ଜିକା ଭୁତାଣୁ

ଉଇକିପିଡ଼ିଆ‌ରୁ
(Zika virusରୁ ଲେଉଟି ଆସିଛି)


ଜିକା ଭୁତାଣୁ
ଇଲେକଟ୍ରନ ମାଇକ୍ରୋଗ୍ରାଫରେ ଜିକା ଭୁତାଣୁ - ଭୁତାଣୁ ପାର୍ଟିକ୍ଲ ବା କଣର ବ୍ୟାସ ୪୦ ଏନଏମ, ଗାଢ଼ ଅଭ୍ୟନ୍ତର ଓ ବାହ୍ୟ ଖୋଳ । (source: CDC)
Virus classification
Group: Group IV ((+)ssRNA)
କୁଳ: ଫ୍ଲାଭିଭିରିଡି (Flaviviridae)
ପ୍ରଜାତି: ଫ୍ଲାଭିଭୁତାଣୁ (Flavivirus)
ଜାତି: ଜିକା ଭୁତାଣୁ
ଜିକା ଭୁତାଣୁ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
Zoonosis
ଆଇସିଡ଼ି-୧୦U06.9 Code change from 21 December 2015

ଜିକା ଭୁତାଣୁ (ZIKV)ଫ୍ଲାଭିଭିରିଡି ଭୁତାଣୁ ପରିବାର ଓ ଫ୍ଲାଭିଭୁତାଣୁ ଜେନସ୍‌ର ଏକ ସଦସ୍ୟ ଓ ଏହା ଦିବା ସକ୍ରିୟ ଏଡିସ ମଶା ପରିବାରର ଏଡିସ୍ ଇଜିପ୍ଟି ମଶାଦ୍ୱାରା ବ୍ୟାପିଥାଏ ।

ମାଇକ୍ରୋସେଫାଲି ଚିତ୍ର

ଡିସେମ୍ବର ୨୦୧୫ରେ ଏହି ଭୁତାଣୁର ପ୍ଲାସେଣ୍ଟା ମାଧ୍ୟମ ସଞ୍ଚାର ହୋଇ ଶିଶୁର ଛୋଟ ମୁଣ୍ଡ ବା ମାଇକ୍ରୋସେଫାଲି (microcephaly) ହେବା ସ‌ହିତ ମସ୍ତିଷ୍କ କ୍ଷତିଗ୍ରସ୍ତ ହେବା ସମ୍ଭାବନା ସନ୍ଦେହ କରାଯାଉଛି ।[୧]

