ଗାଙ୍ଗ୍ଲିଅନ ସିସ୍ଟ

ଉଇକିପିଡ଼ିଆ‌ରୁ
ଗାଙ୍ଗ୍ଲିଅନ ସିସ୍ଟ (Ganglion cyst)
ଗଙ୍ଗ୍ଲିଆ (Ganglia), ସାଇନୋଭିଆଲ ସିସ୍ଟ (synovial cyst),[୧] ଗିଡିଓନ ଡିଜିଜ (Gideon's disease), ଓଲାମାଇଡ ସିସ୍ଟ (Olamide's cyst), ବାଇବଲ ସିସ୍ଟ (Bible cyst), ବାଇବଲ ବମ୍ପ (Bible bump)[୨]
ବାମ ପାପୁଲିର ପୃଷ୍ଠ ଭାଗରେ କଚଟି ପାଖରେ ଥିବା ସିସ୍ଟ ।
ବିଭାଗପ୍ଲାସ୍ଟିକ ସର୍ଜରୀ (Plastic surgery)
ଲକ୍ଷଣଗଣ୍ଠି ସ‌ହିତ ସଂଯୁକ୍ତ ଏକ ଗୋଟାଳି ।[୩]
ଆକ୍ରାନ୍ତ ସମୟ୧୫ରୁ ୪୦ ବର୍ଷ[୩]
ରୋଗ ନିର୍ଣ୍ଣୟ ପଦ୍ଧତିଚିହ୍ନ ଦେଖି ନିର୍ଣ୍ଣୟ କରାଯାଇପାରେ ।[୪]
ସଠିକ ରୋଗ ନିର୍ଣ୍ଣୟଲାଇପୋମା (Lipoma), ଏପିଡର୍ମଏଡ ଇନ‌କ୍ଲୁଜନ ସିସ୍ଟ (epidermoid inclusion cyst), ବାତରକ୍ତ, ହେମାଞ୍ଜିଓମା (hemangioma)[୪]
ଚିକିତ୍ସାସଜାଗ ଅପେକ୍ଷା (Watchful waiting), ଗଣ୍ଠିରେ ସ୍ପ୍ଲିଣ୍ଟ ଲଗା, ଛୁଞ୍ଚିଦ୍ୱାରା ଅସ୍ପିରେସନ ଓ ଅପରେଶନ [୩]
Prognosisସାଂଘାତିକ ନୁହେଁ ।[୩]
ପୁନଃପୌନିକ~ ୧୦,୦୦୦ଲୋକରେ ୩ ଜଣକୁ ହୁଏ (କଚଟିରେ ଓ ହାତରେ) । [୫]

ଗାଙ୍ଗ୍ଲିଅନ ସିସ୍ଟ (ganglion cyst) ଏକ ରୋଗ ଯେଉଁଥିରେ ଗଣ୍ଠି (joint) ବା ପେଶୀରଜ୍ଜୁରେ (tendon sheath) ଏକ ତରଳ ପଦାର୍ଥପୂର୍ଣ୍ଣ ଗୋଟାଳି ସଂଯୁକ୍ତ ଥାଏ ।[୩] ଅଧିକାଂଶ କ୍ଷେତ୍ରରେ ଏହା କଚଟିର ପୃଷ୍ଠ ଭାଗରେ ଥାଏ କିନ୍ତୁ ସମ୍ମୁଖ ଭାଗରେ ମଧ୍ୟ ଦେଖାଯାଏ ।[୩][୪] ଏହି ରୋଗ ବ‌ହୁତ ଧୀରେ ଅଗ୍ରଗତି କରେ ଓ ଏକ ସମ୍ପୁର୍ଣ୍ଣ ଆକାର ଧାରଣ କରିବାକୁ ମାସ ମାସ ବିତିଯାଏ ।[୪] ଏହାର ଅନ୍ୟ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[୩] କ୍ୱଚିତ କଷ୍ଟ ହୁଏ ବା କାଲୁଆ ଲାଗେ । [୩] ଆକାର ଅତିଶୟ ବୃଦ୍ଧିପ୍ରାପ୍ତ ହେଲେ ଜଟିଳ ହୋଇ କାର୍ପାଲ ଟନେଲ ସିଣ୍ଡ୍ରୋମ ରୋଗ ହୁଏ ।[୪]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୩] ସାଇନୋଭିଆଲ ମେମ୍ବ୍ରେନ (synovial membrane) ଏକ କ୍ଷୁଦ୍ର ଅଂଶ ବାହାରକୁ ବାହାରି ଆସି ଏହା ସୃଷ୍ଟି କରୁଥିବା ବିଶ୍ୱାସ କରାଯାଏ ।[୪] ଜିମ୍ନାସ୍ଟିକ (gymnastics) ଏହି ସଙ୍କଟ ସୃଷ୍ଟି କରୁଥିଇପାରେ ।[୩] ଏହି ରୋଗର ଗୋଟାଳି ମଧ୍ୟ ଦେଇ ଆଲୋକ ପ୍ରବେଶ କଲେ ଏହି ରୋଗ ଥିବା ସନ୍ଦେହ ସମର୍ଥନ‌ ଯୁକ୍ତ ହୋଇଯାଏ ।[୪] ମେଡିକାଲ ଇମେଜିଙ୍ଗ (Medical imaging) କରି ଅନ୍ୟାନ୍ୟ ରୋଗମାନଙ୍କ ସନ୍ଦେହ ଦୂରିଭୂତ କରାଯାଏ ।[୩][୪]

