ସୁନାମି
ସୁନାମି (English: tsunami; ଏହା Japanese: 津波ରୁ ଆସିଛି("ତ୍ସୁନାମି"ବୋଲି ଉଚ୍ଚାରଣ କରାଯାଏ ) ; ଅର୍ଥ: "ପୋତାଶ୍ରୟରେ ଉଠୁଥିବା ଢେଉ (harbor wave)"[୧]) ହେଉଛି କ୍ରମାନ୍ୱୟରେ ଆସୁଥିବା ଜଳ-ତରଙ୍ଗ, ଯାହାକି ମୁଖ୍ୟତଃ ହ୍ରଦ କିମ୍ବା ସମୁଦ୍ରରେ ବିଶାଳ ଜଳରାଶିର ସ୍ଥାନାନ୍ତରଣ ଯୋଗୁଁ ହୋଇଥାଏ । ଭୂମିକମ୍ପ, ଅଗ୍ନି ଉଦ୍ଗିରଣ, ଓ ପାଣି ଭିତରେ ହେଉଥିବା ଅନ୍ୟ ବିସ୍ଫୋରଣ, ଭୂ-ସ୍ଖଳନ, ଉଲକାପାତ ଏବଂ ଜଳସ୍ଥର ତଳେ କିମ୍ବା ଉପରେ ହେଉଥିବା ଯେକୌଣସି ଅସ୍ଥିରତା ଯୋଗୁଁ ହିଁ ସୁନାମି ସୃଷ୍ଟି ହୋଇଥାଏ ।[୨]
ସୁନାମି ସାଧାରଣ ସାମୁଦ୍ରିକ ଢେଉ ନୁହେଁ, କାରଣ ଏହାର "ତରଙ୍ଗ ଦୈର୍ଘ୍ୟ" ବହୁତ ଲମ୍ବା ହୋଇଥାଏ । ଏହା ସାଧାରଣ ଢେଉ ଭାଙ୍ଗିବା ପରି ଦେଖା ନ ଯାଇ ବରଂ କ୍ଷୀପ୍ର ଗତିରେ ଉଠୁଥିବା ଜୁଆର ପରି ଦେଖାଯାଏ, ଏଣୁ ଏହାକୁ ଇଂରାଜୀରେ tidal waves କହନ୍ତି । ସୁନାମି ସାଧାରଣତଃ ତରଙ୍ଗ ଶୃଙ୍ଖଳକୁ ନେଇ ତିଆରି ହୋଇଥାଏ ଓ ଏହାର ଆବର୍ତ୍ତିକାଳ ଗୋଟିଏ ମିନିଟରୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ହୋଇପାରେ । (ଇଂରାଜୀରେ ଏହାକୁ wave train[୩] କୁହାଯାଏ) ସୁନାମିର ପ୍ରଭାବ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ମଧ୍ୟରେ ସୀମିତ ଥିଲେ ହେଁ ସେମାନଙ୍କର ଧ୍ୱଂସକାରୀ ଶକ୍ତି ବହୁତ ଅଧିକ ହୋଇଥାଏ ଓ ଏହା ସଂପୂର୍ଣ୍ଣ ମହାସାଗର ତଳକୁ ପ୍ରଭାବିତ କରିପାରେ । ୨୦୦୪ ଭାରତ ମହାସାଗରରେ ହୋଇଥିବା ସୁନାମି, ମାନବ ଇତିହାସରେ ସବୁଠାରୁ ଧ୍ୱଂସକାରୀ ପ୍ରକୃତିକ ବିପର୍ଜୟ ଥିଲା । ଏଥିରେ ଭାରତ ମହାସାଗରରେ ଥିବା ୧୪ଟି ଦେଶରେ ୨୩୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ପ୍ରାଣହାନୀ ହୋଇଥିଲା ।
ଖ୍ରୀ.ପୂ. ୪୨୬ରେ ଜଣେ ଗ୍ରୀସ ଐତିହାସିକ (ଇତିହାସକାର) Thucydides କହିଥିଲେ ଯେ ସୁନାମି ସବୁ ସମୁଦ୍ର ଭିତରେ ହେଉଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହେଇଥାଏ, [୪][୫] କିନ୍ତୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସୁନାମି ସମ୍ପର୍କିତ ଧାରଣା ସ୍ପଷ୍ଟ ହୋଇନଥିଲା ଓ ଆଜି ବି ଏହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । ବର୍ତ୍ତମାନ ଗବେଷଣାର ମୁଖ୍ୟ ବିଷୟ ହେଉଛି, କାହିଁକି ବହୁତ ବଡ଼ ବଡ଼ ଭୂମିକମ୍ପ ସୁନାମି ସୃଷ୍ଟି କରୁନଥିବା ବେଳେ ଛୋଟ ଛୋଟ ଭୂମିକମ୍ପଦ୍ୱାରା ସୁନାମି ସମ୍ଭବ ହେଉଛି; ଚେଷ୍ଟା ଚାଲିଛି କିପରି ସଠିକ ଭାବେ ସୁନାମି ସମ୍ପର୍କିତ ଆଗୁଆ ସତର୍କ ସୂଚନା ମିଳିପାରିବ; ଓ ଏକଥା ବି ଆଗୁଆ ଜାଣିବା ପାଇଁ ଚେଷ୍ଟା ଚାଲିଛି ଯେ କିପରି ଏକ ସୁନାମି ତରଙ୍ଗ ନିର୍ଦ୍ଧିଷ୍ଟ ଉପକୂଳକୁ ପ୍ରଭାବିତ କରିବ ।
ବ୍ୟୁତ୍ପତି
[ସମ୍ପାଦନା]ଏହି ସୁନାମି ଶବ୍ଦଟି ଜାପାନୀ ଶବ୍ଦ 津波ରୁ ଆସିଛି । ଏଥିରେ ଦୁଇଟି କାଞ୍ଜି (kanji- କିଛି ଚିନୀୟ ଶବ୍ଦ ଯାହା ଅଧୁନା ଜାପାନୀ ଭାଷାରେ ବ୍ୟବହୃତ ହେଉଛି) ଅଛି, ଯଥା : 津 (ସୁ)ମାନେ ପୋତାଶ୍ରୟ ଓ 波 (ନାମି)ମାନେ ଲହଡି ।
ସୁନାମିକୁ ବେଳେବେଳେ ଜୁଆରିଆ ଲହଡି (tidal wave) କୁହାଯାଇଥାଏ । କିଛି ବର୍ଷ ହେବ ଏହି ଶବ୍ଦର ବ୍ୟବହାର ବନ୍ଦ ହୋଇଯାଇଛି, ମୁଖ୍ୟତଃ ବୈଜ୍ଞାନିକ ଗୋଷ୍ଠୀ ଭିତରେ, କାରଣ ସୁନାମି ସହ ଜୁଆରର କୌଣସି ସମ୍ପର୍କ ନଥାଏ । ଦିନେ ଏତେ ଲୋକପ୍ରିୟ ଥିବା ନାଁ'ଟି ପ୍ରକୃତରେ ସେମାନଙ୍କର ଏକା ପ୍ରକାରର ଦୃଶ୍ୟପଟ ଯୋଗୁଁ ହୋଇଥିଲା । ସୁନାମି ଓ ଜୁଆର ଉଭୟ ଜଳ ଲହଡି ସୃଷ୍ଟି କରନ୍ତି ଯାହାକି ଭୁପୃଷ୍ଠ ଭିତରକୁ ମାଡି ଆସେ, କିନ୍ତୁ ସୁନାମି କ୍ଷେତ୍ରରେ ଏହା ବହୁତ ବିଶାଳ ହୋଇଥାଏ ଓ ଅଧିକ ଦିନ ପର୍ଯ୍ୟନ୍ତ ରହେ, ଏହାକୁ ଉଚ୍ଚ ଜୁଆର (high tides) କୁହାଯାଏ ।
ପ୍ରକୃତରେ ବହୁତ କମ୍ ଭାଷା ଅଛି ଯେଉଁଥିରେ "ସୁନାମି" ପାଇଁ କିଛି ନିଜସ୍ୱ ଶବ୍ଦ ରହିଛି । ଆସେନୀୟ ଭାଷାରେ (Acehenese) ଏହାକୁ ଇଏ ବେଉନା (ië beuna) [୬] କିମ୍ବା ଆଲୋନ ବୁଲୁଏକ୍ (alôn buluëk) କୁହାଯାଏ [୭] (ଏହା ଆଞ୍ଚଳିକ 'ବୋଲି' ଉପରେ ନିର୍ଭର କରେ) । ତାମିଲ ଭାଷାରେ ଏହା ହେଉଛି ଆଜାଇ ପେରାଲାଇ । ସୁମାତ୍ରାର ପଶ୍ଚିମ ତଟରେ ଥିବା ସିମେଉଲୁ (simeulue) ଦ୍ୱୀପରେ ଦେବ୍ୟାନ ଭାଷାରେ ଏହା ସ୍ମୋଙ୍ଗ ଓ ସିଗୁଲାଇ ଭାଷାରେ ଏହା ଏମୋଙ୍ଗ । [୮] ଆସେଃ ରାଜ୍ୟର ସିଙ୍ଗକିଲ୍ରେ ସୁନାମିକୁ ସ୍ଥାନୀୟ ଲୋକ ଗ୍ଲୋରୋ କହନ୍ତି । [୯]
ଐତିହାସିକ ସୁନାମି
[ସମ୍ପାଦନା]୪୨୬ ଖ୍ରୀ.ପୂ.ର ପ୍ରଥମାର୍ଦ୍ଧ ବେଳକୁ ଗ୍ରୀକ ଇତିହାସକାର Thucydides ତାଙ୍କ ବହି, History of Peloponnesian Warରେ ସୁନାମିର କାରଣ ବିଷୟରେ ଅନୁସନ୍ଧାନ କରିଥିଲେ ଓ ପ୍ରଥମେ ଯୁକ୍ତି ବଢିଥିଲେ ଯେ ମହାସାଗରୀୟ ଭୂମିକମ୍ପ ହିଁ ଏହାର କାରଣ ।[୪][୫]
"ମୋ ମତରେ ଏହି ଘଟଣାର କାରଣ ଭୂମିକମ୍ପରେ ଖୋଜିବା ଯିବା ଉଚିତ । ଯେଉଁ କେନ୍ଦ୍ରରେ ଏହି ଝଟକା ଅଧିକ ହୋଇଥାଏ, ସମୁଦ୍ର ସେଠାରେ ପଛକୁ ଫେରିଯାଏ ଓ ଦୁଇଗୁଣ ଶକ୍ତି ସହକାରେ ପୁଣି ମାଡି ଆସେ, ଏବଂ ହଠାତ ବନ୍ୟା ପରିସ୍ଥିତି ସୃଷ୍ଟି କରେ । ବିନା ଭୂମିକମ୍ପରେ ମୁଁ ଏପରି ଦୁର୍ଘଟଣାକୁ ଅନୁମାନ କରିପାରେ ନାହିଁ ।" [୧୦]
