ଓମ ପୁରୀ

ଉଇକିପିଡ଼ିଆ‌ରୁ
Om Puri
ଟରଣ୍ଟୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ୨୦୧୦ରେ ଓମ ପୁରୀ
Born
ଓମ ପ୍ରକାଶ ପୁରୀ

(1950-10-18)୧୮ ଅକ୍ଟୋବର ୧୯୫୦
Died୬ ଜାନୁଆରୀ ୨୦୧୭(2017-01-06) (ବୟସ ୬୬)
Alma materଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା, ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ
Occupationଅଭିନେତା
Years active୧୯୭୨-୨୦୧୭
Spouse(s)ସୀମା କପୁର (ବିବାହ ୧୯୯୧; ବିଚ୍ଛେଦ ୧୯୯୧)
ନନ୍ଦିତା ପୁରୀ (ବିବାହ ୧୯୯୩; ବିଚ୍ଛେଦ ୨୦୧୩)
Children

ଓମ ପ୍ରକାଶ ପୁରୀ (୧୮ ଅକ୍ଟୋବର ୧୯୫୦ - ୬ ଜାନୁୟାରୀ ୨୦୧୭) ଜଣେ ଭାରତୀୟ ଅଭିନେତା ଯିଏ ଉଭୟ କଳା ଓ ବାଣିଜ୍ୟିକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଆକ୍ରୋଶ (୧୯୮୦), ଆରୋହଣ(୧୯୮୨), ଅର୍ଦ୍ଧ ସତ୍ୟ , ସଦଗତୀ(୧୯୮୧) ଏବଂ ତମସ(୧୯୮୭) ପରି ଚଳଚ୍ଚିତ୍ରରେ ନିଜର ଗମ୍ଭିର ଭୂମିକା ଏବଂ ଜାନେ ଭୀ ଦୋ ୟାରୋ (୧୯୮୩) ଏବଂ ଚାଚି ୪୨୦ (୧୯୯୭) ଚଳଚ୍ଚିତ୍ରରେ ହାସ୍ୟଭୂମିକାରେ ଅଭିନୟ ପାଇଁ ଜଣାଶୁଣା । ନିର୍ଦ୍ଦେଶକ ଶ୍ୟାମ ବେନେଗାଲ ଏବଂ ଗୋବିନ୍ଦ ନିହାଲାନୀଙ୍କ ସହ ଅନେକ ଚଳଚ୍ଚିତ୍ର କରିଥିଲେ । [୧] ସେ ଆମେରିକା ଏବଂ ବ୍ରିଟେନରେ ନିର୍ମିତ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। [୨]

୧୯୯୦ରେ ପୁରୀଙ୍କୁ ପଦ୍ମଶ୍ରୀ ପୁରସ୍କାର ଓ ୨୦୦୪ରେ ଅର୍ଡର ଅଫ୍ ବ୍ରିଟିଶ ଏମ୍ପାୟାର ସମ୍ମାନ ପ୍ରଦାନ କରାଯାଇଥିଲା ।[୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଓମ ପୁରୀ ଅମ୍ବାଲାରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ରାଜେଶ ପୁରୀ ଭାରତୀୟ ରେଳବାଇ ଏବଂ ଭାରତୀୟ ସେନାରେ କାମ କରୁଥିଲେ। ତାଙ୍କର ଜନ୍ମ ପ୍ରମାଣପତ୍ର ନଥିବାରୁ ତାଙ୍କ ପରିବାର ତାଙ୍କ ଜନ୍ମ ତାରିଖ ବିଷୟରେ ଅନିଶ୍ଚିତ ଥିଲେ ମଧ୍ୟ ତାଙ୍କ ମା ସେ ଦଶହରାର ଦୁଇ ଦିନ ପରେ ଜନ୍ମ ହୋଇଥିଲେ । ଯେତେବେଳେ ସେ ପାଠପଢ଼ା ଆରମ୍ଭ କରିଥିଲେ, ତାଙ୍କ ମାମୁଁ ୧୯୫୦ ମସିହା ମାର୍ଚ୍ଚ ୯ ତାରିଖକୁ ତାଙ୍କର ଜନ୍ମଦିନ ବୋଲି ଲେଖିଥିଲେ । କିନ୍ତୁ ଯେତେବେଳେ ଓମ ମୁମ୍ବାଇ ଗଲେ, ସେତେବେଳେ ଦଶହରା ପାଳନ ସମୟ ଦେଖି, ସେ ନିଜର ଜନ୍ମ ତାରିଖ ୧୮ ଅକ୍ଟୋବର ୧୯୫୦କୁ ବଦଳାଇଥିଲେ ।[୪]

ଓମ ପୁରୀଙ୍କ ପିଲାଦିନ ଦୁଃଖ କଷ୍ଟରେ ବିତିଥିଲା । ତାଙ୍କୁ ଯେତେବେଳେ ଛଅ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ପିତାଙ୍କୁ, ସିମେଣ୍ଟ ଚୋରି ଅଭିଯୋଗରେ ଜେଲ ଦଣ୍ଡ ହୋଇଥିଲା । ଏହାଦ୍ୱାରା ସେମାନଙ୍କ ପରିବାର ବାସହୀନ ହୋଇ ଯାଇଥିଲେ । ପରିବାର ପୋଷଣ ପାଇଁ ଓମଙ୍କୁ ରେଳ ଧାରଣାରୁ କୋଇଲା ଗୋଟେଇବା, ଚା ଦୋକାନରେ କାମ କରିବା ଓ ତାଙ୍କ ବଡ଼ ଭାଇ ବେଦପ୍ରକାଶ ପୁରୀଙ୍କୁ କୁଲି କାମ କରିବାକୁ ପଡିଥିଲା ।[୫][୬] ପରେ ସେ ଏବଂ ତାଙ୍କ ଭାଇଙ୍କ ପିଲାମାନେ ଜଣେ ଚାକରାଣୀ ଶାନ୍ତିଙ୍କଦ୍ୱାରା ପାଳିତ ହୋଇଥିଲେ ।[୭]

ଓମ କାମ ସହିତ ପାଠ ଜାରୀ ରଖିଥିଲେ । ପ୍ରାଥମିକ ଶିକ୍ଷା ପରେ ସେ ଦିଲ୍ଲୀର ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ଯୋଗ ଦେଇ ଥିଏଟର ଅଭିନୟ ଅଧ୍ୟୟନ କରିଥିଲେ । ନସିରୁଦ୍ଦୀନ ଶାହାଙ୍କ କଥା ମାନି ସେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା, ପୁନେ ମଧ୍ୟ ଯୋଗ ଦେଇଥିଲେ ।[୭] ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ପୁରୀ ତାଙ୍କ ପରିବାର ଏତେ ଗରିବ ବୋଲି କହିଥିଲେ ଯେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାରେ ଯୋଗଦେବାବେଳେ ପିନ୍ଧିବାକୁ ଭଲ ସାର୍ଟ ନଥିଲା । ନସିରୁଦ୍ଦୀନ ଶାହାଙ୍କ କହିବାନୁସାରେ, ଓମ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାରେ ଲାଭ କରିଥିବା ଶିକ୍ଷାଦ୍ୱାରା ନିରାଶ ହୋଇଥିଲେ ଏବଂ ଟ୍ୟୁସନ ଫିସ ମଧ୍ୟ ଦେଇପାରିନଥିଲେ । ଯେତେବେଳେ ଓମ ଜଣାଶୁଣା ହେଲେ, ଅନୁଷ୍ଠାନ ₹ ୨୮୦ର ବାକି ଟଙ୍କା ପାଇଁ ତାଙ୍କୁ ଅନୁସରଣ କରିଥିଲା । କିନ୍ତୁ, ଓମ ସେ ଟଙ୍କା ସୁଝି ନଥିଲେ ।[୮]

ବୃତ୍ତି[ସମ୍ପାଦନା]

ଓମଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ଚୋର ଚୋର ଛୁପ ଯା ନାମକ ଏକ ଶିଶୁ ଚଳଚ୍ଚିତ୍ର । ଏହି ସମୟରେ, ସେ ଆକ୍ଟର୍ସ ଷ୍ଟୁଡିଓରେ ମଧ୍ୟ କାମ କରିଥିଲେ । ଏଠାରେ ଗୁଲଶାନ୍ ଗ୍ରୋଭର ଏବଂ ଅନିଲ କପୁର ତାଙ୍କର ଛାତ୍ର ଥିଲେ । [୫]

ପରବର୍ତ୍ତୀ ସମୟରେ ଓମ ଅନେକ ଭାରତୀୟ ଚଳଚ୍ଚିତ୍ରରେ କାମ କରିବା ସହିତ ବ୍ରିଟେନ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ନିର୍ମିତ ଅନେକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ। [୯]

