ଜାତୀୟ ସଂସଦ (ଜାପାନ)

ଉଇକିପିଡ଼ିଆ ରୁ
Jump to navigation Jump to search
ଜାତୀୟ ସଂସଦର
国会
କୋକ୍କାଇ
ଜାତୀୟ ସଂସଦର ୨୦୩ୟ ଅଧିବେଶନ
Coat of arms or logo
ପ୍ରକାର
ପ୍ରକାରଦ୍ୱିସଦନୀୟ
ଗୃହ
ନେତୃତ୍ୱ
ପ୍ରତିନିଧି ସଭାର ବାଚସ୍ପତିତାଦାମୋରୀ ଓଶିମା, ଲିଡେପା
୨୧ ଅପ୍ରେଲ, ୨୦୧୫ରୁ
ପାର୍ଷଦ ସଭାର ସଭାପତିଆକିକୋ ସାନ୍ତୋ, ଲିଡେପା
୧ ଅଗଷ୍ଟ, ୨୦୧୯ରୁ
ଗଠନ
ଆସନ ସଂଖ୍ୟା୭୧୦
Japan House of Councilors Oct2020.svg
ପାର୍ଷଦ ସଭା ରାଜନୈତିକ ଦଳସରକାର (୧୪୨)

ବିରୋଧୀ (୧୦୩)

Japan House of Representatives Oct202.svg
ପ୍ରତିନିଧି ସଭା ରାଜନୈତିକ ଦଳପ୍ରଶାସନ (୩୧୨)

ବିରୋଧୀ (୧୫୨)

ନିର୍ବାଚନ
ପାର୍ଷଦ ସଭା ଶେଷ ନିର୍ବାଚନ୨୧ ଜୁଲାଇ ୨୦୧୯ (୨୫ତମ)
ପ୍ରତିନିଧି ସଭା ଶେଷ ନିର୍ବାଚନ୨୨ ଅକ୍ଟୋବର ୨୦୧୭ (୪୮ତମ)
ସାକ୍ଷାତକକ୍ଷ
Diet of Japan Kokkai 2009.jpg
ଜାତୀୟ ସଂସଦଭବନ, ୧୭୧ ନାଗାତା-ଚୋ ପଥ, ଚିୟୋଦା ଜିଲ୍ଲା, ଟୋକିଓ, ଜାପାନ
Website

ଜାତୀୟ ସଂସଦ (国会; କୋକ୍କାଇ) ହେଉଛି ଜାପାନର ଦ୍ୱିସଦନୀୟ ବିଧାନପାଳିକା । ଏଥିରେ ଦୁଇଟି ସଦନ ରହିଛି, ଉଚ୍ଚ ସଦନ - ପାର୍ଷଦ ସଭା (参議院; ସାଂଗିଁ) ଏବଂ ନିମ୍ନ ସଦନ ପ୍ରତିନିଧି ସଭା (衆議院; ଶୁଗିଁ) । ଏକ ସମାନ୍ତରାଳ ଭୋଟ ପ୍ରକ୍ରିୟାରେ ଉଭୟ ସଦନର ସଦସ୍ଯ ନିର୍ବାଚିତ ହୋଇଥାନ୍ତି । ନିୟମ ପ୍ରଣୟନ ସହ ସଂସଦ ଦେଶର ପ୍ରଧାନମନ୍ତ୍ରୀଙ୍କୁ ମଧ୍ଯ ନିଯୁକ୍ତି ଦେଇଥାଏ । ଏହି ସଂସଦଟି ପ୍ରଥମେ ୧୮୯୦ ମସିହାରେ ମେଇଜୀ ସମ୍ବିଧାନ ଅଧିନରେ ମହାରାଜକୀୟ ସଂସଦ ଭାବେ ଆରମ୍ଭ ହୋଇଥିଲା । ୧୯୪୭ ମସିହାରେ ଯୁଦ୍ଧୋତ୍ତର ସମ୍ବିଧାନ ଗୃହୀତ ହେବା ପରେ ମହାରାଜକୀୟ ସଂସଦ, ଜାତୀୟ ସଂସଦରେ ପରିଣତ ହେଲା । ଉଭୟ ସଦନ ଟୋକିଓର ଚିୟୋଦାର ନାଗାତାଚୋ ନଗରରେ ଅବସ୍ଥିତ ଜାତୀୟ ସଂସଦ ଭବନ(国会議事堂; କୋକ୍କାଇ-ଗିଜିଦୋ)ରେ ମିଳିତ ହୁଅନ୍ତି ।

