Jump to content

ଗାଙ୍ଗ୍ଲିଅନ ସିସ୍ଟ

ଉଇକିପିଡ଼ିଆ‌ରୁ
ଗାଙ୍ଗ୍ଲିଅନ ସିସ୍ଟ (Ganglion cyst)
ଗଙ୍ଗ୍ଲିଆ (Ganglia), ସାଇନୋଭିଆଲ ସିସ୍ଟ (synovial cyst),[] ଗିଡିଓନ ଡିଜିଜ (Gideon's disease), ଓଲାମାଇଡ ସିସ୍ଟ (Olamide's cyst), ବାଇବଲ ସିସ୍ଟ (Bible cyst), ବାଇବଲ ବମ୍ପ (Bible bump)[]
ବାମ ପାପୁଲିର ପୃଷ୍ଠ ଭାଗରେ କଚଟି ପାଖରେ ଥିବା ସିସ୍ଟ ।
ବିଭାଗପ୍ଲାସ୍ଟିକ ସର୍ଜରୀ (Plastic surgery)
ଲକ୍ଷଣଗଣ୍ଠି ସ‌ହିତ ସଂଯୁକ୍ତ ଏକ ଗୋଟାଳି ।[]
ଆକ୍ରାନ୍ତ ସମୟ୧୫ରୁ ୪୦ ବର୍ଷ[]
ରୋଗ ନିର୍ଣ୍ଣୟ ପଦ୍ଧତିଚିହ୍ନ ଦେଖି ନିର୍ଣ୍ଣୟ କରାଯାଇପାରେ ।[]
ସଠିକ ରୋଗ ନିର୍ଣ୍ଣୟଲାଇପୋମା (Lipoma), ଏପିଡର୍ମଏଡ ଇନ‌କ୍ଲୁଜନ ସିସ୍ଟ (epidermoid inclusion cyst), ବାତରକ୍ତ, ହେମାଞ୍ଜିଓମା (hemangioma)[]
ଚିକିତ୍ସାସଜାଗ ଅପେକ୍ଷା (Watchful waiting), ଗଣ୍ଠିରେ ସ୍ପ୍ଲିଣ୍ଟ ଲଗା, ଛୁଞ୍ଚିଦ୍ୱାରା ଅସ୍ପିରେସନ ଓ ଅପରେଶନ []
Prognosisସାଂଘାତିକ ନୁହେଁ ।[]
ପୁନଃପୌନିକ~ ୧୦,୦୦୦ଲୋକରେ ୩ ଜଣକୁ ହୁଏ (କଚଟିରେ ଓ ହାତରେ) । []

ଗାଙ୍ଗ୍ଲିଅନ ସିସ୍ଟ (ganglion cyst) ଏକ ରୋଗ ଯେଉଁଥିରେ ଗଣ୍ଠି (joint) ବା ପେଶୀରଜ୍ଜୁରେ (tendon sheath) ଏକ ତରଳ ପଦାର୍ଥପୂର୍ଣ୍ଣ ଗୋଟାଳି ସଂଯୁକ୍ତ ଥାଏ ।[] ଅଧିକାଂଶ କ୍ଷେତ୍ରରେ ଏହା କଚଟିର ପୃଷ୍ଠ ଭାଗରେ ଥାଏ କିନ୍ତୁ ସମ୍ମୁଖ ଭାଗରେ ମଧ୍ୟ ଦେଖାଯାଏ ।[][] ଏହି ରୋଗ ବ‌ହୁତ ଧୀରେ ଅଗ୍ରଗତି କରେ ଓ ଏକ ସମ୍ପୁର୍ଣ୍ଣ ଆକାର ଧାରଣ କରିବାକୁ ମାସ ମାସ ବିତିଯାଏ ।[] ଏହାର ଅନ୍ୟ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[] କ୍ୱଚିତ କଷ୍ଟ ହୁଏ ବା କାଲୁଆ ଲାଗେ । [] ଆକାର ଅତିଶୟ ବୃଦ୍ଧିପ୍ରାପ୍ତ ହେଲେ ଜଟିଳ ହୋଇ କାର୍ପାଲ ଟନେଲ ସିଣ୍ଡ୍ରୋମ ରୋଗ ହୁଏ ।[]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[] ସାଇନୋଭିଆଲ ମେମ୍ବ୍ରେନ (synovial membrane) ଏକ କ୍ଷୁଦ୍ର ଅଂଶ ବାହାରକୁ ବାହାରି ଆସି ଏହା ସୃଷ୍ଟି କରୁଥିବା ବିଶ୍ୱାସ କରାଯାଏ ।[] ଜିମ୍ନାସ୍ଟିକ (gymnastics) ଏହି ସଙ୍କଟ ସୃଷ୍ଟି କରୁଥିଇପାରେ ।[] ଏହି ରୋଗର ଗୋଟାଳି ମଧ୍ୟ ଦେଇ ଆଲୋକ ପ୍ରବେଶ କଲେ ଏହି ରୋଗ ଥିବା ସନ୍ଦେହ ସମର୍ଥନ‌ ଯୁକ୍ତ ହୋଇଯାଏ ।[] ମେଡିକାଲ ଇମେଜିଙ୍ଗ (Medical imaging) କରି ଅନ୍ୟାନ୍ୟ ରୋଗମାନଙ୍କ ସନ୍ଦେହ ଦୂରିଭୂତ କରାଯାଏ ।[][]

