ଦାରିଦ୍ର୍ୟ ରୋଗ
ଦାରିଦ୍ର୍ୟ ରୋଗ (ଇଂରାଜୀ ଭାଷାରେ Diseases of poverty) କହିଲେ କେତେକ ରୋଗ, ବିକଳାଙ୍ଗତା ଓ ସ୍ୱାସ୍ଥ୍ୟ ସମସ୍ୟାମାନଙ୍କୁ ବୁଝାଏ, ଯାହା ଧନୀ ଲୋକଙ୍କଠାରେ ନ ହୋଇ କେବଳ ଗରୀବ ଲୋକଙ୍କଠାରେ ଦେଖାଯାଏ ଓ ସେଗୁଡିକର ସମଷ୍ଟିକୁ ଦାରିଦ୍ର୍ୟ ରୋଗ କୁହାଯାଏ । ଅନେକ କ୍ଷେତ୍ରରେ ଦାରିଦ୍ର୍ୟକୁ ଅନ୍ୟାନ୍ୟ ରୋଗମାନଙ୍କର ସଙ୍କଟଦାୟକ ଅବସ୍ଥା ବୋଲି ଧରାଯାଏ, ଯାହା ଅର୍ଥନୈତିକ ବିକାଶ ତଥା ଦାରିଦ୍ର୍ୟ ଦୂରୀକରଣର ପ୍ରଧାନ ବାଧା ସୃଷ୍ଟିକାରୀ ରୂପେ ବିବେଚନା କରଯାଏ । ଅପପୁଷ୍ଟିରେ ଦାରିଦ୍ର୍ୟ ସର୍ବବ୍ୟାପୀ ଥାଏ[୧] ।
ସହାୟତାକାରୀ ଉପାଦାନ
[ସମ୍ପାଦନା]କେତେକ ପରିବେଶଗତ ଓ ସାମାଜିକ କାରଣ ଯଥା ସ୍ୱଳ୍ପ ସ୍ଥାନରେ ଅନେକ ଲୋକଙ୍କର ବାସ ଓ କର୍ମ ସ୍ଥାନ, ପରିମଳ ଅଭାବ, ଯୌନ କର୍ମୀ ଓ ଗରିବ ଲୋକଙ୍କମାନଙ୍କର ସଂକ୍ରାମକ ରୋଗ ସମ୍ଭାବନା ଅଧିକ ରହେ । ଅପପୁଷ୍ଟି, ମାନସିକ ଚାପ, ଅତ୍ୟଧିକ ଖଟଣି ସହ ସ୍ୱାସ୍ଥ୍ୟଗତ ସାମାନ୍ୟ ତଥା ସମ୍ପୁର୍ଣ୍ଣ ଅଭାବ ଯୋଗୁ ରୋଗରୁ ଆରୋଗ୍ୟ ଲାଭ ତଥା ରୋଗ ବୃଦ୍ଧି ପ୍ରଧାନ ସମସ୍ୟା ହେଉଛି[୨] । ଅପପୁଷ୍ଟି ଯୋଗୁ ୫୪% ଶିଶୁ ମୃତ୍ୟୁ ହେଉଛି । ଶିଶୁ ଜନ୍ମ ବେଳେ ଉପଯୁକ୍ତ ଧାତ୍ରୀ ତଥା ଯତ୍ନର ଅଭାବ ଯୋଗୁ ଉଚ୍ଚ ଶିଶୁ ଓ ମାତା ମୃତ୍ୟୁ ହାର ବଢୁଛି [୩] ।
ଅପମିଶ୍ରିତ ଜଳ ଯୋଗାଣ
[ସମ୍ପାଦନା]ପ୍ରତ୍ୟେକ ବର୍ଷ ପରିସ୍କାର ପାନୀୟ ଜଳ ଉପଲବ୍ଧ ନ ହେବା ଏବଂ ଦୁର୍ବଳ ଶୌଚ ବ୍ୟବସ୍ଥା ଯୋଗୁ ଅନେକ ଶିଶୁ ଓ ବୟପ୍ରାପ୍ତ ଲୋକ ମୃତ୍ୟୁ ବରଣ କରନ୍ତି । କେବଳ ପାନୀୟ ଜଳ ଯୋଗୁ ଅନେକ ରୋଗ ବ୍ୟାପେ । ଏଥି ନିମନ୍ତେ ମିଲେନି ୟୁନିସେଫ ହିସାବ ଅନୁସାରେ ପୃଥିବୀରେ ଦୈନିକ ୩୦୦୦ ଶିଶୁ ମରୁଛନ୍ତି[୪] । ମିଲେନିୟମ ଡେଭଲପମେଣ୍ଟ ଗୋଲଦ୍ୱାରା ଅର୍ଦ୍ଧାଧିକ ସ୍ଥାନରେ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇଥିଲେ ମଧ୍ୟ ଅଦ୍ୟାପି ୭୮୩ ନିୟୁତ ଲୋକ ପାନୀୟ ଜଳ ପାଇ ପାରୁ ନାହାନ୍ତି । ପାନୀୟ ଜଳ ଏକ ମୌଳିକ ମାନବ ଅଧିକାର । ସରକାରଙ୍କର ଉନ୍ନତ ଜଳ ଯୋଗାଣ ଏକ କର୍ତ୍ତବ୍ୟ[୫] । ମହିଳା ଓ କନ୍ୟାମାନେ ଦୂରବର୍ତ୍ତୀ ଇଲାକାକୁ ଯାଇ ଜଳ ବୋହି ଆଣୁ ଥିବାରୁ ସେମାନଙ୍କର ଶିକ୍ଷା କ୍ଷତିଗ୍ରସ୍ତ ହୁଏ [୬] । ରନ୍ଧନ, ପରିଛନ୍ନତା ଓ ଲୁଗା ସଫା ନିମନ୍ତେ ପରିସ୍କାର ଜଳ ଅପରିହାର୍ଯ୍ୟ [୭]।
ନିଅଣ୍ଟ ସ୍ୱାସ୍ଥ୍ୟରକ୍ଷା ବ୍ୟବସ୍ଥା
[ସମ୍ପାଦନା]ମ୍ୟାଲେରିଆ, ବିଭିନ୍ନ ପରଜୀବି ରୋଗ ଓ ସିସ୍ଟୋସୋମିଆ ଭଳି ଦାରିଦ୍ର୍ୟ ରୋଗ ଅପମିଶ୍ରିତ ଜଳ ଓ ନିଅଣ୍ଟିଆ ସ୍ୱାସ୍ଥ୍ୟରକ୍ଷା ବ୍ୟବସ୍ଥା ଯୋଗୁ ବ୍ୟାପେ[୮] ଏହି ସଂକ୍ରମଣ ଯୋଗୁ ଏଚ୍.ଆଇ.ଭି. ବୃଦ୍ଧି ପ୍ରାପ୍ତ ହୁଏ । ଅଧିକାଂଶ ପାଇପ୍ ଜଳ ଭୂମି ଉପରେ ଥିବା ଜଳ ସହ ମିଶି ଅସ୍ୱାସ୍ଥ୍ୟକର ହୁଏ । ଏଣୁ ଘର ଭିତରେ ଜଳ ଉତ୍ସ ସୃଷ୍ଟି କରିବା ଆବଶ୍ୟକ[୯]
ଅପପୁଷ୍ଟି