ସଂଗଠନ[ସମ୍ପାଦନା]

ସଂସଦର ଉଭୟ ସଦନର ସଦସ୍ଯ ସମାନ୍ତରାଳ ଭୋଟଦ୍ୱାରା ନିର୍ବାଚିତ ହୋଇଥାନ୍ତି । ଭୋଟରମାନେ ଗୋଟିଏ ଆସନ ପାଇଁ ଦୁଇଟି ଭୋଟ ଦେଇଥାନ୍ତି; ଗୋଟିଏ ପ୍ରତିନିଧି ପାଇଁ ଏବଂ ଆଉ ଏକ ଦଳ ପାଇଁ । ଜାପାନର ଯେକୌଣସି ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ନାଗରିକ ଭୋଟ ଦେଇପାରନ୍ତି ।[୧][୨] ଜାପାନର ସମାନ୍ତରାଳ ଭୋଟ ବ୍ଯବସ୍ଥାଟି ଅନେକ ଦେଶରେ ପ୍ରଚଳିତ ଅତିରିକ୍ତ ସଦସ୍ଯ ବ୍ଯବସ୍ଥାଠାରୁ ଭିନ୍ନ ଅଟେ । ଜାପାନୀ ସମ୍ବିଧାନରେ ସଂସଦର ଉଭୟ ସଦନର ଆସନ ସଂଖ୍ଯା, ଭୋଟ ବ୍ଯବସ୍ଥା କିମ୍ବା ନିର୍ବାଚିତ ବ୍ଯକ୍ତିମାନଙ୍କର ଯୋଗ୍ୟତା ଆଦି ବିଷୟରେ ଉଲ୍ଲେଖ ନାହିଁ । ଏଥିରେ ସମସ୍ତ ଯୋଗ୍ୟ ଭୋଟରମାନେ ଭୋଟ ଦେଇପାରନ୍ତି । ସମ୍ବିଧାନ ଅନୁସାରେ, ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ସାମାଜିକ ସ୍ଥିତି, ପାରିବାରିକ ଉତ୍ପତ୍ତି, ଶିକ୍ଷା, ସମ୍ପତ୍ତି ତଥା ଆୟ ଭିତ୍ତିରେ ବାଛବିଚାର କରିବା ବର୍ଜନୀୟ ।[୩]

ସଂସଦର ନିର୍ବାଚନ ପ୍ରକ୍ରିୟା, ସଂସଦଦ୍ୱାରା ପାରିତ ଅଧିନିୟମ ଅନୁସାରେ ପରିଚାଳିତ ହୋଇଥାଏ ।

ନିମ୍ନ ସଦନର ସଦସ୍ଯ ୨୫ ବର୍ଷ ବା ତା'ଠାରୁ ଅଧିକ ହୋଇଥିବା ଆବଶ୍ୟକ । ସେହିପରି ଉଚ୍ଚ ସଦନର ସଦସ୍ଯ ୩୦ ବର୍ଷ ବା ତା'ଠାରୁ ଅଧିକ ହୋଇଥିବା ଆବଶ୍ୟକ । ସମସ୍ତ ପ୍ରାର୍ଥୀଙ୍କ ଜାତୀୟତା ଜାପାନୀ ହୋଇଥିବା ଆବଶ୍ୟକ । ଜାପାନୀ ସମ୍ବିଧାନର ଧାରା ୪୯ ଅନୁସାରେ, ସାଂସଦମାନଙ୍କୁ ¥1.3 ନିୟୁତ ଦରମା ଦିଆଯାଏ । ପ୍ରତ୍ୟେକ ସାଂସଦଙ୍କୁ ତିନୋଟି ସେକ୍ରେଟାରୀ ରଖିବା ପାଇଁ ଅର୍ଥ ଯୋଗାଣ, ନିଃଶୁଳ୍କ ଶିଙ୍କାନ୍ସେନ ଟିକଟ ତଥା ଚାରିଥରିଆ ଉଡାଜାହାଜ ଟିକଟ ଆଦି ସୁବିଧା ଦିଆଯାଇଥାଏ ।[୪]

ଅଧିକାର[ସମ୍ପାଦନା]

ସମ୍ବିଧାନର ଧାରା ୪୧, ଜାତୀୟ ସଂସଦକୁ "ରାଜ୍ଯ ଅଧିକାରର ସର୍ବୋଚ୍ଚ ଅଙ୍ଗ" ତଥା "ରାଜ୍ଯର ଏକମାତ୍ର ନିୟମ ପ୍ରଣୟନକାରୀ ସଂସ୍ଥା" ଭାବରେ ବର୍ଣ୍ଣନା କରିଛି । ଏହି ବାକ୍ଯଟି ମେଇଜୀ ସମ୍ବିଧାନର ବର୍ଣ୍ଣନଠାରୁ ଭିନ୍ନ ଯାହା କହେ - ସମ୍ରାଟ ବିଧାନପାଳିକା ଶକ୍ତିର ପ୍ରୟୋଗ ସଂସଦର ଅନୁମତି କ୍ରମେ କରିଥାନ୍ତି । ସଂସଦର ଦାୟିତ୍ୱ ସବୁ ହେଲା - ନିୟମ ପ୍ରଣୟନ, ପ୍ରଶାସନଦ୍ୱାରା ପ୍ରଦତ୍ତ ବାର୍ଷିକ ଅର୍ଥପଞ୍ଜୀକାକୁ ସ୍ୱୀକୃତି ତଥା ବିଭିନ୍ନ ଅନ୍ତର୍ରାଷ୍ଟ୍ରୀୟ ସନ୍ଧିଗୁଡ଼ିକର ଅନୁମୋଦନ, ଇତ୍ଯାଦି । ଏହା ମଧ୍ଯ ସାମ୍ବିଧାନିକ ସଂଶୋଧନ ପାଇଁ ଚିଠା ଆଗତ କରିପାରେ । ସଂସଦ "ପ୍ରଶାସନ ସମ୍ବନ୍ଧୀୟ ଅନୁସନ୍ଧାନ" କରିପାରେ (ଧାରା ୬୨) ।

ସଂସଦୀୟ ସଂକଳ୍ପଦ୍ୱାରା ପ୍ରଧାନମନ୍ତ୍ରୀ ନିଯୁକ୍ତି ପ୍ରାପ୍ତ ହୁଅନ୍ତି । ଯଦି ସଂସଦରେ ପଚାଶ ଜଣ ସାଂସଦ, ସରକାରଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରନ୍ତି ଏବଂ ଏହା ସଂସଦରେ ଗୃହୀତ ହୋଇଯାଏ, ତେବେ ସରକାର ଏବଂ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଇଦିଏ । ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ କ୍ଯାବିନେଟ ସଦସ୍ଯ ସଂସଦୀୟ ଅନୁସନ୍ଧାନ କମିଟି ଆଗରେ ଉପସ୍ଥିତ ହୋଇ ସମସ୍ତ ପ୍ରଶ୍ନର ଉତ୍ତର ଦେବାପାଇଁ ବାଧ୍ଯ ଅଟନ୍ତି । ସଂସଦ ପାଖରେ ଅଭିଯୁକ୍ତ କିମ୍ବା ଅନିୟମିତ ଆଚରଣ ପ୍ରଦର୍ଶନକାରୀ ବିଚାରପତିଙ୍କୁ ମଧ୍ଯ ବହିଷ୍କାର କରିବାର କ୍ଷମତା ରହିଛି ।[୩]

ଅଧିକାଂଶ ପରିସ୍ଥିତିରେ, କୌଣସି ଚିଠାକୁ ଅଧିନିୟମରେ ପରିଣତ ହେବା ପାଇଁ ପ୍ରଥମେ ଉଭୟ ସଦନଦ୍ୱାରା ପାରିତ ହେବା ଆବଶ୍ୟକ । ଏହା ସମ୍ରାଟଙ୍କଦ୍ୱାରା ଅଧିନିୟମ ପ୍ରବର୍ତ୍ତନ କରାଯିବା ପରେ ଯାଇ ଅଧିନିୟମରେ ପରିଣତ ହୁଏ । ସମ୍ରାଟଙ୍କ ଏହି ଭୂମିକାଟି ଅନ୍ଯାନ୍ଯ ଦେଶର ରାଜକୀୟ ସ୍ୱିକୃତି ପରି; କିନ୍ତୁ ସମ୍ରାଟ କୌଣସି ପାରିତ ଚିଠାକୁ ପ୍ରବର୍ତ୍ତାଇବା ପାଇଁ ଅନିଚ୍ଛା ପ୍ରକଟ କରିପାରିବେ ନାହିଁ । ଅର୍ଥାତ୍ ସମ୍ରାଟଙ୍କ ବୈଧାନିକ ଅଧିକାର କେବଳ ନାମମାତ୍ର ଅଟେ ।[୫]

