ଜାତୀୟ ସଂସଦ (ଜାପାନ)
ଜାତୀୟ ସଂସଦର 国会 କୋକ୍କାଇ | |
---|---|
ଜାତୀୟ ସଂସଦର ୨୦୩ୟ ଅଧିବେଶନ | |
ପ୍ରକାର | |
ପ୍ରକାର | ଦ୍ୱିସଦନୀୟ |
ଗୃହ | |
ନେତୃତ୍ୱ | |
ପ୍ରତିନିଧି ସଭାର ବାଚସ୍ପତି | ତାଦାମୋରୀ ଓଶିମା, ଲିଡେପା ୨୧ ଅପ୍ରେଲ, ୨୦୧୫ରୁ |
ପାର୍ଷଦ ସଭାର ସଭାପତି | ଆକିକୋ ସାନ୍ତୋ, ଲିଡେପା ୧ ଅଗଷ୍ଟ, ୨୦୧୯ରୁ |
ଗଠନ | |
ଆସନ ସଂଖ୍ୟା | ୭୧୦
|
ପାର୍ଷଦ ସଭା ରାଜନୈତିକ ଦଳ | ସରକାର (୧୪୨)
ବିରୋଧୀ (୧୦୩)
|
ପ୍ରତିନିଧି ସଭା ରାଜନୈତିକ ଦଳ | ପ୍ରଶାସନ (୩୧୨)
ବିରୋଧୀ (୧୫୨)
|
ନିର୍ବାଚନ | |
ପାର୍ଷଦ ସଭା ଶେଷ ନିର୍ବାଚନ | ୨୧ ଜୁଲାଇ ୨୦୧୯ (୨୫ତମ) |
ପ୍ରତିନିଧି ସଭା ଶେଷ ନିର୍ବାଚନ | ୨୨ ଅକ୍ଟୋବର ୨୦୧୭ (୪୮ତମ) |
ସାକ୍ଷାତକକ୍ଷ | |
ଜାତୀୟ ସଂସଦଭବନ, ୧୭୧ ନାଗାତା-ଚୋ ପଥ, ଚିୟୋଦା ଜିଲ୍ଲା, ଟୋକିଓ, ଜାପାନ | |
Website | |
ଜାତୀୟ ସଂସଦ (国会; କୋକ୍କାଇ) ହେଉଛି ଜାପାନର ଦ୍ୱିସଦନୀୟ ବିଧାନପାଳିକା । ଏଥିରେ ଦୁଇଟି ସଦନ ରହିଛି, ଉଚ୍ଚ ସଦନ - ପାର୍ଷଦ ସଭା (参議院; ସାଂଗିଁ) ଏବଂ ନିମ୍ନ ସଦନ ପ୍ରତିନିଧି ସଭା (衆議院; ଶୁଗିଁ) । ଏକ ସମାନ୍ତରାଳ ଭୋଟ ପ୍ରକ୍ରିୟାରେ ଉଭୟ ସଦନର ସଦସ୍ଯ ନିର୍ବାଚିତ ହୋଇଥାନ୍ତି । ନିୟମ ପ୍ରଣୟନ ସହ ସଂସଦ ଦେଶର ପ୍ରଧାନମନ୍ତ୍ରୀଙ୍କୁ ମଧ୍ଯ ନିଯୁକ୍ତି ଦେଇଥାଏ । ଏହି ସଂସଦଟି ପ୍ରଥମେ ୧୮୯୦ ମସିହାରେ ମେଇଜୀ ସମ୍ବିଧାନ ଅଧିନରେ ମହାରାଜକୀୟ ସଂସଦ ଭାବେ ଆରମ୍ଭ ହୋଇଥିଲା । ୧୯୪୭ ମସିହାରେ ଯୁଦ୍ଧୋତ୍ତର ସମ୍ବିଧାନ ଗୃହୀତ ହେବା ପରେ ମହାରାଜକୀୟ ସଂସଦ, ଜାତୀୟ ସଂସଦରେ ପରିଣତ ହେଲା । ଉଭୟ ସଦନ ଟୋକିଓର ଚିୟୋଦାର ନାଗାତାଚୋ ନଗରରେ ଅବସ୍ଥିତ ଜାତୀୟ ସଂସଦ ଭବନ(国会議事堂; କୋକ୍କାଇ-ଗିଜିଦୋ)ରେ ମିଳିତ ହୁଅନ୍ତି ।
ସଂଗଠନ
[ସମ୍ପାଦନା]ସଂସଦର ଉଭୟ ସଦନର ସଦସ୍ଯ ସମାନ୍ତରାଳ ଭୋଟଦ୍ୱାରା ନିର୍ବାଚିତ ହୋଇଥାନ୍ତି । ଭୋଟରମାନେ ଗୋଟିଏ ଆସନ ପାଇଁ ଦୁଇଟି ଭୋଟ ଦେଇଥାନ୍ତି; ଗୋଟିଏ ପ୍ରତିନିଧି ପାଇଁ ଏବଂ ଆଉ ଏକ ଦଳ ପାଇଁ । ଜାପାନର ଯେକୌଣସି ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ନାଗରିକ ଭୋଟ ଦେଇପାରନ୍ତି ।