ଅଧିସେକେଣ୍ଡ

ଉଇକିପିଡ଼ିଆ‌ରୁ
UTC ଅଧିସେକେଣ୍ଡ ଜୁନ ୩୦, ୨୦୧୨, ୨୩:୫୯:୬୦ ବେଳେ ଘଟିଥିବା UTC ଘଡ଼ିର ଏକ ସ୍କ୍ରିନ କ୍ୟାପଚର । time.govରୁ ଉଦ୍ଧୃତ ।

ପୃଥିବୀର ଘୁର୍ଣ୍ଣନ ସାମାନ୍ୟ ଧିର ଥିବାରୁ ସମୟ ଏବଂ ଆବର୍ତ୍ତନ ସହ ସମ୍ବନ୍ଧ ବଜାୟ ରଖିବା ଉଦ୍ଦେଶ୍ୟରେ ଏକ ଅଧିସେକେଣ୍ଡ ଯୋଡ଼ା ହେଉଛି । ଏହା ଲୋକମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା କୋର୍ଡିନେଟେଡ ୟୁନିଭର୍ସାଲ ଟାଇମ କିମ୍ବା UTC ଅନୁଯାୟୀ ସ୍ଥିର କରାଯାଇଛି ।[୧]

ଏକ ସେକେଣ୍ଡର ହିସାବ[ସମ୍ପାଦନା]

UTC ହେଉଛି "ଆଣବିକ ସମୟ(atomic time)", ତାହା ସେସିୟମ (cesium)ର ଅତିଆକଳନ ବୈଦୁତିକ-ଚୁମ୍ବକୀୟ ଅଣୁ ପରିବର୍ତ୍ତନ କାଳ ସହ ଏକ ସେକେଣ୍ଡର ଅବଧି ସମାନ ଅଟେ । ଏହି ଅଣୁ ପରିବର୍ତ୍ତନଗୁଡ଼ିକ ଅତ୍ୟନ୍ତ ଭରସାଯୋଗ୍ୟ ଯେ ସେସିୟମ ଘଡ଼ି, ୧,୪୦୦,୦୦୦ ବର୍ଷର ଏକ ସେକେଣ୍ଡ ସହ ଠିକ ସମାନ ।

ଯଥାର୍ଥତା[ସମ୍ପାଦନା]

ପ୍ରକୃତରେ ଏକ ଦିନ ସମାନ ୮୬,୪୦୦ ସେକେଣ୍ଡ ଅଟେ । ମିନ୍ ସୋଲର ଡେ ଯାହା ଦିନର ହାରାହାରି ଅବଧିକୁ ସୂଚାଏ । ଏହା ପୃଥିବୀରେ ଏକ ଆବର୍ତ୍ତନ କାଳ ଉପରେ ନିର୍ଭର କରେ । ଏହାର ଅବଧି ପ୍ରାୟ ୮୬,୪୦୦,୦୦୨ ଦୀର୍ଘ ଅଟେ । ପୃଥିବୀର ଆବର୍ତ୍ତନ ସମୟକ୍ରମେ ଧିର ହେଉଥିବା କାରଣରୁ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ମାଧ୍ୟାକର୍ଷଣ ବଳ ସହ ଏକ ବାଧା ଦେଉଥିବା ବଳ କଷାକଷି ହୋଇଥାଏ । ବୈଜ୍ଞାନିକମାନେ ଆକଳନ କରନ୍ତି ଯେ ମିନ୍ ସୋଲାର ଡେ ୧୮୨୦ ମସିହା ଏବଂ ତା’ପରଠାରୁ ୮୬,୪୦୦ ସେକେଣ୍ଡ ଦୀର୍ଘ ହୋଇନାହିଁ । ଏହି ଦୁଇ ମିଲିସେକେଣ୍ଡ ବ୍ୟବଧାନ ଏକ ସେକେଣ୍ଡର ଦୁଇ ହଜାର ଭାଗରୁ ଏକ ଭାଗ । ଯାହା ଏକ ଆଖି ପଲକ ପଡିବା ସମୟଠାରୁ ବହୁତ କମ । ଯଦି ଏହି ଛୋଟ ଅସଙ୍ଗତି ବାରମ୍ବାର ପ୍ରତ୍ୟେକ ଦିନ ଏକ ବର୍ଷକ ପାଇଁ ହୁଏ,ଏହା ବର୍ଷ ଶେଷକୁ ଏକ ସେକେଣ୍ଡ ଭାବେ ଯୋଡ଼ା ହେବ । ସାଧାରଣତଃ ଜୁନ ୩୦ କିମ୍ବା ଡିସେମ୍ବର ୩୧ରେ ଏକ ଅଧିସେକେଣ୍ଡ ଯୋଡ଼ାଯାଇଥାଏ । ସାଧାରଣଭାବରେ ଘଡିର ସମୟ ୨୩:୫୯:୫୯ରୁ ପରଦିନ ୦୦:୦୦:୦୦କୁ ପରିବର୍ତ୍ତିତ ହୋଇଥାଏ କିନ୍ତୁ ଜୁନ ୩୦ରେ ଏହି ଅଧିସେକେଣ୍ଡ ଯୋଡ଼ାହୋଇ ୨୩:୫୯:୫୯ରୁ ୨୩:୫୯:୬୦ ହିସାବ କରାଯାଇଥାଏ ଓ ଜୁଲାଇ ୧ ତାରିଖ ପ୍ରାରମ୍ଭ ୦୦:୦୦:୦୦ରୁ ହୋଇଥାଏ ।[୨][୩]

