ଉଦୟନାଥ ନାଏକ
ଦେଖଣା
(Udayanath Naikରୁ ଲେଉଟି ଆସିଛି)
ଉଦୟନାଥ ନାଏକ | |
---|---|
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ନିର୍ବାଚନ ମଣ୍ଡଳୀ | ଜଗନ୍ନାଥପ୍ରସାଦ |
ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୭୧ | |
ନିର୍ବାଚନ ମଣ୍ଡଳୀ | ଜଗନ୍ନାଥପ୍ରସାଦ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୦ ଅଗଷ୍ଟ ୧୯୩୪ |
ମୃତ୍ୟୁ | ୨ ଡିସେମ୍ବର ୧୯୮୪ | (ବୟସ ୫୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ମହାଦେଇ ନାଏକ |
ବାପା/ବୋଉ | ବାଉଁଶୁଣୀ ନାଏକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଉଦୟନାଥ ନାଏକ (୧୦ ଅଗଷ୍ଟ ୧୯୩୪ - ୨ ଡିସେମ୍ବର ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୬୧, ୧୯୬୭ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜଗନ୍ନାଥପ୍ରସାଦ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୪ର୍ଥ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଉଦୟନାଥ ନାଏକ ୧୯୩୪ ମସିହାର ଅଗଷ୍ଟ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବାଉଁଶୁଣୀ ନାଏକ ଓ ପତ୍ନୀଙ୍କ ନାମ ମହାଦେଇ ନାଏକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଉଦୟନାଥ ନାଏକ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଓ ପରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ଜଗନ୍ନାଥପ୍ରସାଦ | ଭାରତୀୟ ଜାତୀୟ କଂଗ୍ରେସ |
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ଜଗନ୍ନାଥପ୍ରସାଦ | ଭାରତୀୟ ଜାତୀୟ କଂଗ୍ରେସ |
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ଜଗନ୍ନାଥପ୍ରସାଦ | ଜନତା ପାର୍ଟି |
ମୃତ୍ୟୁ
[ସମ୍ପାଦନା]ଉଦୟନାଥ ନାଏକ ୧୯୮୪ ମସିହାର ଡିସେମ୍ବର ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Udayanath Naik". odishaassembly.nic.in. Odisha Assembly. Retrieved 23 September 2022.