ଗତିକୃଷ୍ଣ ସ୍ୱାଇଁ
ଦେଖଣା
ଗତିକୃଷ୍ଣ ସ୍ୱାଇଁ | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ସୁରେନ୍ଦ୍ର ନାଥ ନାୟକ |
ପର ଅଧିକାରୀ | ଉପେନ୍ଦ୍ର ମହାନ୍ତି |
ନିର୍ବାଚନ ମଣ୍ଡଳୀ | କାକଟପୁର |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୨୫ ଅପ୍ରେଲ ୧୯୯୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
ଜୀବନ ସାଥୀ | ମନୋରମା ଦେବୀ |
ବାପା/ବୋଉ | ସିଧି ସ୍ୱାଇଁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଗତିକୃଷ୍ଣ ସ୍ୱାଇଁ (ମୃତ୍ୟୁ: ୨୫ ଅପ୍ରେଲ ୧୯୯୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାକଟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଗତିକୃଷ୍ଣ ସ୍ୱାଇଁଙ୍କ ବାପାଙ୍କ ନାମ ସିଧି ସ୍ୱାଇଁ ଓ ପତ୍ନୀଙ୍କ ନାମ ମନୋରମା ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଗତିକୃଷ୍ଣ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଗତିକୃଷ୍ଣ ୧୯୯୩ ମସିହାର ଅପ୍ରେଲ ୨୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Gatikrushna Swain". odishaassembly.nic.in. Odisha Assembly. Retrieved 14 March 2021.