ମାନବ ଶରୀରରେ ଏହା ସାମାନ୍ୟ ଅସୁସ୍ଥତା ସୃଷ୍ଟି କରେ ଯାହାକୁ ଜିକା ଜ୍ୱର, ଜିକା ବା ଜିକା ରୋଗ କୁହାଯାଏ ଓ ଏହି ରୋଗ ସନ ୧୯୫୦ରୁ ଆଫ୍ରିକାରୁ ଏସିଆ ପର୍ଯ୍ୟନ୍ତ ଏକ ଅଣଓ‌ସାରିଆ ବିଷୁବ ମଣ୍ଡଳୀୟ ଇଲାକାରେ ହେଉଥିବା ଜଣାଯାଏ । ସନ ୨୦୧୪ରେ ଏହା ପୂର୍ବଦିଗକୁ ପ୍ରଶାନ୍ତ ମହାସାଗରକୁ ଟପି ଫ୍ରେଞ୍ଚ ପଲିନେସିଆ, ଇସ୍ଟର ଦ୍ୱୀପକୁ ବ୍ୟାପିଗଲା ଓ ସନ ୨୦୧୫ରେ ମେକ୍ସିକୋ, ମଧ୍ୟ ଆମେରିକା, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆମେରିକା ପର୍ଯ୍ୟନ୍ତ ଗତିକରି ପାଣ୍ଡେମିକ ବା ମହାମାରୀ ସ୍ତରକୁ ଚାଲିଗଲା ।[୨]1947 ମସିହାରେ ଉଗାଣ୍ଡାରେ କେତେକ ଲୋକଙ୍କ ଦେହରେ ଜିକା ପ୍ରଭାବିତ କୋଷ ଥିବା ଜଣାପଡ଼ିଥିଲା । ତେଣୁ ସେମାନେ ପୂର୍ବରୁ ଜିକାଦ୍ୱାରା ସଂକ୍ରମିତ ହୋଇଥିଲେ । ଏହା ପରେ ସାରା ଆଫ୍ରିକାରେ ବ୍ୟାପିଥିଲା ଜିକା । ତେବେ ନାଇଜିରିଆରେ ପ୍ରଥମ ସଂକ୍ରମିତ ରୋଗୀଙ୍କ ସଂପର୍କରେ ଜଣା ପଡ଼ିଥିଲା ପ୍ରାୟ ଗୋଟିଏ ଦଶନ୍ଧିପରେ, 1960 ମସିହାରେ । ଏହା ପରେ ପ୍ରାୟ 10-12 ଜଣ ରୋଗୀଙ୍କୁ ଏ ସଂକ୍ରମଣ ହୋଇଥିଲା । 1966 ମସିହାରେ ଦକ୍ଷିଣ ପୂର୍ବ ଏସିଆକୁ ଫେରିଲା ଏ ଭୂତାଣୁ । ଦକ୍ଷିଣ ପୂର୍ବ ଏସିଆର ପ୍ରଥମ ମାମଲା ପଦାକୁ ଆସିଲା । ଏହା ସହ ଭାରତ, ପାକିସ୍ତାନ, ମାଲେସିଆ, ଅଣ୍ଡୋନେସିଆ ଆଦି ଦେଶରେ ଅନେକ ସଂକ୍ରମିତ ମାମଲା ପଦାକୁ ଆସିଲା । ତେବେ ଏ ସମସ୍ତ ଅଞ୍ଚଳରେ ଜିକା ଏକ ମହାମାରୀରେ ପରିଣତ ହୋଇନଥିଲା । 2007ରେ ମାଇକ୍ରୋନେସିଆର ୟାପ୍‌ ଦ୍ୱୀପରେ ଏହା ଜିକା ମହାମାରୀରର ରୂପ ନେଲା । ୟାପ୍‌ର ଜନସଂଖ୍ୟା ଅତି ଅଳ୍ପ ଥିଲା । ଏହା ମଧ୍ୟରୁ ଜିକାଦ୍ୱାରା ସଂକ୍ରମିତ ହୋଇଥିଲେ 200ରୁ ଅଧିକ । 2013ରେ ଫ୍ରେଞ୍ଚ ପଲିନେସିଆରେ ଜିକାର ପ୍ରକୃତ ରୂପ ପଦାକୁ ଆସିଲା । ସଂକ୍ରମିତଙ୍କ ସଂଖ୍ୟା ଥିଲା 35,000 । ଏହା ମଧ୍ୟରୁ କେତେକ ପକ୍ଷାଘାତରେ ମଧ୍ୟ ପୀଡ଼ିତ ଥିଲେ । ପରବର୍ତ୍ତୀ ସମୟରେ କେତେକ ଗବେଷଣାରୁ ଜଣାପଜଡ଼ିଛି ଏହା ପରେ ମାଇକ୍ରୋ ସେଫାଲି ବା କ୍ଷୁଦ୍ର ମସ୍ତିଷ୍କ ଥିବା ଶିଶୁମାନେ ମଧ୍ୟ ଜନ୍ମ ହୋଇଥିଲେ । 2014 ଫୁଟ୍‌ବଲ ବିଶ୍ୱକପ୍‌ ସମୟରେ ହିଁ ପହଁଚିଥିଲା ଜିକା । ପ୍ରଥମେ ଉତ୍ତର ବ୍ରାଜିଲରେ ଜିକା ସଂକ୍ରମିତ ଘଟଣା ସାମ୍‌ନାକୁ ଆସିଲା । ତେବେ ସେହି ସମୟରେ ଆର୍ଜେଣ୍ଟନାର ରିଓ-ଡି-ଜେନିରୋରେ ହେଉଥିବା ବିଶ୍ୱ ନୌଚାଳନା ପ୍ରତିଯୋଗିତା ସମୟରେ ଜିକା ପହଁଚିଥିଲା ଦକ୍ଷିଣ ଆମେରିକାରେ । କାରଣ ଏଥିରେ ଭାଗନେଇଥିଲେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପର ଅନେକ ଅଧିବାସୀ । ବର୍ଷେ କାଳ ଏହା ବ୍ରାଜିଲରେ ଧୀରେ ଧୀରେ ବ୍ୟାପିବାରେ ଲାଗିଲା । ତେବେ 21 ଅକଟୋବର 2015ରେ ବ୍ରାଜିଲ ବାହାରେ ପ୍ରଥମ ମାମଲା ପଦାକୁ ଆସିଲା କଲମ୍ବିଆରେ । ଏହା ପରେ ନଭେମ୍ବର ସୁଦ୍ଧା ସୁରିନାମ, ଏଲ-ସାଲଭାଡର, ଗୁଏଟମାଲା ଆଦି ଦେଶରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିଲା । ଡିସେମ୍ବର ପ୍ରଥମ ଭାଗରେ ଏହା ମେକ୍ସିକୋକୁ ବ୍ୟାପିଲା । ଏହାପରେ ଯୁକ୍ତରାଷ୍ଟ୍ର, ପାରାଗୁଏ, ଭେନେଜୁଏଲା ଓ ପାନାମାରେ ଆତଙ୍କ ସୃଷ୍ଟି ହେଲା । ଜାନୁଆରୀରେ ଏହା ହଣ୍ଡୁରାସ, ପର୍ଟୋରିକୋ, ଫ୍ରେଞ୍ଚ ଗୁଏନା, ମାର୍ଟିନିକରେ ମଧ୍ୟ ବ୍ୟାପିଲା ଜିକା । ଗତ ସପ୍ତାହରେ ଗୁଏନା, ବାର୍ବାଡସ, ଇକ୍ୱେଡର, ବଲିଭିଆ, ହାଇତି ଓ ଡୋମିନିକାନ ରିପବ୍ଲିକରେ ମଧ୍ୟ ଜିକା ବ୍ୟାପିଲା । ଏହା ବାଦ ଯୁକ୍ତରାଷ୍ଟ୍ର ଆମେରିକା, ଯୁକ୍ତରାଜ୍ୟ, ଡେନମାର୍କ ଓ ଜର୍ମାନୀରେ ମଧ୍ୟ କେତେକ ଜିକା ସଂକ୍ରମିତ ମାମଲା ଜଣାପଡ଼ିଛି । ତେବେ ବିଶେଷଜ୍ଞଙ୍କ କହିବା କଥା ଏସବୁ ପର୍ଯ୍ୟଟକଙ୍କଦ୍ୱାରା ବ୍ୟାପିଛି ।

