ଅର୍ଣ୍ଣବ ଗୋସ୍ୱାମୀ

ଉଇକିପିଡ଼ିଆ‌ରୁ
ଅର୍ଣ୍ଣବ ଗୋସ୍ୱାମୀ
୨୦୧୧ରେ ଅର୍ଣ୍ଣବ
Born
ଅର୍ଣ୍ଣବ ରଞ୍ଜନ ଗୋସ୍ୱାମୀ[୧]

(1973-03-07) ୭ ମାର୍ଚ୍ଚ ୧୯୭୩ (ବୟସ ୫୧)
Educationହିନ୍ଦୁ କଲେଜ୍ (ସ୍ନାତକ)
ସେଣ୍ଟ ଆଣ୍ଟୋନିସ୍ କଲେଜ୍, ଅକ୍ସଫୋର୍ଡ଼୍ (ସ୍ନାତକୋତ୍ତେ)
Occupations
  • ମୁଖ୍ୟ ସମ୍ପାଦକ, ଟାଇମ୍‌ସ୍ ନାଓ (୨୦୦୬–୨୦୧୬)
  • ମୁଖ୍ୟ ସମ୍ପାଦକ, ରିପବ୍ଲିକ୍ ଟିଭି (୨୦୧୭–ଏବେଯାଏଁ)
Years active୧୯୯୫–ଏବେଯାଏଁ
Organizationରିପବ୍ଲିକ୍ ଟିଭି
Notable workଦ ନ୍ୟୁଜ୍ଆୱାର୍
ଫ୍ରାଙ୍କ୍‌ଲି ସ୍ପିକିଙ୍ଗ୍ ଉଇଥ୍ ଅର୍ଣ୍ଣବ
ଦ ଡିବେଟ୍ ଉଇଥ୍ ଅର୍ଣ୍ଣବ ଗୋସ୍ୱାମୀ
ନେସନ୍ ୱାଣ୍ଟସ୍ ଟୁ ନୋ
Spouseସମ୍ୟାବ୍ରତ ରାୟ ଗୋସ୍ୱାମୀ
Children

ଅର୍ଣ୍ଣବ ରଞ୍ଜନ ଗୋସ୍ୱାମୀ (ଜନ୍ମ: ୭ ମାର୍ଚ୍ଚ ୧୯୭୩) ଜଣେ ଭାରତୀୟ ସାମ୍ବାଦିକ ତଥା ସମ୍ବାଦ ପରିବେଷଣକାରୀ, ଯିଏ ରିପବ୍ଲିକ୍ ମିଡିଆ ନେଟୱାର୍କର ପରିଚାଳନା ନିର୍ଦ୍ଦେଶକ ତଥା ସମ୍ପାଦକ ଅଟନ୍ତି ।[୨][୩] ଗୋସ୍ୱାମୀଙ୍କ ରିପବ୍ଲିକ୍ ମିଡିଆ ନେଟୱାର୍କ ବର୍ତ୍ତମାନ ଦୁଇଟି ଚ୍ୟାନେଲର ମାଲିକାନା ଏବଂ ପରିଚାଳନା କରୁଛି, ଯଥା ଇଂରାଜୀରେ ରିପବ୍ଲିକ୍ ଟିଭି ଏବଂ ହିନ୍ଦୀରେ ରିପବ୍ଲିକ୍ ଭରତ ।

