ଉମା ଆନନ୍ଦ
ଉମା ଆନନ୍ଦ | |
---|---|
ଜନ୍ମ | ୧୯୨୩ ଲାହୋର, ବ୍ରିଟିଶ ଭାରତ |
ମୃତ୍ୟୁ | ୧୩ ନଭେମ୍ବର ୨୦୦୯ | (ବୟସ ୮୫–୮୬)
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ପତ୍ରକାର, ଅଭିନେତ୍ରୀ, ବ୍ରଡକାଷ୍ଟର |
ବୈବାହିକ-ସାଥୀ |
ଚେତନ ଆନନ୍ଦ
(m. ୧୯୪୩; died ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।) |
ସନ୍ତାନ | ୨; କେତନ ଆନନ୍ଦ ଓ ବିବେକ ଆନନ୍ଦ |
ଉମା ଆନନ୍ଦ (୧୯୨୩ – ୧୩ ନଭେମ୍ବର ୨୦୦୯) ଜଣେ ଭାରତୀୟ ପତ୍ରକାର ଓ ଅଭିନେତ୍ରୀ ଥିଲେ ।
ଜୀବନୀ
[ସମ୍ପାଦନା]ସେ ୧୯୨୩ ମସିହାରେ ବ୍ରିଟିଶ ଭାରତ ଅଧିନସ୍ଥ ଲାହୋରରେ ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଭଉଣୀ ଇନ୍ଦୁ ମିଠା ଜଣେ ଭାରତନାଟ୍ୟମ ନୃତ୍ୟାଙ୍ଗାନା ଥିଲେ, ଯିଏକି ପାକିସ୍ତାନରେ ରହିଥିଲେ । ସେ ହିନ୍ଦୀ କଥାଚିତ୍ର ନିର୍ଦ୍ଦେଶକ ଚେତନ ଆନନ୍ଦଙ୍କୁ ୧୯୪୩ ମସିହାରେ ବିବାହ କରିଥିଲେ ।[୧] ତାଙ୍କ ପୁଅ ହେଉଛନ୍ତି କେତନ ଆନନ୍ଦ ଓ ବିବେକ ଆନନ୍ଦ । ୧୯୪୬ ମସିହାରେ ସେ ନୀଚ ନଗର କଥାଚିତ୍ରରେ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨] ଅଭିନେତା ଦେବ ଆନନ୍ଦ ହେଉଛନ୍ତି ତାଙ୍କ ସମ୍ପର୍କୀୟ ।[୩] ସେ ୧୩ ନଭେମ୍ବର ୨୦୦୯ରେ ମୃତ୍ୟୁବରଣ କରିଥିଲେ ।[୪]
ପତ୍ରକାର
[ସମ୍ପାଦନା]୧୯୬୫ ମସିହାରୁ ୧୯୮୧ ମସିହା ପର୍ଯ୍ୟନ୍ତ ସେ ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରକାଶିତ ଏକ ପତ୍ରିକା ସଙ୍ଗୀତ ନାଟକର ସମ୍ପାଦିକା ଭାବରେ କାର୍ଯ୍ୟ କରିଥିଲେ । ସେ କିଛି ଶିଶୁ ପୁସ୍ତକ ରଚନା କରିଥିଲେ, ଯାହାକି ନ୍ୟାସନାଲ୍ ବୁକ୍ ଟ୍ରଷ୍ଟଦ୍ୱାରା ବିଭିନ୍ନ ଭାଷାରେ ଅନୁବାଦ କରାଯାଇଛି ।[୫]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ନୀଚ ନଗର (୧୯୪୬)
- ଟ୍ୟାକ୍ସି ଡ୍ରାଇଭର୍ (୧୯୫୪)
ଆଧାର
[ସମ୍ପାଦନା]- ↑ "Chetan Anand - The Dynasty Founder". film ka ilm. Archived from the original on 8 September 2017. Retrieved 7 September 2017.
- ↑ "Kalpana Kartik – Interview". cineplot.com. Retrieved 7 September 2017.
- ↑ "www.thehindu.com/todays-paper/tp-features/tp-fri". thehindu.com. Retrieved 7 September 2017. ଛାଞ୍ଚ:Deadlink
- ↑ Singh, Khushwant. "Flowers appear on plant". The Telegraph. Archived from the original on 3 February 2013. Retrieved 28 December 2012.
- ↑ Suresh, Kohli (20 November 2009). "'Mother India' Uma Anand". The Hindu. Archived from the original on 25 January 2013. Retrieved 11 December 2012.