ସାଧାରଣ[ସମ୍ପାଦନା]

ଡେଙ୍ଗୁ, ୟେଲୋ ଫିଭର, ଜାପାନୀ ଏନ‌କେଫାଲାଇଟିସୱେଷ୍ଟ ନାଇଲ ଭୁତାଣୁ ସ‌ହିତ ଜିକା ଭୁତାଣୁର ସମ୍ପର୍କ ଅଛି ।[୩] ସାମାନ୍ୟ ଧରଣର ଡେଙ୍ଗୁ ଜ୍ୱର ସ‌ହିତ ଜିକା ଜ୍ୱର ପ୍ରାୟ ସମାନ,[୩] ବିଶ୍ରାମହିଁ ଏହାର ଚିକିତ୍ସା,[୪] ଓ ଏହା ନିମନ୍ତେ ଔଷଧ ବା ଟିକା ବାହାରି ନାହିଁ ।[୪] ଏହି ଜିକା ଜ୍ୱର ସ‌ହ ମାଇକ୍ରୋକେଫାଲି ସ‌ମ୍ପର୍କ ଥିବା ସମ୍ଭାବନା ଅଛି ଯାହା ମାଆଠାରୁ ଶିଶୁ ସଂକ୍ରମିତ ପ୍ରଲମ୍ବ ସଞ୍ଚାର (vertical transmission) ହୁଏ,[୫][୧][୬] ଓ ସଂକ୍ରମିତ ବୟଃପ୍ରାପ୍ତ ଲୋକଙ୍କର ସ୍ନାୟୁଜିନିତ ରୋଗ ଓ ଗଲେନ‌-ବାରି ସିଣ୍ଡ୍ରୋମ ସ‌ହିତ ସମ୍ପର୍କ ଥିବା ଜଣାଯାଏ । ଜାନୁଆରୀ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧ ସଂସ୍ଥା Centers for disease control and prevention ତରଫରୁ ଏହି ଭୁତାଣୁଠାରୁ ସୁରକ୍ଷିତ ରହିବାପାଇଁ ଏହାଦ୍ୱାରା ସଂକ୍ରମିତ ଦେଶମାନଙ୍କର ସୂଚନା, ଏହାର ଲକ୍ଷଣ ଓ ପ୍ରତିରୋଧକ ବିଷୟରେ ସୂଚନାପତ୍ର ଜାରି କରାଯାଇ ଏଥିରେ ବର୍ଭବତୀ ମହିଳାଙ୍କୁ ରୋଗ ପ୍ରବଣ ଇଲାକାର ଭ୍ରମଣକୁ ବିଳମ୍ବିତ କରିବାକୁ କୁହାଯାଇଛି ।[୭][୮] ଅନ୍ୟ ସରକାରମାନେ ଓ ସ୍ୱାସ୍ଥ୍ୟ ସଂଗଠନ‌ଗୁଡ଼ିକ ଏହିଭଳି ଚେତାବନୀ ଦେଇଛନ୍ତି,[୯][୧୦][୧୧] ଅନ୍ୟ ପକ୍ଷରେ ଡୋମିନିଆନ ରିପବ୍ଲିକ, ଇକୁଏଡର, ଏଲ ସାଲଭାଡର ଓ ଜାମାଇକାରେ ଏହାର ସଙ୍କଟ ବିଷୟରେ ସଠିକ ଧାରଣା ମିଳିବା ପର୍ଯ୍ୟନ୍ତ ଗର୍ଭାଧାନ ବିଳମ୍ବିତ କରିବାକୁ ପରାମର୍ଶ ଦିଆଯାଇଛି । [୧୦][୧୨] ଫେବ୍ରୁଆରୀ ୨ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଡଲାସ କାଉଣ୍ଟି ହେଲ୍ଥ ଆଣ୍ଡ ହ୍ୟୁମାନ ସର୍ଭିସେସ ଏହି ରୋଗର ପ୍ରଥମ ସଞ୍ଚାର ବିଷୟରେ ସୂଚନା ଦେଇଥିଲେ । [୧୩] [୧୪]

ସଂକ୍ରମଣ[ସମ୍ପାଦନା]

ଜିକା ଭୁତାଣୁ ସାଧାରଣତଃ ଦିନବେଳେ ଦେଖାଯାଉଥିବା ମଶା ମାନଙ୍କଦ୍ୱାରା ସଂକ୍ରମିତ ହୋଇଥାଏ । ଏହି ଭୁତାଣୁ ଦିବା-ସକ୍ରିୟ ଏଡିସ୍ ଜାତିର ମଶା ଯେପରିକି ଏଡିସ୍ ଇଜିପ୍ଟିଆର୍ବୋରିଆଲ ମଶା ଯେପରିକି ଏ ଆଫ୍ରିକାନସ୍ ଦେହରୁ ମିଳିଛି । [୧୫]

ଲକ୍ଷଣ[ସମ୍ପାଦନା]

ଏ ଭୂତାଣୁ ସଂକ୍ରମଣ ହେଲେ ସାଧାରଣ ଭାବେ କୁଣ୍ଡାଇ ହେବା, ଥଣ୍ଡା ଧରିବା, ଛିଙ୍କ ହେବା, ଆଖି ଲାଲ ପଡ଼ିବା, ଆଣ୍ଠୁ ଗଣ୍ଠି ଦରଜ ହେବା ଭଳି ଲକ୍ଷଣ ଦେଖାଦିଏ । ତେବେ 80 ଭାଗ କ୍ଷେତ୍ରରେ ଏହା ଅଳ୍ପ ଦିନରେ ସ୍ୱତଃ ଭଲ ହୋଇଯାଇଥାଏ । କିନ୍ତୁ ଏହାର ମାରାତ୍ମକ ଦିଗ ହେଉଛି ଏହା ସହଜରେ ଏହି ଭୂତାଣୁ ସଂକ୍ରମଣଦ୍ୱାରା ଶିକାର ମହିଳାମାନଙ୍କଠାରୁ ଜନ୍ମ ଶିଶୁମାନଙ୍କଠାରେ ମସ୍ତିଷ୍କର ଆକାର ଅପେକ୍ଷାକୃତ ଛୋଟ ହେଇଥାଏ । ଅଧିକାଂଶ ସଂକ୍ରମିତ ଲୋକ ପକ୍ଷାଘାତର ଶିକାର ହୋଇଥାନ୍ତି । ତାଛଡ଼ା ଅନ୍ୟ ସ୍ନାୟବିକ ସମସ୍ୟା ମଧ୍ୟ ଦେଖାଦିଏ । ଜିକା ସଂକ୍ରମଣ ରୋକିବାକୁ କୌଣସି ଟୀକା ତିଆରି ହୋଇନି ବା ଏହାର ଉପଚାର ଲାଗି କୌଣସି ଔଷଧ ମଧ୍ୟ ନାହିଁ ବୋଲି କହିଛି କାଉନସିଲ । ତେଣୁ ପ୍ରତିଷେଧକ ହେଉଛି ଏଡିସ ମଶାକୁ ବ୍ୟାପିବାରୁ ରୋକିବା । ଏହି ମଶା ସଫା ପାଣିରେ ହିଁ ବଂଶବିସ୍ତାର କରେ । ।