୩୬୫ ଖ୍ରୀଷ୍ଟାବ୍ଦ ସୁନାମିରେ ଆଲେକ୍ଜାଣ୍ଡ୍ରିଆ ଧ୍ୱଂସ ହେବା ପରେ ରୋମାନୀୟ ଇତିହାସକାର Ammianus Marcellinus ଜଟିଳ ସୁନାମି ଶୃଙ୍ଖଳ, ପ୍ରାରମ୍ଭିକ ଭୂମିକମ୍ପ, ସାଗରର ହଠାତ ପଛକୁ ଫେରିଯିବା ଓ ତା ପଛେ ପଛେ ଆସୁଥିବା ବୃହଦାକାୟ ଲହଡି ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ । [୧୧][୧୨]
ଜାପାନର ସବୁଠୁ ଲମ୍ବା ସୁନାମିର ଇତିହାସର ଥିଲେ ହେଁ ୨୦୦୪ ମସିହାରେ ଭାରତୀୟ ମହାସାଗରରେ ହୋଇଥିବା ଭୂମିକମ୍ପ ଓ ସୁନାମିର ଧ୍ୱଂସଲୀଳା, ୨୩୦,୦୦୦ ଲୋକଙ୍କ ଜୀବନ ନେଇ ଆଧୁନିକ ଯୁଗରେ ସବୁଠାରୁ ଭୟଙ୍କର ଚିତ୍ର ଛାଡିଗଲା । ସୁମାତ୍ରା ଅଞ୍ଚଳ ଭୂମିକମ୍ପ ସହ ଅନଭ୍ୟସ୍ତ ନୁହେଁ, ଏହାର ତଟୀୟ ଅଞ୍ଚଳ ପ୍ରାୟତଃ ବିଭିନ୍ନ ତୀବ୍ରତାର ଭୂମିକମ୍ପର ସମ୍ମୁଖୀନ ହୋଇଥାଏ ।[୧୩]
ଉତ୍ପନ୍ନ ଶୈଳୀ
[ସମ୍ପାଦନା]ସମୁଦ୍ରରେ ଏକକାଳୀନ ବହୁତ ପରିମାଣରେ ଜଳ ସ୍ଥାନାନ୍ତରିତ ହେବା ହିଁ ସୁନାମି ଉତ୍ପନ୍ନ ହେବାର ଏକ ମୁଖ୍ୟ ଶୈଳୀ (ବା କାରଣ) ଅଟେ ।[୧୪] ଜଳ ଭାଗରେ ଏପରି ବିଶାଳ ବିସ୍ଥାପନ ସାଧାରଣତଃ ଭୂମିକମ୍ପ, ଭୂ-ସ୍ଖଳନ, ଆଗ୍ନେୟ ଗିରି ଉଦ୍ଗିରଣ, ଗ୍ଲେସିଅର୍ କିମ୍ବା ବେଳେବେଳେ ଉଲ୍କାପାତ ଯୋଗୁଁ ହୋଇଥାଏ ।[୧୫][୧୬] ଏହି ଭଳି ସୃଷ୍ଟି ହୋଇଥିବା ତରଙ୍ଗ, ମାଧ୍ୟାକର୍ଷଣ ଯୋଗୁଁ ଶକ୍ତିଶାଳୀ ହୋଇଥାଏ । ସୁନାମୀ ସୃଷ୍ଟିରେ ଜୁଆରର କୌଣସି ଭୂମିକା ନଥାଏ ।
ଭୂମିକମ୍ପ ଯୋଗୁଁ ହେଉଥିବା ସୁନାମି
[ସମ୍ପାଦନା]ଭୂ-ସ୍ଖଳନ ଯୋଗୁଁ ହେଉଥିବା ସୁନାମି
[ସମ୍ପାଦନା]ପାଣିପାଗ ଜନିତ ହେଉଥିବା ସୁନାମି
[ସମ୍ପାଦନା]ବିଶେଷତ୍ୱ
[ସମ୍ପାଦନା]ଧ୍ୱଂସକରି ଅସ୍ତ୍ର ଭାବେ ବ୍ୟବହାର
[ସମ୍ପାଦନା]ଟୀକା
[ସମ୍ପାଦନା]- ↑ "Tsunami Terminology". NOAA. Archived from the original on 2011-02-25. Retrieved 2010-07-15.
- ↑ Barbara Ferreira (April 17, 2011). "When icebergs capsize, tsunamis may ensue". Nature (journal). Archived from the original on 2018-12-25. Retrieved 2011-04-27.
- ↑ Fradin, Judith Bloom and Dennis Brindell (2008). Witness to Disaster: Tsunamis. Witness to Disaster. Washington, D.C.: National Geographic Society. pp. 42, 43.
- ↑ ୪.୦ ୪.୧ Thucydides: “A History of the Peloponnesian War”, 3.89.1–4
- ↑ ୫.୦ ୫.୧ Smid, T. C. (April , 1970). 'Tsunamis' in Greek Literature. Vol. 17 (2nd ed.). pp. 100–104.
{{cite book}}
:|work=
ignored (help); Check date values in:|date=
