ନିଉରୋଫାଇବ୍ରୋମାଟୋସିସ
ନିଉରୋଫାଇବ୍ରୋମାଟୋସିସ | |
---|---|
ବିଭାଗ | ସ୍ନାୟୁଶଲ୍ୟ ବିଭାଗ (neurosurgery) |
ଲକ୍ଷଣ | ଚର୍ମ ତଳେ ଛୋଟ ଗୋଟାଳି, ସ୍କୋଲିଓସିସ, ବଧିରତା[୧] |
ଆକ୍ରାନ୍ତ ସମୟ | ଜନ୍ମରୁ ପ୍ରାକ୍ ଯୌବନ ପର୍ଯ୍ୟନ୍ତ ।[୧] |
ଅବଧି | ଆଜୀବନ[୧] |
କାରଣ | ଜେନେଟିକ[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ, ଜେନେଟିକ ଟେଷ୍ଟ [୨] |
ଚିକିତ୍ସା | ଅପରେଶନ, ରାଡିଏସନ ଥେରାପି (radiation therapy)[୨] |
ପୁନଃପୌନିକ | ପ୍ରତି ୩,୦୦୦ଲୋକରେ ଜଣେ (ଯୁକ୍ତରାଷ୍ଟ୍ର ଆମେରିକା) ।[୧] |
ନିଉରୋଫାଇବ୍ରୋମାଟୋସିସ (ଇଂରାଜୀ ଭାଷାରେNeurofibromatosis ବା NF) ଏକ ରୋଗ ଯେଉଁଥିରେ ସ୍ନାୟୁ ମଣ୍ଡଳରେ (nervous system) ତିନି ପ୍ରକାର ଅର୍ବୁଦ (tumors) ସୃଷ୍ଟି ହୁଏ । ଏମାନଙ୍କର ନାମ ଯଥାକ୍ରମେ ନିଉରୋଫାଇବ୍ରୋମାଟୋସିସ ଟାଇପ ୧ (neurofibromatosis type 1 ବା (NF1)), ନିଉରୋଫାଇବ୍ରୋମାଟୋସିସ ଟାଇପ ୨ (neurofibromatosis type 2 ବା NF2) ଓ ସ୍ୱାନୋମାଟୋସିସ (schwannomatosis) । [୧] ଏନଏଫ୧ ରୋଗରେ ଚର୍ମରେ 'କାଫେ ଔ ଲେ' (light brown spots on the skin) ଦାଗ, କାଖ ଓ ଉରୁସନ୍ଧିରେ ମାଟିଆ ଦାଗ (freckles), ସ୍ନାୟୁରେ (nerves) ଛୋଟ ଅର୍ବୁଦ ଓ ସ୍କୋଲିଓସିସ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଏନଏଫ୨ ରୋଗରେ ବଧିରତା, ଅଳ୍ପ ବୟସରେ ପରଳ, ନିୟନ୍ତ୍ରଣ ସମସ୍ୟା, ମାଂସ ରଙ୍ଗର ଚର୍ମ ଫ୍ଲାପ ଓ ମାଂସପେଶୀ ଆଟ୍ରୋଫି (muscle wasting) ବା କ୍ଷୟ ହୁଏ । [୨] ଅର୍ବୁଦ ଗୁଡ଼ିକ ସାଧାରଣତଃ ବିନାଇନ ବା ଅଣକର୍କଟ (non cancerous) ହୋଇଥାଏ । [୧]
କେତେକ ଜିନର (genes) (ଜେନେଟିକ ମ୍ୟଟେସନ) (genetic mutation) ଯୋଗୁ ଏହି ରୋଗ ହୁଏ । ପ୍ରାୟ ଅଧା କେଶ ପିତାମାତାଙ୍କ ପାଖରୁ ଅନୁବଂଶୀୟ (inherited from a person's parents) କ୍ରମରେ ଆସେ, ବାକିତକ ବିକାଶର ପ୍ରଥମ ଭାଗରେ ସୃଷ୍ଟି ହୁଏ । ଅର୍ବୁଦଗୁଡ଼ିକ ସ୍ନାୟୁରୁ ନ ବାହାରି ସ୍ନାୟୁ (neurons) ସାହାଯ୍ୟକାରୀ କୋଷମାନଙ୍କରୁ ବାହାରିଥାଏ । ଏନଏଫ୧କୁ ନିଉରୋଫାଇବ୍ରୋମା (neurofibromas) କୁହାଯାଏ, ଏନଏଫ୨ରେ ସ୍ୱାନ ଜୀବକୋଷରୁ ବାହାରୁଥିବା ଅର୍ବୁଦ (tumors of Schwann cells) ସ୍ୱାନୋମା ବାହାରେ । [୧] ଲକ୍ଷଣ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ, କ୍ୱଚିତ ଜେନେଟିକ ଟେଷ୍ଟିଙ୍ଗ (genetic testing) ଆବଶ୍ୟକ ହୁଏ । [୨]
