Jump to content

କେଦାରେଶ୍ୱର ମନ୍ଦିର

ଉଇକିପିଡ଼ିଆ‌ରୁ
କେଦାରେଶ୍ୱର ଦେଉଳ

କେଦାରେଶ୍ୱର ମନ୍ଦିର, ହେଉଛି ଏକ ଅଷ୍ଟଶମ୍ଭୁ ମନ୍ଦିର, ଯାହାକି ଭୁବନେଶ୍ୱରରେସ୍ଥିତ ମୁକ୍ତେଶ୍ୱର ମନ୍ଦିର ନିକଟରେ ଅବସ୍ଥିତ । ଏହି ଦେଉଳରେ ଭଗବାନ ଶିବଙ୍କୁ ପୁଜାର୍ଚ୍ଚନା କରାଯାଇଥାଏ, ଯିଏକି କେଦାରେଶ୍ୱର ନାମରେ ସମ୍ବୋଧିତ । ଏହା ଭୁବନେଶ୍ୱରରୁ ପୁରୀ ଯିବା ପୁରୁଣା ରାସ୍ତାର ଡାହାଣ ପଟେ କେଦାରଗୌରୀ ମନ୍ଦିର ପରିସରରେ ମୁକ୍ତେଶ୍ୱର ମନ୍ଦିରର ୪୦ ମିଟର ଦକ୍ଷିଣରେ ଅବସ୍ଥିତ । ଏହି ପରିସରରେ ଥିବା ଦଶଟି ସ୍ମାରକ ମଧ୍ୟରୁ ଏହା ଅନ୍ୟତମ । ଏହି ପରିସରର ଏହା ମୁଖ୍ୟ ମନ୍ଦିର ଅଟେ । ଏହି ମନ୍ଦିରଟି ଦକ୍ଷିଣ ଦିଗକୁ ମୁହଁ କରିଛି । ମନ୍ଦିରରେ ପ୍ରତିଷ୍ଠିତ ଦେବତା, ବାଲୁକାଶିଳାରେ ନିର୍ମିତ ଏକ ବୃତ୍ତାକାର ଯୋନିପୀଠ । ଶିଳାଟିର କେନ୍ଦ୍ରରେ ଲିଙ୍ଗ ନାହିଁ । ପବିତ୍ର ସ୍ଥାନଟି ୨.୫ ବର୍ଗମିଟର ସ୍ଥାନରେ ପର୍ଯ୍ୟବସିତ, ଯାହାକି ଭୂପୃଷ୍ଠରୁ ୦.୮ ମିଟର ତଳେ ଅବସ୍ଥିତ । ମୁକ୍ତେଶ୍ୱର ମନ୍ଦିରର ଅଗଣାରେ ଏହା ଅବସ୍ଥିତ ।

କିମ୍ବଦନ୍ତୀ

[ସମ୍ପାଦନା]

ବହୁକାଳ ପୂର୍ବେ କେଦାର (ପୁରୁଷ) ଏବଂ ଗୌରୀ (ମହିଳା) ନାମକ ଦୁଇ ଜଣ ଥିଲେ । ଦୁହେଁ ପରସ୍ପରକୁ ଭଲ ପାଇ ବିବାହ କରିବାକୁ ନିଷ୍ପତି ନେଲେ । ସମାଜ ଏହାକୁ ବିରୋଧ କରିବାରୁ ଦୁହେଁ ତାଙ୍କର ଗାଁ ଛାଡ଼ି ଚାଲିଗଲେ । ଗ୍ରାମରୁ ବାହାରକୁ ଯିବାବେଳେ ଗୌରୀଙ୍କୁ ଭୋକ ଲାଗିଲା । କେଦାର ତାଙ୍କ ପାଇଁ ଖାଦ୍ୟ ଅନ୍ୱେଷଣରେ ଥିଲାବେଳେ, ଏକ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଲେ । ପରେ ଗୌରୀ, ଏହି ଅଘଟଣ ବିଷୟରେ ଜାଣିପାରି ଏକ ପୋଖରୀରେ ଡେଇଁ ନିଜ ଜୀବନ ତ୍ୟାଗ କଲେ । ତତ୍କାଳୀନ ଉତ୍କଳ ପ୍ରଦେଶର ରାଜା ଲଲାଟେନ୍ଦୁ କେଶରୀ ଏହି ବିଷୟରେ ଜାଣି କେଦାରେଶ୍ୱର ବା କେଦାରଗୌରୀ ମନ୍ଦିର ନିର୍ମାଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରେମୀଯୁଗଳ ଭବିଷ୍ୟତର ବିପଦଆପଦରୁ ରକ୍ଷା କରିବାକୁ ଏଠାକୁ ଆସି ପ୍ରାର୍ଥନା କରିଥାନ୍ତି । ପୋଖରୀଟିରେ କିଛି ଔଷଧୀୟ ଗୁଣ ରହିଥିବାର କୁହାଯାଇଥାଏ ।