୧୯୭୬ ମସିହାରେ ସେ ମରାଠୀ ଚଳଚ୍ଚିତ୍ର ଘସିରାମ କୋଟୱାଲରେ ଅଭିନୟ କରିଥିଲେ । ଏହା ବିଜୟ ତେନ୍ଦୁଲକରଙ୍କ ସମାନ ନାମର ମରାଠୀ ନାଟକ ଉପରେ ଆଧାରିତ ଥିଲା ।[୧୦] [୧୧] । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ କେ ହରିହରନ, ମନି କୌଲ ଓ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାର ଅନ୍ୟ ୧୬ଜଣ ସ୍ନାତକ । [୧୨] ସେତେବେଳର କଳାତ୍ମକ ଚଳଚ୍ଚିତ୍ର ଗୁଡିକରେ ଓମଙ୍କ ସହ ଅଭିନୟ କରୁଥିବା ମୁଖ୍ୟ ଅଭିନେତାମାନେ ଥିଲେ : ଅମରୀଶ ପୁରୀ, ନସିରୁଦ୍ଦୀନ ଶାହା, ଶବାନା ଆଜମୀ ଏବଂ ସ୍ମିତା ପାଟିଲ ।


ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଓମ ୧୯୯୧ ମସିହାରେ ଅଭିନେତା ଅନ୍ନୁ କପରୁଙ୍କର ଭଉଣୀ ନିର୍ଦ୍ଦେଶକ / ଲେଖକ ସୀମା କପୁରଙ୍କୁ ବିବାହ କରିଥିଲେ, କିନ୍ତୁ ଆଠ ମାସ ପରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା । [୧୩]

୧୯୯୩ରେ, ସେ ସାମ୍ବାଦିକ ନନ୍ଦିତା ପୁରୀଙ୍କୁ ବିବାହ କରିଥିଲେ । ସେମାନଙ୍କରସହ ଇଶାନ ନାମକ ଏକ ପୁତ୍ର ଅଛି । [୧୪] ୨୦୦୯ ମସିହାରେ, ନନ୍ଦିତା ଅନଲାଇକ ହିରୋ: ଦ ଷ୍ଟୋରୀ ଅଫ ଓମ ପୁରୀ ନାମରେ ତାଙ୍କ ସ୍ୱାମୀଙ୍କ ଜୀବନୀ ଲେଖିଥିଲେ । ପୁସ୍ତକରେ ତାଙ୍କ ପୂର୍ବ ସମ୍ପର୍କ ବିଷୟରେ ପ୍ରକାଶିତ ହୋଇଥିବାରୁ ଓମ କ୍ରୋଧିତ ହୋଇଥିଲେ ।[୧୫] ୨୦୧୩ ମସିହାରେ, ନନ୍ଦିତା ଓମଙ୍କ ବିରୋଧରେ ପାରିବାରିକ ହିଂସା ଅଭିଯୋଗ ଆଣିଥିଲେ ଏବଂ କିଛି ଦିନ ପରେ ଦୁହେଁ ବିବାହ ବନ୍ଧନରୁ ଅଲଗା ହୋଇଯାଇଥିଲେ ।[୧୬]

ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ଅନୁସାରେ ସେମାନଙ୍କ ଘରେ ଧର୍ମନୀରପକ୍ଷତା ଅବଲମ୍ବନ କରାଯାଉଥିଲା । [୧୭] ଓମ ଧାର୍ମିକ ରୀତିନୀତି ମାନୁନଥିଲେ କିନ୍ତୁ ଏକନାଥ ଈଶ୍ୱରନଙ୍କଦ୍ୱାରା ଲିଖିତ ଧର୍ମ ପୁସ୍ତକ ପଢୁଥିଲେ ଓ ଅନ୍ୟମାନଙ୍କୁ ମଧ୍ୟ ଏହି ପୁସ୍ତକ ପୁସ୍ତକ ପଢିବାକୁ ଦେଉଥିଲେ । ଓମ ରାଜନୀତିକୁ ଗମ୍ଭୀରତାର ସହ ନେଉନଥିଲେ ଏବଂ ରୋଷେଇ କିମ୍ବା ବଗିଚା କାମରୁ ତାଙ୍କୁ ଖୁସି ମିଳୁଥିଲା ୨୦୧୨ରେ ରାଜ୍ୟସଭା ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ଓମ ପୁରୀ କୃଷି ଏବଂ ରୋଷେଇ ପ୍ରତି ତାଙ୍କର ଆଗ୍ରହ ବିଷୟରେ କହିଥିଲେ ଏବଂ ଡାଲ ରୋଟି ନାମରେ ଏକ ଢାବା ଖୋଲିବା ତାଙ୍କର ସ୍ୱପ୍ନ ବୋଲି କହିଥିଲେ।