ଏହି ରୋଗ ନିମନ୍ତେ କୌଣସି ପ୍ରତିଷେଧ ବା ଚିକିତ୍ସା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । [୧][୨] ଅର୍ବୁଦ ଯଦି ସମସ୍ୟା ସୃଷ୍ଟି କରୁଥାଏ ବା କର୍କଟ ରୋଗ ଆଡ଼କୁ ଗତି କରୁଥିବାର ଜଣାଯାଏ, ତା' ହେଲେ ତାକୁ ଅପରେଶନ କରି ବାହାର କରିଦିଆଯାଏ । କର୍କଟ ରୋଗ ଦିଗକୁ ଗତି କରୁଥିଲେ କେମୋଥେରାପି (chemotherapy) ବା ରାଡିଏସନ ଥେରାପି (Radiation) ମଧ୍ୟ ଦିଆଯାଇପାରେ । ଶ୍ରବଣହାନୀ ହେଉଥିଲେ କକ୍ଲିଆର ଇମ୍ପ୍ଲାଣ୍ଟ (cochlear implant) ବା ଅଡିଟରି ବ୍ରେନସ୍ଟେମ ଇମ୍ପ୍ଲାଣ୍ଟ (auditory brainstem implant) ଦିଆଯାଏ । [୧]
ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ୩,୫୦୦ ଲୋକରେ ଜଣକୁ ଏନଏଫ୧ ଓ ପ୍ରତି ୨୫,୦୦୦ ଲୋକରେ ଜଣକୁ ଏନଏଫ୨ ରୋଗ ହେଉଛି ।[୧] ଉଭୟ ପୁରୁଷ ଓ ମହିଳା ସମ ଭାବରେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି ।[୨] ଏନଏଫ୧ ରୋଗ ଅଧିକାଂଶ ସମୟରେ ଜନ୍ମରୁ ଥାଏ ବା ୧୦ ବର୍ଷ ବୟସ ପୂର୍ବରୁ ହୁଏ । ଏନଏଫ୧ ରୋଗୀମାନେ ପ୍ରାୟ ସାଧାରଣ ଆୟୁଷର ଜୀବନ ଯାପନ କରନ୍ତି ଯଦିଓ ରୋଗ ଅଧିକ ଖରାପ ଦିଗକୁ ଗତି କରିପାରେ । ଏନଏଫ୨ ରୋଗରେ ପ୍ରାକ୍ ଯୁବାବସ୍ଥାରେ ରୋଗ ଆରମ୍ଭ ହୁଏ । ଏହି ଏନଏଫ୨ରେ କିନ୍ତୁ ସମୟପୂର୍ବ ମୃତ୍ୟୁ ସଙ୍କଟ ରହେ । [୧] ଏହି ରୋଗର ବର୍ଣ୍ଣନା ୧ମ ଶତାବ୍ଦୀରେ ପ୍ରଥମେ ଲିପିବଦ୍ଧ ହୋଇଥିଲା । [୩]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Neurofibromatosis Fact Sheet". NINDS. 3 February 2016. Archived from the original on 4 October 2015. Retrieved 7 November 2016. This article incorporates text from this source, which is in the public domain.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Learning about Neurofibromatosis". National Human Genome Research Institute (NHGRI). 16 August 2016. Retrieved 7 November 2016. This article incorporates text from this source, which is in the public domain.
- ↑ Evans, Rosalie E. Ferner, Susan M. Huson, D. Gareth R. (2011). Neurofibromatoses in clinical practice. London: Springer. p. 1. ISBN 978-0-85729-628-3. Retrieved 9 October 2015.
{{cite book}}
: CS1 maint: multiple names: authors list (link)
ଅଧିକ ପଢ଼ନ୍ତୁ
[ସମ୍ପାଦନା]- Upadhyaya, Meena; Cooper, David (2013-01-29). Neurofibromatosis Type 1: Molecular and Cellular Biology. Springer Science & Business Media. ISBN 9783642328640.
ଅଧିକ ତଥ୍ୟ
[ସମ୍ପାଦନା]- National Institute of Neurological Disorders and Stroke - information on Neurofibromatosis Archived 2015-04-04 at the Wayback Machine.
ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |