Jump to content

ଅଧିସେକେଣ୍ଡ

ଉଇକିପିଡ଼ିଆ‌ରୁ
UTC ଅଧିସେକେଣ୍ଡ ଜୁନ ୩୦, ୨୦୧୨, ୨୩:୫୯:୬୦ ବେଳେ ଘଟିଥିବା UTC ଘଡ଼ିର ଏକ ସ୍କ୍ରିନ କ୍ୟାପଚର । time.govରୁ ଉଦ୍ଧୃତ ।

ପୃଥିବୀର ଘୁର୍ଣ୍ଣନ ସାମାନ୍ୟ ଧିର ଥିବାରୁ ସମୟ ଏବଂ ଆବର୍ତ୍ତନ ସହ ସମ୍ବନ୍ଧ ବଜାୟ ରଖିବା ଉଦ୍ଦେଶ୍ୟରେ ଏକ ଅଧିସେକେଣ୍ଡ ଯୋଡ଼ା ହେଉଛି । ଏହା ଲୋକମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା କୋର୍ଡିନେଟେଡ ୟୁନିଭର୍ସାଲ ଟାଇମ କିମ୍ବା UTC ଅନୁଯାୟୀ ସ୍ଥିର କରାଯାଇଛି ।[]

ଏକ ସେକେଣ୍ଡର ହିସାବ

[ସମ୍ପାଦନା]

UTC ହେଉଛି "ଆଣବିକ ସମୟ(atomic time)", ତାହା ସେସିୟମ (cesium)ର ଅତିଆକଳନ ବୈଦୁତିକ-ଚୁମ୍ବକୀୟ ଅଣୁ ପରିବର୍ତ୍ତନ କାଳ ସହ ଏକ ସେକେଣ୍ଡର ଅବଧି ସମାନ ଅଟେ । ଏହି ଅଣୁ ପରିବର୍ତ୍ତନଗୁଡ଼ିକ ଅତ୍ୟନ୍ତ ଭରସାଯୋଗ୍ୟ ଯେ ସେସିୟମ ଘଡ଼ି, ୧,୪୦୦,୦୦୦ ବର୍ଷର ଏକ ସେକେଣ୍ଡ ସହ ଠିକ ସମାନ ।

ଯଥାର୍ଥତା

[ସମ୍ପାଦନା]

ପ୍ରକୃତରେ ଏକ ଦିନ ସମାନ ୮୬,୪୦୦ ସେକେଣ୍ଡ ଅଟେ । ମିନ୍ ସୋଲର ଡେ ଯାହା ଦିନର ହାରାହାରି ଅବଧିକୁ ସୂଚାଏ । ଏହା ପୃଥିବୀରେ ଏକ ଆବର୍ତ୍ତନ କାଳ ଉପରେ ନିର୍ଭର କରେ । ଏହାର ଅବଧି ପ୍ରାୟ ୮୬,୪୦୦,୦୦୨ ଦୀର୍ଘ ଅଟେ । ପୃଥିବୀର ଆବର୍ତ୍ତନ ସମୟକ୍ରମେ ଧିର ହେଉଥିବା କାରଣରୁ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ମାଧ୍ୟାକର୍ଷଣ ବଳ ସହ ଏକ ବାଧା ଦେଉଥିବା ବଳ କଷାକଷି ହୋଇଥାଏ । ବୈଜ୍ଞାନିକମାନେ ଆକଳନ କରନ୍ତି ଯେ ମିନ୍ ସୋଲାର ଡେ ୧୮୨୦ ମସିହା ଏବଂ ତା’ପରଠାରୁ ୮୬,୪୦୦ ସେକେଣ୍ଡ ଦୀର୍ଘ ହୋଇନାହିଁ । ଏହି ଦୁଇ ମିଲିସେକେଣ୍ଡ ବ୍ୟବଧାନ ଏକ ସେକେଣ୍ଡର ଦୁଇ ହଜାର ଭାଗରୁ ଏକ ଭାଗ । ଯାହା ଏକ ଆଖି ପଲକ ପଡିବା ସମୟଠାରୁ ବହୁତ କମ । ଯଦି ଏହି ଛୋଟ ଅସଙ୍ଗତି ବାରମ୍ବାର ପ୍ରତ୍ୟେକ ଦିନ ଏକ ବର୍ଷକ ପାଇଁ ହୁଏ,ଏହା ବର୍ଷ ଶେଷକୁ ଏକ ସେକେଣ୍ଡ ଭାବେ ଯୋଡ଼ା ହେବ । ସାଧାରଣତଃ ଜୁନ ୩୦ କିମ୍ବା ଡିସେମ୍ବର ୩୧ରେ ଏକ ଅଧିସେକେଣ୍ଡ ଯୋଡ଼ାଯାଇଥାଏ । ସାଧାରଣଭାବରେ ଘଡିର ସମୟ ୨୩:୫୯:୫୯ରୁ ପରଦିନ ୦୦:୦୦:୦୦କୁ ପରିବର୍ତ୍ତିତ ହୋଇଥାଏ କିନ୍ତୁ ଜୁନ ୩୦ରେ ଏହି ଅଧିସେକେଣ୍ଡ ଯୋଡ଼ାହୋଇ ୨୩:୫୯:୫୯ରୁ ୨୩:୫୯:୬୦ ହିସାବ କରାଯାଇଥାଏ ଓ ଜୁଲାଇ ୧ ତାରିଖ ପ୍ରାରମ୍ଭ ୦୦:୦୦:୦୦ରୁ ହୋଇଥାଏ ।[][]

