Jump to content

ମାନବିକ ଅଧିକାର ସମ୍ପର୍କରେ ବିଶ୍ୱଜନୀନ ଘୋଷଣା

ଉଇକିପିଡ଼ିଆ‌ରୁ
(Universal Declaration of Human Rightsରୁ ଲେଉଟି ଆସିଛି)
ମାନବିକ ଅଧିକାର ସମ୍ପର୍କରେ ବିଶ୍ୱଜନୀନ ଘୋଷଣା
ଏଲିନର ରୁଜଭେଲ୍ଟଙ୍କ (
[ଏଲେନର ରୁଜଭେଲ୍ଟଙ୍କଦ୍ୱାରା ମାନବିକ ଅଧିକାର ସମ୍ପର୍କରେ ବିଶ୍ୱଜନୀନ ଘୋଷଣା ପତ୍ର
Created୧୯୪୮
Ratified୧୦ ଡିସେମ୍ବର ୧୯୪୮
Locationପାଲାଇ ଦ ସାଇଲଟ, ପ୍ୟାରିସ
Author(s)Draft Committee[a]
Purposeମାନବାଧିକାର
Poster
ଜାତିସଂଘ ଜେନେରାଲ ଆସେମ୍ବ୍ଲିର ୧୮୩ତମ ସଭାରେ ପ୍ୟାରିସଠାରେ ଅନୁଷ୍ଠିତ ସଭାରେ ୧୯/୧୨/୧୯୪୮ ମସିହାରେ ମାନବ ଅଧିକାର ଗୃହିତ ହୋଇଥିଲା ।

ମାନବିକ ଅଧିକାର ସମ୍ପର୍କରେ ବିଶ୍ୱଜନୀନ ଘୋଷଣା ବା ୟୁଡିଏଚଆର (ଇଂରାଜୀ: Universal Declaration of Human Rights (UDHR)) ଏକ ଐତିହାସିକ ଦଲିଲ ଏବଂ ଏହା ୧୯୪୮ ଡିସେମ୍ବର ୧୦ରେ ପ୍ୟାରିସସ୍ଥିତ ମିଳିତ ଜାତିସଂଘ ସାଧାରଣ ସଭାର ୨୧୭ତମ ସଂକଳ୍ପ ଧାରା ଅନୁସାରେ ତୃତୀୟ ଅଧିବେଶନରେ ବ‌ହୁମତରେ ଗୃହୀତ ହୋଇଥିଲା । ଜାତିସଂଘର ୫୮ ସଦସ୍ୟଙ୍କ ମଧ୍ୟରୁ ୪୮ ଜଣ ସଦସ୍ୟ ଏହାକୁ ସମର୍ଥନ କରିଥିବା ବେଳେ ୮ ଜଣ ଅନୁପସ୍ଥିତ ଥିଲେ ଓ ଦୁଇ ଜଣ ଭୋଟ ଦେବାରୁ ବିରତ ଥିଲେ ।[]

ଏହି ଘୋଷଣା ପତ୍ରର ୩୦ଟି ଧାରାରେ ବ୍ୟକ୍ତିଗତ ଅଧିକାର ସ୍ୱୀକୃତ ହୋଇଥିଲା, ସେତେବେଳେ ବିଧିବଦ୍ଧ ଭାବରେ ବନ୍ଧିତ ନଥିଲେ ମଧ୍ୟ ପରବର୍ତ୍ତୀ କାଳର ଆନ୍ତର୍ଜାତିକ ସନ୍ଧି, ଅର୍ଥନୈତିକ ବଦଳ, କ୍ଷେତ୍ରୀୟ ମାନବ ଅଧିକାର ଇନସ୍ଟ୍ରେମେଣ୍ଟ, ଜାତୀୟ ସମ୍ବିଧାନ ଓ ଅନ୍ୟାନ୍ୟ କାନୁନ ଯୋଗେ ଏହା ଗୃହୀତ ହୋଇଥିଲା । ଆନ୍ତର୍ଜାତୀୟ ମାନବ ଅଧିକାର ବିଲ ତିଆରି କରିବାର ଏହା ପ୍ରଥମ ସୋପାନ ଥିଲା ଓ ତାହା ୧୯୬୬ରେ ସମ୍ପୁର୍ଣ୍ଣ ହେବାପରେ ୧୯୭୬ରେ ଅଧିକ ସଂଖ୍ୟକ ଦେଶ ଏହାକୁ ମଞ୍ଜୁର କରିବା ପରେ ବଳବତ୍ତର ହେଲା ।