ଅଧିସେକେଣ୍ଡର ପ୍ରବେଶ[ସମ୍ପାଦନା]

ତାରିଖମାନଙ୍କରେ ଘୋଷିତ ଅଧିସେକେଣ୍ଡ
ବର୍ଷ ଜୁନ ୩୦ ଡିସେମ୍ବର ୩୧
1972 +1 +1
1973 0 +1
1974 0 +1
1975 0 +1
1976 0 +1
1977 0 +1
1978 0 +1
1979 0 +1
1980 0 0
1981 +1 0
1982 +1 0
1983 +1 0
1984 0 0
1985 +1 0
1986 0 0
1987 0 +1
1988 0 0
1989 0 +1
1990 0 +1
1991 0 0
1992 +1 0
1993 +1 0
1994 +1 0
1995 0 +1
1996 0 0
1997 +1 0
1998 0 +1
1999 0 0
2000 0 0
2001 0 0
2002 0 0
2003 0 0
2004 0 0
2005 0 +1
2006 0 0
2007 0 0
2008 0 +1
2009 0 0
2010 0 0
2011 0 0
2012 +1 0
2013 0 0
2014 0 0
2015 +1 0
ବର୍ଷ ଜୁନ ୩୦ ଡିସେମ୍ବର ୩୧
ସମୁଦାୟ 11 ୧୫
୨୬
ଏବେକାର TAI − UTC
୩୫ (୨୦୧୫ ଜୁନ ସୁଦ୍ଧା)

ଇତିହାସ[ସମ୍ପାଦନା]

ପୂର୍ବର ଅଧିସେକେଣ୍ଡଗୁଡ଼ିକ କିଛି କମ୍ପ୍ୟୁଟରଗୁଡ଼ିକରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେଥିରେ ଏହିପରି ପୃଥିବୀର ଗତିରେ ଅଧିସେକେଣ୍ଡଗୁଡ଼ିଏ ଯୋଡ଼ାହେବାକୁ ଆକଳନ ହୋଇଛି କିନ୍ତୁ ପ୍ରତବର୍ଷ ଏହା ଯୋଡ଼ାହେବାର ନିର୍ଦ୍ଦିଷ୍ଟ କିଛି ପୂର୍ବାନୁମାନ କରିହେବ ନାହିଁ । ୧୯୭୨ରୁ ପ୍ରଥମେ ଅଧିସେକେଣ୍ଡ ଯୋଡ଼ାହେବା ଆରମ୍ଭ ହୋଇଥିଲା । ୧୯୯୯ ଯାଏଁ ଅଧିସେକେଣ୍ଡଗୁଡ଼ିକୁ ବାର୍ଷିକ ହାରାହାରି ଏକ ସେକେଣ୍ଡ ହିସାବରେ ଯୋଡ଼ା ଯାଉଛି । ତାପରଠାରୁ ଏହି ଅଧିସେକେଣ୍ଡର ବ୍ୟବହାର ବଢିଛି । ୨୦୧୫ ଜୁନ ୩୦ରେ ଯୋଡ଼ା ହେଉଥିବା ଅଧିସେକେଣ୍ଡ ୨୦୦୦ ମସିହା ପରଠୁ ଚତୁର୍ଥଥର ପାଇଁ ସରକାରୀ ଭାବେ ଯୋଡ଼ାଯାଇ ଗଣନା କରାଯାଉଛି । [୪]

ପଦକ୍ଷେପ[ସମ୍ପାଦନା]

କାର୍ଯ୍ୟକାରୀ ଭାବେ ଅନେକ ସମୟ ଗଣକ ଯନ୍ତ୍ର/ କମ୍ପ୍ୟୁଟର ସିଷ୍ଟମ ଏକ ସେକେଣ୍ଡ ପାଇଁ ବନ୍ଦ ରଖାଯାଏ । [୫]

ବିରୋଧାଭାଷ[ସମ୍ପାଦନା]

ଏହି ଘଟଣା ସମୟ ହିସାବ କିତାବରେ ଏକ ବିଷମ ପରିସ୍ଥିତି ସୃଷ୍ଟି କରୁଥିବାରୁ ବିଶ୍ୱର ଅନେକ ଲୋକ ଏହାକୁ ବିରୋଧ କରନ୍ତି । [୬][୭]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]