ଦୀପନ୍ୱିତ ଦାଶମହାପାତ୍ର
ଦୀପନ୍ୱିତ ଦାଶମହାପାତ୍ର | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୨୦୧୭–ବର୍ତ୍ତମାନ |
ପିତାମାତା(s) | ଜୀତେନ୍ଦ୍ର ଦାଶମହାପାତ୍ର (ପିତା) ଜ୍ୟୋତ୍ସ୍ନା ଦାଶମହାପାତ୍ର (ମାତା) |
ଦୀପନ୍ୱିତ ଦାଶମହାପାତ୍ର ଜଣେ ଓଡ଼ିଆ ଅଭିନେତା । ସେ ମଞ୍ଚ, ଚଳଚ୍ଚିତ୍ର ଓ ଓଟିଟି ମାଧ୍ୟମରେ ଅଭିନୟ କରନ୍ତି ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଦୀପନ୍ୱିତ, ବାଲେଶ୍ୱର ଜିଲ୍ଲାର ସୋରୋଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜୀତେନ୍ଦ୍ର ଦାଶମହାପାତ୍ର ଓ ମାତାଙ୍କ ନାମ ଜ୍ୟୋତ୍ସ୍ନା ଦାଶମହାପାତ୍ର । ସେ ସୋରୋର ରାମକୃଷ୍ଣ ଶିକ୍ଷା ନିକେତନ ଓ ଏସ ଏନ ହାଇସ୍କୁଲରୁ ସ୍କୁଲ ଶିକ୍ଷାଲାଭ କରିଥିଲେ । ସେ ଉପେନ୍ଦ୍ରନାଥ ମହାବିଦ୍ୟାଳୟ, ସୋରରୁ +୨ ଶିକ୍ଷା ସମାପ୍ତ କରି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ ।[୨]
ଅଭିନୟ ଜୀବନ
[ସମ୍ପାଦନା]ଦୀପନ୍ୱିତ, କଲେଜରେ ପଢ଼ିବା ସମୟରୁ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ସେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ନାଟ୍ୟନୁଷ୍ଠାନ ଟୋନିଲଷ୍ଟକ ଓ ପରେ ଉତ୍ତର ପୁରୁଷ ଏବଂ ଜୀବନ ରେଖା ମଞ୍ଚାନୁଷ୍ଠାନରେ କାମ କରିଛନ୍ତି ।[୩]
ସମରେଶ ରାଉତରାୟଙ୍କ ଓଡ଼ିଆ ୱାନ ସଂସ୍ଥାନ ଦୀପନ୍ୱିତଙ୍କୁ ପ୍ରଥମେ ମ୍ୟୁଜିକ ଆଲବମରେ ଅଭିନୟ କରିବାର ସୁଯୋଗ ଦେଇଥିଲା । ୱେବସିରିଜ ରାବଣ ପୋଡ଼ିର ସଫଳତା ତାଙ୍କୁ ଜନାଦୃତି ଆଣିଦେଇଥିଲା । ଏହା ପରେ ତାଙ୍କୁ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ମିଳିଥିଲା ।[୪] ଦମନ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ।[୫] ଏଥିରେ ସେ ଏକ ପାର୍ଶ୍ୱ ଅଭିନେତା ଭାବରେ କମ୍ପାଉଣ୍ଡର ଭୂମିକାରେ ଅଭିନୟ କରିଥିଲେ । ୨୦୨୨ ମସିହାର ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଥିଲା ପ୍ରତୀକ୍ଷା ।[୬][୭] ଅନୁପମ ଖେର ଏହି ଚଳଚ୍ଚିତ୍ରଟିକୁ ହିନ୍ଦୀ ଭାଷାରେ ନିର୍ମାଣ କରି, ନିଜେ ଏଥିରେ ଅଭିନୟ କରିବାର ପ୍ରତିଶୃତି ଦେଇଥିଲେ ।[୮][୯] ଏଥିରେ ସେ ମୁଖ୍ୟ ଅଭିନେତା ସାଜିଥିଲେ ।
ଅଭିନୀତ ଚଳଚ୍ଚିତ୍ର
[ସମ୍ପାଦନା]ଚଳଚ୍ଚିତ୍ର
[ସମ୍ପାଦନା]ମୁକ୍ତିଲାଭ କରିନଥିବା ଚଳଚ୍ଚିତ୍ର |
ବର୍ଷ | ଚଳଚ୍ଚିତ୍ର | ଭୂମିକା | ନିର୍ଦ୍ଦେଶକ | Notes |
---|---|---|---|---|
୨୦୧୭ | କ୍ଷଣିକା- ଦ ଲଷ୍ଟ ଆଇଡ଼ିଆ | ପୋଷ୍ଟ ମ୍ୟାନ | ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ | |
୨୦୨୦ | ଚରିତ୍ର | ସୁଧୀର | ଶିଶିର କୁମାର ସାହୁ, ପିନାକୀ ସିଂହ | |
ଜନ୍ସ୍ କ୍ୟାଫେ | ଅନୁପମ ପଟ୍ଟନାୟକ | |||
୨୦୨୧ | କୋକୋଲି: ଫିସ୍ ଆଉଟ ଅଫ୍ ୱାଟର୍ | ଦୀପକ | ସ୍ନେହାଶିଷ ଦାସ | |
୨୦୨୧ | ଏଡିୟୁ ଗୋଦାର | ଜୋ | ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ | |
୨୦୨୨ | ଦମନ | ରବି | ଦେବୀ ପ୍ରସାଦ ଲେଙ୍କା, ବିଶାଳ ମୌର୍ଯ୍ୟା | |
୨୦୨୨ | ବ୍ୟାସେ ଶୁଣୁଛ | କଳାକାର | ସିଦ୍ଧାର୍ଥ ଗୌତମ | କ୍ଷୁଦ୍ର ଚଳଚ୍ଚିତ୍ର |
୨୦୨୨ | ପ୍ରତୀକ୍ଷା | ସଞ୍ଜୟ ଦାଶ | ଅନୁପମ ପଟ୍ଟନାୟକ | |
୨୦୨୩ | ଇନ୍ଦ୍ରଧନୁ | ସୂଚନା ନାହିଁ | ଅର୍ଜୁନ ସାମନ୍ତରାୟ |
ଆଧାର
[ସମ୍ପାଦନା]- ↑ "Dipanwit Dashmohapatra". Retrieved 13 November 2022.
- ↑ "Kow about an accomplished actor, theatre artist Dipanwit Dashmohapatra". NAMASTE INDIA. 18 October 2019. Archived from the original on 13 November 2022. Retrieved 13 December 2022.
- ↑ "From Balasore to Bhubaneswar, how Dipanwit Dashmohapatra made his mark in contemporary theatre". Edexlive. 10 April 2019.
- ↑ "Dipanwit Dashmohapatra". Retrieved 13 November 2022.
- ↑ "Odia film DAMaN made tax free in Odisha". Retrieved 28 November 2022.
- ↑ "Indian Panorama". IFFI Goa. Archived from the original on 28 November 2022. Retrieved 28 November 2022.
- ↑ "'Pratikshya' wins big at Washington fest". Dailypioneer.com. Retrieved 28 November 2022.
- ↑ "Anupam Kher announces Hindi remake of Odia film 'Pratikshya'". The New Indian Express. Retrieved 28 November 2022.
- ↑ "Anupam Kher announces on stage the Hindi remake of Odia film Pratikshya, which highlights the dynamics of a father-son relationship at IFFI53". PIB Mumbai. Retrieved 29 November 2022.