କେତେକ ବିଧି ବିଦ୍ୱାନଙ୍କ ମତରେ ଅନେକ ଦେଶ ନିୟମିତ ଭାଗରେ ୫୦ ବର୍ଷ ଧରି ଏହାକୁ ପ୍ରୟୋଗ କରିବାରୁ ଏହା ବାଧ୍ୟତାମୂଳକ ବିଶ୍ୱ ଆଇନର ଏକ ଅଂଶ ହୋଇଗଲା ।[][] କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ଉଚ୍ଚତମ ନ୍ୟାୟାଳୟର ସିଦ୍ଧାନ୍ତ ଅନୁସାରେ ଏହି ଘୋଷଣା ସ୍ୱତଃ କର୍ତ୍ତବ୍ୟ ଭାବରେ ଆନ୍ତର୍ଜାତୀୟ ନିୟମରେ ଲାଗୁହେବନି ।[] ଏହି ଘୋଷଣା ଘରୋଇ କାନୁନର ଅଂଶ ନଥିବା କଥା ଅନ୍ୟାନ୍ୟ ଦେଶର କୋର୍ଟଗୁଡ଼ିକ ମଧ୍ୟ ଦର୍ଶାଇଛନ୍ତି । []

ଗଠନ ଓ ବିଷୟବସ୍ତୁ

[ସମ୍ପାଦନା]

ସାର୍ବଜନୀନ ଘୋଷଣାର ଦ୍ୱିତୀୟ ଚିଠା ବା ଡ୍ରାଫ୍ଟକୁ ରେନେ କାସିନ ଉପସ୍ଥାପନା କରିଥିଲେ । ଜନ ପିଟର ହମ୍ଫ୍ରେ ତିଆରି କରିଥିବା ପ୍ରଥମ ଚିଠାରୁ କାସିନ ମଧ୍ୟ କାମ କରୁଥିଲେ । ଏହାର ପ୍ରିଆମ୍ବଲ୍ ବା ପ୍ରସ୍ଥାବ ଓ ପ୍ରାରମ୍ଭିକ ସାଧାରଣ ନୀତିଗୁଡ଼ିକ ନେପୋଲିଅନ କୋଡ଼ଦ୍ୱାରା ପ୍ରଭାବିତ ହୋଇଥିଲା ।</ref> ଗ୍ରୀକ ମନ୍ଦିରର ପୋର୍ଟିକୋ ସ‌ହିତ ଘୋଷଣାକୁ ତୁଳନା କରିଥିଲେ ଯେଉଁଥିରେ ମୂଳଦୁଆ, ସୋପାନ, ଚାରି ସ୍ତମ୍ଭ ଓ ଏକ ପେଡିମେଣ୍ଟ ଥାଏ ।

ଘୋଷଣାର ପ୍ରସ୍ତାବ ଓ ୩୦ଟି ଧାରା:

