. Retrieved 16 ଅକ୍ଟୋବର 2014.
- ↑ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 105–120. ISBN 3-89533-426-X.
- ↑ ୨୪.୦ ୨୪.୧ "1933 bis 1965: Harte Zeiten und Wiederaufbau" [1933 to 1965: Hard Times and Reconstruction] (in ଜର୍ମାନ). FC Bayern Erlebniswelt. Archived from the original on 12 ମାର୍ଚ୍ଚ 2014. Retrieved 28 ସେପ୍ଟେମ୍ବର 2014.
- ↑ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 120–126. ISBN 3-89533-426-X.
- ↑ Hardy Grüne, Christian Karn: Das große Buch der deutschen Fußballvereine. AGON Sportverlag, Kassel 2009, p. 364, 414.
- ↑ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 155–158. ISBN 3-89533-426-X.
- ↑ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 165–171. ISBN 3-89533-426-X.
- ↑ "1966 bis 1979: Goldene Jahre" [1966 to 1979: Golden Years] (in ଜର୍ମାନ). FC Bayern Erlebniswelt. Archived from the original on 28 ଅକ୍ଟୋବର 2014. Retrieved 28 ସେପ୍ଟେମ୍ବର 2014.
- ↑ "Unlucky Paris match for Leeds". BBC Sport. 19 ମଇ 1999. Archived from the original on 15 ଜୁନ 2013. Retrieved 29 ମାର୍ଚ୍ଚ 2012.
- ↑ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 190–198. ISBN 3-89533-426-X.
- ↑ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 214–226. ISBN 3-89533-426-X.
- ↑ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 226–267. ISBN 3-89533-426-X.
- ↑ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 273–299. ISBN 3-89533-426-X.
- ↑ "1990 bis 1999: Trainerwechsel und Titel" [1990 to 1999: Titles and Changes of Managers] (in ଜର୍ମାନ). FC Bayern Erlebniswelt. Archived from the original on 3 ଅପ୍ରେଲ 2015. Retrieved 28 ସେପ୍ଟେମ୍ବର 2014.
- ↑ "CL Comment: Van Gaal's Bayern Give New Meaning to "FC Hollywood"". Goal.com. 8 April 2010. Archived from the original on 18 January 2014. Retrieved 9 June 2013.
- ↑ Schulze-Marmeling, Dietrich (2003). Die Bayern. Die Geschichte des deutschen Rekordmeisters (in ଜର୍ମାନ). Die Werkstatt. pp. 307–345. ISBN 3-89533-426-X.
- ↑ "Bayern wins Bundesliga, eyes Champions League". Sports Illustrated. 19 May 2001. Archived from the original on 11 September 2004. Retrieved 28 November 2013.
- ↑ "Vier Minuten im Mai". Sport1 (in ଜର୍ମାନ). 12 May 2009. Archived from the original on 9 August 2017. Retrieved 28 November 2013.
- ↑ "Bayern part company with Felix Magath". FC Bayern Munich Official Website. 31 ଜାନୁଆରୀ 2007. Archived from the original on 21 ଡିସେମ୍ବର 2008. Retrieved 15 ଜୁଲାଇ 2008.
- ↑ Bayern Magazin: 1/59, pages: 16–21, 11 August 2007 (in German)
- ↑ "Fussballdaten – Zahlen, Texte, Bilder" (in ଜର୍ମାନ). fussballdaten.de. 17 ମଇ 2008. Archived from the original on 26 ମଇ 2008. Retrieved 15 ଜୁଲାଇ 2008.
- ↑ "Jürgen Klinsmann to succeed Hitzfeld at Bayern". The official FC Bayern Munich website. 11 ଜାନୁଆରୀ 2008. Archived from the original on 21 ଡିସେମ୍ବର 2008. Retrieved 11 ଜାନୁଆରୀ 2008.
- ↑ "End of a Brief Era: German Club Bayern Munich Sacks Coach Klinsmann". Der Spiegel. 27 ଅପ୍ରେଲ 2009. Archived from the original on 4 ଅପ୍ରେଲ 2015. Retrieved 1 ଫେବୃଆରୀ 2015.
- ↑ "Bayern win Cup to clinch Double". BBC. 15 May 2010. Archived from the original on 18 May 2010. Retrieved 15 May 2010.