[୧][୨] ଜାପାନର ସମାନ୍ତରାଳ ଭୋଟ ବ୍ଯବସ୍ଥାଟି ଅନେକ ଦେଶରେ ପ୍ରଚଳିତ ଅତିରିକ୍ତ ସଦସ୍ଯ ବ୍ଯବସ୍ଥାଠାରୁ ଭିନ୍ନ ଅଟେ । ଜାପାନୀ ସମ୍ବିଧାନରେ ସଂସଦର ଉଭୟ ସଦନର ଆସନ ସଂଖ୍ଯା, ଭୋଟ ବ୍ଯବସ୍ଥା କିମ୍ବା ନିର୍ବାଚିତ ବ୍ଯକ୍ତିମାନଙ୍କର ଯୋଗ୍ୟତା ଆଦି ବିଷୟରେ ଉଲ୍ଲେଖ ନାହିଁ । ଏଥିରେ ସମସ୍ତ ଯୋଗ୍ୟ ଭୋଟରମାନେ ଭୋଟ ଦେଇପାରନ୍ତି । ସମ୍ବିଧାନ ଅନୁସାରେ, ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ସାମାଜିକ ସ୍ଥିତି, ପାରିବାରିକ ଉତ୍ପତ୍ତି, ଶିକ୍ଷା, ସମ୍ପତ୍ତି ତଥା ଆୟ ଭିତ୍ତିରେ ବାଛବିଚାର କରିବା ବର୍ଜନୀୟ ।[୩]
ସଂସଦର ନିର୍ବାଚନ ପ୍ରକ୍ରିୟା, ସଂସଦଦ୍ୱାରା ପାରିତ ଅଧିନିୟମ ଅନୁସାରେ ପରିଚାଳିତ ହୋଇଥାଏ ।
ନିମ୍ନ ସଦନର ସଦସ୍ଯ ୨୫ ବର୍ଷ ବା ତା'ଠାରୁ ଅଧିକ ହୋଇଥିବା ଆବଶ୍ୟକ । ସେହିପରି ଉଚ୍ଚ ସଦନର ସଦସ୍ଯ ୩୦ ବର୍ଷ ବା ତା'ଠାରୁ ଅଧିକ ହୋଇଥିବା ଆବଶ୍ୟକ । ସମସ୍ତ ପ୍ରାର୍ଥୀଙ୍କ ଜାତୀୟତା ଜାପାନୀ ହୋଇଥିବା ଆବଶ୍ୟକ । ଜାପାନୀ ସମ୍ବିଧାନର ଧାରା ୪୯ ଅନୁସାରେ, ସାଂସଦମାନଙ୍କୁ ¥1.3 ନିୟୁତ ଦରମା ଦିଆଯାଏ । ପ୍ରତ୍ୟେକ ସାଂସଦଙ୍କୁ ତିନୋଟି ସେକ୍ରେଟାରୀ ରଖିବା ପାଇଁ ଅର୍ଥ ଯୋଗାଣ, ନିଃଶୁଳ୍କ ଶିଙ୍କାନ୍ସେନ ଟିକଟ ତଥା ଚାରିଥରିଆ ଉଡାଜାହାଜ ଟିକଟ ଆଦି ସୁବିଧା ଦିଆଯାଇଥାଏ ।[୪]
ଅଧିକାର
[ସମ୍ପାଦନା]ସମ୍ବିଧାନର ଧାରା ୪୧, ଜାତୀୟ ସଂସଦକୁ "ରାଜ୍ଯ ଅଧିକାରର ସର୍ବୋଚ୍ଚ ଅଙ୍ଗ" ତଥା "ରାଜ୍ଯର ଏକମାତ୍ର ନିୟମ ପ୍ରଣୟନକାରୀ ସଂସ୍ଥା" ଭାବରେ ବର୍ଣ୍ଣନା କରିଛି । ଏହି ବାକ୍ଯଟି ମେଇଜୀ ସମ୍ବିଧାନର ବର୍ଣ୍ଣନଠାରୁ ଭିନ୍ନ ଯାହା କହେ - ସମ୍ରାଟ ବିଧାନପାଳିକା ଶକ୍ତିର ପ୍ରୟୋଗ ସଂସଦର ଅନୁମତି କ୍ରମେ କରିଥାନ୍ତି । ସଂସଦର ଦାୟିତ୍ୱ ସବୁ ହେଲା - ନିୟମ ପ୍ରଣୟନ, ପ୍ରଶାସନଦ୍ୱାରା ପ୍ରଦତ୍ତ ବାର୍ଷିକ ଅର୍ଥପଞ୍ଜୀକାକୁ ସ୍ୱୀକୃତି ତଥା ବିଭିନ୍ନ ଅନ୍ତର୍ରାଷ୍ଟ୍ରୀୟ ସନ୍ଧିଗୁଡ଼ିକର ଅନୁମୋଦନ, ଇତ୍ଯାଦି । ଏହା ମଧ୍ଯ ସାମ୍ବିଧାନିକ ସଂଶୋଧନ ପାଇଁ ଚିଠା ଆଗତ କରିପାରେ । ସଂସଦ "ପ୍ରଶାସନ ସମ୍ବନ୍ଧୀୟ ଅନୁସନ୍ଧାନ" କରିପାରେ (ଧାରା ୬୨) ।