ରିପବ୍ଲିକ୍ ଟିଭି ପୂର୍ବରୁ ଗୋସ୍ୱାମୀ ୨୦୦୬ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଟାଇମ୍‌ସ୍ ନାଓ ଏବଂ ଇଟି ନାଓର ମୁଖ୍ୟ ସମ୍ପାଦକ ତଥା ସମ୍ବାଦ ଉପସ୍ଥାପକ ଥିଲେ।[୪][୫] ଏହାପୂର୍ବରୁ ସେ ଏନ୍‌ଡି ଟିଭି ଏବଂ ଦି ଟେଲିଗ୍ରାଫରେ ମଧ୍ୟ କାର୍ଯ୍ୟ କରିଥିଲେ । ଟାଇମ୍‌ସ୍ ନାଓରେ କାର୍ଯ୍ୟ କରୁଥିବାବେଳେ ପ୍ରତ୍ୟେକ ଦିନ ରାତି ୯ଟା ଆସୁଥିବା ତାଙ୍କ ବିତର୍କ କାର୍ଯ୍ୟକ୍ରମ ଦି ନ୍ୟୁଜ୍‌ଆୱାର୍ ତାଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା ।[୬][୭] ଫ୍ରାଙ୍କ୍‌ଲି ସ୍ପିକିଙ୍ଗ୍ ୱିଥ୍ ଅର୍ଣ୍ଣବ ନାମକ ଏକ ସ୍ୱତନ୍ତ୍ର ଦୂରଦର୍ଶନ କାର୍ଯ୍ୟକ୍ରମର ମଧ୍ୟ ସେ ଉପସ୍ଥାପକ ଥିଲେ ।[୮][୯] ନଭେମ୍ବର ୨୦୧୬ରେ, ଗୋସ୍ୱାମୀ ଟାଇମ୍‌ସ୍ ନାଓର ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ[୧୦][୧୧] ଏବଂ ୨୦୧୭ ମଇରେ ତାଙ୍କର ନିଜ ନ୍ୟୁଜ୍ ଚ୍ୟାନେଲ୍ ରିପବ୍ଲିକ୍ ଟିଭି ଆରମ୍ଭ କରିଥିଲେ ।[୧୨][୧୩]

ବୃତ୍ତିଗତ ଜୀବନ[ସମ୍ପାଦନା]

ଗୋସ୍ୱାମୀ ଜଣେ ସାମ୍ବାଦିକ ଭାବରେ କୋଲକାତାରେ ଦି ଟେଲିଗ୍ରାଫ୍ ସହିତ ନିଜର ସାମ୍ବାଦିକତା ଜୀବନର ଆରମ୍ଭ କରିଥିଲେ ।[୧୪] ମାତ୍ର ଏକ ବର୍ଷରୁ କମ୍ ସମୟ ଭିତରେ ସେ ଦିଲ୍ଲୀ ଯାଇ ଏନ୍‌ଡି ଟିଭିରେ ଯୋଗ ଦେଇଥିଲେ ।[୧୫][୧୬]</ref>[୧୭]

୨୦୦୬ ମସିହାରେ ଗୋସ୍ୱାମୀ ଏନ୍‌ଡିଟିଭି ଛାଡ଼ି[୧୮] ନୂତନ ଭାବରେ ଉନ୍ମୋଚିତ ହୋଇଥିବା ଟାଇମ୍‌ସ୍ ନ୍ୟୁଜ୍ ଚ୍ୟାନେଲରେ ଏହାର ସମ୍ପାଦକ ଭାବରେ ଯୋଗ ଦେଇଥିଲେ ।[୧୯]

୨୦୧୧ ମସିହାରେ ୱିକି କନଫରେନ୍ସ ମୁମ୍ବାଇ, ଭାରତରେ ଅର୍ଣ୍ଣବ ଗୋସ୍ୱାମୀ ଭାଷଣ ଦେଇଥିଲେ ।

ରିପବ୍ଲିକ୍ ଟିଭି[ସମ୍ପାଦନା]

ଗୋସ୍ୱାମୀ ୨୦୧୬ ମସିହାରେ ଟାଇମ୍‌ସ୍ ନାଓରୁ ଇସ୍ତଫା ଦେଇଥିଲେ ଏବଂ ୬ ମଇ ୨୦୧୭ରେ ରିପବ୍ଲିକ୍ ଭାରତ ନାମକ ଏକ ଚେନାଲ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ସମ୍ପାଦକ ଭାବରେ ଯୋଗ ଦେଇଥିଲେ ।[୨୦][୨୧] ମଇ ୨୦୧୯ରେ ଗୋସ୍ୱାମୀ ଏହି ଟିଭିର ଅଧିକାଂଶ ସେୟାର୍ କିଣିନେଇଥିଲେ ଏବଂ ତାଙ୍କ ପାଖରେ ଏହି ଚେନାଲ୍‌ର ୮୨ ପ୍ରତିଶତ ଅଂଶୀଦାର ଅଛି ।[୨୨]

