ଅର୍ଣ୍ଣବ ଗୋସ୍ୱାମୀ
ଅର୍ଣ୍ଣବ ଗୋସ୍ୱାମୀ | |
---|---|
ଜନ୍ମ | ଅର୍ଣ୍ଣବ ରଞ୍ଜନ ଗୋସ୍ୱାମୀ[୧] ୭ ମାର୍ଚ୍ଚ ୧୯୭୩ |
ଶିକ୍ଷା | ହିନ୍ଦୁ କଲେଜ୍ (ସ୍ନାତକ) ସେଣ୍ଟ ଆଣ୍ଟୋନିସ୍ କଲେଜ୍, ଅକ୍ସଫୋର୍ଡ଼୍ (ସ୍ନାତକୋତ୍ତେ) |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୯୫–ଏବେଯାଏଁ |
ରିପବ୍ଲିକ୍ ଟିଭି | |
ଉଲ୍ଲେଖନୀୟ କୃତି | ଦ ନ୍ୟୁଜ୍ଆୱାର୍ ଫ୍ରାଙ୍କ୍ଲି ସ୍ପିକିଙ୍ଗ୍ ଉଇଥ୍ ଅର୍ଣ୍ଣବ ଦ ଡିବେଟ୍ ଉଇଥ୍ ଅର୍ଣ୍ଣବ ଗୋସ୍ୱାମୀ ନେସନ୍ ୱାଣ୍ଟସ୍ ଟୁ ନୋ |
ବୈବାହିକ-ସାଥୀ | ସମ୍ୟାବ୍ରତ ରାୟ ଗୋସ୍ୱାମୀ |
ସନ୍ତାନ | ୧ |
ଅର୍ଣ୍ଣବ ରଞ୍ଜନ ଗୋସ୍ୱାମୀ (ଜନ୍ମ: ୭ ମାର୍ଚ୍ଚ ୧୯୭୩) ଜଣେ ଭାରତୀୟ ସାମ୍ବାଦିକ ତଥା ସମ୍ବାଦ ପରିବେଷଣକାରୀ, ଯିଏ ରିପବ୍ଲିକ୍ ମିଡିଆ ନେଟୱାର୍କର ପରିଚାଳନା ନିର୍ଦ୍ଦେଶକ ତଥା ସମ୍ପାଦକ ଅଟନ୍ତି ।[୨][୩] ଗୋସ୍ୱାମୀଙ୍କ ରିପବ୍ଲିକ୍ ମିଡିଆ ନେଟୱାର୍କ ବର୍ତ୍ତମାନ ଦୁଇଟି ଚ୍ୟାନେଲର ମାଲିକାନା ଏବଂ ପରିଚାଳନା କରୁଛି, ଯଥା ଇଂରାଜୀରେ ରିପବ୍ଲିକ୍ ଟିଭି ଏବଂ ହିନ୍ଦୀରେ ରିପବ୍ଲିକ୍ ଭରତ ।
ରିପବ୍ଲିକ୍ ଟିଭି ପୂର୍ବରୁ ଗୋସ୍ୱାମୀ ୨୦୦୬ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଟାଇମ୍ସ୍ ନାଓ ଏବଂ ଇଟି ନାଓର ମୁଖ୍ୟ ସମ୍ପାଦକ ତଥା ସମ୍ବାଦ ଉପସ୍ଥାପକ ଥିଲେ।[୪][୫] ଏହାପୂର୍ବରୁ ସେ ଏନ୍ଡି ଟିଭି ଏବଂ ଦି ଟେଲିଗ୍ରାଫରେ ମଧ୍ୟ କାର୍ଯ୍ୟ କରିଥିଲେ । ଟାଇମ୍ସ୍ ନାଓରେ କାର୍ଯ୍ୟ କରୁଥିବାବେଳେ ପ୍ରତ୍ୟେକ ଦିନ ରାତି ୯ଟା ଆସୁଥିବା ତାଙ୍କ ବିତର୍କ କାର୍ଯ୍ୟକ୍ରମ ଦି ନ୍ୟୁଜ୍ଆୱାର୍ ତାଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା ।[୬][୭] ଫ୍ରାଙ୍କ୍ଲି ସ୍ପିକିଙ୍ଗ୍ ୱିଥ୍ ଅର୍ଣ୍ଣବ ନାମକ ଏକ ସ୍ୱତନ୍ତ୍ର ଦୂରଦର୍ଶନ କାର୍ଯ୍ୟକ୍ରମର ମଧ୍ୟ ସେ ଉପସ୍ଥାପକ ଥିଲେ ।[୮][୯] ନଭେମ୍ବର ୨୦୧୬ରେ, ଗୋସ୍ୱାମୀ ଟାଇମ୍ସ୍ ନାଓର ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ[୧୦][୧୧] ଏବଂ ୨୦୧୭ ମଇରେ ତାଙ୍କର ନିଜ ନ୍ୟୁଜ୍ ଚ୍ୟାନେଲ୍ ରିପବ୍ଲିକ୍ ଟିଭି ଆରମ୍ଭ କରିଥିଲେ ।[୧୨][୧୩]