ସଂସଦୀୟ ସଂକଳ୍ପଦ୍ୱାରା ପ୍ରଧାନମନ୍ତ୍ରୀ ନିଯୁକ୍ତି ପ୍ରାପ୍ତ ହୁଅନ୍ତି । ଯଦି ସଂସଦରେ ପଚାଶ ଜଣ ସାଂସଦ, ସରକାରଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରନ୍ତି ଏବଂ ଏହା ସଂସଦରେ ଗୃହୀତ ହୋଇଯାଏ, ତେବେ ସରକାର ଏବଂ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଇଦିଏ । ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ କ୍ଯାବିନେଟ ସଦସ୍ଯ ସଂସଦୀୟ ଅନୁସନ୍ଧାନ କମିଟି ଆଗରେ ଉପସ୍ଥିତ ହୋଇ ସମସ୍ତ ପ୍ରଶ୍ନର ଉତ୍ତର ଦେବାପାଇଁ ବାଧ୍ଯ ଅଟନ୍ତି । ସଂସଦ ପାଖରେ ଅଭିଯୁକ୍ତ କିମ୍ବା ଅନିୟମିତ ଆଚରଣ ପ୍ରଦର୍ଶନକାରୀ ବିଚାରପତିଙ୍କୁ ମଧ୍ଯ ବହିଷ୍କାର କରିବାର କ୍ଷମତା ରହିଛି ।[୩]
ଅଧିକାଂଶ ପରିସ୍ଥିତିରେ, କୌଣସି ଚିଠାକୁ ଅଧିନିୟମରେ ପରିଣତ ହେବା ପାଇଁ ପ୍ରଥମେ ଉଭୟ ସଦନଦ୍ୱାରା ପାରିତ ହେବା ଆବଶ୍ୟକ । ଏହା ସମ୍ରାଟଙ୍କଦ୍ୱାରା ଅଧିନିୟମ ପ୍ରବର୍ତ୍ତନ କରାଯିବା ପରେ ଯାଇ ଅଧିନିୟମରେ ପରିଣତ ହୁଏ । ସମ୍ରାଟଙ୍କ ଏହି ଭୂମିକାଟି ଅନ୍ଯାନ୍ଯ ଦେଶର ରାଜକୀୟ ସ୍ୱିକୃତି ପରି; କିନ୍ତୁ ସମ୍ରାଟ କୌଣସି ପାରିତ ଚିଠାକୁ ପ୍ରବର୍ତ୍ତାଇବା ପାଇଁ ଅନିଚ୍ଛା ପ୍ରକଟ କରିପାରିବେ ନାହିଁ । ଅର୍ଥାତ୍ ସମ୍ରାଟଙ୍କ ବୈଧାନିକ ଅଧିକାର କେବଳ ନାମମାତ୍ର ଅଟେ ।[୫]
ପ୍ରତିନିଧି ସଭାଟି ସଂସଦର ଶକ୍ତିଶାଳୀ ସଭା ।[୬] କୌଣସି ଚିଠା ଉପରେ ପାର୍ଷଦ ସଭାର ନିର୍ଣ୍ଣୟକୁ ପ୍ରତିନିଧି ସଭା ସିଧାସଳଖ ରଦ୍ଦ କରିପାରିବ ନାହିଁ । କିନ୍ତୁ ପ୍ରତିନିଧି ସଭାଦ୍ୱାରା ପାରିତ କୌଣସି ଚିଠାକୁ ଆଇନରେ ପରିଣତ ହେବାରେ ପାର୍ଷଦ ସଭା କେବଳ ଡେରି କରାଇପାରିବ କିନ୍ତୁ ରୋକି ପାରିବ ନାହିଁ । ପ୍ରଧାନମନ୍ତ୍ରୀ ନିଯୁକ୍ତି ସମୟରେ ଉଚ୍ଚ ସଦନ, ନିମ୍ନ ସଦନକୁ ନିଜର ନିର୍ଣ୍ଣୟ ବଦଳାଇବା ପାଇଁ ବାଧ୍ଯ କରିପାରିବ ନାହିଁ । ନିଯୁକ୍ତି ପରେ ଅଧିକାର ପାଇଁ ପ୍ରଧାନମନ୍ତ୍ରୀ ନିମ୍ନ ସଦନରେ ବହୁମତ ଆବଶ୍ୟକ କରନ୍ତି । ପ୍ରତିନିଧି ସଭା ନିମ୍ନଲିଖିତ ପରିସ୍ଥିତିରେ ହିଁ ପାର୍ଷଦ ସଭାର ନିର୍ଣ୍ଣୟକୁ ରଦ୍ଦ କରିପାରିବ;[୭]
