Jump to content

ଭି. କାର୍ତ୍ତିକେୟ ପାଣ୍ଡିଆନ

ଉଇକିପିଡ଼ିଆ‌ରୁ
(V. K. Pandianରୁ ଲେଉଟି ଆସିଛି)
ଭି. କାର୍ତ୍ତିକେୟ ପାଣ୍ଡିଆନ
ଜନ୍ମ (1974-05-29) ୨୯ ମଇ ୧୯୭୪ (ବୟସ ୫୦)
ଶିକ୍ଷାକୃଷିଶିକ୍ଷାରେ ସ୍ନାତକୋତ୍ତୋର
ବୃତ୍ତି(ସମୂହ)ଅବସରପ୍ରାପ୍ତ ଭାରତୀୟ ପ୍ରସାଶନିକ ସେବା ଅଧିକାରୀ, ୫ଟି ଅଧକ୍ଷ
ରାଜନୈତିକ ଦଳବିଜୁ ଜନତା ଦଳ (୨୭ ନଭେମ୍ବର ୨୦୨୩ – ୯ ଜୁନ ୨୦୨୪)
ବୈବାହିକ-ସାଥୀସୁଜାତା ରାଉତ କାର୍ତ୍ତିକେୟନ

ଭି. କାର୍ତ୍ତିକେୟ ପାଣ୍ଡିଆନ (ଜନ୍ମ: ୨୯ ମଇ ୧୯୭୪; ଜନ୍ମସ୍ଥାନ: ତାମିଲନାଡ଼ୁ) ଜଣେ ପୂର୍ବତନ ଭାରତୀୟ ପ୍ରସାଶନିକ ଅଧିକାରୀ ଏବଂ ବିଜୁ ଜନତା ଦଳର ପ୍ରାକ୍ତନ ରାଜନେତା । ୨୦୦୦ ମସିହାରେ ସେ ପ୍ରସାଶନିକ ସେବାରେ ଯୋଗ ଦେଇଥିଲେ[] ଏବଂ ଦୀର୍ଘ ଦିନ ଧରି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରିବା ସହିତ ଓଡ଼ିଶା ସରକାରଙ୍କଦ୍ୱାରା ଆରମ୍ଭ କରାଯାଇଥିବା ୫ଟି (ଫାଇଭ୍ ଟି/5T) କାର୍ଯ୍ୟକ୍ରମର ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି ।[][][]

ପ୍ରାଥମିକ ଜୀବନ ଏବଂ ଶିକ୍ଷା

[ସମ୍ପାଦନା]

ସେ କୃଷିଶିକ୍ଷା କ୍ଷେତ୍ରରେ ସ୍ନାତକ କରିବା ପରେ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ସ୍ନାତକୋତ୍ତର କରିଥିଲେ ।

ବୃତ୍ତି

[ସମ୍ପାଦନା]

ସେ ୨୦୦୦ ମସିହାରେ ଭାରତୀୟ ପ୍ରସାଶନିକ ସେବାରେ ଯୋଗ ଦେଇଥିଲେ ଏବଂ ୨୦୦୨ ମସିହାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପ-ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୦୫ ମସିହାରେ ସେ ମୟୂରଭଞ୍ଜର ଜିଲ୍ଲାପାଳ ଭାବରେ ଦାୟିତ୍ୱ ନେଇଥିଲେ ଏବଂ ୨୦୦୭ ମସିହାରେ ଗଞ୍ଜାମକୁ ବଦଳି ହୋଇଥିଲେ । ୨୦୧୧ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ ହୋଇଥିଲେ ।[] ୨୦୨୩ ମସିହା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ ।[][][]

୨୦୧୯ ମସିହାରେ ସେ ଓଡ଼ିଶା ସରକାରଙ୍କ ୫ଟି (ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଦଳଗତ କାର୍ଯ୍ୟକ୍ରମ, ସମୟ ଏବଂ ପରିବର୍ତ୍ତନ) କାର୍ଯ୍ୟକ୍ରମର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ ।[] ୨୦୨୩ ମସିହାରେ ସେ ପ୍ରସାଶନିକ ସେବାରୁ ସ୍ୱଚ୍ଛାକୃତ ଭାବରେ ଅବସର ନେଇଥିଲେ ।[]

