ବିମି ଭଟ୍ଟ |
|---|
| ଜନ୍ମ | ୩ ଜାନୁଆରୀ |
|---|
| ଜାତୀୟତା | ଭାରତୀୟ |
|---|
| ବୃତ୍ତି | ଅଭିନେତ୍ରୀ |
|---|
| ପ୍ରସିଦ୍ଧି | ସ୍ପିଚ୍ଲେସ୍, ବ୍ଲିଙ୍କ୍, ଦି ଟାଟୁ ମର୍ଡ଼ରର୍ସ୍, ବେଟି |
|---|
| ବୈବାହିକ-ସାଥୀ | ସଚିନ ହେଜମଦି |
|---|
ବିମି ଭଟ୍ଟ' ଜଣେ ଭାରତୀୟ ଅଭିନେତ୍ରୀ ଏବଂ ପ୍ରଶିକ୍ଷିତା ଭରତନାଟ୍ୟମ ନୃତ୍ୟଶିଳ୍ପୀ ।[୧] ସେ ସ୍ପିଚ୍ଲେସ୍ ଓ ବ୍ଲିଙ୍କ୍ ଭଳି କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଜଣାଶୁଣା । ଏହା ବ୍ୟତୀତ, ସେ ଗୁଜରାଟି କଥାଚିତ୍ର ଜଗତରେ ସକ୍ରିୟ ଅଛନ୍ତି ଏବଂ ବେଟି ଓ ଆଶା ଭଳି ଜଣାଶୁଣା କଥାଚିତ୍ରରେ କାମ କରିଛନ୍ତି । ସେ ହିନ୍ଦୀ କଥାଚିତ୍ର ତଥା ଧାରାବାହିକରେ ମଧ୍ୟ କାମ କରନ୍ତି ।
୨୦୦୨ ମସିହାରେ, ସେ ଫେମିନା ମିସ୍ ଇଣ୍ଡିଆର ସେମି ଫାଇନାଲିଷ୍ଟ ଥିଲେ । ୨୦୦୬ ମସିହାରେ, ସେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ ଏବଂ ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ଧାରାବାହିକ ଧର୍ତୀ କା ବୀର୍ ଯୋଦ୍ଧା ପୃଥ୍ୱୀରାଜ ଚୌହାନରେ ଜ୍ୱାଲା ଭୂମିକାରେ ଅଭିନୟ କରିଥିଲେ ।[୨] ୨୦୧୩ରେ, ସେ କ୍ଷୁଦ୍ର ଚଳଚ୍ଚିତ୍ର ସ୍ପିଚ୍ଲେସ୍ରେ ଜଣେ ମୂକ ଚରିତ୍ରରେ ଅଭିନୟ କରିଥିଲେ ।[୩] ୨୦୧୬ ମସିହାରେ ସେ ହାର୍ଦ୍ଦିକ ଅଭିନନ୍ଦନ ଜରିଆରେ ଗୁଜରାଟୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୨] ୨୦୧୮ ମସିହାରେ ସେ ଅନ୍ୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ବ୍ଲିଙ୍କ୍ରେ କାମ କରିଥିଲେ, ଯାହାକି କିଛି ଆନ୍ତର୍ଜାତୀୟ ପୁରସ୍କାର ପାଇଥିଲା ।[୪][୫] ୨୦୨୧ରେ ତାଙ୍କ ଅନ୍ୟ ଏକ ଗୁଜରାଟୀ କଥାଚିତ୍ର ବେଟି[୬] ଓ ୨୦୨୨ରେ ଆଶା[୭] ମୁକ୍ତିଲାଭ କରିଥିଲା ।
| ବର୍ଷ |
ଧାରାବାହିକ/କାର୍ଯ୍ୟକ୍ରମ |
ଭୂମିକା |
ଭାଷା
|
| ୨୦୦୬ |
ପୃଥ୍ୱୀରାଜ ଚୌହାନ |
ଜ୍ୱାଲା |
ହିନ୍ଦୀ
|
| ୨୦୦୭ |
କୟାମତ୍ |
ପୁର୍ବୀ
|
| ୨୦୦୯ |
ବନ୍ଧନ ସାତ୍ ଜନ୍ମୋଁ କା |
ଡଲି
|
| ୨୦୧୦ |
ଶୋର୍ |
ସରିତା
|
| ୨୦୧୩ |
ସାବଧାନ ଇଣ୍ଡିଆ |
Sarita
|
| ୨୦୧୪ |
ତାରି ଆଁଖ ନୋ ଆଫିନି |
ସୁଚରିତା |
ଗୁଜରାଟୀ
|
| ବର୍ଷ |
କଥାଚିତ୍ର |
ଭୂମିକା |
ଭାଷା
|
| ୨୦୧୩ |
ସ୍ପିଚ୍ଲେସ୍ |
ଶିଖା ଶର୍ମା |
ହିନ୍ଦୀ/ଇଂରାଜୀ
|
| ୨୦୧୬ |
ହାର୍ଦ୍ଦିକ ଅଭିନନ୍ଦନ |
ଆରତୀ ପଟେଲ |
ଗୁଜରାଟୀ
|
| ୨୦୧୮ |
ବ୍ଲିଙ୍କ୍ |
ସ୍ମୃତି |
ହିନ୍ଦୀ/ଇଂରାଜୀ
|
| ୨୦୨୧ |
ବେଟି |
ପୁର୍ବି
|
ଗୁଜରାଟୀ
|
| ୨୦୨୨ |
ଆଶା |
ଆଶା
|
| ବର୍ଷ
|
କଥାଚିତ୍ର/ସିରିଜ୍
|
ଓଟିଟି
|
|
| ୨୦୨୧
|
ଦି ଟାଟୁ ମର୍ଡ଼ରର୍ସ୍
|
ଏମ୍ଏକ୍ସ ପ୍ଲେୟାର୍
|
|
| ୨୦୨୩
|
ଆଶା
|
ୟୁ-ଟ୍ୟୁବ୍
|
|
| ୨୦୨୪
|
ବେଟି
|
ସୀମାରୋ
|
|
| ୨୦୨୪
|
କମାଠିପୁରା
|
ଜିଓ ସିନେମା
|
|
| ବର୍ଷ
|
ପୁରସ୍କାର
|
ବର୍ଗ
|
କଥାଚିତ୍ର/ଧରାବାହିକ
|
ଫଳାଫଳ
|
| ୨୦୧୩
|
୪୮ଆୱାର୍ ଫିଲ୍ମ ପ୍ରୋଜେକ୍ଟ
|
ଶ୍ରେଷ୍ଠ ଅଭିନେତ୍ରୀ
|
ସ୍ପିଚ୍ଲେସ୍
|
ବିଜୟୀ[୮]
|
| ୨୦୧୪
|
୧୪ତମ ବାର୍ଷିକ ଗୁଜରାଟୀ ସ୍କ୍ରିନ୍ ଓ ଷ୍ଟେଜ୍ ଆୱାର୍ଡ଼
|
ଆ ଫିଲ୍ମ କମେଡ଼ି ଛେ
|
ବିଜୟୀ[୯]
|
- ଦି ରିଭର୍ସାଲ୍ ଥଟ୍ ପ୍ରୋସେସ୍ - ମାଇଣ୍ଡ୍ ୟୋର୍ ମାଇଣ୍ଡ୍[୧୦]
- ଦି ଅନ୍କୋନ୍ ଲଭ୍ - କମ୍ପ୍ଲିକେଟେଡ୍[୧୧]