ଆକ୍ରୋମେଗାଲି

ଉଇକିପିଡ଼ିଆ‌ରୁ
ଆକ୍ରୋମେଗାଲି
ଆକ୍ରୋମେଗାଲି ରୋଗରେ ମୁଖାକୃତି । ଗାଲ ହାଡ଼, ଅଧଃ ହନୁ ହାଡ଼ ଓ କପାଳ ଉନ୍ନତ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/ˌækrəˈmɛɡəli, -r-/
ସ୍ପେଶାଲିଟିଅନ୍ତଃସ୍ରାବୀ ବିଜ୍ଞାନ
ଆଇସିଡ଼ି-୧୦E22.0inusl
ଆଇସିଡ଼ି-୯-ସିଏମ୍253.0
ଓଏମ୍‌ଆଇଏମ୍102200
ରୋଗ ଡାଟାବେସ114
ମେଡ଼ିସିନ-ପ୍ଲସ000321
ଇ-ମେଡ଼ିସିନmed/27 derm/593
Patient UKଆକ୍ରୋମେଗାଲି
MeSHD000172
Orphanet963

ଆକ୍ରୋମେଗାଲି (ଇଂରାଜୀ ଭାଷାରେ acromegaly) ରୋଗ ଶରୀରରେ ଗ୍ରୋଥ ପ୍ଲେଟ (growth plates) ସଂଲଗ୍ନ ହେବା ପରେ ଅତ୍ୟଧିକ ଗ୍ରୋଥ ହରମୋନ (growth hormone ବା GH) କ୍ଷରଣ ଯୋଗୁ ହୁଏ । [୧] ଆରମ୍ଭରେ ହାତ ଓ ପାଦ ବଢ଼ିଯାଏ । କପାଳ, ନାକ ଓ ଅଧଃ ହନୁ ହାଡ଼ ମଧ୍ୟ ବଢ଼ିବା ସମ୍ଭାବନା ଥାଏ । ଗଣ୍ଠି ଯନ୍ତ୍ରଣା, ମୋଟା ଚମ, ମୋଟା ସ୍ୱର, ମୁଣ୍ଡବଥା (headache) ଓ ଦୃଷ୍ଟି ସମସ୍ୟା (problems with vision) ଇତ୍ୟାଦି ଲକ୍ଷଣମାନ ମଧ୍ୟ ଦେଖାଯାଏ । ରୋଗ ଜଟିଳ ହେଲେ ମଧୁମେହ ଟାଇପ ୨, ନିଦ୍ରା ଶ୍ୱାସରୋଧଉଚ୍ଚ ରକ୍ତଚାପ ଇତ୍ୟାଦି ରୋଗମାନ ହୁଏ ।[୧]

ପିଟୁଇଟାରି ଗ୍ଲାଣ୍ଡ/ଗ୍ରନ୍ଥିରୁ (pituitary gland) ଅତ୍ୟଧିକ ଗ୍ରୋଥ ହରମୋନ କ୍ଷରିତ ହେଲେ ଆକ୍ରୋମେଗାଲି ରୋଗ ହୁର । ପ୍ରାୟ ୯୫% ରୋଗୀଙ୍କର ପିଟୁଇଟାରି ଗ୍ଲାଣ୍ଡରେ ଏକ ବିନାଇନ ଟ୍ୟୁମର/ଅର୍ବୁଦ (benign tumor) ନାମ ପିଟୁଇଟାରି ଆଡେନୋମା (pituitary adenoma) ହେବା ଯୋଗୁ ଗ୍ରୋଥ ହରମୋନ ଅଧିକ କ୍ଷରିତ ହୁଏ । ଏହା ବଂଶାନୁକ୍ରମିକ ରୋଗ ନୁହେଁ । କ୍ୱଚିତ ଦେହର ଅନ୍ୟ ସ୍ଥାନରେ ଅର୍ବୁଦ ହେବା ଯୋଗୁ ଆକ୍ରୋମେଗାଲି ହୁଏ । ରକ୍ତରେ ଇନସୁଲିନ ଲାଇକ ଗ୍ରୋଥ ଫ୍ୟାକ୍ଟର ୧ (insulin-like growth factor I) ମାପ କରି ବା ଗ୍ଲୁକୋଜ (glucose) ପାନୀୟ ଦେବାପରେ ଗ୍ରୋଥ ହରମୋନ ମାତ୍ରା ମାପ କରି ରୋଗ ନିର୍ଣ୍ଣୟ କରାଯାଏ । ରୋଗ ନିର୍ଣ୍ଣୟ କରିବା ପରେ ପିଟୁଇଟାରିର ମେଡିକାଲ ଇମେଜିଙ୍ଗ କରି ଆଡେନୋମା ଅଛି କି ନାହିଁ, ଅନୁଶୀଳନ କରାଯାଏ । ପିଲା ଦିନେ ଅତ୍ୟଧିକ ଗ୍ରୋଥ ହରମୋନ କ୍ଷରିତ ହେଲେ ଜାଇଜାଣ୍ଟିଜ୍ମ (gigantism) ରୋଗ ହୁଏ ।[୧]

