ବିଦ୍ୟା ବଲାନ

ଉଇକିପିଡ଼ିଆ‌ରୁ
ବିଦ୍ୟା ବଲାନ
Vidya Balan is smiling at the camera
୨୦୧୫ରେ ବିଦ୍ୟା
Born (1979-01-01) ୧ ଜାନୁଆରୀ ୧୯୭୯ (ବୟସ ୪୫)
ଚେମ୍ବୁର, ମୁମ୍ବାଇ, ଭାରତ
Alma materମୁମ୍ବାଇ ବିଶ୍ୱବିଦ୍ୟାଳୟ
Occupationଅଭିନେତ୍ରୀ
Years active୧୯୯୫, ୨୦୦୩-ଏବେଯାଏଁ
Spouseସିଦ୍ଧାର୍ଥ ରାୟ କପୁର (୨୦୧୨–ଏବେଯାଏଁ)

‌ବିଦ୍ୟା ବଲାନ‌ (ଜନ୍ମ: ୧ ଜାନୁଆରୀ ୧୯୭୯) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ବିଦ୍ୟା ହିନ୍ଦୀ କଥାଚିତ୍ରରେ ମୁଖ୍ୟତଃ ଅଭିନୟ କରନ୍ତି । ବିଦ୍ୟା ତାଙ୍କର ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସ‌ହ ୫ଟି ଫିଲ୍ମ‌ଫେୟାର ଏବଂ ୫ଟି ସ୍କ୍ରିନ୍ ଆୱାର୍ଡ଼ ପାଇଛନ୍ତି । ୨୦୧୪ରେ ବିଦ୍ୟାଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା ।

୨୦୦୭ରେ ବିଦ୍ୟାଙ୍କ ଅଭିନୀତ ଚଳଚ୍ଚିତ୍ର ‌ହେ ବେବି‌ ତାଙ୍କ ଜୀବନରେ ଏକ ବଡ଼ ସଫଳତା ଆଣିଥିଲା । ଏହା ପରେ ୨୦୦୮ରେ ‌କିସ୍ମତ୍ କେନେକ୍ସନ୍‌ରେ ବିଦ୍ୟାଙ୍କର ଅଭିନୟ ପାଇଁ ତାଙ୍କୁ କିଛି ନାକାରତ୍ମକ ମତ ମିଳିଥିଲେ ମଧ୍ୟ ତାଙ୍କୁ ସଫଳ କରିବାରେ ସାହାଯ୍ୟ କରିଥିଲା । ବିଦ୍ୟାଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ୨୦୦୯ରେ ‌ପା‌, ୨୦୧୦ରେ ‌ବ୍ଲାକ୍ ମନି‌, ‌ଇସ୍କିୟା‌, ୨୦୧୧ରେ ‌ନୋ ୱାନ୍ କିଲ୍ଲ୍‌ଡ୍ ଜେସିକା‌, ‌ଦ ଡାର୍ଟି ପିକ୍ଚରସ୍‌ ଏବଂ ୨୦୧୨ର ‌କାହାଣୀ‌ । ୨୦୧୬ରେ କାହାଣୀ ଚଳଚ୍ଚିତ୍ର ଦ୍ୱିତୀୟ ଭାଗ ମଧ୍ୟ ‌କାହାଣୀ-୨‌ ମୁକ୍ତିଲାଭ କରିଥିଲା ।

