ଟୁକୁନି ସାହୁ

ଉଇକିପିଡ଼ିଆ‌ରୁ
(Tukuni Sahuରୁ ଲେଉଟି ଆସିଛି)
ଟୁକୁନି ସାହୁ
ବିଧାୟିକା: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀସୁରେନ୍ଦ୍ର ସିଂହ ଭୋଇ
ନିର୍ବାଚନ ମଣ୍ଡଳୀଟିଟଲାଗଡ଼
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଅଭିମନ୍ୟୁ ସାହୁ
ବୃତ୍ତିରାଜନୀତିଜ୍ଞ

ଟୁକୁନି ସାହୁ ଜଣେ ଓଡ଼ିଆ ରାଜନୀତିଜ୍ଞା । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଟୁକୁନି ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟା ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।[୧] ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଟିଟଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପରିବାର[ସମ୍ପାଦନା]

ଟୁକୁନି ସାହୁ ଅଭିମନ୍ୟୁ ସାହୁଙ୍କୁ ବିବାହ କରିଥିଲେ ।[୨] ଅଭିମନ୍ୟୁ ଜଣେ ରାଜନୀତିଜ୍ଞ ଥିଲେ । ସେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ୨୦୧୩ ମସିହାରେ ଅଭିମନ୍ୟୁ ରାଜ୍ୟ ଯୁବ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଥିବାବେଳେ ୧୫ ଡିସେମ୍ବର, ୨୦୧୩ରେ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା ।[୩][୪] ସେହି ସମୟରେ ଟିଟଲାଗଡ଼ଠାରେ ବନ୍ଦ ଡାକରା ଦିଆଯିବା ସହ ଅନେକ ସ୍ଥାନରେ ପୋଡ଼ାଜଳା ହୋଇଥିଲା ଓ ପରବର୍ତ୍ତୀ ସମୟରେ କ୍ରାଇମ୍‌ବ୍ରଞ୍ଚ ଏହି ଘଟଣାର ତଦନ୍ତ କରିଥିଲା ଏବଂ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା ।[୫]

ରାଜନୈତିକ ଜୀବନ[ସମ୍ପାଦନା]

ଟୁକୁନି ସାହୁ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ।[୬] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।[୭]

୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଟୁକୁନି ସାହୁ ବିଜୁ ଜନତ ଦଳର ପ୍ରତିନିଧି ଭାବରେ ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସମୁଦାୟ ୨,୨୫,୭୧୩ ଜଣ ମତଦାତାଙ୍କ ମଧ୍ୟରୁ ୧,୭୦,୮୨୩ ଜଣେ ମତଦାନ କରିଥିଲେ ।[୮] ତନ୍ମଧ୍ୟରୁ ଟୁକୁନୀ ସାହୁ ସର୍ବାଧିକ ୭୧,୮୫୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ତଥା ସେଠାକାର ପୂର୍ବାତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ ସମୁଦାୟ ୫୭,୮୩୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ ଓ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମହେନ୍ଦ୍ର କୁମାର ଠାକୁର ସମୁଦାୟ ୨୫,୬୧୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ ।[୯][୧୦] ଟୁକୁନୀ ସାହୁ ସୁରେନ୍ଦ୍ର ସିଂହ ଭୋଇଙ୍କୁ ୧୪,୦୨୨ ଖଣ୍ଡ ଭୋଟରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୧] ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୧୨]

୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଟୁକୁନି ସାହୁ ପୁଣିଥରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଟିଟଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ୧୬ଶ ଓଡ଼ିଶା ବିଧାନ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ ।[୧୩][୧୪][୧୫] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବିବାଦ[ସମ୍ପାଦନା]

୨୦୧୪ ମସିହାରେ ଟୁକୁନି ସାହୁ ନିର୍ବାଚନରେ ଅନିୟମିତତା କରିଥିବା ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ ହୋଇଥିଲା ।[୧୬] ଟୁକୁନିଙ୍କର ପତି ଅଭିମନ୍ୟୁଙ୍କୁ ହତ୍ୟା କରାଯାଇବାପରେ ତାଙ୍କୁ ଦଳୀୟ ଅନୁକମ୍ପା ଭାବରେ ଟିକେଟ ମିଳିଥିବା ଅଭିଯୋଗ ହୋଇଥିଲା ଏବଂ ବଲାଙ୍ଗିର ଜିଲ୍ଲା ବିଜେଡ଼ି କର୍ମିଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିଲା ।[୧୭]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ତୈଳିକ ବୈଶ୍ୟ ସମାଜ ତରଫରୁ ଟୁକୁନି ସାହୁଙ୍କୁ କରମା ବାଈ ସମ୍ମାନରେ ସମ୍ମାନିତ କରାଯାଇଥିଲା ।[୧୮]