ଏହି ଟିଭିର ପ୍ରତିଷ୍ଠା ପରଠାରୁ କ୍ରମାଗତ ୧୦୦ ସପ୍ତାହ ଧରି ଭାରତରେ ସର୍ବାଧିକ ଦେଖାଯାଇଥିବା ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ ଥିଲା ।[୨୩] ଏହି ସଫଳତାର ଶ୍ରେୟ ଅର୍ଣ୍ଣବଙ୍କ ପାଇଁ ମିଳିଥିବା କଥା କେତେକ ମତ ଦିଅନ୍ତି ।[୨୪]

ରଚିତ ପୁସ୍ତକ[ସମ୍ପାଦନା]

୨୦୦୨ ମସିହାରେ, ଗୋସ୍ୱାମୀ ଏକ ପୁସ୍ତକ ଲେଖିଥିଲେ, ଯାହର ଶୀର୍ଷକ ଥିଲା କମାଟିଂ ଟେରରିଜିମ୍: ଦ ଲିଗାଲ୍ ଚ୍ୟାଲେଞ୍ଜ[୨୫][୨୬]

ବିବାଦ ଏବଂ ସମାଲୋଚନା[ସମ୍ପାଦନା]

ଆତ୍ମହତ୍ୟା ମାମଲା[ସମ୍ପାଦନା]

୨୦୧୮ ମସିହା ଅନଭୟ ନାଏକ ଆତ୍ମହତ୍ୟା ମାମଲାରେ ଗୋସ୍ୱାମୀଙ୍କୁ ୪ ନଭେମ୍ବର ୨୦୨୦ରେ ଧାରା ୩୦୬ ଏବଂ ଆଇପିସିର ଧାରା ୩୪ ଅନୁଯାୟୀ ମୁମ୍ବାଇ ପୋଲିସ ଗିରଫ କରିଥିଲା ।[୨୭] [୨୮] [୨୯] ନାଏକ ତାଙ୍କ ଆତ୍ମହତ୍ୟା ନୋଟ୍‌ରେ ଗୋସ୍ୱାମୀଙ୍କ ସମେତ ତିନିଜଣ ବ୍ୟକ୍ତିଙ୍କଠାରୁ ଦେୟ ପ୍ରଦାନ ନକରିବାରୁ ତାଙ୍କ ଜୀବନ ଶେଷ ହେବାର କାରଣ ବୋଲି ଅଭିଯୋଗ କରିଥିଲେ।[୩୦]

ସମ୍ମାନ[ସମ୍ପାଦନା]

ଗୋସ୍ୱାମୀ ୨୦୦୮ ମସିହାରେ ଟିଭି ସାମ୍ବାଦିକତାରେ ଉତ୍କର୍ଷତା ପାଇଁ ରାନନାଥ ଗୋଏଙ୍କ ପୁରସ୍କାର ପାଇଥିଲେ ।[୩୧]

୮ ଡିସେମ୍ବର ୨୦୧୯ରେ, ସେ ସର୍ବସମ୍ମତି କ୍ରମେ ନ୍ୟୁଜ୍ ବ୍ରୋଡକାଷ୍ଟିଂ ଫେଡେରେଶନର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ, ଯାହାକି ପ୍ରାୟ ୭୮ଟି ଚ୍ୟାନେଲର ଏକ ନୂତନ ଗଠିତ ଫେଡେରେସନ୍ ।[୩୨] [୩୩]

ଆଧାର[ସମ୍ପାଦନା]