ବିଦ୍ୟା ଚଳଚ୍ଚିତ୍ରରେ ଅଭିନୟ କରିବା ସ‌ହ ମହିଳ ସଶକ୍ତିକରଣ ଏବଂ ମାନବାଧିକାର ଉପରେ ଗୁରୁତ୍ୱ ଦିଅନ୍ତି ଏବଂ ସେ ଏହିଭଳି ବିଭିନ୍ନ ବିଜ୍ଞାପନରେ ମଧ୍ୟ ଅଭିନୟ କରିଛନ୍ତି । ବିଦ୍ୟା ସ୍ୱଚ୍ଛ ଭାରତର ଏବଂ ପରିବେଶ ସୁରକ୍ଷା ଉପରେ ବିଭିନ୍ନ ବିଜ୍ଞାପନରେ କାର୍ଯ୍ୟ କରିଛନ୍ତି । ବିଦ୍ୟା ତାଙ୍କର ଅଧିକ ଓଜନ ପାଇଁ ପ୍ରଥମରୁ ବିଭିନ୍ନ କଟାକ୍ଷର ଶିକାର ହୋଇଥିଲେ ମାତ୍ର ପରେ ସେ କାହାକୁ ଖାତିର ନ କରି ସେହିଭଳି ରହିବାରୁ ଅନେକ ପ୍ରଶଂସା ମଧ୍ୟ ସାଉଁଟିଥିଲେ ।[୧] ଚଳଚ୍ଚିତ୍ର ନିର୍ମାତା ‌ସିଦ୍ଧାର୍ଥ ରାୟ କପୁର‌ଙ୍କୁ ବିଦ୍ୟା ୨୦୧୨ରେ ବିବାହ କରିଥିଲେ ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମୁମ୍ବାଇର ଚେମ୍ବୁରଠାରେ ବିଦ୍ୟା ୧ ଜାନୁଆରୀ ୧୯୭୯ରେ ଏକ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୩][୪] ବିଦ୍ୟାଙ୍କର ପିତା ପି. ଆର୍. ବଲାନ ଡିଜିକେବୁଲ୍‌ର ଉପ-ସଭାପତି[୫] ଏବଂ ମାଆ ସରସ୍ୱତୀ ବଲାନ ଜଣେ ଗୃହିଣୀ ।[୬][୭] ବିଦ୍ୟା ତାଙ୍କ ଘରେ ଉଭୟ ତାମିଲ ଏବଂ ମାଲାୟଲମ୍ ଭାଷାରେ କଥା ହୁଅନ୍ତି .[୮] ବିଦ୍ୟାଙ୍କର ବଡ଼ ଭଉଣୀ ପ୍ରିୟା ବଲାନ ବିଜ୍ଞାପନରେ କାମ କରନ୍ତି ।[୬] ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପ୍ରିୟାମଣି ତାଙ୍କର ଜଣେ ସମ୍ପର୍କୀୟା ଭଉଣୀ ।[୯][୧୦]

ଅଭିନୟ ଜୀବନ[ସମ୍ପାଦନା]

ବିଦ୍ୟା ତାଙ୍କର ସ୍ନାତକୋତ୍ତର ହାସଲ କରିବା ପରେ ଅଭିନେତା ମୋହନଲାଲଙ୍କ ସ‌ହ ଏକ ଚଳଚ୍ଚିତ୍ର ‌ଚକ୍ରମ୍‌‌ରେ ଅଭିନୟ କରିବା ପାଇଁ ସୁଯୋଗ ପାଇଥିଲେ ଏବଂ ଏଥି ସ‌ହିତ ସେ ୧୨ଟି ମାଲାୟଲମ୍ ଚଳଚ୍ଚିତ୍ରରେ କାମ ପାଇଥିଲେ ।[୧୧] ମାତ୍ର ଏହି ସମୟରେ ବିଦ୍ୟା ପାଇଥିବା କୌଣସି ଚଳଚ୍ଚିତ୍ରର କାମ ଆରମ୍ଭ ହୋଇପାରିନଥିଲା । ତେଣୁ ପ୍ରଯୋଜକମାନେ ବିଦ୍ୟାଙ୍କୁ ଅଲକ୍ଷଣୀ ବୋଲି କଟାକ୍ଷ କରିଥିଲା ।[୧୧]

ତେଣୁ ବିଦ୍ୟା ମାଲାୟଲମ୍ ଚଳଚ୍ଚିତ୍ରକୁ ଛାଡ଼ି ତାମିଲ ତଳଚ୍ଚିତ୍ରରେ ଗୁରୁତ୍ୱ ଦେଇଥିଲେ । ୨୦୦୧ରେ ସେ ଏକ ତାମିଲ ଚଳଚ୍ଚିତ୍ର ‌ରନ୍‌‌ରେ ସୁଯୋଗ ପାଇଥିଲେ, ମାତ୍ର କିଛିଦିନର ସୁଟିଂ କରିବା ପରେ ସେହି ଚଳଚ୍ଚିତ୍ରରେ ବିଦ୍ୟାଙ୍କ ଜାଗାରେ ‌ମୀରା ଜସ୍ମିନ‌ଙ୍କୁ ନିଆଯାଇଥିଲା ।[୧୨] ଏହାପରେ ବିଦ୍ୟା କିଛି ତାମିଲ ଚଳଚ୍ଚିତ୍ରରେ ସୁଯୋଗ ପାଇଥିଲେ ମଧ୍ୟ ପରେ ତାଙ୍କୁ ସେହି ଚଳଚ୍ଚିତ୍ରରୁ ବାହାରିଯିବାକୁ ପଡ଼ିଥିଲା ।[୧୩] ଏହାପରେ ୨୦୦୩ରେ ଅନ୍ୟ ଏକ ମାଲାୟମ୍ ଚଳଚ୍ଚିତ୍ର ‌କଲାରୀ ବିକ୍ରମନ୍‌‌ରେ ବିଦ୍ୟାଙ୍କୁ ସୁଯୋଗ ମିଳିଥିଲା ଏବଂ ସୁଟିଂ ଶେଷ ହେବାପରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରିନଥିଲା ।[୧୪]

ଚଳଚ୍ଚିତ୍ରରେ କାମ କରିବାରେ ବିଫଳ ହେବା ପରେ ବିଦ୍ୟା ପାଖାପାଖି ୬୦ଟି ବିଜ୍ଞାପନ ଏବଂ କଛି ଆଲବମ୍ ଗୀତରେ ଅଭିନୟ କରିଥିଲେ ।[୧୫][୧୬] ୨୦୦୩ରେ ବିଦ୍ୟାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯାହାକି ଏକ ବଙ୍ଗଳା ଚଳଚ୍ଚିତ୍ର ଥିଲା । ‌ଭାଲୋ ଥେକୋ‌ ନାମକ ଚଳଚ୍ଚିତ୍ରରେ ପ୍ରଥମକରି ବିଦ୍ୟା ଅଭିନୟ ଜଗତରେ ପ୍ରବେଶ କଲେ ।[୧୭][୧୮]

ବିଦ୍ୟା ୨୦୦୫ରେ ହିନ୍ଦୀ ଚଳଚ୍ଚିତ୍ର ‌ପରିଣୀତା‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୯][୨୦] ଏହା ପରେ ବିଦ୍ୟା ‌ଲଗେ ରହୋ ମୁନ୍ନା ଭାଇ‌, ‌ଗୁରୁ‌, ‌ହେ ବେବି‌, ‌ଭୁଲ୍ ଭେଲେୟା‌ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ । ବିଦ୍ୟାଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ହେଲା: ‌ପା‌, ‌ଇସ୍କିୟା‌, ‌ଦ ଡାର୍ଟି ପିକ୍ଚର୍ସ‌, ‌କାହାଣୀ‌ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୦୩: ଭାଲୋ ଥେକୋ (ବଙ୍ଗଳା)
  • ୨୦୦୩: କଲାରୀ ବିକ୍ରମନ୍ (ମାଲାୟମ୍)
  • ୨୦୦୫: ପରିଣୀତା (ହିନ୍ଦୀ)
  • ୨୦୦୬: ଲଗେ ରହୋ ମୁନ୍ନା ଭାଇ
  • ୨୦୦୭: ଗୁରୁ
  • ୨୦୦୭: ସଲାମ ଇସ୍କ୍
  • ୨୦୦୭: ଏକଲବ୍ୟ
  • ୨୦୦୭: ହେ ବେବି
  • ୨୦୦୭: ଭୁଲ ଭୁଲେୟା
  • ୨୦୦୭: ଓମ୍ ଶାନ୍ତି ଓମ୍
  • ୨୦୦୮: ହାଲ୍ଲା ବୋଲ୍
  • ୨୦୦୮: କିସ୍ମତ୍ କନେକ୍ସନ୍
  • ୨୦୦୯: ପା
  • ୨୦୧୦: ଇସ୍କିୟା
  • ୨୦୧୧: ନୋ ୱାନ୍ କିଲ୍ଲ୍‌ଡ୍ ଜେସିକା
  • ୨୦୧୧: ଉର୍ମି
  • ୨୦୧୧: ଥ୍ୟାଙ୍କ୍ ୟୁ
  • ୨୦୧୧: ଦମ୍ ମାରୋ ଦମ୍
  • ୨୦୧୧: ଦ ଡାର୍ଟି ପିକ୍ଚର୍ସ
  • ୨୦୧୨: କାହାଣୀ
  • ୨୦୧୨: ଫରାରୀ କି ସବାରୀ
  • ୨୦୧୩: ବମ୍ବେ ଟକିଜ୍
  • ୨୦୧୩: ଘନ୍ ଚକର୍
  • ୨୦୧୩: ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା
  • ୨୦୧୩: ମହାଭାରତ
  • ୨୦୧୪: ସାଦି କେ ସାଇଡ୍ ଇଫେକ୍ଟସ୍
  • ୨୦୧୪: ବବି ଜାସୁସ୍
  • ୨୦୧୫: ହମାରି ଅଧୁରୀ କାହାଣୀ
  • ୨୦୧୬: ତିନ୍
  • ୨୦୧୬: ଏକ୍ ଆଲ୍‌ବେଲା
  • ୨୦୧୬: କାହାଣୀ-୨
  • ୨୦୧୭: ବେଗମ୍ ଜାନ୍
  • ୨୦୧୭: ତୁମ୍‌ହାରୀ ସୁଲୁ