ଅଧିସେକେଣ୍ଡର ପ୍ରବେଶ

[ସମ୍ପାଦନା]
ତାରିଖମାନଙ୍କରେ ଘୋଷିତ ଅଧିସେକେଣ୍ଡ
ବର୍ଷଜୁନ ୩୦ଡିସେମ୍ବର ୩୧
1972 +1+1
1973 0+1
1974 0+1
1975 0+1
1976 0+1
1977 0+1
1978 0+1
1979 0+1
1980 00
1981 +10
1982 +10
1983 +10
1984 00
1985 +10
1986 00
1987 0+1
1988 00
1989 0+1
1990 0+1
1991 00
1992 +10
1993 +10
1994 +10
1995 0+1
1996 00
1997 +10
1998 0+1
1999 00
2000 00
2001 00
2002 00
2003 00
2004 00
2005 0+1
2006 00
2007 00
2008 0+1
2009 00
2010 00
2011 00
2012 +10
2013 00
2014 00
2015 +10
ବର୍ଷଜୁନ ୩୦ଡିସେମ୍ବର ୩୧
ସମୁଦାୟ 11୧୫
୨୬
ଏବେକାର TAI − UTC
୩୫ (୨୦୧୫ ଜୁନ ସୁଦ୍ଧା)

ଇତିହାସ

[ସମ୍ପାଦନା]

ପୂର୍ବର ଅଧିସେକେଣ୍ଡଗୁଡ଼ିକ କିଛି କମ୍ପ୍ୟୁଟରଗୁଡ଼ିକରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେଥିରେ ଏହିପରି ପୃଥିବୀର ଗତିରେ ଅଧିସେକେଣ୍ଡଗୁଡ଼ିଏ ଯୋଡ଼ାହେବାକୁ ଆକଳନ ହୋଇଛି କିନ୍ତୁ ପ୍ରତବର୍ଷ ଏହା ଯୋଡ଼ାହେବାର ନିର୍ଦ୍ଦିଷ୍ଟ କିଛି ପୂର୍ବାନୁମାନ କରିହେବ ନାହିଁ । ୧୯୭୨ରୁ ପ୍ରଥମେ ଅଧିସେକେଣ୍ଡ ଯୋଡ଼ାହେବା ଆରମ୍ଭ ହୋଇଥିଲା । ୧୯୯୯ ଯାଏଁ ଅଧିସେକେଣ୍ଡଗୁଡ଼ିକୁ ବାର୍ଷିକ ହାରାହାରି ଏକ ସେକେଣ୍ଡ ହିସାବରେ ଯୋଡ଼ା ଯାଉଛି । ତାପରଠାରୁ ଏହି ଅଧିସେକେଣ୍ଡର ବ୍ୟବହାର ବଢିଛି । ୨୦୧୫ ଜୁନ ୩୦ରେ ଯୋଡ଼ା ହେଉଥିବା ଅଧିସେକେଣ୍ଡ ୨୦୦୦ ମସିହା ପରଠୁ ଚତୁର୍ଥଥର ପାଇଁ ସରକାରୀ ଭାବେ ଯୋଡ଼ାଯାଇ ଗଣନା କରାଯାଉଛି । []

ପଦକ୍ଷେପ

[ସମ୍ପାଦନା]

କାର୍ଯ୍ୟକାରୀ ଭାବେ ଅନେକ ସମୟ ଗଣକ ଯନ୍ତ୍ର/ କମ୍ପ୍ୟୁଟର ସିଷ୍ଟମ ଏକ ସେକେଣ୍ଡ ପାଇଁ ବନ୍ଦ ରଖାଯାଏ । []

ବିରୋଧାଭାଷ

[ସମ୍ପାଦନା]

ଏହି ଘଟଣା ସମୟ ହିସାବ କିତାବରେ ଏକ ବିଷମ ପରିସ୍ଥିତି ସୃଷ୍ଟି କରୁଥିବାରୁ ବିଶ୍ୱର ଅନେକ ଲୋକ ଏହାକୁ ବିରୋଧ କରନ୍ତି । [][]

  1. http://www.bbc.co.uk/news/science-environment-33313347
  2. "ଆର୍କାଇଭ୍ କପି". Archived from the original on 2015-07-01. Retrieved 2015-06-30. {{cite web}}: Cite has empty unknown parameter: |1= (help)
  3. http://www.washingtonpost.com/news/speaking-of-science/wp/2015/06/29/on-tuesday-the-world-gets-a-leap-second-are-we-all-gonna-die/
  4. http://indiatoday.intoday.in/story/nasa-earth-june-30-long-day-leap-second/1/447597.html
  5. http://www.theguardian.com/science/2015/jun/30/leap-second-to-pause-clocks-at-midnight-as-entire-planet-gains-a-second
  6. http://www.businessinsider.in/Google-found-a-clever-way-to-prevent-tomorrows-leap-second-from-crashing-its-computers/articleshow/47871169.cms[permanent dead link]
  7. http://www.wired.com/2015/06/just-drop-leap-second-unnecessary/

ବାହାର ତଥ୍ୟ

[ସମ୍ପାଦନା]