କୃଷ୍ଣ ଚନ୍ଦ୍ର ସିଂହ ମାନ୍ଧାତା
ଦେଖଣା
କୃଷ୍ଣ ଚନ୍ଦ୍ର ସିଂହ ମାନ୍ଧାତା | |
---|---|
ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୬୧ | |
ପର ଅଧିକାରୀ | ବୃନ୍ଦାବନ ଚନ୍ଦ୍ର ସିଂହ |
ନିର୍ବାଚନ ମଣ୍ଡଳୀ | ନୟାଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅଗଷ୍ଟ ୧୫, ୧୯୧୧ |
ମୃତ୍ୟୁ | ୨୪ ଜୁନ ୧୯୮୩ | (ବୟସ ୭୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱାଧୀନ |
ଜୀବନ ସାଥୀ | ବସନ୍ତ ମଞ୍ଜରୀ ଦେବୀ, ସୌଭାଗ୍ୟ ମଞ୍ଜରୀ ଦେବୀ |
ବାପା/ବୋଉ | ନାରାୟଣ ସିଂହ ମାନ୍ଧାତା (ବାପା) |
ବୃତ୍ତି | ରାଜନୀତିଜ୍ଞ |
କୃଷ୍ଣ ଚନ୍ଦ୍ର ସିଂହ ମାନ୍ଧାତା (୧୫ ଅଗଷ୍ଟ ୧୯୧୧ - ୨୪ ଜୁନ ୧୯୮୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]କୃଷ୍ଣ ଚନ୍ଦ୍ର ସିଂହ ମାନ୍ଧାତା ୧୯୧୧ ମସିହାର ଅଗଷ୍ଟ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ନାରାୟଣ ସିଂହ ମାନ୍ଧାତା ଏବଂ ପତ୍ନୀଙ୍କ ନାମ ସୌଭାଗ୍ୟ ମଞ୍ଜରୀ ଦେବୀ ଓ ବସନ୍ତ ମଞ୍ଜରୀ ଦେବୀ ।[୨]
ରାଜନୈତିକ ଜୀବନ
[ସମ୍ପାଦନା]କୃଷ୍ଣ ଚନ୍ଦ୍ର ଓଡ଼ିଶା ରାଜନୀତିରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ଦୁଇଥର କାର୍ଯ୍ୟ କରିଥିଲେ ।[୨]
ମୃତ୍ୟୁ
[ସମ୍ପାଦନା]କୃଷ୍ଣ ଚନ୍ଦ୍ର ୧୯୮୩ ମସିହାର ଜୁନ ମାସ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "Shri Krushna Chandra Singh Mandhata". odishaassembly.nic.in. Odisha Assembly. Retrieved 6 May 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Shri Krushna Chandra Singh Mandhata". odishaassembly.nic.in. Odisha Assembly. Retrieved 6 May 2020.