ବୃତ୍ତିଗତ ଜୀବନ
[ସମ୍ପାଦନା]ଗୋସ୍ୱାମୀ ଜଣେ ସାମ୍ବାଦିକ ଭାବରେ କୋଲକାତାରେ ଦି ଟେଲିଗ୍ରାଫ୍ ସହିତ ନିଜର ସାମ୍ବାଦିକତା ଜୀବନର ଆରମ୍ଭ କରିଥିଲେ ।[୧୪] ମାତ୍ର ଏକ ବର୍ଷରୁ କମ୍ ସମୟ ଭିତରେ ସେ ଦିଲ୍ଲୀ ଯାଇ ଏନ୍ଡି ଟିଭିରେ ଯୋଗ ଦେଇଥିଲେ ।[୧୫][୧୬]</ref>[୧୭]
୨୦୦୬ ମସିହାରେ ଗୋସ୍ୱାମୀ ଏନ୍ଡିଟିଭି ଛାଡ଼ି[୧୮] ନୂତନ ଭାବରେ ଉନ୍ମୋଚିତ ହୋଇଥିବା ଟାଇମ୍ସ୍ ନ୍ୟୁଜ୍ ଚ୍ୟାନେଲରେ ଏହାର ସମ୍ପାଦକ ଭାବରେ ଯୋଗ ଦେଇଥିଲେ ।[୧୯]
ରିପବ୍ଲିକ୍ ଟିଭି
[ସମ୍ପାଦନା]ଗୋସ୍ୱାମୀ ୨୦୧୬ ମସିହାରେ ଟାଇମ୍ସ୍ ନାଓରୁ ଇସ୍ତଫା ଦେଇଥିଲେ ଏବଂ ୬ ମଇ ୨୦୧୭ରେ ରିପବ୍ଲିକ୍ ଭାରତ ନାମକ ଏକ ଚେନାଲ୍ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ସମ୍ପାଦକ ଭାବରେ ଯୋଗ ଦେଇଥିଲେ ।[୨୦][୨୧] ମଇ ୨୦୧୯ରେ ଗୋସ୍ୱାମୀ ଏହି ଟିଭିର ଅଧିକାଂଶ ସେୟାର୍ କିଣିନେଇଥିଲେ ଏବଂ ତାଙ୍କ ପାଖରେ ଏହି ଚେନାଲ୍ର ୮୨ ପ୍ରତିଶତ ଅଂଶୀଦାର ଅଛି ।[୨୨]
ଏହି ଟିଭିର ପ୍ରତିଷ୍ଠା ପରଠାରୁ କ୍ରମାଗତ ୧୦୦ ସପ୍ତାହ ଧରି ଭାରତରେ ସର୍ବାଧିକ ଦେଖାଯାଇଥିବା ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ ଥିଲା ।[୨୩] ଏହି ସଫଳତାର ଶ୍ରେୟ ଅର୍ଣ୍ଣବଙ୍କ ପାଇଁ ମିଳିଥିବା କଥା କେତେକ ମତ ଦିଅନ୍ତି ।[୨୪]
ରଚିତ ପୁସ୍ତକ
[ସମ୍ପାଦନା]୨୦୦୨ ମସିହାରେ, ଗୋସ୍ୱାମୀ ଏକ ପୁସ୍ତକ ଲେଖିଥିଲେ, ଯାହର ଶୀର୍ଷକ ଥିଲା କମାଟିଂ ଟେରରିଜିମ୍: ଦ ଲିଗାଲ୍ ଚ୍ୟାଲେଞ୍ଜ ।[୨୫][୨୬]
ବିବାଦ ଏବଂ ସମାଲୋଚନା
[ସମ୍ପାଦନା]ଆତ୍ମହତ୍ୟା ମାମଲା
[ସମ୍ପାଦନା]୨୦୧୮ ମସିହା ଅନଭୟ ନାଏକ ଆତ୍ମହତ୍ୟା ମାମଲାରେ ଗୋସ୍ୱାମୀଙ୍କୁ ୪ ନଭେମ୍ବର ୨୦୨୦ରେ ଧାରା ୩୦୬ ଏବଂ ଆଇପିସିର ଧାରା ୩୪ ଅନୁଯାୟୀ ମୁମ୍ବାଇ ପୋଲିସ ଗିରଫ କରିଥିଲା ।[୨୭] [୨୮] [୨୯] ନାଏକ ତାଙ୍କ ଆତ୍ମହତ୍ୟା ନୋଟ୍ରେ ଗୋସ୍ୱାମୀଙ୍କ ସମେତ ତିନିଜଣ ବ୍ୟକ୍ତିଙ୍କଠାରୁ ଦେୟ ପ୍ରଦାନ ନକରିବାରୁ ତାଙ୍କ ଜୀବନ ଶେଷ ହେବାର କାରଣ ବୋଲି ଅଭିଯୋଗ କରିଥିଲେ।[୩୦]