ପାରିପାଶ୍ୱିକ ଅବସ୍ଥିତି

[ସମ୍ପାଦନା]

ମନ୍ଦିରଟିର ପଶ୍ଚିମ ପାର୍ଶ୍ୱରେ ୫୦୦ ମିଟର ଛାଡ଼ିକି ଦ୍ୱିତୀୟ କେଦାରେଶ୍ୱର ମନ୍ଦିର ଅବସ୍ଥିତ । ପୂର୍ବ ପାର୍ଶ୍ୱରେ ୦.୫୦ ମିଟର ଛାଡିକି କେଦାର କୁଣ୍ଡ, ଦକ୍ଷିଣ ପାର୍ଶ୍ୱରେ ୬ ମିଟର ଛାଡ଼ି ଗୌରୀ ମନ୍ଦିର ଏବଂ ପରିସରର କାନ୍ଥ ୨୦ ମିଟର ଉତ୍ତରରେ ଅବସ୍ଥିତ ।

ସ୍ଥାପତ୍ୟର ବିଶେଷତା

[ସମ୍ପାଦନା]

ପ୍ରକଳ୍ପରେ ମନ୍ଦିରର ବିମାନ ଏବଂ ଜଗମୋହନ ୨୦.୪୦ ମିଟର ଲମ୍ବା ଏବଂ ୯.୬୦ ମିଟର ଚଉଡ଼ା ଓ ଗଣ୍ଠିଆଲ ୦.୬୦ ମିଟର । ବିମାନଟି ୯.୬୦ ବର୍ଗମିଟରର, ଜଗମୋହନଟି ୧୦.୮୦ ମିଟର ଲମ୍ବା ଏବଂ ୯.୬୦ ମିଟର ଚଉଡ଼ା । ମନ୍ଦିରଟି ପଞ୍ଚରଥ ଅଟେ । ଅଧିକ ଉଚ୍ଚତାରେ ବିମାନଟି ପଭାଗ ଏବଂ କଳସ ମଧ୍ୟରେ ଏକ ସରଳ ରେଖା ଭଳି ୧୩.୫୦ ମିଟର ଲମ୍ବର ଅବସ୍ଥାନ କରେ । ବାଡ଼ଟିର ପାଞ୍ଚ ଥର ବିଭକ୍ତିକରଣ ହୋଇ, ମନ୍ଦିରର ଏକ ପଞ୍ଚାଙ୍ଗ ବାଡ଼ ୫.୪୦ ମିଟରର ରହିଛି । ପଭାଗର ତଳେ ପାଞ୍ଚଟି ଆଧାରଯୁକ୍ତ ଢଳାଇ ରହିଛି: ଖୁର, କୁମ୍ଭ, ପଟ୍ଟା, କାନି ଏବଂ ବସନ୍ତ ଯାହା ୧.୨୪ ମିଟର ମାପର ଅଟେ । ତଳ ଜଙ୍ଘ ୧.୧୮ ମିଟର, ବନ୍ଧନ ୦.୫୦ ମିଟର, ଉପର ଜଙ୍ଘ ୧.୧୮ ମିଟର ଆଉ ବାରଣ୍ଡା ୧.୩୦ ମିଟର ଉଚ୍ଚତାର ଅଟେ ।

  • Lesser Known Monuments of Bhubaneswar by Dr. Sadasiba Pradhan (ISBN 81-7375-164-1)

ବାହାର ଆଧାର

[ସମ୍ପାଦନା]