ଏହାର ଚିକିତ୍ସାରେ ସଜାଗ ଅପେକ୍ଷା (Watchful waiting), ଗଣ୍ଠିରେ ସ୍ପ୍ଲିଣ୍ଟ ଲଗା, ଛୁଞ୍ଚିଦ୍ୱାରା ଅସ୍ପିରେସନ ଓ ଅପରେଶନ ଇତ୍ୟାଦି ମୂଖ୍ୟ ସ୍ଥାନ ଅଧିକାର କରେ ।[] ପ୍ରାୟ ଅର୍ଦ୍ଧେକ କେଶରେ ଏହି ରୋଗ ସ୍ୱତଃ ଭଲ ହୋଇଯାଏ ।[] ବାର୍ଷିକ ୧୦,୦୦୦ଲୋକରେ ୩ ଜଣକୁ କଚଟି ଓ ହାତରେ ଏହି ରୋଗ ହୁଏ ।[] ସାଧାରଣତଃ ମଧ୍ୟ ଯୁବା ଓ ମଧ୍ୟ ବୟସ୍କା ମହିଳାଙ୍କୁ ଏହି ରୋଗ ହୁଏ ।[] ଏହାକୁ କେହି କେହି ବାଡ଼େଇଲେ ଭଲ ହୋଇଯାଏ କ‌ହନ୍ତି କିନ୍ତୁ ଏହି ଚିକିତ୍ସାକୁ ପ୍ରବର୍ତ୍ତନ କରିବା ଉପଦେଶ ସ୍ୱୀକାର୍ଯ୍ୟ ନୁହେଁ । []

  1. "National Library of Medicine - Medical Subject Headings (MeSH) - Ganglion Cyst". Archived from the original on March 10, 2016. Retrieved August 27, 2013.
  2. "E-hand.com The Electronic Textbook of Hand Surgery". The American Society for Surgery of the Hand assh.com. Archived from the original on March 9, 2014. Retrieved April 12, 2014.
  3. 1 2 3 4 5 6 7 8 9 10 11 12 13 "Ganglion Cyst of the Wrist and Hand-OrthoInfo". orthoinfo.aaos.org. March 2013. Archived from the original on 6 July 2017. Retrieved 10 June 2017.
  4. 1 2 3 4 5 6 7 8 9 10 Ferri, Fred F. (2014). Ferri's Clinical Advisor 2015 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 472. ISBN 9780323084307. Archived from the original on 2017-09-10.
  5. 1 2 Cooney, William P. (2011). The Wrist: Diagnosis and Operative Treatment (in ଇଂରାଜୀ). Lippincott Williams & Wilkins. p. 1089. ISBN 9781451148268. Archived from the original on 2017-09-10.

ଅଧିକ ଦେଖନ୍ତୁ

[ସମ୍ପାଦନା]

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