ସମ୍ମାନ
[ସମ୍ପାଦନା]ଗୋସ୍ୱାମୀ ୨୦୦୮ ମସିହାରେ ଟିଭି ସାମ୍ବାଦିକତାରେ ଉତ୍କର୍ଷତା ପାଇଁ ରାନନାଥ ଗୋଏଙ୍କ ପୁରସ୍କାର ପାଇଥିଲେ ।[୩୧]
୮ ଡିସେମ୍ବର ୨୦୧୯ରେ, ସେ ସର୍ବସମ୍ମତି କ୍ରମେ ନ୍ୟୁଜ୍ ବ୍ରୋଡକାଷ୍ଟିଂ ଫେଡେରେଶନର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ, ଯାହାକି ପ୍ରାୟ ୭୮ଟି ଚ୍ୟାନେଲର ଏକ ନୂତନ ଗଠିତ ଫେଡେରେସନ୍ ।[୩୨] [୩୩]
ଆଧାର
[ସମ୍ପାଦନା]- ↑ Ranjan Goswami, Arnab (28 January 2017). "Arnab's full signed letter". Twitter (from handle of @swamy39). Archived from the original on 16 April 2017.
- ↑ Bureau, Adgully. "Republic Media Network strengthens the top management team". adgully.com (in ଆମେରିକୀୟ ଇଂରାଜୀ). Retrieved 15 July 2020.
- ↑ Jha, Lata (6 May 2019). "Arnab Goswami buys back Republic Media shares from Asianet". Livemint (in ଇଂରାଜୀ). Retrieved 14 August 2020.
- ↑ Lunch with the FT: Indian TV news anchor Arnab Goswami, Financial Times, James Crabtree (1 May 2015)
- ↑ Times Network accepts Arnab Goswami's resignation, The Economic Times (8 November 2016)
- ↑ Anuradha Raman. "Wrecking News".
- ↑ Hartosh Singh Bal. "The Arnab Cast of Characters".
- ↑ "Rahul Gandhi's first interview: Full text – Times Of India". The Times of India. 27 January 2014. Retrieved 31 January 2014.
- ↑ "The Gandhi-Goswami Smackdown – India Real Time – WSJ". The Wall Street Journal. 27 January 2014. Retrieved 31 January 2014.
- ↑ Mohan, Kshitiz. "Arnab Goswami's Republic TV To Launch On 6 May". BW Businessworld.
- ↑ "Arnab Goswami India's Inquister". Open Magazine. Retrieved 12 October 2020.
{{cite web}}
: CS1 maint: url-status (link) - ↑ Team, BS Web (6 May 2017). "Arnab Goswami's Republic TV launched; here's how to watch it live on phone". Business Standard, India. Retrieved 6 May 2017.
- ↑ Team, BS Web (5 May 2017). "Arnab Goswami's Republic first Indian news channel to air live on Hotstar". Business Standard, India. Retrieved 6 May 2017.
- ↑ Choudhary, Vidhi (1 November 2016). "Arnab Goswami resigns from Times Now". Livemint (in ଇଂରାଜୀ). Retrieved 7 August 2020.
- ↑ "Arnab Goswami's last day at Times Now: Anchor won't host The Newshour anymore, says CEO which was for a stint less than a year". FirstPost. 18 November 2016.
- ↑ "All about Arnab Goswami and his channel, Republic TV". NewsGram (in ଆମେରିକୀୟ ଇଂରାଜୀ). 9 January 2018. Archived from the original on 23 October 2019. Retrieved 23 October 2019.
- ↑ "The Soil Beckons". outlookindia.com. Retrieved 4 August 2011.
- ↑ hermesauto (2 November 2016). "Arnab Goswami, loud news anchor of India's prime-time English debate show, quits". The Straits Times (in ଇଂରାଜୀ). Retrieved 7 August 2020.
- ↑ "Detailed Coverage: Transcriopt". On the Media.orgaccessdate=4 August 2011. Archived from the original on 6 April 2012.
- ↑ "Arnab Goswami's Republic TV Launch". Archived from the original on 2019-04-19.
- ↑ "What's the fuss about Arnab Goswami's Republic TV, which went live today?". Business Standard, India. Retrieved 6 May 2017.
- ↑ "Arnab Goswami personally owns over 82 pc of Republic TV: Co says, clearing air around ownership". outlookindia.com/.
- ↑ Arnab Goswami buys back shares from Asianet; Republic TV now valued at this much, The Financial Express (6 May 2019)
- ↑ Panwar, Tapish; Khan, Kalim (2019). "Ingredient Branding as a Branding Strategy for News Channels in India". International Journal of Business Insights & Transformation. 12 (2): 8–15.
- ↑ Goswami, Arnab (1 January 2002). Combating Terrorism: The Legal Challenge (in ଇଂରାଜୀ). Har-Anand Publications Pvt. Limited. ISBN 9788124108512.
- ↑ "The truth about POTO". The Hindu. Archived from the original on 22 December 2019. Retrieved 22 December 2019.
- ↑ "Republic TV Editor-in-Chief Arnab Goswami arrested in 2018 suicide case". Zee News (in ଇଂରାଜୀ). 4 November 2020. Retrieved 4 November 2020.
- ↑ "Republic TV Editor Arnab Goswami Arrested by Mumbai Police in 2018 Abetment to Suicide Case". News18 (in ଇଂରାଜୀ). 4 November 2020. Retrieved 4 November 2020.
- ↑ "Republic TV Chief Arnab Goswami Arrested; Top BJP Ministers Cry Foul". HuffPost India (in ଇଂରାଜୀ). 4 November 2020. Retrieved 4 November 2020.
- ↑ Dutta, Amrita Nayak (4 November 2020). "This is the 2018 suicide abetment case behind Arnab Goswami's arrest". ThePrint. Retrieved 4 November 2020.
- ↑ "Rng Past Awards". rngfoundation.com. Retrieved 11 December 2019.
- ↑ "News Broadcasters Federation elects Arnab Goswami as governing board president". The Hindu (in Indian English). PTI. 8 December 2019. ISSN 0971-751X. Retrieved 29 December 2019.
{{cite news}}
: CS1 maint: others (link) - ↑ Seshu, Geeta (31 July 2019). "No, Republic TV-led News Broadcasters Federation is not fighting 'Lutyens Media'". Newslaundry. Retrieved 9 January 2020.