ପ୍ରତିନିଧି ସଭାଟି ସଂସଦର ଶକ୍ତିଶାଳୀ ସଭା ।[୬] କୌଣସି ଚିଠା ଉପରେ ପାର୍ଷଦ ସଭାର ନିର୍ଣ୍ଣୟକୁ ପ୍ରତିନିଧି ସଭା ସିଧାସଳଖ ରଦ୍ଦ କରିପାରିବ ନାହିଁ । କିନ୍ତୁ ପ୍ରତିନିଧି ସଭାଦ୍ୱାରା ପାରିତ କୌଣସି ଚିଠାକୁ ଆଇନରେ ପରିଣତ ହେବାରେ ପାର୍ଷଦ ସଭା କେବଳ ଡେରି କରାଇପାରିବ କିନ୍ତୁ ରୋକି ପାରିବ ନାହିଁ । ପ୍ରଧାନମନ୍ତ୍ରୀ ନିଯୁକ୍ତି ସମୟରେ ଉଚ୍ଚ ସଦନ, ନିମ୍ନ ସଦନକୁ ନିଜର ନିର୍ଣ୍ଣୟ ବଦଳାଇବା ପାଇଁ ବାଧ୍ଯ କରିପାରିବ ନାହିଁ । ନିଯୁକ୍ତି ପରେ ଅଧିକାର ପାଇଁ ପ୍ରଧାନମନ୍ତ୍ରୀ ନିମ୍ନ ସଦନରେ ବହୁମତ ଆବଶ୍ୟକ କରନ୍ତି । ପ୍ରତିନିଧି ସଭା ନିମ୍ନଲିଖିତ ପରିସ୍ଥିତିରେ ହିଁ ପାର୍ଷଦ ସଭାର ନିର୍ଣ୍ଣୟକୁ ରଦ୍ଦ କରିପାରିବ;[୭]

  • ଯଦି ଏକ ଚିଠା ପ୍ରତିନିଧି ସଭାଦ୍ୱାରା ପାରିତ ହୋଇସାରିଛି, ଏବଂ ପାର୍ଷଦ ସଭା ଦ୍ବାରା ୬୦ ଦିନ ମଧ୍ଯରେ ପ୍ରତ୍ୟାଖ୍ୟାନ, ସଂଶୋଧନ କିମ୍ବା ଅସ୍ୱୀକାର କରାଯାଇଛି, ତେବେ, ଉକ୍ତ ଚିଠାଟି ପ୍ରତିନିଧି ସଭାର ଅତିକମରେ ଦୁଇ-ତୃତୀୟାଂଶ ସଦସ୍ଯଙ୍କ ଦ୍ବାରା ପୁନଃପାରିତ ହେଲେ ସ୍ୱତଃ ଅଧିନିୟମରେ ପରିଣତ ହେବ ।[୮]
  • ଯଦି ଉଭୟ ସଦନ କୌଣସି ଅର୍ଥପଞ୍ଜୀକା ବା କୌଣସି ସନ୍ଧିରେ ଏକମତ ହୋଇପାରିଲେ ନାହିଁ, ତେବେ ସଂସଦର ଏକ ମିଳିତ ଅଧିବେଶନ ଦ୍ବାରା ନିଜର ସଂଖ୍ଯା ଗରିଷ୍ଠତା ଯୋଗୁଁ ପ୍ରତିନିଧି ସଭାର ନିର୍ଣ୍ଣୟ ସଂସଦର ନିର୍ଣ୍ଣୟରେ ପରିଣତ ହେବ । ଆଉମଧ୍ଯ ଯଦି ଉକ୍ତ ଅର୍ଥପଞ୍ଜୀକା ବା ସନ୍ଧି, ନିମ୍ନ ସଦନରେ ପାରିତ ହୋଇଯାଇଛି ଏବଂ ୩୦ ଦିନ ମଧ୍ଯରେ ଉଚ୍ଚ ସଦନଦ୍ୱାରା ଅନୁମୋଦିତ ହୋଇ ନାହିଁ, ତେବେ ମଧ୍ଯ ନିମ୍ନ ସଦନର ନିର୍ଣ୍ଣୟ ସଂସଦର ନିର୍ଣ୍ଣୟରେ ପରିଣତ ହେବ ।[୮]
  • ଯଦି ଉଭୟ ସଦନ କୌଣସି ପ୍ରଧାନମନ୍ତ୍ରୀ ନିଯୁକ୍ତିରେ ସହମତି ହୋଇ ପାରିଲେନି, ତେବେ ୧୦ ଦିନ ମଧ୍ଯରେ ନିମ୍ନ ସଦନର ଅନୁମୋଦିତ ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ହେବେ ।

