ଓନିକୋମାଇକୋସିସ
ଓନିକୋମାଇକୋସିସ (Onychomycosis) | |
---|---|
Dermatophytic onychomycosis[୧] tinea unguium[୧] | |
ବିଭାଗ | ସଂକ୍ରାମକ ରୋଗ (Infectious disease |
ଲକ୍ଷଣ | ନଖ ରଙ୍ଗ ଧଳା ବା ହଳଦିଆ ରଙ୍ଗ ହୋଇଯାଏ ।[୨][୩] |
ଆକ୍ରାନ୍ତ ସମୟ | ବୟସ୍କ ପୁରୁଷ [୨][୩] |
କାରଣ | କବକ ସଂକ୍ରମଣ (Fungal infection)[୩] |
ବିପଦ କାରକ | ଆଥଲେଟ ଫୁଟ (Athlete's foot), ଅନ୍ୟାନ୍ୟ ନଖ ରୋଗ (nail diseases), ପେରିଫେରାଲ ଭାସ୍କୁଲାର ଡିଜିଜ (peripheral vascular disease), ଇମ୍ମ୍ୟୁନୋସପ୍ରେସନ (poor immune function)[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ନଖ ଚେହେରା ଓ ଲାବୋରେଟରୀ ପରୀକ୍ଷା[୨] |
ସଠିକ ରୋଗ ନିର୍ଣ୍ଣୟ | ସୋରିଆସିସ, କ୍ରନିକ ଚର୍ମ ପ୍ରଦାହ, କ୍ରନିକ ପାରୋନିକିଆ (paronychia), ନଖ ଆଘାର[୨] |
ଔଷଧ | ଟରବିନାଫାଇନ, ସାଇକ୍ଲୋପାଇରକ୍ସ (ciclopirox)[୨] |
ଚିକିତ୍ସା | ନାହିଁ, ଆଣ୍ଟିଫଙ୍ଗାଲ ଔଷଧ (anti-fungal medication), ନଖ କାଟିବା[୨][୩] |
Prognosis | ପୁନଃପୌନିକ ରୋଗ[୨] |
ପୁନଃପୌନିକ | ~ଯୁବକମାନଙ୍କର ୧୦%[୨] |
ଓନିକୋମାଇକୋସିସ Onychomycosis, ଅନ୍ୟ ନାମ ଟିନିଆ ଅଙ୍ଗୁଇଅମ/tinea unguium) ଏକ ପ୍ରକାର କବକ ସଂକ୍ରମଣ (fungal infection) ଯାହା ନଖକୁ (nail) ଆକ୍ରମଣ କରେ ।[୨] ନଖ ରଙ୍ଗ ବଦଳି ହଳଦିଆ ବା ଧଳା ହୋଇଯାଏ, ମୋଟା ହୋଇଯାଏ ଓ ନଖ ସ୍ଥାନଚ୍ୟୁତ (separation of the nail from the nail bed) ହୋଇଯାଏ ।[୨][୩] ଉଭୟ ପାଦ (Toenails) ଓ ହାତ ନଖ (fingernails) ସଂକ୍ରମିତ ହୁଅନ୍ତି କିନ୍ତୁ ପାଦ ନଖ ଅଧିକ ସଂକ୍ରମିତ ହୁଏ ।[୩] ରୋଗ ଜଟିଳ ହେଲେ ଗୋଡ଼ ତଳ ଭାଗରେ ସେଲ୍ୟୁଲାଇଟିସ୍ ହୁଏ ।[୩]
ବିଭିନ୍ନ ପ୍ରକାରର କବକ ଏହି ଓନିକୋମାଇକୋସିସ, ଡର୍ମାଟୋଫାଇଟ (dermatophytes) ଓ ଫୁସାରିଅମ (Fusarium) ସଂକ୍ରମଣ କରନ୍ତି ।[୩] ଆଥଲେଟ ଫୁଟ (Athlete's foot), ଅନ୍ୟାନ୍ୟ ନଖ ରୋଗ (nail diseases), ପେରିଫେରାଲ ଭାସ୍କୁଲାର ଡିଜିଜ (peripheral vascular disease), ଇମ୍ମ୍ୟୁନୋସପ୍ରେସନ (poor immune function) ଇତ୍ୟାଦି ଥିଲେ ଏହି ରୋଗ ସଙ୍କଟ ରହିବ ।[୩] ନଖ ଚେହେରା ଦେଖି ଓ ଲାବୋରେଟରୀ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୨]
