Jump to content

ସମ୍ପୂର୍ଣ୍ଣ ରକ୍ତ

ଉଇକିପିଡ଼ିଆ‌ରୁ
(Whole bloodରୁ ଲେଉଟି ଆସିଛି)
ସମ୍ପୁର୍ଣ୍ଣ ରକ୍ତ
A Red Cross whole blood donation
Clinical data
Routes of
administration
IV
ATC code
Identifiers
ChemSpider
  • none

ସମ୍ପୁର୍ଣ୍ଣ ରକ୍ତ ବା ହୋଲ ବ୍ଲଡ (ଇଂରାଜୀ ଭାଷାରେ Whole blood ବା WB) କ‌ହିଲେ ରକ୍ତଦାନ ହୋଇଥିବା ସମ୍ପୁର୍ଣ୍ଣ ରକ୍ତକୁ (blood) ବୁଝାଏ ।[] ଅତ୍ୟଧିକ ରକ୍ତସ୍ରାବ (massive bleeding), ବିନିମୟ ଟ୍ରାନ୍ସଫ୍ୟୁଜନ (exchange transfusion) ଓ ନିଜକୁ ରକ୍ତଦାନ (donate blood to themselves) କରିବା ନିମନ୍ତେ ଏହା ବ୍ୟବ‌ହାର କରାଯାଏ ।[][] ଏକ ୟୁନିଟ ଏହି ରକ୍ତଦାନ‌ଦ୍ୱାରା ହେମୋଗ୍ଲୋବିନ ସ୍ତର ୧୦ଗ୍ରା/ଲି ଅଧିକ ହୋଇଯାଏ ।[] ରକ୍ତଦାନ ପୂର୍ବରୁ (କ୍ରସ ମ୍ୟାଚିଙ୍ଗ) Cross matching ସର୍ବଦା ଆବଶ୍ୟକ ।[][] ଏହା ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ ।[]

ଏହାର ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ଭଳି ଆଲର୍ଜି ପ୍ରତିକ୍ରିୟା, ହେମୋଲାଇସିସ (red blood cell breakdown), ଅଧିକ ମାତ୍ରାର ପୋଟାସିଅମ (high blood potassium), ସଂକ୍ରମଣ (‌infection), ଅତ୍ୟଧିକ ପରିମାଣ ଲୋଡ (volume overload) ଓ ଫୁସଫୁସ ଆଘାତ (lung injury) ହୋଇପାରେ ।[][] ସମ୍ପୁର୍ଣ୍ଣ ରକ୍ତରେ ଲୋହିତ ରକ୍ତ କଣିକା (red blood cells), ଶ୍ୱେତ ରକ୍ତ କଣିକା (white blood cells), ଅଣୁଚକ୍ରିକା (platelets) ଓ ରକ୍ତ ପ୍ଲାଜମା (blood plasma) ଥାଏ ।[] ସଂଗ୍ରହ କରିବା ଦିନ ବ୍ୟବ‌ହାର କରିବା ବିଧେୟ, କିନ୍ତୁ ୩ ସପ୍ତାହ ପର୍ଯ୍ୟନ୍ତ ବ୍ୟବ‌ହାର କରିହୁଏ । [][][] ରକ୍ତ ସଂଗ୍ରହ ସମୟରେ ଆଣ୍ଟକୋଆଗୁଲାଣ୍ଟ (anticoagulant) ଓ ପ୍ରିଜରଭେଟିଭ (preservative) ସ‌ହିତ ମିଶେଇ ଦିଆଯାଇଥାଏ ।[]

ସର୍ବପ୍ରଥମେ ସନ୧୮୧୮ରେ ସମ୍ପୁର୍ଣ୍ଣ ରକ୍ତ ଟ୍ରାନସଫ୍ୟୁଜନ କରାଯାଇଥିଲା କିନ୍ତୁ ପ୍ରଥମ ବିଶ୍ୱ ଯୁଦ୍ଧଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଏହା ସାଧାରଣ ଭାବରେ ବ୍ୟବ‌ହାର କରାଗଲା । First Second World War.[][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ୟୁନିଟର ମୂଲ୍ୟ ୫୦ ଆମେରିକୀୟ ଡଲାର ।[୧୦] ବିକାଶଶୀଳ ଦେଶମାନଙ୍କ (developing world) ଓ ମିଲିଟାରୀ (military) ବ୍ୟତୀତ ଅନ୍ୟ ସ୍ଥାନମାନଙ୍କରେ ସାଧାରଣତଃ ଏହି ହୋଲବ୍ଲଡ ଆଉ ଦିଆଯାଉନାହିଁ ।[] ଏହାଠାରୁ ଅନେକ ରକ୍ତଜାତୀୟ ପଦାର୍ଥ (blood products) ଯେପରିକି ପ୍ୟକ୍‌ଡ ରେଡ ବ୍ଲଡ ସେଲସ (packed red blood cells), ପ୍ଲାଟେଲେଟ କନସେଣ୍ଟ୍ରେଟ (platelet concentrate), କ୍ରାୟୋ ପ୍ରେସିପିଟେଟ (cryoprecipitate), ଓ ଫ୍ରେସ ଫ୍ରୋଜନ ପ୍ଲାଜମା ପ୍ରସ୍ତୁତ କରାଯାଏ ।[]

  1. ୧.୦ ୧.୧ ୧.୨ Hillyer, Christopher D. (2007). Blood Banking and Transfusion Medicine: Basic Principles & Practice (in ଇଂରାଜୀ). Elsevier Health Sciences. p. 190. ISBN 0443069816.
  2. ୨.୦ ୨.୧ ୨.୨ ୨.୩ Connell, NT (December 2016). "Transfusion Medicine". Primary care. 43 (4): 651–659. PMID 27866583.
  3. ୩.୦ ୩.୧ ୩.୨ ୩.୩ Plumer, Ada Lawrence (2007). Plumer's Principles and Practice of Intravenous Therapy (in ଇଂରାଜୀ). Lippincott Williams & Wilkins. p. 422. ISBN 9780781759441.
  4. ୪.୦ ୪.୧ ୪.୨ Bahr, MP; Yazer, MH; Triulzi, DJ; Collins, RA (December 2016). "Whole blood for the acutely haemorrhaging civilian trauma patient: a novel idea or rediscovery?". Transfusion medicine (Oxford, England). 26 (6): 406–414. PMID 27357229.
  5. Linton, Adrianne Dill (2015). Introduction to Medical-Surgical Nursing (in ଇଂରାଜୀ). Elsevier Health Sciences. p. 287. ISBN 9781455776412.
  6. Marini, John J.; Wheeler, Arthur P. (2012). Critical Care Medicine: The Essentials (in ଇଂରାଜୀ) (4 ed.). Lippincott Williams & Wilkins. p. 267. ISBN 9781451152845.
  7. Rudmann, Sally V. (2005). Textbook of Blood Banking and Transfusion Medicine (in ଇଂରାଜୀ). Elsevier Health Sciences. p. 205. ISBN 072160384X.
  8. Hemmings, Hugh C.; Egan, Talmage D. (2012). Pharmacology and Physiology for Anesthesia: Foundations and Clinical Application (in ଇଂରାଜୀ). Elsevier Health Sciences. p. 628. ISBN 1455737933.
  9. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  10. Blood policy & technology (in ଇଂରାଜୀ). DIANE Publishing. 1985. p. 8. ISBN 9781428923331.