ଗର୍ଭାଶୟ କର୍କଟ
ଗର୍ଭାଶୟ କର୍କଟ | |
---|---|
ବିଭାଗ | କର୍କଟ ରୋଗ ବିଜ୍ଞାନ (Oncology) |
ଲକ୍ଷଣ | ଏଣ୍ଡୋମେଟ୍ରିଆଲ କର୍କଟ: ଯୋନୀ ରକ୍ତସ୍ରାବ (vaginal bleeding) ଓ ଶ୍ରୋଣୀ ବା ପେଲଭିସରେ (pelvis) ଯନ୍ତ୍ରଣା। [୧] ଗର୍ଭାଶୟ ସାର୍କୋମା: ରକ୍ତସ୍ରାବ ଓ ଯୋନୀ ମଧ୍ୟରେ ଗୋଟାଳି[୨] |
ବିପଦ କାରକ | ଏଣ୍ଡୋମେଟ୍ରିଆଲ କର୍କଟ: ମୋଟାପଣ, ମେଟାବୋଲିକ ସିଣ୍ଡ୍ରୋମ (metabolic syndrome), type 2 diabetes, ରୋଗର ପାରିବାରିକ ଇତିହାସ [୧] ଗର୍ଭାଶୟ ସାର୍କୋମା: ପେଲଭିସରେ ରାଡିଏସନ ଥେରାପି (radiation therapy) [୨] |
ଚିକିତ୍ସା | ଅପରେଶନ (Surgery), ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy), ହରମୋନ ଥେରାପି (hormone therapy), ଟାରଗେଟେଡ ଥେରାପି (targeted therapy)[୧][୨] |
Prognosis | ୮୧% ୫ ବର୍ଷ ବଞ୍ଚିବା ହାର 5 year survival (US)[୩] |
ପୁନଃପୌନିକ | ୩.୮ ନିୟୁତ (୨୦୧୫)[୪] |
ମୃତ୍ୟୁ ସାନ୍ଦ୍ରତା | ୯୦,୦୦୦ (୨୦୧୫)[୫] |
ଗର୍ଭାଶୟ କର୍କଟ (ଇଂରାଜୀ ଭାଷାରେ Uterine cancer, also known as womb cancer) ମାନବ ଜରାୟୁରେ (uterus) ଜାତ ହେଉଥିବା ଦୁଇ ପ୍ରକାର କର୍କଟ ରୋଗକୁ ବୁଝାଏ ।[୬] ଜରାୟୁରେ ଥିବା ଏପିଥେଲିଅମରୁ ଜାତ ହେଉଥିବା କର୍କଟକୁ ଏଣ୍ଡୋମେଟ୍ରିଆଲ କର୍କଟ (Endometrial cancer) ଓ ଅନ୍ୟାନ୍ୟ ସଂଯୋଗକାରୀ ତନ୍ତୁରୁ ଜାତ କର୍କଟ ରୋଗକୁ ଗର୍ଭାଶୟ ସାର୍କୋମା କୁହାଯାଏ ।[୧][୨] ଏହି ରୋଗରେ ଯୋନୀ ରକ୍ତସ୍ରାବ (vaginal bleeding) ଓ ଶ୍ରୋଣୀ ବା ପେଲଭିସରେ (pelvis) ଯନ୍ତ୍ରଣା ହୋଇପାରେ ।[୧] ଗର୍ଭାଶୟ ସାର୍କୋମା (uterine sarcoma) ହେଲେ ଅସାଧାରଣ ରକ୍ତସ୍ରାବ ଓ ଯୋନୀ ମଧ୍ୟରେ ଗୋଟାଳି ହୋଇପାରେ ।[୨]
ମୋଟାପଣ, ମେଟାବୋଲିକ ସିଣ୍ଡ୍ରୋମ (metabolic syndrome), type 2 diabetes, ରୋଗର ପାରିବାରିକ ଇତିହାସ ଥିଲେ ଏଣ୍ଡୋମେଟ୍ରିଆଲ କର୍କଟ ରୋଗ ସଙ୍କଟ ରହିପାରେ ।[୧] ପେଲଭିସରେ ରାଡିଏସନ ଥେରାପି (radiation therapy) ଦିଆଯାଇଥିଲେ ଗର୍ଭାଶୟ ସାର୍କୋମା ସଙ୍କଟ ରହିପାରେ ।[୨] ଏଣ୍ଡୋମେଟ୍ରିଆଲ ବାୟୋପ୍ସି endometrial biopsy କରି ଏଣ୍ଡୋମେଟ୍ରିଆଲ କର୍କଟ ରୋଗ ନିର୍ଣ୍ଣୟ କରାଯାଏ ।[୧] ଲକ୍ଷଣ, ପେଲଭିସ ପରୀକ୍ଷା (pelvic exam) ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ଗର୍ଭାଶୟ ସାର୍କୋମା ରୋଗ ନିର୍ଣ୍ଣୟ କରାଯାଏ ।[୨]
ଏଣ୍ଡୋମେଟ୍ରିଆଲ କର୍କଟ ରୋଗ ଆରୋଗ୍ୟ କରାଯାଇପାରେ କିନ୍ତୁ ଗର୍ଭାଶୟ ସାର୍କୋମା ଚିକିତ୍ସା ଅତୀବ କଷ୍ଟସାଧ୍ୟ ।[୬] ଅପରେଶନ (Surgery), ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy), ହରମୋନ ଥେରାପି (hormone therapy), ଟାରଗେଟେଡ ଥେରାପି (targeted therapy) ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[୧][୨] ରୋଗ ନିର୍ଣ୍ଣୟ ପରେ ୮୦%ରୁ ଅଧିକ ରୋଗୀ ୫ ବର୍ଷରୁ ଅଧିକ ସମୟ ବଞ୍ଚିଯାଆନ୍ତି ।[୩]
ସନ ୨୦୧୫ରେ ପ୍ରାୟ ୩.୮ ନିୟୁତ ଲୋକଙ୍କର ଏହି ରୋଗ ହୋଇ ୯୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ।[୪][୫] ଏଣ୍ଡୋମେଟ୍ରିଆଲ କର୍କଟ ଏକ ଅପେକ୍ଷାକୃତ ସାଧାରଣ ରୋଗ କିନ୍ତୁ, ଗର୍ଭାଶୟ କର୍କଟ କ୍ୱଚିତ ହୁଏ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ କର୍କଟ ରୋଗର ୩.୫% ନୂଆ ରୋଗୀ ଅଟନ୍ତି ।[୩] ମହିଳାମାନେ ୫୫ରୁ ୭୪ ବର୍ଷ ବୟସ ମଧ୍ୟରେ ଏହି ରୋଗର ଶିକାର ହୁଅନ୍ତି ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Endometrial Cancer Treatment". National Cancer Institute (in ଇଂରାଜୀ). 26 April 2018. Retrieved 3 February 2019.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Uterine Sarcoma Treatment". National Cancer Institute (in ଇଂରାଜୀ). 3 October 2018. Retrieved 3 February 2019.
- ↑ ୩.୦ ୩.୧ ୩.୨ ୩.୩ "Uterine Cancer - Cancer Stat Facts". SEER (in ଇଂରାଜୀ). Retrieved 3 February 2019.
- ↑ ୪.୦ ୪.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ ୫.୦ ୫.୧ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980–2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/S0140-6736(16)31012-1. PMC 5388903. PMID 27733281.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ ୬.୦ ୬.୧ ୬.୨ "Uterine Cancer". National Cancer Institute (in ଇଂରାଜୀ). 1 January 1980. Retrieved 3 February 2019.
ଶ୍ରେଣୀବିଭାଗ |
---|