  • ଐତିହାସିକ ଓ ସାମାଜିକ କାରଣ ତ‌ଥା ତାହାର ଆବଶ୍ୟକତାର ପ୍ରସ୍ତାବ ଦେଇ ଚିଠା ଘୋଷଣା ପ୍ରତିଷ୍ଠା କରିଥିଲେ ।
  • ଧାରା ୧-୨: ଗୌରବ, ସ୍ୱାଧୀନତା ଓ ସମତାର ମୌଳିକ ଧାରଣା ଉପସ୍ଥାପନ କରିଥିଲେ ।
  • ଧାରା ୩-୫: ଜୀବନର ଅଧିକାର ଓ କ୍ରିତଦାସ ତ‌ଥା ଯାତନା ନିଷେଧ ଭଳି ବ୍ୟକ୍ତିଗତ ଅଧିକାରମାନଙ୍କୁ ପ୍ରତିଷ୍ଠା କରିଥିଲେ ।
  • ଧାରା ୬-୧୧: ମାନବିକ ଅଧିକାରର ମୌଳିକ କାନୁନ ଓ ତାହାର ଉଲଂଘନ କରିଥିବା ପ୍ରତିରକ୍ଷା ବିରୁଦ୍ଧରେ ନିର୍ଦ୍ଦିଷ୍ଟ ପ୍ରତିକାର ।
  • ଧାରା ୧୨-୧୭ ଗୋଷ୍ଠିରେ ବ୍ୟକ୍ତିର ମୌଳିକ ଅଧିକାର ସାବ୍ୟସ୍ତ ।
  • ଧାରା ୧୮-୨୧: ସାମ୍ବିଧାନିକ ସ୍ୱତନ୍ତ୍ରତା ଓ ଆଧ୍ୟାତ୍ମିକ, ଜନତା ଓ ରାଜନୈତିକ ସ୍ୱାଧୀନତା ଯେପରିକି ବିଚାର, ମତ, ଧର୍ମ ଓ ବିବେକ, ଶବ୍ଦ ଓ ବ୍ୟକ୍ତିଗତ ଶାନ୍ତିପୁର୍ଣ୍ଣ ସ‌ହାବସ୍ଥାନ ।
  • ଧାରା ୨୨-୨୭: ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ସ‌ହିତ ସ୍ୱାସ୍ଥ୍ୟ‌ ଯତ୍ନ ଅଧିକାର । ଧାରା ୨୫ରେ ପ୍ରତ୍ୟେକ ବ୍ୟକ୍ତିର ନିଜର ଓ ପରିବାରର ସ୍ୱାସ୍ଥ୍ୟ ସ‌ହିତ ଖାଦ୍ୟ, ପୋଷାକ, ଗୃହ ଓ ଡାକ୍ତରୀ ସେବା ଓ ଆବଶ୍ୟକୀୟ ସାମାଜିକ ସେବାର ମାନ‌କ ଅଧିକାର ଅଛି । ଶାରୀରିକ ଅକ୍ଷମତା ଓ ଅସୁସ୍ଥତା ବିଶେଷତଃ ମାଆ ଓ ଶିଶୁ ଯତ୍ନ ଉପରେ ଅଧିକ ସୁରକ୍ଷାକୁ ଅଗ୍ରାଧକାର ଦିଆଯାଇଛି ।[]
  • ଧାରା ୨୮-୩୦: ଏହି ଅଧିକାରର ବ୍ୟବ‌ହାର, କେଉଁ ଅଧିକାର କ୍ଷେତ୍ରରେ ବ୍ୟବ‌ହାର ଅଗ୍ରହଣୀୟ ଓ ବ୍ୟକ୍ତି ବିରୁଦ୍ଧରେ କାମ କରିହେବନି ।

ଏହି ଧାରାମାନଙ୍କରେ ସମାଜ ପ୍ରତି ବ୍ୟକ୍ତିର କର୍ତ୍ତବ୍ୟ ଓ ଜାତିସଂଘର ଲକ୍ଷ ବିପକ୍ଷରେ ଅଧିକାରର ନିଷେଧ ବିଷୟ ଲେଖାଯାଇଛି ।[]}}

ଇତିହାସ

[ସମ୍ପାଦନା]

ପୃଷ୍ଠଭୂମି

[ସମ୍ପାଦନା]

ବିଶ୍ୱ ଯୁଦ୍ଧ ୨ର ସ‌ହ‌ଯୋଗୀ ଦଳମାନେ ଚାରୋଟି ସ୍ୱାଧୀନତା ଅଙ୍ଗୀକାର କରିଥିଲେ: ବାକ୍ ସ୍ୱାଧୀନତା, ଧର୍ମ ସ୍ୱାଧୀନତା, ଭୟ ମୁକ୍ତି ସ୍ୱାଧୀନତା ଓ ଅଭାବରୁ ସ୍ୱାଧୀନତା ଯାହାକୁ ମୌଳିକ ଯୁଦ୍ଧ ଲକ୍ଷ କୁହାଯାଉଥିଲା ।[][] ମାନବ ଅଧିକାର , ଗୌରବ ଓ ବ୍ୟକ୍ତଗତ ମୂଲ୍ୟକୁ ମିଳିତ ଜାତିସଂଘ ଚାର୍ଟର ପୁନର୍ବାର ଦୃଢ଼ତା ପୂର୍ବକ ସ୍ୱୀକାର କଲେ ଓ ସମସ୍ତ ସଭ୍ୟ ଦେଶମାନଙ୍କୁ ଜାତି, ଲିଙ୍ଗ, ଭାଷା ବା ଧର୍ମର ଅନ୍ତର ନ ଦେଖି ସଭିଙ୍କ ପାଇଁ ମୌଳିକ ମାନବ ଅଧିକାର ଲାଗୁ କରିବାକୁ ପ୍ରତ୍ସାହିତ କଲେ ।[୧୦]

ବିଶ୍ୱ ଯୁଦ୍ଧ ସମୟରେ ନାଜି ସରକାରର ଅତ୍ୟାଚାର ସ୍ପଷ୍ଟ ହେବାପରେ ବିଶ୍ୱ କମିଟିର ହୃଦ୍‌ବୋଧ ହେଲେ ଯେ ଅଧିକାର ବିଷୟର ସଂଜ୍ଞା ମିଳିତ ଜାତିସଂଘଦ୍ୱାରା ସଠିକ ଭାବରେ ନିରୂପଣ ହୋଇନାହିଁ ।[୧୧][୧୨] ସେଥି ନିମନ୍ତେ କ ସାର୍ବଜନୀନ ଘୋଷଣାରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ମାନବ ଅଧିକାରକୁ ପ୍ରଭାବିତ କରିବା ଆବଶ୍ୟକ ହେଲା । [୧୩]

  1. Included John Peters Humphrey (Canada), René Cassin (France), P. C. Chang (Republic of China), Charles Malik (Lebanon), Hansa Mehta (India) and Eleanor Roosevelt (United States); see Creation and drafting section above.
  1. "A/RES/217(III)". UNBISNET. Retrieved 24 May 2015.
  2. Henry J Steiner and Philip Alston, International Human Rights in Context: Law, Politics, Morals, (2nd ed), Oxford University Press, Oxford, 2000.
  3. Hurst Hannum, The universal declaration of human rights in National and International Law Archived 2020-01-03 at the Wayback Machine., p.145
  4. Sosa v. Alvarez-Machain, 542 U.S. 692, 734 (2004).
  5. Posner, Eric (2014-12-04). "The case against human rights | Eric Posner". The Guardian (in ବ୍ରିଟିଶ୍‌ ଇଂରାଜୀ). ISSN 0261-3077. Retrieved 2020-01-22.
  6. Universal Declaration of Human Rights, United Nations, 1948
  7. Glendon 2002, Chapter 10.
  8. "FDR, "The Four Freedoms," Speech Text |". Voicesofdemocracy.umd.edu. January 6, 1941. Retrieved April 25, 2018.
  9. Bodnar, John, The "Good War" in American Memory. (Maryland: Johns Hopkins University Press, 2010) 11
  10. "United Nations Charter, preamble and article 55". United Nations. Retrieved 2013-04-20.
  11. Cataclysm and World Response Archived 2012-05-25 at archive.ph Error: unknown archive URL in Drafting and Adoption : The Universal Declaration of Human Rights Archived 2012-05-25 at archive.ph Error: unknown archive URL, udhr.org.
  12. "UDHR50: Didn't Nazi tyranny end all hope for protecting human rights in the modern world?". Udhr.org. 1998-08-28. Archived from the original on 2012-05-25. Retrieved 2012-07-07.
  13. "UDHR – History of human rights". Universalrights.net. Retrieved 2012-07-07.