  1. Ranjan Goswami, Arnab (28 January 2017). "Arnab's full signed letter". Twitter (from handle of @swamy39).
  2. Bureau, Adgully. "Republic Media Network strengthens the top management team". adgully.com (in ଆମେରିକୀୟ ଇଂରାଜୀ). Retrieved 15 July 2020.
  3. Jha, Lata (6 May 2019). "Arnab Goswami buys back Republic Media shares from Asianet". Livemint (in ଇଂରାଜୀ). Retrieved 14 August 2020.
  4. Lunch with the FT: Indian TV news anchor Arnab Goswami, Financial Times, James Crabtree (1 May 2015)
  5. Times Network accepts Arnab Goswami's resignation, The Economic Times (8 November 2016)
  6. Anuradha Raman. "Wrecking News".
  7. Hartosh Singh Bal. "The Arnab Cast of Characters".
  8. "Rahul Gandhi's first interview: Full text – Times Of India". The Times of India. 27 January 2014. Retrieved 31 January 2014.
  9. "The Gandhi-Goswami Smackdown – India Real Time – WSJ". The Wall Street Journal. 27 January 2014. Retrieved 31 January 2014.
  10. Mohan, Kshitiz. "Arnab Goswami's Republic TV To Launch On 6 May". BW Businessworld.
  11. "Arnab Goswami India's Inquister". Open Magazine. Retrieved 12 October 2020.{{cite web}}: CS1 maint: url-status (link)
  12. Team, BS Web (6 May 2017). "Arnab Goswami's Republic TV launched; here's how to watch it live on phone". Business Standard, India. Retrieved 6 May 2017.
  13. Team, BS Web (5 May 2017). "Arnab Goswami's Republic first Indian news channel to air live on Hotstar". Business Standard, India. Retrieved 6 May 2017.
  14. Choudhary, Vidhi (1 November 2016). "Arnab Goswami resigns from Times Now". Livemint (in ଇଂରାଜୀ). Retrieved 7 August 2020.
  15. "Arnab Goswami's last day at Times Now: Anchor won't host The Newshour anymore, says CEO which was for a stint less than a year". FirstPost. 18 November 2016.
  16. "All about Arnab Goswami and his channel, Republic TV". NewsGram (in ଆମେରିକୀୟ ଇଂରାଜୀ). 9 January 2018. Archived from the original on 23 October 2019. Retrieved 23 October 2019.
  17. "The Soil Beckons". outlookindia.com. Retrieved 4 August 2011.
  18. hermesauto (2 November 2016). "Arnab Goswami, loud news anchor of India's prime-time English debate show, quits". The Straits Times (in ଇଂରାଜୀ). Retrieved 7 August 2020.
  19. "Detailed Coverage: Transcriopt". On the Media.orgaccessdate=4 August 2011. Archived from the original on 6 April 2012.
  20. "Arnab Goswami's Republic TV Launch". Archived from the original on 2019-04-19.
  21. "What's the fuss about Arnab Goswami's Republic TV, which went live today?". Business Standard, India. Retrieved 6 May 2017.
  22. "Arnab Goswami personally owns over 82 pc of Republic TV: Co says, clearing air around ownership". outlookindia.com/.
  23. Arnab Goswami buys back shares from Asianet; Republic TV now valued at this much, The Financial Express (6 May 2019)
  24. Panwar, Tapish; Khan, Kalim (2019). "Ingredient Branding as a Branding Strategy for News Channels in India". International Journal of Business Insights & Transformation. 12 (2): 8–15.
  25. Goswami, Arnab (1 January 2002). Combating Terrorism: The Legal Challenge (in ଇଂରାଜୀ). Har-Anand Publications Pvt. Limited. ISBN 9788124108512.
  26. "The truth about POTO". The Hindu. Archived from the original on 22 December 2019. Retrieved 22 December 2019.
  27. "Republic TV Editor-in-Chief Arnab Goswami arrested in 2018 suicide case". Zee News (in ଇଂରାଜୀ). 4 November 2020. Retrieved 4 November 2020.
  28. "Republic TV Editor Arnab Goswami Arrested by Mumbai Police in 2018 Abetment to Suicide Case". News18 (in ଇଂରାଜୀ). 4 November 2020. Retrieved 4 November 2020.
  29. "Republic TV Chief Arnab Goswami Arrested; Top BJP Ministers Cry Foul". HuffPost India (in ଇଂରାଜୀ). 4 November 2020. Retrieved 4 November 2020.
  30. Dutta, Amrita Nayak (4 November 2020). "This is the 2018 suicide abetment case behind Arnab Goswami's arrest". ThePrint. Retrieved 4 November 2020.
  31. "Rng Past Awards". rngfoundation.com. Retrieved 11 December 2019.
  32. "News Broadcasters Federation elects Arnab Goswami as governing board president". The Hindu (in Indian English). PTI. 8 December 2019. ISSN 0971-751X. Retrieved 29 December 2019.{{cite news}}: CS1 maint: others (link)
  33. Seshu, Geeta (31 July 2019). "No, Republic TV-led News Broadcasters Federation is not fighting 'Lutyens Media'". Newslaundry. Retrieved 9 January 2020.

ବାହାର[ସମ୍ପାଦନା]