ଆକୁଳାନନ୍ଦ ବେହେରା

ଉଇକିପିଡ଼ିଆ‌ରୁ
ଆକୁଳାନନ୍ଦ ବେହେରା
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀବିଜୁ ପଟ୍ଟନାୟକ
ପର ଅଧିକାରୀକାହ୍ନୁ ଚରଣ ଲେଙ୍କା
ନିର୍ବାଚନ ମଣ୍ଡଳୀଚୌଦ୍ୱାର-କଟକ
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁଅପ୍ରେଲ ୧୬, ୨୦୦୧(୨୦୦୧-୦୪-୧୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀନିରୂପମା ଦେବୀ
ବାପା/ବୋଉକମ୍ଭୁ ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ଆକୁଳାନନ୍ଦ ବେହେରା (ମୃତ୍ୟ: ୧୬ ଅପ୍ରେଲ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଆକୁଳାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚୌଦ୍ୱାର-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଆକୁଳାନନ୍ଦ ବେହେରାଙ୍କ ବାପାଙ୍କ ନାମ କମ୍ଭୁ ବେହେରା ଏବଂ ପତ୍ନୀଙ୍କ ନାମ ନିରୂପମା ଦେବୀ । ଆକୁଳାନନ୍ଦଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ଇଣ୍ଟରମିଡିଅଟ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଆକୁଳାନନ୍ଦ ବେହେରା ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଆକୁଳାନନ୍ଦ ବେହେରା ୨୦୦୧ ମସିହାର ଅପ୍ରେଲ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Akulananda Behera". odishaassembly.nic.in. Odisha Assembly. Retrieved 25 October 2022.