- ଯଦି ଏକ ଚିଠା ପ୍ରତିନିଧି ସଭାଦ୍ୱାରା ପାରିତ ହୋଇସାରିଛି, ଏବଂ ପାର୍ଷଦ ସଭାଦ୍ୱାରା ୬୦ ଦିନ ମଧ୍ଯରେ ପ୍ରତ୍ୟାଖ୍ୟାନ, ସଂଶୋଧନ କିମ୍ବା ଅସ୍ୱୀକାର କରାଯାଇଛି, ତେବେ, ଉକ୍ତ ଚିଠାଟି ପ୍ରତିନିଧି ସଭାର ଅତିକମରେ ଦୁଇ-ତୃତୀୟାଂଶ ସଦସ୍ଯଙ୍କଦ୍ୱାରା ପୁନଃପାରିତ ହେଲେ ସ୍ୱତଃ ଅଧିନିୟମରେ ପରିଣତ ହେବ ।[୮]
- ଯଦି ଉଭୟ ସଦନ କୌଣସି ଅର୍ଥପଞ୍ଜୀକା ବା କୌଣସି ସନ୍ଧିରେ ଏକମତ ହୋଇପାରିଲେ ନାହିଁ, ତେବେ ସଂସଦର ଏକ ମିଳିତ ଅଧିବେଶନଦ୍ୱାରା ନିଜର ସଂଖ୍ଯା ଗରିଷ୍ଠତା ଯୋଗୁଁ ପ୍ରତିନିଧି ସଭାର ନିର୍ଣ୍ଣୟ ସଂସଦର ନିର୍ଣ୍ଣୟରେ ପରିଣତ ହେବ । ଆଉମଧ୍ଯ ଯଦି ଉକ୍ତ ଅର୍ଥପଞ୍ଜୀକା ବା ସନ୍ଧି, ନିମ୍ନ ସଦନରେ ପାରିତ ହୋଇଯାଇଛି ଏବଂ ୩୦ ଦିନ ମଧ୍ଯରେ ଉଚ୍ଚ ସଦନଦ୍ୱାରା ଅନୁମୋଦିତ ହୋଇ ନାହିଁ, ତେବେ ମଧ୍ଯ ନିମ୍ନ ସଦନର ନିର୍ଣ୍ଣୟ ସଂସଦର ନିର୍ଣ୍ଣୟରେ ପରିଣତ ହେବ ।[୮]
- ଯଦି ଉଭୟ ସଦନ କୌଣସି ପ୍ରଧାନମନ୍ତ୍ରୀ ନିଯୁକ୍ତିରେ ସହମତି ହୋଇ ପାରିଲେନି, ତେବେ ୧୦ ଦିନ ମଧ୍ଯରେ ନିମ୍ନ ସଦନର ଅନୁମୋଦିତ ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ହେବେ ।
-
ପ୍ରତିନିଧି ସଭା
-
ପାର୍ଷଦ ସଭା
-
ଜାତୀୟ ସଂସଦଭବନରେ କ୍ଯାବିନେଟ କକ୍ଷ ପାଖରେ ଥିବା ଅପେକ୍ଷା କକ୍ଷ
କାର୍ଯ୍ୟକଳାପ
[ସମ୍ପାଦନା]ସମ୍ବିଧାନ ଅନୁସାରେ, ପ୍ରତିବର୍ଷ ଅତିକମରେ ଗୋଟିଏ ଅଧିବେଶନ ଡକାଯିବା ଆନିର୍ବାର୍ଜ୍ଯ ଅଟେ । ଏକ ନିର୍ବାଚନ ପୂର୍ବରୁ କେବଳ ପ୍ରତିନିଧି ସଭାର ବିଘଟନ କରାଯାଏ । କିନ୍ତୁ ନିମ୍ନ ସଦନର ବିଘଟନ କାଳରେ ଉଚ୍ଚ ସଦନ ସାଧାରଣତଃ ବନ୍ଦ ରହେ । ସମ୍ରାଟ ସଂସଦର ସଭା ଡକାନ୍ତି, ତତ୍ସହିତ ପ୍ରତିନିଧି ସଭାର ବିଘଟନ ମଧ୍ଯ କରିଥାନ୍ତି, କିନ୍ତୁ ଏପରି କରିବା ପାଇଁ କ୍ଯାବିନେଟର ସହମତି ବା ପରାମର୍ଶ ଲୋଡିଥାନ୍ତି । କୌଣସି ଜରୁରୀକାଳୀନ ପରିସ୍ଥିତିରେ କ୍ଯାବିନେଟ ସଂସଦକୁ ଏକ "ବିଶେଷ ଅଧିବେଶନ" ପାଇଁ ଡାକି ପାରିବ ଏବଂ ଉକ୍ତ "ବିଶେଷ ଅଧିବେଶନ" କୌଣସି ଏକ ସଦନର ଏକ ଚତୁର୍ଥାଂଶ ସଦସ୍ଯଙ୍କଦ୍ୱାରା ମଧ୍ଯ ଡକାଯାଇ ପାରିବ ।[୯] ପ୍ରତ୍ଯେକ ସଂସଦୀୟ ଅଧିବେଶନର ଆରମ୍ଭ ସମୟରେ, ପାର୍ଷଦସଭାର କକ୍ଷରୁ ନିଜ ସିଂହାସନରୁ ସମ୍ରାଟ ଏକ ବିଶେଷ ବକ୍ତବ୍ଯ ରଖିଥାନ୍ତି । [୧୦]
କୌଣସି ସଦନର ଏକ-ତୃତୀୟାଂଶ ସଦସ୍ଯଙ୍କ ଉପସ୍ଥିତିକୁ ନେଇ ଏକ କ୍ୱରମ ଗଠିତ, [୯] ଉପସ୍ଥିତ ସଦସ୍ଯସଂଖ୍ଯାର ଦୁଇ-ତୃତୀୟାଂଶ ସଦସ୍ଯ ରାଜି ନ ହେଲେ, ବିଚାର ବିମର୍ଶକୁ ସାଧାରଣରେ କରାଯାଏ । ପ୍ରତ୍ଯେକ ସଦନ ନିଜ ମଧ୍ଯରୁ ଏକ ଅଧ୍ୟକ୍ଷ ବାଛିଥାନ୍ତି, ଯେ ଦ୍ୱନ୍ଦ୍ୱ ସମୟରେ ନିଜ ଭୋଟ ରଖିଥାନ୍ତି । ସଂସଦର ସଂସଦୀୟ ପ୍ରତିରକ୍ଷା ରହିଛି । ସଂସଦରେ ଅଧିବେଶନ ଚାଲିଥିଲେ ପ୍ରତ୍ଯେକ ସଦନର ସଦସ୍ଯଙ୍କୁ ଗିରଫ ବିରୁଦ୍ଧରେ କେତେକ ସୁରକ୍ଷା ଅଧିକାର ମିଳେ । ଏବଂ ଯଦି ସଦନ ଦାବିକରେ,ତେବେ ପୂର୍ବରୁ ଗିରଫ ହୋଇଥିବା ସଦସ୍ଯଙ୍କୁ ଅଧିବେଶନ କାଳ ପାଇଁ ଛାଡିବାକୁ ପଡିଥାଏ । ସଦନରେ କହିଥିବା ଶବ୍ଦ ଓ ଦେଇଥିବା ଭୋଟ ପାଇଁ ସଦସ୍ଯମାନେ ସଦନ ବାହାରେ ପ୍ରତିରକ୍ଷିତ ଅଟନ୍ତି ।[୧୧] [୧୨] ପ୍ରତି ସଦନ ପାଖରେ ନିଜର ସଦସ୍ଯଙ୍କ ବ୍ଯବହାର ନିୟମ ତଥା ସଦନର ପରିଚାଳନା ନିୟମ ତିଆରି କରିବାର ଅଧିକାର ରହିଛି । କୌଣସି ସଦସ୍ଯଙ୍କୁ ଦୁଇ-ତୃତୀୟାଂଶ ବହୁମତ ବଳରେ ବହିଷ୍କୃତ କରାଯାଇ ପାରିବ । କ୍ଯାବିନେଟର ଯେକୌଣସି ସଦସ୍ଯଙ୍କ ପାଖରେ ସଦନରେ ଉପସ୍ଥିତ ହେବାର ଅଧିକାର ରହିଛି । ସେହିପରି ସଦନ ପାଖରେ କୌଣସି କ୍ଯାବିନେଟ ସଦସ୍ଯକୁ ସଦନରେ ଉପସ୍ଥିତ ହେବାପାଇଁ ଡକାଇବାର ଅଧିକାର ରହିଛି ।[୧୩]
ବୈଧାନିକ ପ୍ରକ୍ରିୟା
[ସମ୍ପାଦନା]ଅଧିକାଂଶ ଚିଠା କ୍ଯାବିନେଟଦ୍ୱାରା ସଂସଦରେ ଆଗତ କରାଯାଇ ଥାଏ ।[୧୪] ସମ୍ବନ୍ଧିତ ମନ୍ତ୍ରାଳୟଦ୍ୱାରା ଚିଠା ପ୍ରସ୍ତୁତ କରାଯାଇଥାଏ ।[୧୫]
ଆଧାର
[ସମ୍ପାଦନା]- ↑ "Diet enacts law lowering voting age to 18 from 20". The Japan Times. Archived from the original on 2016-10-10. Retrieved 2020-11-22.
- ↑ Japan Guide Coming of Age (seijin no hi) Retrieved June 8, 2007.
- ↑ ୩.୦ ୩.୧ National Diet Library. Constitution of Japan. Published 1947. Retrieved July 15, 2007.
- ↑ Fukue, Natsuko, "The basics of being a lawmaker at the Diet", The Japan Times, January 4, 2011, p. 3.
- ↑ House of Councillors. Legislative Procedure. Published 2001. Retrieved July 15, 2007.
- ↑ Asia Times Online Japan: A political tsunami approaches Archived 2007-07-13 at the Wayback Machine.. By Hisane Masaki. Published July 6, 2007. Retrieved July 15, 2007.
- ↑ "Diet | Japanese government". Encyclopedia Britannica (in ଇଂରାଜୀ). Retrieved August 22, 2017.
- ↑ ୮.୦ ୮.୧ House of Representatives of Japan Disagreement between the Two Houses. Retrieved July 14, 2007.
- ↑ ୯.୦ ୯.୧ House of Representatives of Japan Sessions of the Diet. Retrieved July 14, 2007.
- ↑ House of Representatives of Japan Opening Ceremony and Speeches on Government Policy. Retrieved July 14, 2007.
- ↑ "Judgments of the Supreme Court Case 1994 (O) 1287". Supreme Court of Japan. Retrieved August 13, 2020.
- ↑ "Judgments of the Supreme Court Case Number 1978 (O) 1240". Supreme Court of Japan. Retrieved August 13, 2020.
- ↑ "The Constitution of Japan, CHAPTER IV THE DIET". Japanese Law Translation. Archived from the original on January 5, 2021. Retrieved August 12, 2020.
- ↑ Oda, Hiroshi (2009). "The Sources of Law". Japanese Law. Oxford University Press. doi:10.1093/acprof:oso/9780199232185.001.1. ISBN 978-0-19-923218-5.
- ↑ M. Nakamura and T. Tsunemoto, 'The Legislative Process: Outline and Actors', in Y.Higuchi (ed.), Five Decades of Constitutionalism in Japanese Society (Tokyo, 2001), pp. 197–219