ବଣକାପ୍ତା
ବନ୍ୟ କପୋତ ଘୁଘୁ କାପ୍ତା ଚଢ଼େଇ ବଣକାପ୍ତା | |
---|---|
ଭାରତର ମଧ୍ୟ ପ୍ରଦେଶର ଏକ ବନ୍ୟ କପୋତ (S. c. suratensis) | |
ମାଲେସିଆର କୁଆଲାଲୁମ୍ପୁରର ଏକ ବନ୍ୟ କପୋତ (S. c. tigrina) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
ଗଣ: | କଲୁମ୍ବିଫୋର୍ମ୍ସ |
କୁଳ: | କୋଲୁମ୍ବିଡେ |
Genus: | Spilopelia |
ଜାତି: | S. chinensis |
ବାଇନୋମିଆଲ ନାମ | |
Spilopelia chinensis ଜିଓଭାନି ଆଣ୍ଟୋନିଓ ସ୍କୋପୋଲି, ୧୭୬୮
| |
Subspecies | |
| |
Synonyms | |
|
ବଣକାପ୍ତା ବା ବନ୍ୟ କପୋତ ବା ଚିତ୍ରକାପ୍ତା (ଇଂରାଜୀରେ spotted dove, ଜୀବବିଜ୍ଞାନ ନାମ Spilopelia chinensis) ଏକ ପାରା ଜାତୀୟ ଚଢ଼େଇ । ଏମାନେ ଭାରତୀୟ ଉପମହାଦ୍ୱୀପ ଓ ଦକ୍ଷିଣ-ପୂର୍ବ ଏସିଆର ମୂଳ ନିବାସୀ ପକ୍ଷୀ । ଏହି ପକ୍ଷୀକୁ ବିଶ୍ୱର ଅନ୍ୟ ସ୍ଥାନମାନଙ୍କୁ ନିଆଯାଇ ସେଠାରେ ମଧ୍ୟ ଅବସ୍ଥାପିତ କରାଯାଇପାରିଛି ।
ପୂର୍ବେ ଏହି ପକ୍ଷୀକୁ ଷ୍ଟ୍ରେପ୍ଟୋପିଲିଆ (Streptopelia) ପ୍ରଜାତିରେ ସ୍ଥାନିତ କରାଯାଇଥିଲା ଯେଉଁଥିରେ ଆଉ ତିନି ପ୍ରକାରର କପୋତ ଚଢ଼େଇ ମଧ୍ୟ ରହିଥିଲେ । କିନ୍ତୁ ପରେ ବଣକାପ୍ତା ଅନ୍ୟ ପ୍ରଜାତିଙ୍କଠାରୁ ଅଲଗା ବୋଲି ଗବେଷଣାରୁ ଜଣା ପଡ଼ିଲା । ଏହି କପୋତର ଲାଞ୍ଜଟି ଲମ୍ବା, ଦେହ ମାଟିଆ ରଙ୍ଗର ଏବଂ ଏହାର ବେକର ପଛ ଓ ପାର୍ଶ୍ୱ ପଟକୁ କଳାରେ ଧଳା ଟୋପଦାଗ ଥିବା ବେକପଟି ରହିଛି । ଲାଞ୍ଜର ଅଗଟି ଧଳା ଓ ଡେଣା ଉପରେ ଫିକା ମାଟିଆ ରଙ୍ଗର ଦାଗ ରହିଥାଏ ।
ବିଭିନ୍ନ ଅଞ୍ଚଳରେ ଏହି ପକ୍ଷୀର ଶରୀରର ରଙ୍ଗରେ ବହୁ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଅଘଞ୍ଚ ଜଙ୍ଗଲ, ଗାଁଗଣ୍ଡା ଓ ଏପରିକି ସହର ପାଖରେ ମଧ୍ୟ ଏହି ପକ୍ଷୀ ରହିବା ଦେଖାଯାଏ । ଏହି ପକ୍ଷୀ ତଡ଼ିତ୍ ବେଗରେ ବସିବା ସ୍ଥାନରୁ ଉଡ଼ିଯିବା ଓ ସମୟେ ସମୟେ ଡେଣା ସ୍ଥିର ରଖି ଉଡ଼ାଜାହାଜ ପରି ଗତି କରି ଓହ୍ଲାଏ । ଇଂରାଜୀ ଭାଷାରେ ଏହି ପକ୍ଷୀର ଅନ୍ୟ କେତେକ ସାଧାରଣ ନାମ ହେଲା - mountain dove (ପର୍ବତିଆ କପୋତ), pearl-necked dove (ମୁକ୍ତାମାଳଯୁକ୍ତ କପୋତ), lace-necked dove (ବେକପଟିଯୁକ୍ତ କପୋତ), ବା spotted turtle-dove (ଛାପଦାଗଯୁକ୍ତ କପୋତ) । ଓଡ଼ିଆ ଭାଷାରେ ଏହି ଚଢ଼େଇକୁ ଘୁଘୁ ବା କାପ୍ତା ଚଢ଼େଇ ବୋଲି ମଧ୍ୟ କୁହାଯାଏ ।[୨]
ଆଧାର
[ସମ୍ପାଦନା]- ↑ "Spilopelia chinensis". IUCN Red List of Threatened Species. Version 2015.4. International Union for Conservation of Nature. 2015. Retrieved 3 June 2013.
{{cite web}}
: Invalid|ref=harv
(help) - ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.