ଆଧାର[ସମ୍ପାଦନା]

  1. Mehta, S., Jahagirdar-Saxena, S., Modak, N. & Sah, M. (June 2012). "Young power women". Verve. 20 (6). Retrieved 21 April 2017.{{cite journal}}: CS1 maint: multiple names: authors list (link)
  2. Prashar, Chandni (14 December 2012). "Vidya Balan is now Mrs. Siddharth Roy Kapur". NDTV. Retrieved 21 April 2017.
  3. "This Is Real Age Of Vidya Balan And Not What Wikipedia Is Saying". Yahoo Lifestyle. 6 December 2016. Retrieved 21 April 2017.
  4. "Temple wedding for Vidya Balan and Siddharth Roy Kapur". NDTV. 11 December 2012. Retrieved 21 April 2017.
  5. "Management team, Digicable". Digicable. Retrieved 21 April 2017.
  6. ୬.୦ ୬.୧ "There's something about Vidya". Hindustan Times  – via HighBeam Research (subscription required). 25 November 2006. Archived from the original on 11 October 2013. Retrieved 21 April 2017.
  7. Bansal, Robin (22 September 2012). "Over the years: Vidya Balan from geek to haute!". Hindustan Times. Retrieved 21 April 2017.
  8. Siddiqui, Rana (16 February 2007). "`It's a dream come true'". The Hindu. Retrieved 21 April 2017.
  9. "Filmi Family Tree: Know Priyamani's famous relative?". Rediff.com. 8 October 2013. p. 2. Retrieved 21 April 2017.
  10. Prakash, B. V. S. (11 May 2012). "Not going to ask Vidya Balan for advice: Priyamani". Deccan Chronicle. Archived from the original on 12 May 2012. Retrieved 21 April 2017.
  11. ୧୧.୦ ୧୧.୧ Sanghvi, Vir (17 December 2011). "Why Vidya Balan rules". Hindustan Times. Retrieved 21 April 2017.
  12. "The Vidya magic!". Sify. 7 July 2005. Retrieved 21 April 2017.
  13. "When Vidya Balan was kicked out". The Times of India. 7 July 2005. Archived from the original on 10 December 2012. Retrieved 21 April 2017.
  14. "Kalari Vikraman from Jail". Vellinakshatram. 5 January 2003.
  15. Bamzai, Kaveree (4 February 2010). "Return of the native". India Today. Archived from the original on 23 October 2012. Retrieved 23 September 2012.
  16. "Stand-out act four not-so-new newcomers have found critical acclaim in breakthrough roles this year. Now all they need is stardom". India Today  – via HighBeam Research (subscription required). 18 July 2005. Archived from the original on 5 November 2013. Retrieved 21 April 2017.
  17. "Love for Bengal: A mystery in Vidya Balan's life". The Indian Express. 18 July 2011. Retrieved 21 April 2017.
  18. "I feel I was Bengali in my last life: Vidya Balan". Hindustan Times. 1 February 2008. Retrieved 21 April 2017.
  19. Kulkarni, Ronjita. "Meet the new girl in Saif's life". Rediff. Retrieved 23 October 2007.
  20. "Small people with big egos, not for me!". Bollywood Hungama. 1 January 2009. Retrieved 21 April 2017.

ଅଧିକ ତ‌ଥ୍ୟ[ସମ୍ପାଦନା]