- ↑ "Champions League Final 2010 Statistics". WhoScored.com. Archived from the original on 4 March 2011.
- ↑ "Records fall as Bayern seal stunning title triumph". 6 ଅପ୍ରେଲ 2013. Archived from the original on 28 ସେପ୍ଟେମ୍ବର 2014. Retrieved 28 ସେପ୍ଟେମ୍ବର 2014.
- ↑ Haslam, Andrew (25 ମଇ 2013). "Robben ends Bayern's run of final misery". UEFA. Archived from the original on 7 ଅକ୍ଟୋବର 2014. Retrieved 28 ସେପ୍ଟେମ୍ବର 2014.
- ↑ "Super Bayern crowned club world champions". Archived from the original on 12 ଫେବୃଆରୀ 2015.
- ↑ "Bayern tackle Chelsea in Prague Super Cup". UEFA. 26 ମଇ 2013. Archived from the original on 10 ଜୁନ 2013. Retrieved 13 ଜୁନ 2013.
- ↑ "Bayern Munich confirm Carlo Ancelotti will replace Pep Guardiola". Sky Sports. 20 December 2015. Archived from the original on 24 May 2016.
- ↑ "Bayern Munich seal Bundesliga title as Leipzig and Dortmund draw". ESPN FC. 29 April 2017. Archived from the original on 8 May 2017.
- ↑ "FC Bayern part company with Carlo Ancelotti". fcbayern.com. 28 September 2017. Archived from the original on 28 September 2017. Retrieved 28 September 2017.
- ↑ "Robben: I am to leave with at least one trophy". FC Bayern Munich official website. 3 December 2018. Retrieved 5 May 2019.
- ↑ Dillon, John (24 February 2019). "Hoeness: Franck Ribery will leave Bayern Munich at the end of the season". Bavarian Football Works.
- ↑ "Hansi Flick interviewed: 'A top job and a club that's very close to my heart'". fcbayern.com. Bayern Munich. 7 July 2019. Retrieved 19 August 2019.
- ↑ "Niko Kovac leaves Bayern Munich after Eintracht Frankfurt thrashing". The Guardian. 3 November 2019. Retrieved 4 November 2019.
- ↑ "FC Bayern and head coach Niko Kovac part company". fcbayern.com. Bayern Munich. 3 November 2019. Retrieved 3 November 2019.
- ↑ "Flick to remain FC Bayern head coach until end of season". fcbayern.com. Bayern Munich. 22 December 2019. Retrieved 26 December 2019.
- ↑ "Bayern gives coach Hansi Flick permanent deal through 2023". usatoday.com. 3 April 2020.
- ↑ "Barcelona-Bayern | UEFA Champions League". UEFA.com.
- ↑ "Barcelona vs. Bayern Munich – Football Match Summary – August 14, 2020 – ESPN". ESPN.com (in ଇଂରାଜୀ). Retrieved 14 August 2020.
- ↑ "FC Bayern München Retro Kit Released". footyheadlines.com. Retrieved 23 December 2020.
- ↑ "Bayern München Sign Record-Breaking Adidas Kit Deal".
- ↑ Quinn, Phillip (29 April 2015). "Bayern's new kit deal with Adidas is huge". Bavarian Football Works. Retrieved 22 April 2019.
- ↑ Vgl. Markwart Herzog: Fußball unterm Hakenkreuz Archived 28 October 2014 at the Wayback Machine.. In: H-Soz-u-Kult, 15. Juni 2011 (Sammelrezension zu: Backes, Gregor: "Mit Deutschem Sportgruss, Heil Hitler". Der FC St. Pauli im Nationalsozialismus. Hamburg 2010/Dietrich Schulze-Marmeling: Der FC Bayern und seine Juden. Aufstieg und Zerschlagung einer liberalen Fußballkultur. Göttingen 2011/Jakob Rosenberg u. a. (Hrsg.): Grün-Weiß unterm Hakenkreuz. Der Sportklub Rapid im Nationalsozialismus (1938–1945). Wien 2011)
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- Official website (German, Japanese, Spanish, Chinese, Russian, and Arabic versions also available)
- Yearly record in the Bundesliga