ଓନିକୋମାଇକୋସିସ ରୋଗର ଚିକିତ୍ସା ଆବଶ୍ୟକ ହୁଏନାହିଁ ।[୩] ଆଣ୍ଟିଫଙ୍ଗାଲ ଔଷଧ (anti-fungal medication) ମଧ୍ୟରେ ଟରବିନାଫାଇନ ପାଟିରେ ଦେଲେ ପ୍ରଭାବଶାଳୀ ହୁଏ କିନ୍ତୁ ଏହାଦ୍ୱାର ଯକୃତ ସମସ୍ୟା ସୃଷ୍ଟି ହୋଇପାରେ ।[୨][୪] ରୋଗା ନଖ ଠିକ ଭାବରେ କାଟିଦେଲେ ଉପଯୋଗୀ ହୁଏ ।[୨] ସାଇକ୍ଲୋପାଇରକ୍ସ (ciclopirox) ଥିବା ନେଲପଲିସ (nail polish) ଏତେ ଉପକାର କରେନି ।[୨] ଚିକିତ୍ସା କଲେ ମଧ୍ୟ ପ୍ରାୟ ଅଧା ରୋଗୀଙ୍କର ରୋଗ ଲେଉଟିଆସେ ।[୨] ଚିକିତ୍ସା ପରେ ପୁରୁଣା ଜୋତା ବ୍ୟବହାର ନକଲେ ଏହି ରୋଗ ସଙ୍କଟ କମିଯାଏ ।[୩]
ଜନସଂଖ୍ୟାର ୧୦% ଲୋକଙ୍କର ଏହି ରୋଗ ହୁଏ ।[୨] ବୟସାଧିକ ଲୋକ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୩] ସମୁଦାୟ ନଖ ରୋଗ ମଧ୍ୟରୁ ଅଧା ସଂଖ୍ୟକ ରୋଗ ଏହି ଓନିକୋମାଇକୋସିସ ଯୋଗୁ ହୁଏ ।[୨] ସନ ୧୮୫୩ରେ ଜର୍ଜ ମେଇସନର (Georg Meissner) ପ୍ରଥମେ ଏହା କବକ ଯୋଗୁ ହେଉଥିବା ପ୍ରକାଶ କରିଥିଲେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. p. 1135. ISBN 1-4160-2999-0.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ Westerberg DP, Voyack MJ (Dec 1, 2013). "Onychomycosis: current trends in diagnosis and treatment". American Family Physician. 88 (11): 762–70. PMID 24364524.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ "Onychomycosis – Dermatologic Disorders". Merck Manuals Professional Edition. February 2017. Retrieved 2 June 2018.
- ↑ Kreijkamp-Kaspers, S; Hawke, K; Guo, L; Kerin, G; Bell-Syer, SE; Magin, P; Bell-Syer, SV; van Driel, ML (14 July 2017). "Oral antifungal medication for toenail onychomycosis". The Cochrane Database of Systematic Reviews. 7: CD010031. doi:10.1002/14651858.CD010031.pub2. PMID 28707751.
- ↑ Rigopoulos, Dimitris; Elewski, Boni; Richert, Bertrand (2018). Onychomycosis: Diagnosis and Effective Management (in ଇଂରାଜୀ). John Wiley & Sons. ISBN 9781119226505.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |