ଏକ୍ସ‌ୱାଇୱାଇ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
(XYY syndromeରୁ ଲେଉଟି ଆସିଛି)
ଏକ୍ସ‌ୱାଇୱାଇ ସିଣ୍ଡ୍ରୋମ
ୱାଇୱାଇ ସିଣ୍ଡ୍ରୋମ (YY syndrome), ଜାକୋବ ସିଣ୍ଡ୍ରୋମ (Jacobs syndrome)[୧]
ଫାଇଲ:XYY Syndrome DNA.jpg
କାରିଓଟାଇପ (Karyotype) ଜଣେ ପୁରୁଷର ୪୭,XYY ଥାଏ ।
ବିଭାଗମେଡିକାଲ ଜେନେଟିକସ (Medical genetics)
ଲକ୍ଷଣଡେଙ୍ଗା, ଶିକ୍ଷା ସମସ୍ୟା (learning problems)[୧]
କାରଣଜେନେଟିକସ (Genetics)[୨]
ରୋଗ ନିର୍ଣ୍ଣୟ ପଦ୍ଧତିକ୍ରୋମୋଜୋମାଲ ଆନାଲିସିସ (Chromosomal analysis)[୨]
ସଠିକ ରୋଗ ନିର୍ଣ୍ଣୟକ୍ଲାଇନଫେଲ୍ଟର ସିଣ୍ଡ୍ରୋମ, ମାର୍ଫାନ୍ ସିଣ୍ଡ୍ରୋମ୍, ସୋଟୋସ ସିଣ୍ଡ୍ରୋମ (Sotos syndrome)[୨]
ପ୍ରତିକାରନାସ୍ତି[୩]
ଚିକିତ୍ସାସ୍ପିଚ ଥେରାପି (Speech therapy), ଟ୍ୟୁଟରିଙ୍ଗ (tutoring)[୨]
Prognosisଉତ୍ତମ[୨]
ପୁନଃପୌନିକ~ ୧,୦୦୦ ପୁରୁଷରେ ଜଣେ [୧]

ଏକ୍ସ‌ୱାଇୱାଇ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ XYY syndrome) ଏକ ଜେନେଟିକ ରୋଗ ଯେଉଁଥିରେ ପୁରୁଷର ଏକ ଅଧିକ ୱାଇ/'Y' ଗୁଣସୁତ୍ର ବା କ୍ରୋମୋଜୋମ (genetic condition) ଥାଏ ।[୧] ଏହାର ଲକ୍ଷଣ ସାଧାରଣତଃ ଅଳ୍ପ ଥାଏ ।[୨] ଏହି ରୋଗୀମାନେ ସାଧାରଣତଃ ଅନ୍ୟମାନଙ୍କ ଅପେକ୍ଷ ଡେଙ୍ଗା ଥାଆନ୍ତି, ବ୍ରଣ ଓ ଶିକ୍ଷା (learning problems) ସମସ୍ୟା ରହେ ।[୧][୨] ଏଭଳି ଲୋକ ପ୍ରାୟ ସାଧାରଣ ଥାଆନ୍ତି ଓ ସାଧାରଣ ପ୍ରଜନନକ୍ଷମ (fertility) ଥାଆନ୍ତି ।[୧]

ସାଧାରଣତଃ ଏହି ରୋଗ ବଂଶାନୁକ୍ରମିକ (inherited from a person's parents) ନୁହେଁ, ଶୁକ୍ରାଣୁର (sperm cell) ବିକାଶରେ ଅନିଶ୍ଚିତ ତୃଟି ଯୋଗୁ ଏହା ହୁଏ ।[୧] କ୍ରୋମୋଜୋମାଲ ଆନାଲିସିସ (chromosomal analysis) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨] ସାଧାରଣ ୪୬ କ୍ରୋମୋଜୋମ ବଦଳରେ ଏଠାରେ ୪୭ କ୍ରୋମୋଜୋମ ଥାଏ ଓ ଏହାକୁ ୪୭,ଏକ୍ସ‌ୱାଇୱାଇ କାରିଓଟାଇପ (47,XYY karyotype) କୁହାଯାଏ ।[୧]

ଏହାର ଚିକିତ୍ସାରେ ସ୍ପିଚ ଥେରାପି (Speech therapy) ବା ସ୍କୁଲ ପାଠରେ ସାହାଯ୍ୟ ଅଧିକ ଟ୍ୟୁଟରିଙ୍ଗ (tutoring) କରିବା ଆବଶ୍ୟକ ହୁଏ ।[୨] ଫଳାଫଳ ସାଧାରଣତଃ ଭଳ । [୨] ପ୍ରତିଷେଧ ସମ୍ଭବ ନୁହେଁ ।[୩] ପ୍ରତି ୧,୦୦୦ ପୁତ୍ର ସନ୍ତାନରେ ଜଣକର ଏହି ରୋଗ ଥାଏ ।[୧] ଅନେକ ଲୋକଙ୍କର ଏହି ରୋଗ ଥାଇ ମଧ୍ୟ ଅଜଣା ରହନ୍ତି ।[୩] ସନ ୧୯୬୧ରେ ପ୍ରଥମେ ଏହି ରୋଗର ବର୍ଣ୍ଣନା କରାଯାଇଥିଲା ।[୪]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "47,XYY syndrome". Genetics Home Reference (in ଇଂରାଜୀ). January 2009. Retrieved 2017-03-19.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "XYY Syndrome". NORD (National Organization for Rare Disorders). 2012. Retrieved 11 November 2017.
  3. ୩.୦ ୩.୧ ୩.୨ "47, XYY syndrome". Genetic and Rare Diseases Information Center (GARD) (in ଇଂରାଜୀ). 2017. Archived from the original on 11 November 2017. Retrieved 11 November 2017.
  4. Bostwick, David G.; Cheng, Liang (2014). Urologic Surgical Pathology E-Book (in ଇଂରାଜୀ). Elsevier Health Sciences. p. 682. ISBN 9780323086196.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