୨୭ ନଭେମ୍ବର ୨୦୨୩ରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ଯୋଗ ଦେବା ପରେ ସେ ପୁଣିଥରେ ୫ଟିର ଅଧକ୍ଷ ଭାବରେ ନିଯୁକ୍ତ ହୋଇଥିଲେ ।[୧୦] ୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ, ବିଜେଡିର ପରାଜୟ ପରେ, ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିଲେ ।[୧୧]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ଜଣେ ଭାରତୀୟ ପ୍ରସାଶନିକ ସେବା ଅଧିକାରୀ ସୁଜାତା ରାଉତଙ୍କୁ ବିବାହ କରିଥିଲେ ।[୧୨]

ପୁରସ୍କାର

[ସମ୍ପାଦନା]

ଜାନୁଆରୀ ୨୯, ୨୦୨୩ରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପ ୨୦୨୩ ସମୟରେ ଆନ୍ତର୍ଜାତୀୟ ହକି ଫେଡ଼େରେସନ, ଓଡ଼ିଶାରେ ହକିର ସଫଳ ଆୟୋଜନ ପାଇଁ ତାଙ୍କୁ ଏଫ୍ଆଇଏଚ୍ ପ୍ରେସିଡେଣ୍ଟ ପୁରସ୍କାର ପ୍ରଦାନ କରିଥିଲା ।[୧୩]

  1. "ଆର୍କାଇଭ୍ କପି". Archived from the original on 2024-01-24. Retrieved 2024-01-24. {{cite web}}: Cite has empty unknown parameter: |1= (help)
  2. "V Karthikeyan Pandian: 'Super CM' or efficient bureaucrat". The Times of India. 2018-02-11. ISSN 0971-8257. Retrieved 2023-10-29.
  3. "FIH honour for Odisha IAS officer V K Pandian". The Times of India. 2021-05-23. ISSN 0971-8257. Retrieved 2023-10-29.
  4. Takkar, Jatin (2023-10-25). "Odisha CM Naveen Patnaik's aide gets cabinet rank". The Economic Times. ISSN 0013-0389. Retrieved 2023-10-29.
  5. ୫.୦ ୫.୧ "The rise of VK Pandian, from an IAS officer to Naveen Patnaik's right-hand man". India Today (in ଇଂରାଜୀ). Retrieved 2024-01-24.
  6. Barik, Satyasundar (2023-10-24). "Day after quitting IAS, Odisha Chief Minister's aide V.K. Pandian takes up key roles". The Hindu (in Indian English). ISSN 0971-751X. Retrieved 2023-10-29.
  7. "CM Patnaik's Private Secretary VK Pandian gets additional responsibility of 5Ts". The New Indian Express. Retrieved 2023-10-29.
  8. Barik, Satyasundar (2023-06-28). "V.K. Pandian, Odisha's influential bureaucrat". The Hindu (in Indian English). ISSN 0971-751X. Retrieved 2023-10-29.
  9. Barik, Satyasundar (24 October 2023). "Day after quitting IAS, Odisha Chief Minister's aide V.K. Pandian takes up key roles". The Hindu (in Indian English).
  10. "Naveen Patnaik's ex-private secretary VK Pandian joins BJD; likely to get number-2 position in party". The Indian Express (in ଇଂରାଜୀ). 27 November 2023.
  11. Barik, Satyasundar (2024-06-09). "V.K. Pandian, Odisha CM Naveen Patnaik's close aide, quits active politics after BJD's debacle in elections". The Hindu (in Indian English). ISSN 0971-751X. Retrieved 2024-06-14.
  12. Sharma, Nootan (2023-09-19). "Odisha is becoming an IAS state. Patnaik-Pandian combo is changing grammar of governance". ThePrint (in ଆମେରିକୀୟ ଇଂରାଜୀ). Retrieved 2023-10-29.
  13. "FIH honour for Odisha IAS officer V K Pandian". The Times of India. 23 May 2021.

ବାହାର ଆଧାର

[ସମ୍ପାଦନା]