ଆଧାର[ସମ୍ପାଦନା]

  1. ୧.୦ ୧.୧ Oliveira Melo, A. S.; Malinger, G.; Ximenes, R.; Szejnfeld, P. O.; Alves Sampaio, S.; Bispo de Filippis, A. M. (1 January 2016). "Zika virus intrauterine infection causes fetal brain abnormality and microcephaly: tip of the iceberg?". Ultrasound in Obstetrics & Gynecology. 47 (1): 6–7. doi:10.1002/uog.15831. ISSN 1469-0705.
  2. McKenna, Maryn (13 January 2016). "Zika Virus: A New Threat and a New Kind of Pandemic". Germination. Retrieved 18 January 2016.
  3. ୩.୦ ୩.୧ "Zika virus infection". ecdc.europa.eu. Retrieved 18 January H2016. {{cite web}}: Check date values in: |accessdate= (help)
  4. ୪.୦ ୪.୧ "Symptoms, Diagnosis, & Treatment". Zika Virus. DVBD, NCEZID, Centers for Disease Control and Prevention.
  5. Leonardo Aguiar. "Ministério da Saúde confirma relação entre vírus Zika e microcefalia". Portal da Saúde – Ministério da Saúde – www.saude.gov.br.
  6. "Epidemiological update: Outbreaks of Zika virus and complications potentially linked to the Zika virus infection". European Centre for Disease Prevention and Control. Retrieved 18 January 2016.
  7. "Zika Virus in the Caribbean". Travelers' Health: Travel Notices. Centers for Disease Control and Prevention. 15 January 2016.
  8. Petersen, Emily E.; Staples, J. Erin; Meaney-Delman, Dana; Fischer, Marc; Ellington, Sascha R.; Callaghan, William M.; Jamieson, Denise J. (2016). "Interim Guidelines for Pregnant Women During a Zika Virus Outbreak – United States, 2016". Morbidity and Mortality Weekly Report. 65 (2): 30–33. doi:10.15585/mmwr.mm6502e1. PMID 26796813.
  9. "Zika virus: Advice for those planning to travel to outbreak areas". ITV News. 22 January 2016. Retrieved 24 January 2016.
  10. ୧୦.୦ ୧୦.୧ "Pregnant Irish women warned over Zika virus in central and South America". RTE. 22 January 2016. Retrieved 23 January 2016.
  11. ଆଧାର ଭୁଲ: ଅଚଳ <ref> ଚିହ୍ନ; BBC-2016-01-24a ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  12. "Zika virus triggers pregnancy delay calls". BBC. 23 January 2016. Retrieved 23 January 2016.
  13. http://www.nbcdfw.com/news/health/Zika-Virus-Confirmed-in-Dallas-County-Spread-Through-Sexual-Contact-Dallas-County-Health-367395911.html
  14. "ଆର୍କାଇଭ୍ କପି" (PDF). Archived from the original (PDF) on 2016-02-03. Retrieved 2016-02-03. {{cite web}}: Cite has empty unknown parameter: |1= (help)
  15. Kraemer, Moritz UG; Sinka, Marianne E.; Duda, Kirsten A.; Mylne, Adrian QN; Shearer, Freya M.; Barker, Christopher M.; Moore, Chester G.; Carvalho, Roberta G.; Coelho, Giovanini E. (7 July 2015). "The global distribution of the arbovirus vectors Aedes aegypti and Ae. albopictus". ELife. 4: e08347. doi:10.7554/eLife.08347. PMC 4493616. PMID 26126267.{{cite journal}}: CS1 maint: unflagged free DOI (link)