[ସମ୍ପାଦନା]ଆଫ୍ରିକାର ସାହାରା ଅଞ୍ଚଳରେ ୫ବର୍ଷ ବୟସ ତଳେ ଥିବା ୩୫%ରୁ ଉର୍ଦ୍ଧ୍ୱ ପିଲାମାନଙ୍କ ଦେହରେ ଅପପୁଷ୍ଟି ଲକ୍ଷଣ ଦୃଷ୍ଟି ଗୋଚର ହୁଏ[୧୦] । ଅପପୁଷ୍ଟି, ଇମ୍ମ୍ୟୁନ ସିସ୍ଟମ ଓ ସଂକ୍ରାମକ ରୋଗ ଚକ୍ରାକାରରେ କାମ କରନ୍ତି, ସଂକ୍ରାମକ ରୋଗ ଶରୀର ପୁଷ୍ଟି ଉପରେ ପ୍ରଭାବ ପକାନ୍ତି, ଯାହା ଇମ୍ମ୍ୟୁନ ସିସ୍ଟମକୁ ଦୂର୍ବଳ କରିଦିଏ । ଏଣୁ ସଂକ୍ରାମକ ରୋଗ ସୃଷ୍ଟି ହୁଏ । ମାକ୍ରୋ ଓ ମାଇକ୍ରୋ ପୋଷକ, ଉଭୟର ଅଭାବରେ ଇମ୍ମ୍ୟୁନିଟି ଦୂର୍ବଳ ହୋଇଯାଏ । ଏହାଦ୍ୱାରା ଏଚ୍.ଆଇ.ଭି. ସଂକ୍ରମଣ ସଂକଟ ଅଧିକ ହୁଏ ଓ ମାଠାରୁ ଶିଶୁକୁ ଓ ଯୌନ ସମ୍ଭୋଗଦ୍ୱାରା ଏଚ୍.ଆଇ.ଭି ସଂକ୍ରମିତ ହୁଏ[୧୧] । ଆନିମିଆ ରୋଗ ହେଲେ ଜନ୍ମ ପଥରେ ଭାଇରସ୍ ଜାତ ହୁଅନ୍ତି ଓ ଶିଶୁ ଦେହକୁ ଚାଲି ଯାଆନ୍ତି[୧୨] । ଉପଯୁକ୍ତ ପୋଷକ ଅଭାବ ହେଲେ ଶରୀରରେ ରୋଗ ନିରୋଧ ଶକ୍ତି ଅଭାବ ହୁଏ । ଏଚ୍.ଆଇ.ଭି. ଯୋଗୁ କେତେକ ହର୍ମୋନ୍ ସୃଷ୍ଟି ହେବାରେ ବାଧା ପ୍ରାପ୍ତ ହୁଏ ଓ ସେଥି ଯୋଗୁ ଶ୍ୱେତ ସାର, ପୁଷ୍ଟି ସାର ଓ ଚର୍ବି ଜାତୀୟ ସାରମାନଙ୍କର ବିପାକ ବା ମେଟାବୋଲିଜ୍ମ (Metabolism) ବାଧା ପ୍ରାପ୍ତ ହୁଏ ।
ଆମେରିକା ଭଳି ଦେଶରେ ମଧ୍ୟ ୧୧.୧ % ଲୋକ ଖାଦ୍ୟ ସଂକଟରେ ଅଛନ୍ତି[୧୩] । ଲାଟିନ ଆମେରିକା ଓ କ୍ୟାରିବିଆନ୍ ଦେଶମାନଙ୍କରେ ୧୦% ଲୋକଙ୍କର ଖାଦ୍ୟାଭାବ ଓ ଅପପୁଷ୍ଟି ଅଛି[୧୪] ।
ସ୍ୱାସ୍ଥ୍ୟ ଯତ୍ନର ଅଭାବ
[ସମ୍ପାଦନା]ସାମାଜିକ ସ୍ଥିତି ସହ ଅସମତୁଲ ସ୍ୱାସ୍ଥ୍ୟର ସମ୍ପର୍କ ଅଛି[୧୫] l ଦୁର୍ବଳ ସ୍ୱାସ୍ଥ୍ୟ ଦାରିଦ୍ର୍ୟ ସହ ଓ ସରିଦ୍ରର ଦୁର୍ବଳ ସ୍ୱାସ୍ଥ୍ୟ ସହ ସମ୍ପର୍କ ଥାଏ l ଉତ୍ତମ ସ୍ୱାସ୍ଥ୍ୟର ଶିକ୍ଷା ଓ ତଥ୍ୟ ଜ୍ଞାନ ଯୋଡି ହୋଇ ଥାଆନ୍ତି l ଦାରିଦ୍ୟ ସହ ସ୍ୱଳ୍ପ ଆୟ, ସ୍ୱଳ୍ପ ଶିକ୍ଷା, ସାମାଜିକ ବହିସ୍କାର ଓ ପରିବେଶହୀନତା ସଂଲଗ୍ନ ଥାଏ[୧୬] l ଅଧିକାଂଶ ଦେଶରେ ସାରିଦ୍ର୍ୟ ଖରାପ ସ୍ୱାସ୍ଥ୍ୟ ସହ ଓ ଖରାପ ସ୍ୱାସ୍ଥ୍ୟ ଦାରିଦ୍ର୍ଯ ସହ ଅନୁବନ୍ଧିତ ଥାଏ[୧୭] l
ଅସମତୁଲ ସ୍ୱାସ୍ଥ୍ୟ
[ସମ୍ପାଦନା]ସାମାଜିକ ଓ ଅର୍ଥନୈତିକ ସ୍ଥିତି ତିନୋଟି ଅବସ୍ଥାକୁ ପ୍ରଭାବିତ କରେ, ସାଧାରଣ ସ୍ୱାସ୍ଥ୍ୟ ସେବା, ପରିବେଶ ଓ ସ୍ୱାସ୍ଥ୍ୟ ବ୍ୟବହାର l ଆମେରିକାରେ ଦେଖା ଯାଇଛି ସବୁଠାରୁ କଦର୍ଯ୍ୟ ସ୍ୱାସ୍ଥ୍ୟ ଥିବା ଜାଗାର ପରିବାରର ଆମଦାନୀ କମ ଓ ଶିକ୍ଷା ଅଳ୍ପ l ସାମାଜିକ ଓ ଅର୍ଥନୈତିକ ସ୍ଥିତି ଉନ୍ନତ ହେଲେ ସ୍ୱାସ୍ଥ୍ୟର ଉନ୍ନତି ପରିଲକ୍ଷି ତ ହୁଏ[୧୮] l ଆଫ୍ରିକା ଓ ଅନ୍ୟ ସ୍ଥାନରେ ମଧ୍ୟ ଶିକ୍ଷା ଓ ଆମଦାନୀ ଉନ୍ନତି ସହ ସ୍ୱାସ୍ଥ୍ୟର ଉନ୍ନତି ଦେଖାୟାଏ l ଆମେରିକାରେ ବିଭିନ୍ନ ଜାତିରେ ମଧ୍ୟ ସ୍ୱାସ୍ଥ୍ୟ ଓ ପରମାୟୁ ବଢିବା ଦେଖାୟାଏ l
ଦାରିଦ୍ର୍ୟ
[ସମ୍ପାଦନା]ଦାରିଦ୍ର୍ୟ ଓ ରୋଗ ଉଭୟ ପରଷ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ପ୍ରତ୍ୟେକ ଅପରକୁ ସାହାଯ୍ୟ କରେ । ଅନେକ ରୋଗ ଗରିବମାନଙ୍କୁ ଆକ୍ରମଣ କରେ ଓ ଆହୁରି ଗରିବ କରିବାରେ ସାହଯ୍ୟ କରେ । ଦାରିଦ୍ର୍ୟ ସମ୍ପର୍କୀୟ ରୋଗ ଗୁଡିକୁ ଦାରିଦ୍ର୍ୟ ଅଣଦେଖା କରିପାରେ ନାହିଁ । ଔଷଧ ଓ ଚିକିତ୍ସା ସୁବିଧା ଥିବା ସତ୍ତ୍ୱେ ଗରିବ ଦେଶମାନଙ୍କରେ ଅନେକ ରୋଗ ଓ ତତ୍ଜନିତ ମୃତ୍ୟୁ ଗରିବୀ ହେତୁ ଦୂର କରାଯାଇ ପାରେ ନାହିଁ । ଦାରିଦ୍ର୍ୟ ଏକ ମାତ୍ର ଅବସ୍ଥା ଯାହା ଯୋଗୁ ଅନେକ ରୋଗ ଲାଗି ରହେ । ଦାରିଦ୍ର୍ୟ ଯୋଗୁ ଅନୁନ୍ନତ ସ୍ୱାସ୍ଥ୍ୟରକ୍ଷା, ସ୍ୱାସ୍ଥ୍ୟ ବିଷୟକ ଅଜ୍ଞତା, ପାନୀୟ ଜଳ ଅଭାବ, ପୋଷକ ଖାଦ୍ୟର ଅଭାବ ଓ ପ୍ରଦୂଷଣ ଇତ୍ୟାଦି ବୃଦ୍ଧି ପ୍ରାପ୍ତ ହୁଏ ।
ଗରିବ ଦେଶମାନଙ୍କରେ ହେଉଥିବା ରୋଗମାନଙ୍କ ମଧ୍ୟରେ ୧୮ % ରୋଗ ଯକ୍ଷ୍ମା, ଏଡସ୍, ଓ ମ୍ୟାଲେରିଆ ଯୋଗୁ ହୁଏ । ଚିକିତ୍ସାସାଧ୍ୟ ଉଚ୍ଚ ମୃତ୍ୟହାର ମଧ୍ୟରେ ଶିଶୁ ରୋଗ ୨.୫ % ସ୍ଥାନ ଅଧିକାର କରେ ।
ବିକାଶଶୀଳ ଦେଶମାନଙ୍କରେ ଦୈନିକ ପ୍ରାୟ ୧୧୬୦୦ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯୮ % ମୃତ୍ୟୁ କେବଳ ମାତୃ ଓ ଶିଶୁ ରୋଗ ଯୋଗୁ ସମ୍ଭବ ହୁଏ ।
ରୋଗ ସମୂହ
[ସମ୍ପାଦନା]ପ୍ରତି ବର୍ଷ ଦାରିଦ୍ର୍ୟ ରୋଗଦ୍ୱାରା ୧୪ ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି । ଦରିଦ୍ର ରାଷ୍ଟ୍ରମାନଙ୍କରେ ୧.୮ ନିୟୁତ ଶିଶୁ ମୃତ୍ୟୁ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ ଓ ତରଳ ଝାଡା ରୋଗଦ୍ୱାରା ହୁଏ[୧୯] ।
ଦାରିଦ୍ର୍ୟ ସମ୍ପର୍କୀୟ ରୋଗ ମଧ୍ୟରେ ଏଡ୍ସ୍, ମ୍ୟାଲେରିଆ ଓ ଯକ୍ଷ୍ମା ଗଣାଯାଏ[୨୦] । ୯୫ % ଏଡ୍ସ୍[୨୧] ଓ ୯୮ % ଯକ୍ଷ୍ମା [୨୨]ରୋଗ ବିକାଶଶୀଳ ଦେଶମାନଙ୍କରେ ଦେଖାଯାଏ । ମ୍ୟାଲେରିଆ ଜନିତ ମୃତ୍ୟୁ ମଧ୍ୟରୁ ୯୦ % ସବ-ସାହାରା ଇଲାକାରେ ଦେଖାଯାଏ[୨୩] । ପୃଥିବୀରେ ଯେତେ ମୃତ୍ୟୁ ହୁଏ ତାହାର ୧୦ % ଏହି ତିନି ରୋଗଦ୍ୱାରା ହୁଏ ।
ମିଳିମିଳା, ହୁପିଙ୍ଗ କାଶ ଓ ପୋଲିଓ ନିମନ୍ତେ ଟିକା ଉପଲବ୍ଧ ଥିଲେ ମଧ୍ୟ ଗରିବ ଦେଶମାନଙ୍କରେ ଏହି ରୋଗ ବହୁଳ ଭାବରେ ଦେଖାଯାଏ ।
ଦାରିଦ୍ର୍ୟ ସହ ନିମୋନିଆ ମଧ୍ୟ ଜଡ଼ିତ ।[୨୪]
ଅବହେଳିତ ରୋଗ ସମୂହ
[ସମ୍ପାଦନା]କେତେଗୁଡିଏ ଅବହେଳିତ ରୋଗ ସମୂହର ନାମ:
- ଆଫ୍ରିକୀୟ ଟ୍ରିପାନୋସୋମିଆସିସ
- ଚାଗାସ୍ ରୋଗ
- ଲିସମାନିଆସିସ
- ଗୋଦର ରୋଗ
- ଗିନି ୱର୍ମ
- ଅଙ୍କୋସର୍ସିଆସିସ
- ସିସ୍ଟୋସୋମିଆସିସ୍
- ଟ୍ରାଇକୋମୋନିଆସିସ୍
ଏହି ରୋଗମାନଙ୍କ ଚିକିତ୍ସା ନିମନ୍ତେ ୨୫ ବର୍ଷ ମଧ୍ୟରେ(୧୯୭୫ରୁ ୧୯୯୯) କେବଳ ୧୩ଟି ଔଷଧ ଏହି ରୋଗମାନଙ୍କ ନିମନ୍ତେ ଆବିଷ୍କୃତ ହୋଇଥିଲା । ୨୦ଟି ଗବେଷଣା ରତ ଔଷଧ କମ୍ପାନୀ ମଧ୍ୟରୁ କେବଳ ୨ଟି କମ୍ପାନୀ ଏହି ଦିଗରେ ଗବେଷଣା କରୁଥିଲେ ।
ଟ୍ରାଇକୋମୋନିଆସିସ୍
[ସମ୍ପାଦନା]ପୃଥିବୀରେ ପ୍ରାୟ ୨୦୦ ନିୟୁତ ଲୋକ ଟ୍ରାଇକୋମୋନିଆସିସ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି । ମୂଖ୍ୟତଃ ଏହା ଯୁବକ, ଗରିବ ଓ ଆଫ୍ରିକା-ଆମେରିକା ମହିଳାମାନଙ୍କୁ ଆକ୍ରମଣ କରୁଛି । ସବ-ସାହାରା ଓ ଗରିବ ଏସିଆ ଦେଶମାନଙ୍କରେ ଦେଖା ଯାଉଛି । ଏହା ଯୋଗୁ ଏଚ୍.ଆଇ.ଭି ସଂକ୍ରମଣ ଓ ସମୟ ପୂର୍ବ ପ୍ରସବ ସଙ୍କଟ ଇତ୍ୟାଦି ସୃଷ୍ଟି ହୁଏ[୨୫] ।
ଚିକିତ୍ସା ଶାସ୍ତ୍ରର ଉନ୍ନତି ଯୋଗୁ ୩ଟି ରୋଗକୁ ଆପାତତଃ ଅବହେଳିତ ରୋଗ ହିସାବରେ ଧରାଯାଉଛି ।
ମ୍ୟାଲେରିଆ
[ସମ୍ପାଦନା]ପୃଥିବୀରେ ଦେଖାଯାଉଥିବା ୩୦୦ରୁ ୫୦୦ ମ୍ୟାଲେରିଆ ରୋଗୀଙ୍କ ମଧ୍ୟରୁ ଅଧିକାଂଶ (୮୦ %) ଆଫ୍ରିକାରେ ଦେଖା ଯାଆନ୍ତି[୨୬] । ପାଞ୍ଚ ବର୍ଷରୁ କମ୍ ବୟସ ପିଲାମାନଙ୍କ ମଧ୍ୟରୁ ୧ ନିୟୁତ ପିଲା ମୃତ୍ୟ ବରଣ କରନ୍ତି[୨୭] । ଗ୍ରାମୀଣ ଇଲାକାର ଥିବା ଗରିବ ପିଲା ସହ ଅଶିକ୍ଷିତ ମାଆ ଥିଲେ ମ୍ୟାଲେରିଆ ଓ ତତ୍ଜନିତ ମୃତ୍ୟୁ ସମ୍ଭାବନା ବଢିଯାଏ[୨୮] । ସବ୍-ସାହାରା ଆଫ୍ରିକାରେ ମ୍ୟାଲେରିଆର ସିଧା ସଳଖ ଏଚ୍.ଆଇ.ଭି. ବଢିବା ସହ ସମ୍ପର୍କ ଅଛି[୨୯] । ଏହା ଯୋଗୁ ଭୁତାଣୁ ସଂଖ୍ୟ ୧୦ ଗୁଣ ବଢିଯାଏ ଓ ଯୌନ ସମ୍ପର୍କଦ୍ୱାରା ଅଣସଂକ୍ରମିତ ସାଥୀକୁ ଆକ୍ରମଣ କରେ[୩୦] । ପ୍ରଥମ ଗର୍ଭ ପରେ ମ୍ୟାଲେରିଆ ଇମ୍ମ୍ୟୁନିଟି ଏଚ୍.ଆଇ.ଭି.ଦ୍ୱାରା କମିଯାଏ, ମହିଳା ଓ ଶିଶୁମାନଙ୍କଠାରେ ଏଚ୍.ଆଇ.ଭି. ରୋଗ ଓ ମୃତ୍ୟୁ ଅଧିକ ହୁଏ[୩୧] । ଏହି ଦୁଇ ରୋଗ ପରଷ୍ପରକୁ ଅଧିକ ସଂକ୍ରମିତ କରିବାରେ ସାହାଯ୍ୟ କରନ୍ତି[୩୨] ।
ଅନ୍ତନଳୀ ପରଜୀବି
[ସମ୍ପାଦନା]ଗ୍ରୀଷ୍ମ ପ୍ରଧାନ ଦେଶମାନଙ୍କରେ ଲୋକଙ୍କ ଅନ୍ତନଳୀରେ ବହୁତ ପ୍ରକାର ପରଜୀବି ଦେଖା ଯାଆନ୍ତି । ସେମାନଙ୍କ ମଧ୍ୟରେ ହୁକ୍ ବର୍ମ୍(Hook worm), ରାଉଣ୍ଡ ବର୍ମ ବା ଜିଆ ଓ ଅନେକ ପ୍ରକାରର ଆମିବା. ସେମାନେ ମଣିଷ ଶରୀରରେ ରକ୍ତ ସ୍ରାବ ଓ ତରଳ ଝାଡା କରାଇ ପୋଷକ ହାନୀ କରନ୍ତି । ବହୁତ ଦିନ ଧରି ବର୍ମ ରହିଲେ ଇମ୍ମ୍ୟୁନ ସିସ୍ଟମକୁ ଭାରାକ୍ରାନ୍ତ କରନ୍ତି[୩୩][୩୪] । ଅନ୍ୟ ପକ୍ଷରେ କ୍ରନିକ ବର୍ମ ରୋଗ ହେଲେ ଏଚ୍.ଆଇ.ଭି. ସଂକ୍ରମଣ ଆଶଙ୍କା ବଢିଯାଏ ।
ସିସ୍ଟୋସୋମିଆସିସ୍
[ସମ୍ପାଦନା]ଜେନସ୍ ସିସ୍ଟୋସୋମାର ଟ୍ରେମାଟୋଡ୍ ସ୍ପେସି ଜାତୀୟ କେତେକ ପରଜୀବିଦ୍ୱାରା ଏହି ସିସ୍ଟୋସୋମିଆସିସ୍ ରୋଗ ହୁଏ । ପୃଥିବୀରେ ଏହି ରୋଗରେ ପୀଡ଼ିତ ୨୦୦ ନିୟୁତ ଲୋକଙ୍କ ମଧ୍ୟରୁ ୮୦ % ଲୋକ ସବ୍-ସାହାରା ଅଞ୍ଚଳରେ ବାସ କରନ୍ତି [୩୫]। ଅପମିଶ୍ରିତ ସଜ ଜଳରେ ଥିବା ଶାମୁକା ଶ୍ରେଣୀ ଜୀବମାନେ ଏହି ଜୀବର ଲାର୍ଭା ତ୍ୟାଗ କରନ୍ତି । ଏହି ଲାର୍ଭା ଚମ ଫୁଟେଇ ଅନ୍ତନଳୀ ଓ ପରିସ୍ରା ନଳୀଶୈଳି ମଧ୍ୟରେ ଆସ୍ଥାନ ଜମେଇ ରହନ୍ତି । ଏହି ସ୍ଥାନ ମାନଙ୍କରେ ଲାର୍ଭା ବଡ଼ ହୋଇ ଅଣ୍ଡା ଦେବା ଦ୍ୱାର ଏହି ଅଙ୍ଗମାନ ସଂକ୍ରମିତ ହୁଅନ୍ତି । ଅନ୍ତନଳୀ, ମୁତ୍ରାଶୟ ଓ ଅନ୍ୟ ଅଙ୍ଗମାନ ନଷ୍ଟ ହେବାଦ୍ୱାରା ରୋଗୀ ରକ୍ତ ହୀନତା, ଓ ପ୍ରୋଟିନ ଏନର୍ଜି ଅଭାବର ସମ୍ମୁଖୀନ ହୁଅନ୍ତି[୩୬] । ମ୍ୟାଲେରିଆ ଓ ଏହି ରୋଗ ଏଚ୍.ଆଇ.ଭି. ବ୍ୟାପିବାରେ ପ୍ରଧାନ ଭୂମିକା ଗ୍ରହଣ କରନ୍ତି । ସିସ୍ଟୋସୋମିଆସିସ୍ ହେଉଥିବା ସ୍ଥାନ ମାନଙ୍କରେ ଏଚ୍.ଆଇ.ଭି. ଅଧିକ ହେଉଥିବା କଥା ଏପିଡେମିଓଲୋଜିକାଲ୍ ଡାଟାରୁ ପ୍ରମାଣିତ ହେଉଛି[୩୭] ।
ଯକ୍ଷ୍ମା
[ସମ୍ପାଦନା]ସଂକ୍ରାମକ ରୋଗମାନଙ୍କ ମଧ୍ୟରେ ମୃତ୍ୟୁର କାରଣ ରୁପେ ଯକ୍ଷ୍ମାର ନାମ ସର୍ବାଗ୍ରେ ଆସେ[୩୮] । ସବ୍ ସାହାରା ଆଫ୍ରିକା, ଲାଟିନ୍ ଆମେରିକା ଓ କ୍ୟାରିବିଆନ୍ ସ୍ଥାନମାନଙ୍କରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ । କେବଳ ସବ୍ ସାହାରା ଆଫ୍ରିକାରେ ବାର୍ଷିକ ୬% ହାରରେ ଏହା ବଢୁଛି । ଦରିଦ୍ରତା, ଘନ ଜନ ବସତି, ମଦ୍ୟପାନ, ମାନସିକ ଚାପ, ଡ୍ରଗ ନିଶା ଓ ଅପପୁଷ୍ଟି ସହ ଯକ୍ଷ୍ମା ରୋଗର ଅତି ନିବିଡ ସମ୍ପର୍କ ଅଛି । ଏଚ୍.ଆଇ.ଭି. ଥିଲେ ଯକ୍ଷ୍ମା ରୋଗ ସମ୍ଭାବନା ବହୁତ ଅଧିକ ହୁଏ ।
ଏଡ୍ସ୍
[ସମ୍ପାଦନା]ଏହି ରୋଗ ହ୍ୟୁମାନ ଇମ୍ମୁନୋଡେଫିସିଏନ୍ସି ଭାଇରସ ନାମକ ଏକ ଭୁତାଣୁ ଯୋଗୁ ହୁଏ[୩୯] ଓ ମାନବର ଇମ୍ମୁନ ସିସ୍ଟମକୁ ଦୂର୍ବଳ କରିଦିଏ । ଏହି ରୋଗ ସବ-ସାହାର ଆଫ୍ରିକାରେ ମୂଖ୍ୟତଃ ଯୌନ ସମ୍ଭୋଗଦ୍ୱାରା ବ୍ୟାପେ ଓ ଏହା ଛଡା ମାଆଠାରୁ ଶିଶୁକୁ ତଥା ଏଚ୍.ଆଇ.ଭି. ସଂକ୍ରମିତ ରକ୍ତ ନେଲେ ବ୍ୟାପେ[୪୦][୪୧][୪୨] । ବିକାଶଶୀଳ ଦେଶ ବିଶେଷତଃ ସବ୍-ସାହାରା ଇଲାକାରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଏଚ୍.ଆଇ.ଭି. ବ୍ୟାପିବାରେ ମୂଖ୍ୟତଃ ଦାୟୀ[୪୩][୪୪][୪୫][୪୬][୪୭]
।
ସବ୍-ସାହାର ଇଲାକା ଦାରିଦ୍ର୍ୟଗ୍ରସ୍ତ ଅଟେ । ଲୋକମାନେ ଦୈନିକ ଏକ ଆମେରିକା ଡଲାର ଖର୍ଚ କରି ବଞ୍ଚନ୍ତି[୪୮] । ଏହା ଛଡା ଅପପୁଷ୍ଟି, ପରିସ୍କାର ଜଳର ଅଭାବ ଓ ସ୍ୱାସ୍ଥ୍ୟ ଜ୍ଞାନର ଅଭାବ ଯୋଗୁ ଏହି ସମସ୍ୟା ଦେଖାଯାଏ । ପରିସ୍କାର ଜଳର ଅଭାବ ଯୋଗୁ ଅନ୍ତ ନଳୀ ପରଜୀବି ଆକ୍ରମଣ କରି ଶରୀରକୁ ଦୂର୍ବଳ କରିଦିଏ ଓ ଏହାଦ୍ୱାରା ଇମ୍ମୁନ ସିସ୍ଟମ ଦୁର୍ବଳ ହୋଇ ଏଚ୍.ଆଇ.ଭି. ବ୍ୟାପିବାରେ ସାହାଯ୍ୟ କରେ । ଯୌନ ସିସ୍ଟୋସୋମିଆସିସ୍ ସି.ଡି.୪ କୋଷମାନଙ୍କୁ ଆକର୍ଷଣ କରେ ଓ ଏହା ଏଚ୍.ଆଇ.ଭି. ବ୍ୟାପିବାରେ ସାହାଯ୍ୟ କରେ । ଆମେରିକାରେ ମଧ୍ୟ ଏଚ୍.ଆଇ.ଭି. ବ୍ୟାପିବାରେ ଦାରିଦ୍ର୍ୟ ସାହାଯ୍ୟ କରେ । ଆମେରିକାରେ ବାସ କରୁଥିବା ଅଫ୍ରିକାର ଲୋକମାନଙ୍କୁ ଅଧିକ ଏଚ୍.ଆଇ.ଭି. ହୁଏ: କୌଣସି ବଂଶଗତ କାରଣ ଯୋଗୁ ଏହି ରୋଗ ହେଉଥିବା ଏହା ପ୍ରମାଣ କରେ ।
ଆଜ୍ମା
[ସମ୍ପାଦନା]ପୃଥିବୀରେ ୩୦୦ନିୟୁତରୁ ଅଧିକ ଲୋକ ଆଜ୍ମା ରୋଗ ଭୋଗୁଛନ୍ତି । ସହରୀ କରଣ ଯୋଗୁ ଓ ସ୍ୱାସ୍ଥ୍ୟ ଯତ୍ନ ତଥା ଔଷଧ ଅଭାବ ଯୋଗୁ ଏହି ରୋଗ ବଢିବାରେ ଲାଗିଛି[୪୯] । ଆମେରିକାରେ ବାସ କରୁଥିବା ଆଫ୍ରିକୀୟ ଆମେରିକାବାସୀ ଓ ଲାଟିନୀୟ ଲୋକମାନେ ଗୋରା ଲୋକଙ୍କ ଅପେକ୍ଷା ୪ଗୁଣ ଅଧିକ ଆଜ୍ମା ରୋଗ ଭୋଗ କରନ୍ତି । ଏହି ରୋଗର ଦାରିଦ୍ର୍ୟ ତଥା ଅନୁନ୍ନତ ଜୀବନଚର୍ଯ୍ୟା ସହ ସମ୍ପର୍କ ଅଛି[୫୦]। ଗରିବ ଦେଶର ପିଲାମାନେ ଅଧିକ ମାତ୍ରାରେ ଏହି ରୋଗର ଶିକାର ହୁଅନ୍ତି । ଯେଉଁ ଘରେ ମୁଷା ଓ ଅନ୍ୟାନ୍ୟ ଜୀବ ରହନ୍ତି, ଯେଉଁ ପିଲାମାନେ ଧୁମ୍ର ପାନର ସଂସ୍ପର୍ଶରେ ଆସନ୍ତି ସେଠାରେ ଆଜ୍ମା ଅଧିକ ହୁଏ ।
ଆମେରିକାରେ ଅନ୍ୟ ୟୁରୋପୀୟ ଦେଶମାନଙ୍କ ଅପେକ୍ଷା ମୃତ୍ୟୁ ହାର ଅଧିକ ହେଉଛି[୫୧] । ଆଫ୍ରିକୀୟ ଆମେରିକାବାସୀଙ୍କ ପିଲାମାନେ ଅନ୍ୟ ଜାତିର ପିଲାମାନଙ୍କ ଅପେକ୍ଷା ଅଧିକ ମୃତ୍ୟୁ ବରଣ କରନ୍ତି[୫୨] । ଅନୁଶୀଳନରୁ ଜଣା ଯାଇଛି ସହର ମଧ୍ୟ ଭାଗରେ ବାସ କରୁଥିବା ଗରିବ ଲୋକଙ୍କର ଲିଙ୍ଗ ଓ ବରଷ ନିର୍ବିଶେଷାରେ ଆଜ୍ମାଦ୍ୱାରା ରୋଗ ଓ ମୃତ୍ୟୁ ଅଧିକ ହେଉଛି[୫୩][୫୪] । ଆଜ୍ମା ଯୋଗୁ ୧୦.୫ ନିୟୁତ ପିଲାଙ୍କର ସ୍କୁଲ ଉପସ୍ଥାନ ହୁଏ ନାହିଁ ।
ହୃତ୍ପିଣ୍ଡ ଓ ରକ୍ତନଳୀ ସମ୍ବନ୍ଧୀୟ
[ସମ୍ପାଦନା]ହୃତ୍ପିଣ୍ଡ ରୋଗ କେବଳ ଗରିବ ଲୋକଙ୍କ ରୋଗ ନ ହେଲେ ମଧ୍ୟ ଅନେକ ଗରିବମାନଙ୍କଠାରେ ଦେଖାଯାଏ । କରୋନାରୀ ହୃତ୍ପିଣ୍ଡ ରୋଗ, ସ୍ଟ୍ରୋକ୍ ଓ ହୃଦ୍ଘାତ ରୋଗ ଗରିବମାନଙ୍କୁ ହୁଏ[୫୫] । ଗରିବୀ ତଥା ଶିକ୍ଷା ଅଭାବ, ଖାଦ୍ୟାଭାବ, ବ୍ୟାୟାମ ଅଭାବ ଓ ବିଶାରଦ ଅଭାବ ଯୋଗୁ ଗରିବମାନଙ୍କୁ ଏହି ରୋଗ ହୁଏ ।
ପ୍ରସୂତି ଫିସ୍ଚୁଲା(ନାଳ ବ୍ରଣ)
[ସମ୍ପାଦନା]କଷ୍ଟସାଧ୍ୟ ପ୍ରସବ ବା ଜଟିଳ ପ୍ରସବ ହେଲାବେଳେ ଯଥେଷ୍ଟ ଚିକିତ୍ସା ସୁଯୋଗ ନ ମିଳିଲେ ଫିସ୍ଚୁଲା ସୃଷ୍ଟି ହୁଏ[୫୬] । ଗରିବ ଦେଶମାନଙ୍କରେ ଏହି ସମସ୍ୟା ଅଧିକ ଦେଖାଯାଉଥିବାରୁ ଏହାକୁ ଦାରିଦ୍ର୍ୟ ରୋଗ ହିସାବରେ ନିଆଯାଇଛି[୫୭] ।
ଦନ୍ତ କ୍ଷୟ
[ସମ୍ପାଦନା]ଦାନ୍ତର ଏନାମେଲ ଧୀରେ ଧୀରେ କ୍ଷୟ ହେବାକୁ ଦନ୍ତ କ୍ଷୟ ବା କ୍ୟାରିଜ କହନ୍ତି[୫୮] । ଦାରିଦ୍ର୍ୟ ଅବସ୍ଥାର ଅନୁପଯୁକ୍ତ ପାଟି ଯତ୍ନ ତଥା ଦନ୍ତ କ୍ଷୟ ସହ ନିବିଡ଼ ସମ୍ପର୍କ ଅଛି । ସାରା ପୃଥିବୀରେ ଏହା ଗୋଟିଏ ସାଧାରଣ ରୋଗ । ପେରୁ ଦେଶରେ ଦାରିଦ୍ର୍ୟ ଭୋଗୁଥିବା ଶିଶୁମାନଙ୍କଠାରେ ଦନ୍ତ କ୍ଷୟ ରୋଗ ଅଧିକ ହେବା ଦେଖାଯାଇଛି[୫୯] ।
ଶେଷ ଫଳ(Consequence)
[ସମ୍ପାଦନା]ଦାରିଦ୍ର୍ୟ ରୋଗ ସହ ଦାରିଦ୍ର୍ୟ ଓ ଦୂର୍ବଳ ସ୍ୱାସ୍ଥ୍ୟ ଅବସ୍ଥାର କ୍ରିୟାଶୀଳ(Dynamic) ସମ୍ପର୍କ ଅଛି । ଗରିବ ଅବସ୍ଥାରେ ଦାରିଦ୍ର୍ୟ ରୋଗ ହୁଏ ଓ ଦାରିଦ୍ର୍ୟ ରୋଗ ହେଲେ ଦାରିଦ୍ର୍ୟ ଆହୁରି ବଢିଯାଇ ଜାତୀୟ ସମ୍ପତ୍ତି ତଥା ଧନ ଉତ୍ପତ୍ତି ସ୍ଥଳ କମିଯାଏ । ଉଦାହରଣ ସ୍ୱରୁପ ମ୍ୟାଲେରିଆ ଯୋଗୁ ବିକାଶଶୀଳ ଦେଶମାନଙ୍କରେ ଜି.ଡି.ପି. ବୃଦ୍ଧି ୧.୩% କମିଯାଏ ଏବଂ ସବ-ସାହାରା ଆଫ୍ରିକାରେ ନିୟୁତ ନିୟୁତ ଲୋକ ମରିବାଦ୍ୱାରା ସମୁଦାୟ ସାମାଜିକ ଢାଞ୍ଚା, ଅର୍ଥନୀତି ଓ ରାଜନୈତିକ ସ୍ଥିତାବସ୍ଥା ବଦଳି ଯାଏ[୬୦][୬୧] ।
ମହିଳା ସମସ୍ୟା
[ସମ୍ପାଦନା]ମହିଳା ଓ ଶିଶୁମାନଙ୍କୁ ସିସ୍ଟୋସୋମିଆସିସ୍ ଅଧିକ ହୁଏ ଯାହା ଫଳରେ ସେମାନଙ୍କର ଏଚ୍.ଆଇ.ଭି. ସଙ୍କଟ ଅଧିକ ହୁଏ । ମହିଳା ଓ ଶିଶୁମାନେ ଘର ପାଖରେ ଥିବା ଅପମିଶ୍ରିତ ଜଳରେ ଗାଧୋଇବା, ଲୁଗା ଧୋଇବା, ପହଁରିବା ଓ ଘରୋଇ ବ୍ୟବହାର କରୁଥିବାରୁ ସେମାନଙ୍କର ସିସ୍ଟୋସୋମିଆସିସ୍ ସଙ୍କଟ ଅଧିକ ରହେ । ସିସ୍ଟୋସୋମିଆସିସ ଥିବା ମହିଳାମାନେ ତିନି ଗୁଣ ଅଧିକ ଏଚ୍.ଆଇ.ଭି. ସଂକ୍ରମିତ ହୁଅନ୍ତି[୬୨]।
ମହିଳାମାନେ ସଂକ୍ରମିତ ଉପକରଣ ଓ ଛୁଞ୍ଚି ସଂସ୍ପର୍ଶରେ ଅଧିକ ଆସନ୍ତି । ଗର୍ଭାବସ୍ଥା ଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସମୟରେ ଅଣ-ବିଶୋଧିତ ଛୁଞ୍ଚିରେ ଇଞ୍ଜେକସନ ନିଅନ୍ତି । ପରିସଂଖ୍ୟାନ ଅନୁଯାୟୀ ଛୁଞ୍ଚି ଯୋଗୁ ୫ରୁ ୧୦% ଏଚ୍.ଆଇ.ଭି. ହେଉଥିବା ଜଣା ପଡ଼ିଲେ ମଧ୍ୟ ତାହାଠାରୁ ବହୁତ ଅଧିକ ହେବା ସମ୍ଭାବନା ଅଛି[୬୩] । ଏଚ୍.ଆଇ.ଭି ପଜିଟିଭ ମହିଳା ମାନଙ୍କର ସ୍ୱାମୀଙ୍କୁ ପରୀକ୍ଷା କଲାବେଳେ ଜଣା ପଡ଼ିଛି ପ୍ରାୟ ଅର୍ଧେକ ମହିଳା ମାନଙ୍କର ସ୍ୱାମୀ ଏଚ୍.ଆଇ.ଭି. ନେଗେଟିଭ ଅଛନ୍ତି[୬୪] । ଏଥିରୁ ଜଣାଯାଏ ଯୌନ ସମ୍ପର୍କ ବ୍ୟତିରେକ ଅନ୍ୟ ମାଧ୍ୟମଦ୍ୱାରା ରୋଗ ସଂକ୍ରମିତ ହୁଏ । କିନ୍ତୁ ଏହି ମହିଳାମାନେ ଦୋଚାରୁଣୀ ଦୋଷରେ ପରିବାର ଓ ଗୋଷ୍ଠୀଦ୍ୱାରା ଦଣ୍ଡିତ ହୁଅନ୍ତି ।
ମାନବିକ ଦକ୍ଷତା
[ସମ୍ପାଦନା]ଏଚ୍.ଆଇ.ବି. ସଂକ୍ରମିତ ହେଲେ ମାନବିକ କର୍ମ ଦକ୍ଷତା ହ୍ରାସ ପାଏ, ତେଣୁ ରୋଜଗାର କମିଯାଏ[୬୫] । ରୋଜଗାର କମିଲେ ଖାଦ୍ୟ କମିଯାଏ ଓ ପୁଷ୍ଟିହାନୀ ହୁଏ । ପିଲାମାନେ ପରୋକ୍ଷରେ କ୍ଷତିଗ୍ରସ୍ତ ହୁଅନ୍ତି । ପିତା ମାତା ମରିଗଲେ ପିଲାମାନଙ୍କ ରକ୍ଷଣାବେକ୍ଷଣ ହୋଇପାରେ ନାହିଁ । ଏହି କାରଣ ଯୋଗୁ ସେମାନେ ଅପପୁଷ୍ଟିର ଶିକାର ହୁଅନ୍ତି ।
ସର୍ବସାଧାରଣଙ୍କ ନିମନ୍ତେ ନୀତି
[ସମ୍ପାଦନା]ଦେଶ ଭିତରେ ଓ ବିଭିନ୍ନ ଦେଶ ମଧ୍ୟରେ ଗରିବୀ ଓ ଦାରିଦ୍ର୍ୟ ରୋଗ ଦୂର କରିବା ନିମନ୍ତେ ଅନେକ ଗୁଡିଏ ପ୍ରସ୍ତାବ ବିଚାରାଧୀନ ଅଛି । ଡବ୍ଲ୍ୟୁ.ଏଚ୍.ଓ. ଏହି ବିଭେଦ ଦୂର କରିବା ନିମନ୍ତେ ଚେଷ୍ଟିତ । ପ୍ରଥମତଃ ଦୈନନ୍ଦିନ ଜୀବନଚର୍ଯ୍ୟା ଉନ୍ନତି ବିଧାନ ଆବଶ୍ୟକ । କନ୍ୟା ଓ ମହିଳାମାନଙ୍କର ଉନ୍ନତି ହେଲେ ଶିଶୁଙ୍କର ବିକାଶ ହେବ ଓ ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ହେଲେ ଦାରିଦ୍ର୍ୟ ରୋଗ ଅପସରି ଯିବ । ଦ୍ୱିତୀୟତଃ ଅର୍ଥ, ଶକ୍ତି ଓ ରିସୋର୍ସେସ୍ ଗୁଡିକର ସମୀକରଣ ହେବ । ତୃତୀୟତଃ ଅସୁବିଧାର ମୂଲ୍ୟାୟନ ଓ କାର୍ଯ୍ୟକ୍ରମ ଗୁଡିକର ଉପକାରୀତାର ମୂଲ୍ୟାୟନ କରାଯିବ ।
ଆଧାର
[ସମ୍ପାଦନା]- ↑ Singh, A. R., & Singh, S. A. (2008). Diseases of Poverty and Lifestyle, Well-Being and Human Development. Mens Sana Monographs, 6(1), 187-225.
- ↑ "Health and Poverty". UNFPA State of World Population 2002. United Nations Population Fund. Archived from the original on 2012-10-05. Retrieved 2013-06-08.
{{cite book}}
: External link in
(help); Unknown parameter|chapterurl=
|chapterurl=
ignored (|chapter-url=
suggested) (help) - ↑ WHO | Goal 4: reduce child mortality
- ↑ http://www.unicefusa.org/work/water/
- ↑ Singh, Nandita, Per Wickenberg, Karsten Åström, and Håkan Hydén. 2012. "Accessing water through a rights-based approach: problems and prospects regarding children." Water Policy 14, no. 2: 298-318.
- ↑ Access to Clean Water and Sanitation Pose 21st-Century Challenge for Millions. JAMA. 2004;292(3):318-320. doi:10.1001/jama.292.3.318.
- ↑ Mintz, E., Reiff, F., & Tauxe, R. (1995). Safe water treatment and storage in the home. A practical new strategy to prevent waterborne disease. JAMA: The Journal Of The American Medical Association, 273(12), 948-953.
- ↑ "Common water and sanitation-related diseases". UNICEF. 2005. Archived from the original on 2015-02-11. Retrieved 2013-06-10.
- ↑ "Common water and sanitation-related diseases". UNICEF. 2005. Archived from the original on 2015-02-11. Retrieved 2013-06-10.
- ↑ Piwoz, Ellen G.; Preble, Elizabeth A. (December 2000). "HIV/AIDS and Nutrition: A Review of the Literature and Recommendations for Nutritional Care and Support in Sub-Saharan Africa" (PDF). Washington DC: Academy for Educational Development. PN-ACK-673. Archived from the original (PDF) on 2014-04-23. Retrieved 2013-06-10.
{{cite web}}
: CS1 maint: multiple names: authors list (link) - ↑ Friis H, Michaelsen KF (1998). "Micronutrients and HIV infection: a review". Eur J Clin Nutr. 52 (3): 157–63. doi:10.1038/sj.ejcn.1600546. PMID 9537299.
{{cite journal}}
: Unknown parameter|month=
ignored (help) - ↑ John GC; Nduati RW; Mbori-Ngacha D; et al. (1997). "Genital shedding of human immunodeficiency virus type 1 DNA during pregnancy: association with immunosuppression, abnormal cervical or vaginal discharge, and severe vitamin A deficiency". J. Infect. Dis. 175 (1): 57–62. doi:10.1093/infdis/175.1.57. PMID 8985196.
{{cite journal}}
: Unknown parameter|author-separator=
ignored (help); Unknown parameter|month=
ignored (help) - ↑ Chilton, M. (2009). A Rights-Based Approach to Food Insecurity in the United States. American Journal Of Public Health, 99(7), 1203.
- ↑ Freeing Latin America and the Caribbean from hunger http://www.fao.org
- ↑ Commission on the Social Determinants of Health. Closing the Gap in a Generation. World Health Organization, 2008.
- ↑ Adjei, P., & Buor, D. (2012). From poverty to poor health: Analysis of socio-economic pathways influencing health status in rural households of Ghana. Health Sociology Review, 21(2), 232-241.
- ↑ Adam Wagstaff. Poverty and Health Sector Inequalities. Policy and Practice, 2002
- ↑ Paula A. Braveman. Socioeconomic Disparities in Health in the United States: What the Patterns Tell Us. American Journal of Public Health, Vol 100, 2010.
- ↑ Dolin, [edited by] Gerald L. Mandell, John E. Bennett, Raphael (2010). Mandell, Douglas, and Bennett's principles and practice of infectious diseases (7th ed. ed.). Philadelphia, PA: Churchill Livingstone/Elsevier. ISBN 0443068399.
{{cite book}}
:|edition=
has extra text (help);|first=
has generic name (help)CS1 maint: multiple names: authors list (link) - ↑ "WHO/WPRO-Poverty Issues Dominate RCM". Archived from the original on 2005-04-30. Retrieved 2005-04-30.
- ↑ "HIV/AIDS and Poverty". UNFPA State of World Population 2002. United Nations Population Fund. Archived from the original on 2012-10-05. Retrieved 2013-06-08.
{{cite book}}
: External link in
(help); Unknown parameter|chapterurl=
|chapterurl=
ignored (|chapter-url=
suggested) (help) - ↑ "RESULTS: World Health/Diseases of Poverty". Archived from the original on 2009-07-03. Retrieved 2013-06-25.
- ↑ "Roll Back Malaria Partnership: What is malaria?". Archived from the original on 2006-04-23. Retrieved 2013-06-25.
- ↑ "ଆର୍କାଇଭ୍ କପି". Archived from the original on 2009-07-03. Retrieved 2013-06-25.
{{cite web}}
: Cite has empty unknown parameter:|1=
(help) - ↑ Ko, H., Jamieson, D. J., Hogan, J. W., Anderson, J., Klein, R. S., Susan, C., & Paula, S. (2002). Prevalence, Incidence, and Persistence or Recurrence of Trichomoniasis among Human Immunodeficiency Virus (HIV)-Positive Women and among HIV-Negative Women at High Risk for HIV Infection. Clinical Infectious Diseases, 34(10), 1406-1411.
- ↑ Crosse, M. (2005). Global malaria control [electronic resource] : U.S. and multinational investments and implementation challenges. Washington, DC : U.S. Government Accountability Office, [2005].
- ↑ World Health Organization (WHO). 2004. http://www.who.int/tdt/diseases/malaria/diseaseinfo.htm (accessed March 2011).
- ↑ Ingstad, B., Munthali, A., Braathen, S., & Grut, L. (2012). The evil circle of poverty: a qualitative study of malaria and disability. Malaria Journal, 1115.
- ↑ Whitworth J; Morgan D; Quigley M; et al. (2000). "Effect of HIV-1 and increasing immunosuppression on malaria parasitaemia and clinical episodes in adults in rural Uganda: a cohort study". Lancet. 356 (9235): 1051–6. doi:10.1016/S0140-6736(00)02727-6. PMID 11009139.
{{cite journal}}
: Unknown parameter|author-separator=
ignored (help); Unknown parameter|month=
ignored (help) - ↑ Hoffman IF; Jere CS; Taylor TE; et al. (1999). "The effect of Plasmodium falciparum malaria on HIV-1 RNA blood plasma concentration". AIDS. 13 (4): 487–94. doi:10.1097/00002030-199903110-00007. PMID 10197377.
{{cite journal}}
: Unknown parameter|author-separator=
ignored (help); Unknown parameter|month=
ignored (help) - ↑ Rowland-Jones SL, Lohman B (2002). "Interactions between malaria and HIV infection-an emerging public health problem?". Microbes Infect. 4 (12): 1265–70. doi:10.1016/S1286-4579(02)01655-6. PMID 12467769.
{{cite journal}}
: Unknown parameter|month=
ignored (help) - ↑ Abu-Raddad LJ, Patnaik P, Kublin JG (2006). "Dual infection with HIV and malaria fuels the spread of both diseases in sub-Saharan Africa". Science. 314 (5805): 1603–6. doi:10.1126/science.1132338. PMID 17158329.
{{cite journal}}
: Unknown parameter|month=
ignored (help)CS1 maint: multiple names: authors list (link) - ↑ Bentwich Z, Kalinkovich A, Weisman Z (1995). "Immune activation is a dominant factor in the pathogenesis of African AIDS". Immunol. Today. 16 (4): 187–91. doi:10.1016/0167-5699(95)80119-7. PMID 7734046.
{{cite journal}}
: Unknown parameter|month=
ignored (help)CS1 maint: multiple names: authors list (link) - ↑ Borkow G, Bentwich Z (2002). "Host background immunity and human immunodeficiency virus protective vaccines, a major consideration for vaccine efficacy in Africa and in developing countries". Clin. Diagn. Lab. Immunol. 9 (3): 505–7. doi:10.1128/CDLI.9.3.505-507.2002. PMC 119996. PMID 11986252.
{{cite journal}}
: Unknown parameter|month=
ignored (help) - ↑ World Health Organization (WHO). 2004. http://www.who.int/tdt/diseases/schisto/diseaseinfo.htm (accessed March 2011).
- ↑ Stephenson L (1993). "The impact of schistosomiasis on human nutrition". Parasitology. 107 (Suppl): S107–23. doi:10.1017/S0031182000075545. PMID 8115176.
- ↑ Harms G, Feldmeier H (2002). "HIV infection and tropical parasitic diseases — deleterious interactions in both directions?". Trop. Med. Int. Health. 7 (6): 479–88. doi:10.1046/j.1365-3156.2002.00893.x. PMID 12031069.
{{cite journal}}
: Unknown parameter|month=
ignored (help) - ↑ Tuberculosis: Commentary on a Reemergent Killer. Barry R. Bloom and Christopher J. L. Murray.
- ↑ Sepkowitz KA (2001). "AIDS—the first 20 years". N. Engl. J. Med. 344 (23): 1764–72. doi:10.1056/NEJM200106073442306. PMID 11396444.
{{cite journal}}
: Unknown parameter|month=
ignored (help) - ↑ Stillwaggon, Eileen (2008). "Race, Sex, and the Neglected Risks for Women and Girls in Sub-Saharan Africa". Feminist Economics. 14 (4): 67–86. doi:10.1080/13545700802262923.
- ↑ Gisselquist D, Potterat JJ, Brody S, Vachon F (2003). "Let it be sexual: how health care transmission of AIDS in Africa was ignored". Int J STD AIDS. 14 (3): 148–61. doi:10.1258/095646203762869151. PMID 12665437.
{{cite journal}}
: Unknown parameter|month=
ignored (help)CS1 maint: multiple names: authors list (link) - ↑ World Health Organization (WHO). 2003. ‘‘Unsafe Injection Practices: A Plague of Many Health Care Systems.’’ http://www.who.int/injection_safety/about/resources/ BackInfoUnsafe/en/ (accessed January 2004).
- ↑ Semba RD; Miotti PG; Chiphangwi JD; et al. (1994). "Maternal vitamin A deficiency and mother-to-child transmission of HIV-1". Lancet. 343 (8913): 1593–7. doi:10.1016/S0140-6736(94)93056-2. PMID 7911919.
{{cite journal}}
: Unknown parameter|author-separator=
ignored (help); Unknown parameter|month=
ignored (help) - ↑ Scrimshaw NS, SanGiovanni JP (1997). "Synergism of nutrition, infection, and immunity: an overview". Am. J. Clin. Nutr. 66 (2): 464S–477S. PMID 9250134.
{{cite journal}}
: Unknown parameter|month=
ignored (help) - ↑ Beisel WR (1996). "Nutrition in pediatric HIV infection: setting the research agenda. Nutrition and immune function: overview". J. Nutr. 126 (10 Suppl): 2611S–5S. PMID 8861922.
{{cite journal}}
: Unknown parameter|month=
ignored (help) - ↑ Woodward B (1998). "Protein, calories, and immune defenses". Nutr. Rev. 56 (1 Pt 2): S84–92. PMID 9481128.
{{cite journal}}
: Unknown parameter|month=
ignored (help) - ↑ Cunningham-Rundles S (1998). "Analytical methods for evaluation of immune response in nutrient intervention". Nutr. Rev. 56 (1 Pt 2): S27–37. PMID 9481122.
{{cite journal}}
: Unknown parameter|month=
ignored (help) - ↑ Elieen Stillwaggon, Aids and the Ecology of Poverty. Oxford University Press. New York
- ↑ “Global Burden of Asthma.” Matthew Masoli, Denise Fabian, Shaun Holt, Richard Beasley. Report developed for: Global Initiative for Asthma. http://www.ginasthma.org/reports-global-burden-of-asthma.html Archived 2012-05-24 at the Wayback Machine.
- ↑ Flores, G.,. (2009). Urban Minority Children with Asthma: Substantial Morbidity, Compromised Quality and Access to Specialists, and the Importance of Poverty and Specialty Care. Journal Of Asthma, 46(4), 392-398.
- ↑ “Global Burden of Asthma.” Matthew Masoli, Denise Fabian, Shaun Holt, Richard Beasley. Report developed for: Global Initiative for Asthma. http://www.ginasthma.org/pdf/GINABurdenReport.pdf Archived 2013-05-02 at the Wayback Machine. p.86
- ↑ Yinusa-Nyahkoon, L. S., Cohn, E. S., Cortes, D. E., & Bokhour, B. G. (2010). Ecological Barriers and Social Forces in Childhood Asthma Management: Examining Routines of African American Families Living in the Inner City. Journal Of Asthma, 47(7), 701-710. doi:10.3109/02770903.2010.485662
- ↑ Poverty, race, and medication use are correlates of asthma hospitalization rates : a small area analysis in Boston. Gottlieb DJ, O'Connor GT, Beiser AS. CHEST.1995;108(1):28-35
- ↑ “Rethinking Race/Ethnicity, Income, and Childhood Asthma: Racial/Ethnic Disparities Concentrated among the Very Poor.” Lauren A. Smith, Juliet L. Hatcher-Ross, Richard Wertheimer and Robert S. Kahn Public Health Reports (1974-) , Vol. 120, No. 2 (Mar. - Apr., 2005), pp. 109-116 Published by: Association of Schools of Public HealthArticle Stable URL: http://www.jstor.org/stable/20056761
- ↑ John Yinger, Housing Discrimination and Residential Segregation. Understanding Poverty. New York.
- ↑ Creanga, A. A.; R.R. Genadry (2007). "Obstetric fistulas: A clinical review". International Journal of Gynecology & Obstetrics. 99 (Supplement 1): S40. doi:10.1016/j.ijgo.2007.06.030.
{{cite journal}}
:|access-date=
requires|url=
(help); Unknown parameter|month=
ignored (help) - ↑ Browning, Andrew. "Obstetric Fistula In Ilorin, Nigeria." Plos Medicine 1.1 (2004): 022-024. Academic Search Complete. Web. 25 Oct. 2012.
- ↑ DYE, B. (2010). Trends in Oral Health by Poverty Status as Measured by Healthy People 2010 Objectives. Public Health Reports, 125(6), 817.
- ↑ Delgado-Angulo, E., Hobdell, M., & Bernabé, E. (2009). Poverty, social exclusion and dental caries of 12-year-old children: a cross-sectional study in Lima, Peru. BMC Oral Health, (1), 16.
- ↑ "Roll Back Malaria Partnership: Economic costs of malaria". Rbm.who.int. Archived from the original on 2012-11-08. Retrieved 2012-07-11.
- ↑ "UNFPA State of World Population 2002". Unfpa.org. Archived from the original on 2009-08-06. Retrieved 2012-07-11.
- ↑ Kjetland EF; Ndhlovu PD; Gomo E; et al. (2006). "Association between genital schistosomiasis and HIV in rural Zimbabwean women". AIDS. 20 (4): 593–600. doi:10.1097/01.aids.0000210614.45212.0a. PMID 16470124. Archived from the original on 2012-06-10. Retrieved 2013-07-05.
{{cite journal}}
: Unknown parameter|author-separator=
ignored (help); Unknown parameter|month=
ignored (help) - ↑ Drucker E, Alcabes PG, Marx PA (2001). "The injection century: massive unsterile injections and the emergence of human pathogens". Lancet. 358 (9297): 1989–92. doi:10.1016/S0140-6736(01)06967-7. PMID 11747942.
{{cite journal}}
: Unknown parameter|month=
ignored (help)CS1 maint: multiple names: authors list (link) - ↑ Gisselquist, David; Potterat, John J.; Salerno, Lilian (2007). "Injured and Insulted: Women in Africa Suffer from Incomplete Messages about HIV Risks". Horn of Africa Journal of AIDS. 4 (1): 15–8.
{{cite journal}}
: CS1 maint: multiple names: authors list (link) - ↑ Hsu, Jean W-C., Paul B. Pencharz, Dereck Macallan, and Andrew Tomkins. 2005 "Macronutrients and HIV/AIDS: A Review of Current Evidence." Presented April 2005 for the Consultation on Nutrition and HIV/AIDS in Africa: Evidence, lessons and recommendations for action.
ବାହାର ଲିଙ୍କ
[ସମ୍ପାଦନା]- United Nations Population Fund: State of World Population 2002 Archived 2003-12-16 at the Wayback Machine.
- RESULTS: World Health/Diseases of Poverty Archived 2009-07-03 at the Wayback Machine.
- Roll Back Malaria Global Partnership
- Agriculture and HIV/AIDS : understanding the links between agriculture and health (brief) Archived 2009-01-13 at the Wayback Machine. by Stuart Gillespie (2006) International Food Policy Research Institute
- The Poor Pay More—POVERTY'S HIGH COST TO HEALTH