ଆକ୍ରୋମେଗାଲିରେ ତିନି ପ୍ରକାର ଚିକିତ୍ସା କରାଯାଏ: ଅପରେଶନ କରି ଅର୍ବୁଦକୁ ବାହାର କରିଦିଆଯାଏ, ଔଷଧ ଓ ରାଡିଏସନ ଥେରାପି (radiation therapy) ଦିଆଯାଏ । ଅର୍ବୁଦଟି ଛୋଟ ଥିଲେ ଅପରେଶନ ସବୁଠାରୁ ପ୍ରଭାବଶାଳୀ ଓ ପସନ୍ଦ‌ଯୋଗ୍ୟ ଚିକିତ୍ସା । ଅପରେଶନ ପ୍ରଭାବଶାଳୀ ନ ହେଲେ ସୋମାଟୋସ୍ଟାଟିନ ଆନାଲଗ (somatostatin analogue) ବା ଜିଏଚ ରିସେପ୍ଟର ଆଣ୍ଟାଗୋନିସ୍ଟ (GH receptor antagonist) ଔଷଧ ଦେଇ ଚିକିତ୍ସା କରାଯାଏ । ପ୍ରଭାବ ନିମନ୍ତେ ଅପରେଶନ ଓ ଔଷଧ ଅପେକ୍ଷା ରାଡିଏସନ ଅଧିକ ସମୟ ନିଏ ।[୧] ଚିକିତ୍ସା ନ ପାଇଲେ ହାରାହାରି ୧୦ ବର୍ଷ ବଞ୍ଚିବା ସମୟ ରହେ, ଉପ‌ଯୁକ୍ତ ଚିକିତ୍ସା ପାଇଲେ ସାଧାରଣ ଜୀବନ ଯାତ୍ରା ସମ୍ଭବ ହୁଏ ।[୨]

ପ୍ରତି ଏକ ଲକ୍ଷ ଲୋକରେ ୬ଜଣକୁ ଏହି ରୋଗ ହୁଏ । ମଧ୍ୟ ବୟସରେ ସାଧାରଣତଃ ଏହି ରୋଗ ନିର୍ଣ୍ଣୟ ହୁଏ ।[୧] ଉଭୟ ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୩] ପ୍ରଥମେ ନିକୋଲାସ ସସେରୋଟ ଏହି ରୋଗ ବିଷୟ ସନ ୧୭୭୨ରେ ବର୍ଣ୍ଣନା କରିଥିଲେ ।[୪][୫] ଆକ୍ରୋମେଗାଲି ଶବ୍ଦଟି Greek ଶବ୍ଦରୁ ଆସିଛି; ἄκρον akron ଅର୍ଥ ହାତପାଦ ଓ μέγα megaର ଅର୍ଥ ବିରାଟ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Acromegaly". NIDDK. April 2012. Archived from the original on 27 August 2016. Retrieved 20 August 2016.
  2. Ho, Ken (2011). Growth Hormone Related Diseases and Therapy: A Molecular and Physiological Perspective for the Clinician (in ଇଂରାଜୀ). Springer Science & Business Media. p. 400. ISBN 9781607613176.
  3. Pack, Allan I. (2016). Sleep Apnea: Pathogenesis, Diagnosis and Treatment (in ଇଂରାଜୀ) (2 ed.). CRC Press. p. 291. ISBN 9781420020885.
  4. Pearce, John M. S. (2003). Fragments of Neurological History (in ଇଂରାଜୀ). World Scientific. p. 501. ISBN 9781783261109.
  5. Pearce, JM (September 2006). "Nicolas Saucerotte: Acromegaly before Pierre Marie". Journal of the history of the neurosciences. 15 (3): 269–75. PMID 16887764.