କାର୍ଯ୍ୟକଳାପ[ସମ୍ପାଦନା]

ସମ୍ବିଧାନ ଅନୁସାରେ, ପ୍ରତିବର୍ଷ ଅତିକମରେ ଗୋଟିଏ ଅଧିବେଶନ ଡକାଯିବା ଆନିର୍ବାର୍ଜ୍ଯ ଅଟେ । ଏକ ନିର୍ବାଚନ ପୂର୍ବରୁ କେବଳ ପ୍ରତିନିଧି ସଭାର ବିଘଟନ କରାଯାଏ । କିନ୍ତୁ ନିମ୍ନ ସଦନର ବିଘଟନ କାଳରେ ଉଚ୍ଚ ସଦନ ସାଧାରଣତଃ ବନ୍ଦ ରହେ । ସମ୍ରାଟ ସଂସଦର ସଭା ଡକାନ୍ତି, ତତ୍ସହିତ ପ୍ରତିନିଧି ସଭାର ବିଘଟନ ମଧ୍ଯ କରିଥାନ୍ତି, କିନ୍ତୁ ଏପରି କରିବା ପାଇଁ କ୍ଯାବିନେଟର ସହମତି ବା ପରାମର୍ଶ ଲୋଡିଥାନ୍ତି । କୌଣସି ଜରୁରୀକାଳୀନ ପରିସ୍ଥିତିରେ କ୍ଯାବିନେଟ ସଂସଦକୁ ଏକ "ବିଶେଷ ଅଧିବେଶନ" ପାଇଁ ଡାକି ପାରିବ ଏବଂ ଉକ୍ତ "ବିଶେଷ ଅଧିବେଶନ" କୌଣସି ଏକ ସଦନର ଏକ ଚତୁର୍ଥାଂଶ ସଦସ୍ଯଙ୍କ ଦ୍ବାରା ମଧ୍ଯ ଡକାଯାଇ ପାରିବ ।[୯] ପ୍ରତ୍ଯେକ ସଂସଦୀୟ ଅଧିବେଶନର ଆରମ୍ଭ ସମୟରେ, ପାର୍ଷଦସଭାର କକ୍ଷରୁ ନିଜ ସିଂହାସନରୁ ସମ୍ରାଟ ଏକ ବିଶେଷ ବକ୍ତବ୍ଯ ରଖିଥାନ୍ତି । [୧୦]

କୌଣସି ସଦନର ଏକ-ତୃତୀୟାଂଶ ସଦସ୍ଯଙ୍କ ଉପସ୍ଥିତିକୁ ନେଇ ଏକ କ୍ୱରମ ଗଠିତ, [୯] ଉପସ୍ଥିତ ସଦସ୍ଯସଂଖ୍ଯାର ଦୁଇ-ତୃତୀୟାଂଶ ସଦସ୍ଯ ରାଜି ନ ହେଲେ, ବିଚାର ବିମର୍ଶକୁ ସାଧାରଣରେ କରାଯାଏ । ପ୍ରତ୍ଯେକ ସଦନ ନିଜ ମଧ୍ଯରୁ ଏକ ଅଧ୍ୟକ୍ଷ ବାଛିଥାନ୍ତି, ଯେ ଦ୍ୱନ୍ଦ୍ୱ ସମୟରେ ନିଜ ଭୋଟ ରଖିଥାନ୍ତି । ସଂସଦର ସଂସଦୀୟ ପ୍ରତିରକ୍ଷା ରହିଛି । ସଂସଦରେ ଅଧିବେଶନ ଚାଲିଥିଲେ ପ୍ରତ୍ଯେକ ସଦନର ସଦସ୍ଯଙ୍କୁ ଗିରଫ ବିରୁଦ୍ଧରେ କେତେକ ସୁରକ୍ଷା ଅଧିକାର ମିଳେ । ଏବଂ ଯଦି ସଦନ ଦାବିକରେ,ତେବେ ପୂର୍ବରୁ ଗିରଫ ହୋଇଥିବା ସଦସ୍ଯଙ୍କୁ ଅଧିବେଶନ କାଳ ପାଇଁ ଛାଡିବାକୁ ପଡିଥାଏ । ସଦନରେ କହିଥିବା ଶବ୍ଦ ଓ ଦେଇଥିବା ଭୋଟ ପାଇଁ ସଦସ୍ଯମାନେ ସଦନ ବାହାରେ ପ୍ରତିରକ୍ଷିତ ଅଟନ୍ତି ।[୧୧] [୧୨] ପ୍ରତି ସଦନ ପାଖରେ ନିଜର ସଦସ୍ଯଙ୍କ ବ୍ଯବହାର ନିୟମ ତଥା ସଦନର ପରିଚାଳନା ନିୟମ ତିଆରି କରିବାର ଅଧିକାର ରହିଛି । କୌଣସି ସଦସ୍ଯଙ୍କୁ ଦୁଇ-ତୃତୀୟାଂଶ ବହୁମତ ବଳରେ ବହିଷ୍କୃତ କରାଯାଇ ପାରିବ । କ୍ଯାବିନେଟର ଯେକୌଣସି ସଦସ୍ଯଙ୍କ ପାଖରେ ସଦନରେ ଉପସ୍ଥିତ ହେବାର ଅଧିକାର ରହିଛି । ସେହିପରି ସଦନ ପାଖରେ କୌଣସି କ୍ଯାବିନେଟ ସଦସ୍ଯକୁ ସଦନରେ ଉପସ୍ଥିତ ହେବାପାଇଁ ଡକାଇବାର ଅଧିକାର ରହିଛି ।[୧୩]

ବୈଧାନିକ ପ୍ରକ୍ରିୟା[ସମ୍ପାଦନା]

ଅଧିକାଂଶ ଚିଠା କ୍ଯାବିନେଟ ଦ୍ବାରା ସଂସଦରେ ଆଗତ କରାଯାଇ ଥାଏ ।[୧୪] ସମ୍ବନ୍ଧିତ ମନ୍ତ୍ରାଳୟ ଦ୍ବାରା ଚିଠା ପ୍ରସ୍ତୁତ କରାଯାଇଥାଏ ।[୧୫]

ଆଧାର[ସମ୍ପାଦନା]

  1. "Diet enacts law lowering voting age to 18 from 20". The Japan Times.
  2. Japan Guide Coming of Age (seijin no hi) Retrieved June 8, 2007.
  3. ୩.୦ ୩.୧ National Diet Library. Constitution of Japan. Published 1947. Retrieved July 15, 2007.
  4. Fukue, Natsuko, "The basics of being a lawmaker at the Diet", The Japan Times, January 4, 2011, p. 3.
  5. House of Councillors. Legislative Procedure. Published 2001. Retrieved July 15, 2007.
  6. Asia Times Online Japan: A political tsunami approaches. By Hisane Masaki. Published July 6, 2007. Retrieved July 15, 2007.
  7. "Diet | Japanese government". Encyclopedia Britannica (in ଇଂରାଜୀ). Retrieved August 22, 2017.
  8. ୮.୦ ୮.୧ House of Representatives of Japan Disagreement between the Two Houses. Retrieved July 14, 2007.
  9. ୯.୦ ୯.୧ House of Representatives of Japan Sessions of the Diet. Retrieved July 14, 2007.
  10. House of Representatives of Japan Opening Ceremony and Speeches on Government Policy. Retrieved July 14, 2007.
  11. "Judgments of the Supreme Court Case 1994 (O) 1287". Supreme Court of Japan. Retrieved August 13, 2020.
  12. "Judgments of the Supreme Court Case Number 1978 (O) 1240". Supreme Court of Japan. Retrieved August 13, 2020.
  13. "The Constitution of Japan, CHAPTER IV THE DIET". Japanese Law Translation. Retrieved August 12, 2020.
  14. Oda, Hiroshi (2009). "The Sources of Law". Japanese Law. Oxford University Press. doi:10.1093/acprof:oso/9780199232185.001.1. ISBN 978-0-19-923218-5.
  15. M. Nakamura and T. Tsunemoto, 'The Legislative Process: Outline and Actors', in Y.Higuchi (ed.), Five Decades of Constitutionalism in Japanese Society (Tokyo, 2001), pp. 197–219