ମୃତ୍ୟୁ[ସମ୍ପାଦନା]

6 ଜାନୁୟାରୀ 2017ରେ ମୁମ୍ବାଇର ଆନ୍ଧେରିସ୍ଥିତ ତାଙ୍କ ବାସଭବନରେ ହୃଦଘାତ ହେବା ପରେ ପୁରୀ 66 ବର୍ଷ ବୟସରେ ଦେହାନ୍ତ କରିଥିଲେ। [୧୮] ଭାରତୀୟ ତଥା ବିଶ୍ୱ ସିନେମାରେ ତାଙ୍କର ଅବଦାନ ପାଇଁ ତାଙ୍କୁ 89 ତମ ଏକାଡେମୀ ପୁରସ୍କାରରେ ମେମୋରିୟମ୍ ସେଗମେଣ୍ଟରେ ସମ୍ମାନିତ କରାଯାଇଥିଲା | [୧୯]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ବିଜେତା
  • ୧୯୮୧: ଫିଲ୍ମଫେୟାର ସର୍ବଶ୍ରେଷ୍ଠ ସହ-ଅଭିନେତା ଆକ୍ରୋଶ ଚଳଚ୍ଚିତ୍ର ପାଇଁ[୧]
  • ୧୯୮୧: ଜାତୀୟ ଚଳଚ୍ଚିତ୍ର ପୁରସ୍କାର- ଶ୍ରେଷ୍ଠ ଅଭିନେତା - ଆରୋହଣ ( ୨୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର )
  • ୧୯୮୩: ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ଶ୍ରେଷ୍ଠ ଅଭିନେତା- ଅର୍ଦ୍ଧ ସତ୍ୟ ( ୩୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର )
  • ୧୯୮୪: କାର୍ଲୋଭି ଭାରି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ - ଶ୍ରେଷ୍ଠ ଅଭିନେତା ଅର୍ଦ୍ଧ ସତ୍ୟ
  • ୧୯୯୮: ବ୍ରୁସେଲ୍ସ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ - ଶ୍ରେଷ୍ଠ ଅଭିନେତା - ମାଇ ସନ ଦ ଫାନାଟିକ
  • ୧୯୯୦: ପଦ୍ମଶ୍ରୀ, ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର
  • ୧୯୯୮: ମଣ୍ଟ୍ରିଲ୍ ବିଶ୍ୱ ଚଳଚ୍ଚିତ୍ର ମହୋତ୍ସବ ସମ୍ମାନ
  • ୨୦୦୪: ଅର୍ଡର ଅଫ୍ ବ୍ରିଟିଶ ଏମ୍ପାୟାର [୩]
  • ୨୦୦୯: ଫିଲ୍ମଫେୟାର ଜୀବନ ବ୍ୟାପି ଅବଦାନ ସମ୍ମାନ |
  • ୨୦୧୫: ପ୍ରୟାଗ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ - ଜୀବନ ବ୍ୟାପି ଅବଦାନ ସମ୍ମାନ
  • ୨୦୧୭: ଆନ୍ତର୍ଜାତୀୟ ପାକିସ୍ତାନ ସମ୍ମାନ ପୁରସ୍କାର ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର [୨୦] [୨୧]
ମନୋନୟନ
  • ୧୯୯୦: ଫିଲ୍ମଫେୟାର ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର - ଘାୟଲ
  • ୧୯୯୭: ଫିଲ୍ମଫେୟାର ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର - ମାଚିସ
  • ୧୯୯୮: ଫିଲ୍ମଫେୟାର ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର - ଗୁପ୍ତ : ଦ ହିଡିନ ଟ୍ରୁଥ
  • ୧୯୯୯: ଫିଲ୍ମଫେୟାର ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର - ପ୍ୟାର ତୋ ହୋନା ହି ଥା
  • ୧୯୯୯: ବାଫ୍ତା ଶ୍ରେଷ୍ଠ ଅଭିନେତା ପୁରସକାର - ଇଷ୍ଟ ଇଜ ଇଷ୍ଟ[୨୨]
  • ୨୦୧୭: ଆଇଫା ସମ୍ମାନ - ଆଦୁପୁଲିୟଟ୍ଟମ[୨୩]
  • ୨୦୧୭: ଲକ୍ସ ଷ୍ଟାଇଲ୍ ପୁରସ୍କାର ଶ୍ରେଷ୍ଠ ସହାୟକ ଅଭିନେତା

ଆଧାର[ସମ୍ପାଦନା]

  1. ୧.୦ ୧.୧ Gulzar, Saibal Chatterjee (2003). Encyclopaedia of Hindi Cinema. Publisher Popular Prakashan. p. 606. ISBN 978-8179910665. Retrieved 6 January 2016.
  2. Kumar, Anuj (10 April 2014). "Blast from the past - Aakrosh (1980)". The Hindu. Archived from the original on 10 December 2017. Retrieved 11 January 2017.
  3. ୩.୦ ୩.୧ "Indian actor Om Puri awarded OBE". British Broadcasting Corporation. 23 July 2004. Archived from the original on 14 July 2014. Retrieved 1 July 2014.
  4. Puri, Nandita (2009). Om Puri: Unlikely Hero. Roli Books. ISBN 978-9351940753.
  5. ୫.୦ ୫.୧ "Did you know? Om Puri ran a chai kiosk in his childhood". Dawn. 19 December 2015. Archived from the original on 8 January 2017. Retrieved 11 January 2017.
  6. Panchal, Komal (6 January 2016). "RIP Om Puri: His journey from rag picking to cinematic success". The Indian Express. Archived from the original on 13 January 2017. Retrieved 11 January 2017.
  7. ୭.୦ ୭.୧ Jhal, Subhash (11 November 2009). "My wife made me look cheap: Om Puri". The Times Of India. Archived from the original on 8 January 2017. Retrieved 11 January 2017.
  8. "He was too quiet, reserved for an acting student: FTII batchmates remember Om Puri". The Indian Express. 7 January 2017. Archived from the original on 6 January 2017. Retrieved 7 January 2017.
  9. "Om Puri, celebrated Indian actor, dies at 66". The Guardian. 6 January 2017. Archived from the original on 6 January 2017. Retrieved 7 January 2017.
  10. "Veteran actor Om Puri passes away, Bollywood mourns his demise". The Times of India. 7 January 2017. Archived from the original on 6 January 2017. Retrieved 7 January 2017.
  11. "The legacy of Om Puri". The Week. 6 January 2017. Archived from the original on 7 January 2017. Retrieved 7 January 2017.
  12. "Om Puri dies of heart attack at 66". Livemint. 6 January 2017. Archived from the original on 7 January 2017. Retrieved 7 January 2017.
  13. "Om Puri to star in his first wife Seema Kapoor's film". Mid-Day. 31 August 2016. Archived from the original on 6 January 2017. Retrieved 6 January 2017.
  14. "Om Puri passes away after a massive heart attack". The Indian Express. 2017-01-06. Archived from the original on 6 January 2017. Retrieved 2017-01-06.
  15. "My wife made me look cheap: Om Puri". Times of India. 11 November 2009. Archived from the original on 8 January 2017. Retrieved 6 January 2017.
  16. "The Om Puri Story: A marriage on the rocks, a son caught in the middle and old lovers". India Today. 28 August 2013. Archived from the original on 6 January 2017. Retrieved 6 January 2017.
  17. Puri, Nandita (9 January 2017). "Om Puri, Through The Eyes Of His Former Wife". Outlook. Archived from the original on 7 January 2017. Retrieved 6 January 2017.
  18. "Indian actor Om Puri dies aged 66". BBC News. 2017-01-06. Archived from the original on 7 January 2017. Retrieved 22 June 2018.
  19. "Academy Awards 2017 Pay Tribute To Om Puri, Actor Mentioned In 'Memorium' Segment At Oscars". indiatimes.com (in ଇଂରାଜୀ). Archived from the original on 28 February 2017. Retrieved 2017-02-28.
  20. "International Pakistan Prestige Awards Nominations Revealed!". Brandsynario. 11 September 2017. Archived from the original on 18 September 2017. Retrieved 18 September 2017.
  21. Alefyah Hasnain (18 September 2017). "Actor In Law Steals the Limelight at IPPA Awards 2017". Brandsynario. Archived from the original on 1 March 2018. Retrieved 18 September 2017.
  22. "Bafta nominations in full". BBC. 1 March 2000. Archived from the original on 28 June 2017. Retrieved 6 January 2017.
  23. Anu, James (14 March 2017). "IIFA Utsavam 2017: Malayalam nomination list out; Maheshinte Prathikaram and Charlie in stiff competition". IB Times. Archived from the original on 30 March 2017. Retrieved 31 March 2017.

ବାହାର ଆଧାର[ସମ୍ପାଦନା]