ଆଧାର[ସମ୍ପାଦନା]

  1. "Ms. Tukuni Sahu". odishaassembly.nic.in. Odisha Assembly. Retrieved 26 March 2019.
  2. "Abhimanyu Sahu's killers get life term". KalingaTV (in ଆମେରିକୀୟ ଇଂରାଜୀ). 2017-07-28. Retrieved 2019-03-26.
  3. "Odisha: Four awarded life imprisonment in BJD leader's murder". www.outlookindia.com/. Retrieved 2019-03-26.
  4. "ବହୁ ଚର୍ଚ୍ଚିତ ଅଭିମନ୍ୟୁ ସାହୁ ହତ୍ୟାକାଣ୍ଡ ! ମାଷ୍ଟର୍ ମାଇଣ୍ଡକୁ ଧରିବା ପାଇଁ ଦାବି କରିଛନ୍ତି ବିଧାୟିକା ପତ୍ନୀ - Kanaknews". Dailyhunt (in ଇଂରାଜୀ). Retrieved 2019-03-26.
  5. "ଅଭିମନ୍ୟୁ ସାହୁ ହତ୍ୟା ମାମଲା: ୪ ଜଣଙ୍କୁ ଆଜୀବନ ଜେଲ୍‌,". www.pratinidhiodia.in (in ଇଂରାଜୀ). Retrieved 2019-03-26.
  6. "MLA Ms. Tukuni Sahu Profile | TITILAGARH Constituency". odishahelpline.com. Retrieved 2019-03-26.
  7. "Tukuni Sahu(BJD):Constituency- TITLAGARH(BOLANGIR) - Affidavit Information of Candidate:". myneta.info. Retrieved 2019-03-26.
  8. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  9. "Odisha - Titlagarh". Election Commission of India. Archived from the original on 14 July 2014. Retrieved 29 May 2014.
  10. "Orissa Assembly Election 2014, Constituency: Titlagarh (69)". EmpoweringIndia.org. Retrieved 29 May 2014.
  11. "Constituency Wise odisha Assembly Election result 2014". leadtech.in. Archived from the original on 18 August 2014. Retrieved 29 May 2014.
  12. "MLA Ms. Tukuni Sahu Profile | TITILAGARH Constituency". naveenpatnaik.com. Archived from the original on 2019-01-13. Retrieved 2019-03-26.
  13. "ବିଜେଡିର ୯ ଲୋକ ସଭା ଓ ୫୪ ବିଧାନ ସଭା ପ୍ରାର୍ଥୀ ତାଲିକା ଘୋଷଣା". Satya Patha (in ଆମେରିକୀୟ ଇଂରାଜୀ). 2019-03-18. Retrieved 2019-03-26.[permanent dead link]
  14. "ପ୍ରକାଶ ପାଇଲା ବିଜେଡିର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ; ଜାଣନ୍ତୁ କେଉଁଠୁ ନିର୍ବାଚନ ଲଢିବେ କିଏ". Prameya News7 (in ଆମେରିକୀୟ ଇଂରାଜୀ). 2019-03-18. Retrieved 2019-03-26.
  15. "ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।". Kanak News (in ଆମେରିକୀୟ ଇଂରାଜୀ). 2019-03-18. Retrieved 2019-03-26.
  16. "Election of two more Odisha MLAs challenged in High Court". Zee News (in ଇଂରାଜୀ). 2014-08-02. Retrieved 2019-03-26.
  17. "ବଲାଙ୍ଗୀର ଚାହୁଁଛି ବଦଳନ୍ତୁ ବିଜେଡି ପ୍ରାର୍ଥୀ". www.pratinidhiodia.in (in ଇଂରାଜୀ). Retrieved 2019-03-26.
  18. Dharitri. "ବିଧାୟିକା ଟୁକୁନି ସାହୁ ପାଇଲେ କରମା ବାଈ ସମ୍ମାନ". Dharitri.com (in ଇଂରାଜୀ). Retrieved 2019-03-26.