ଏହାର ଚିକିତ୍ସାରେ ସଜାଗ ଅପେକ୍ଷା (Watchful waiting), ଗଣ୍ଠିରେ ସ୍ପ୍ଲିଣ୍ଟ ଲଗା, ଛୁଞ୍ଚିଦ୍ୱାରା ଅସ୍ପିରେସନ ଓ ଅପରେଶନ ଇତ୍ୟାଦି ମୂଖ୍ୟ ସ୍ଥାନ ଅଧିକାର କରେ ।[୩] ପ୍ରାୟ ଅର୍ଦ୍ଧେକ କେଶରେ ଏହି ରୋଗ ସ୍ୱତଃ ଭଲ ହୋଇଯାଏ ।[୪] ବାର୍ଷିକ ୧୦,୦୦୦ଲୋକରେ ୩ ଜଣକୁ କଚଟି ଓ ହାତରେ ଏହି ରୋଗ ହୁଏ ।[୫] ସାଧାରଣତଃ ମଧ୍ୟ ଯୁବା ଓ ମଧ୍ୟ ବୟସ୍କା ମହିଳାଙ୍କୁ ଏହି ରୋଗ ହୁଏ ।[୩] ଏହାକୁ କେହି କେହି ବାଡ଼େଇଲେ ଭଲ ହୋଇଯାଏ କ‌ହନ୍ତି କିନ୍ତୁ ଏହି ଚିକିତ୍ସାକୁ ପ୍ରବର୍ତ୍ତନ କରିବା ଉପଦେଶ ସ୍ୱୀକାର୍ଯ୍ୟ ନୁହେଁ । [୪]

ଆଧାର[ସମ୍ପାଦନା]

  1. "National Library of Medicine - Medical Subject Headings (MeSH) - Ganglion Cyst". Archived from the original on March 10, 2016. Retrieved August 27, 2013.
  2. "E-hand.com The Electronic Textbook of Hand Surgery". The American Society for Surgery of the Hand assh.com. Archived from the original on March 9, 2014. Retrieved April 12, 2014.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ "Ganglion Cyst of the Wrist and Hand-OrthoInfo". orthoinfo.aaos.org. March 2013. Archived from the original on 6 July 2017. Retrieved 10 June 2017.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ Ferri, Fred F. (2014). Ferri's Clinical Advisor 2015 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 472. ISBN 9780323084307. Archived from the original on 2017-09-10.
  5. ୫.୦ ୫.୧ Cooney, William P. (2011). The Wrist: Diagnosis and Operative Treatment (in ଇଂରାଜୀ). Lippincott Williams & Wilkins. p. 1089. ISBN 9781451148268. Archived from the original on 2017-09-10.

ଅଧିକ ଦେଖନ୍ତୁ[ସମ୍ପାଦନା]

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