ନାପ୍ରୋକ୍ସେନ
Clinical data | |
---|---|
Pronunciation | /nəˈprɒksən/ |
Trade names | Aleve, Naprosyn, others[୧] |
AHFS/Drugs.com | monograph |
MedlinePlus | a681029 |
data | |
Pregnancy category | |
Routes of administration | By mouth |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 95% (by mouth) |
Protein binding | 99% |
Metabolism | Liver (to 6-desmethylnaproxen) |
Elimination half-life | 12–17 hours (adults)[୪] |
Excretion | Kidney |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.040.747 |
Chemical and physical data | |
Formula | C14H14O3 |
Molar mass | 230.259 g/mol |
3D model (JSmol) | |
Melting point | 152–154 °C (306–309 °F) |
| |
| |
(verify) |
ନାପ୍ରୋକ୍ସେନ (ଇଂରାଜୀ ଭାଷାରେ Naproxen, ବିକ୍ରୟ ନାମଗୁଡ଼ିକ Aleve/ ଆଲେଭେ ଓ Naprosyn/ ନାପ୍ରୋସିନ) ଏକ ନନ୍ସ୍ଟିରଏଡାଲ ଆଣ୍ଟି-ଇନଫ୍ଲାମେଟରି ଔଷଧ (nonsteroidal anti-inflammatory drug) ଯାହା ଯନ୍ତ୍ରଣା, ଋତୁସ୍ରାବ କ୍ରାମ୍ପ, ରିଉମାଟଏଡ ଆର୍ଥ୍ରାଇଟିସ ଓ ଜ୍ୱର ଭଳି ପ୍ରଦାହ ରୋଗର (inflammatory diseases) ଚିକିତ୍ସା ନିମନ୍ତେ ଦିଆଯାଏ । [୫] ଏହା ପାଟିରେ ଦିଆଯାଏ ।[୫] ତୁରନ୍ତ ଓ ବିଳମ୍ବିତ କାର୍ଯ୍ୟକ୍ଷମ ନିମନ୍ତେ ଏହାର ଦୁଇ ପ୍ରକାର ଔଷଧ ମିଳେ ।[୫] ଏକ ଘଣ୍ଟା ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ରହେ ।[୫]
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ମୁଣ୍ଡ ବିନ୍ଧା, ବ୍ରୁଇସିଙ୍ଗ (bruising), ଆଲର୍ଜି ପ୍ରତିକ୍ରିୟା, ଛାତିଜ୍ୱାଳା (heartburn) ଓ ପାକସ୍ଥଳୀ ଯନ୍ତ୍ରଣା ହୋଇପାରେ ।[୫] ପ୍ରତିକ୍ରିୟା ସାଂଘାତିକ ହେଲେ ହୃତ୍ପିଣ୍ଡ ରୋଗ (heart disease) ସଙ୍କଟ, ଷ୍ଟ୍ରୋକ, ପାକସ୍ଥଳୀ ଅନ୍ତନଳୀ ରକ୍ତସ୍ରାବ (gastrointestinal bleeding), ଓ ପାକସ୍ଥଳୀ ଘାଆ (stomach ulcers) ହୋଇପାରେ ।[୫] ଅନ୍ୟାନ୍ୟ ଏନଏସଏଆଇଡି ଅପେକ୍ଷା ଏହାର ହୃଦ୍ରୋଗ ସଙ୍କଟ କମ୍ ରହେ ।[୫] ବୃକ୍କ ସମସ୍ୟା (kidney problems) ଥିଲେ ଏହା ଦିଆଯାଏ ନାହିଁ ।[୫] ତୃତୀୟ ତ୍ରୈମାସିକ ଗର୍ଭରେ (third trimester of pregnancy) ମଧ୍ୟ ଏହା ଦିଆଯାଏ ନାହିଁ ।[୬]
ନାପ୍ରୋକ୍ସେନ ଏକ ନନସିଲେକ୍ଟିଭ କକ୍ସ ଇନହିବିଟର (COX inhibitor).[୫] ଏହା ପ୍ରୋପିଓନିକ ଶ୍ରେଣୀର (propionic acid) ଏକ ଔଷଧ ।[୫] ପ୍ରୋସ୍ଟାଗ୍ଲାଣ୍ଡିନ (prostaglandins) ଭଳି ପ୍ରଦାହକାରୀ ପଦାର୍ଥ ତିଆରିକୁ କମେଇ ଏହା ପ୍ରଦାହରୋଧୀ ଭାବରେ କାମ କରେ ।[୭] ଯକୃତରେ ଏହା ନିଷ୍କ୍ରିୟ ମେଟାବୋଲାଇଟରେ ପରିଣତ ହୁଏ । [୫]
ସନ ୧୯୭୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୫] ଏହା ଜେନେରିକ ଔଷଧ (generic medication) ନାମରେ ବିନା ପ୍ରେସକ୍ରିପସନରେ (over the counter) ମିଳେ ।[୫] ସଂଯୁକ୍ତ ରାଷ୍ଟ୍ରରେ ସନ ୨୦୧୭ରେ ଏହାର ମୂଲ୍ୟ ଏକ ଡୋଜ ପିଛା ୦.୧୫ ପାଉଣ୍ଡ ଥିଲା ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏକ ଡୋଜ ପିଛା ଏହାର ମୂଲ୍ୟ ୦.୧୦ ଡଲାର ଥିଲା । [୮] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୧୧ ନିୟୁତ ପ୍ରେସକ୍ରିପସନ ହୋଇଥିଲା ଓ ଏହା ୬୮ତମ ସର୍ବାଧିକ ବିକ୍ରୟ ହୋଇଥିବା ଔଷଧ ଥିଲା ।[୯]
ଆଧାର
[ସମ୍ପାଦନା]- ↑ "Naproxen". Drugs.com. 2017. Retrieved 7 February 2017.
- ↑ Gill, A, ed. (July 2013). Standard for the Uniform Scheduling of Medicines and Poisons No. 4 (PDF). Therapeutic Goods Administration. ISBN 978-1-74241-895-7.
{{cite book}}
:|work=
ignored (help) - ↑ "NAPROXEN". British National Formulary.
{{cite web}}
: Cite has empty unknown parameter:|dead-url=
(help) - ↑ Angiolillo DJ, Weisman SM (April 2017). "Clinical Pharmacology and Cardiovascular Safety of Naproxen". American Journal of Cardiovascular Drugs. 17 (2): 97–107. doi:10.1007/s40256-016-0200-5. PMC 5340840. PMID 27826802.
- ↑ ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ ୫.୧୧ ୫.୧୨ "Naproxen Monograph for Professionals". Drugs.com (in ଇଂରାଜୀ). AHFS. Retrieved 19 December 2018.
- ↑ ୬.୦ ୬.୧ British national formulary : BNF 74 (74 ed.). British Medical Association. 2017. pp. 1048–1049. ISBN 978-0857112989.
- ↑ McEvoy, Gerald K. (2000). AHFS Drug Information, 2000 (in ଇଂରାଜୀ). American Society of Health-System Pharmacists. p. 1854. ISBN 9781585280049.
- ↑ "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
- ↑ "The Top 300 of 2019". clincalc.com. Retrieved 22 December 2018.