(help) - ↑ "Proposing The Community-Based Tsunami Warning System" (PDF). Archived from the original (PDF) on 2012-12-10. Retrieved 2012-11-23.
- ↑ Novel Alon Buluek
- ↑ Tsunami 1907: Early Interpretation and its Development
- ↑ 13 Pulau di Aceh Singkil Hilang
- ↑ Thucydides: “A History of the Peloponnesian War”, 3.89.5
- ↑ Kelly, Gavin (2004). "Ammianus and the Great Tsunami". The Journal of Roman Studies. 94 (141): 141–167. doi:10.2307/4135013. JSTOR 4135013.
- ↑ Stanley, Jean-Daniel & Jorstad, Thomas F. (2005), "The 365 A.D. Tsunami Destruction of Alexandria, Egypt: Erosion, Deformation of Strata and Introduction of Allochthonous Material Archived 2017-05-25 at the Wayback Machine."
- ↑ The 10 most destructive tsunamis in history Archived 2013-12-04 at the Wayback Machine., Australian Geographic, March 16, 2011.
- ↑ Haugen K, Løvholt F, Harbitz C, K; Lovholt, F; Harbitz, C (2005). "Fundamental mechanisms for tsunami generation by submarine mass flows in idealised geometries". Marine and Petroleum Geology. 22 (1–2): 209–217. doi:10.1016/j.marpetgeo.2004.10.016.
{{cite journal}}
: CS1 maint: multiple names: authors list (link) - ↑ Margaritondo, G (2005). "Explaining the physics of tsunamis to undergraduate and non-physics students". European Journal of Physics. 26 (3): 401. Bibcode:2005EJPh...26..401M. doi:10.1088/0143-0807/26/3/007.
- ↑ Voit, S.S (1987). "Tsunamis". Annual Review of Fluid Mechanics. 19 (1): 217–236. Bibcode:1987AnRFM..19..217V. doi:10.1146/annurev.fl.19.010187.001245.
ଆଧାର
[ସମ୍ପାଦନା]- IOC Tsunami Glossary by the Intergovernmental Oceanographic Commission (IOC) at the International Tsunami Information Centre (ITIC) of UNESCO
- Tsunami Terminology Archived 2011-02-25 at the Wayback Machine. at NOAA
- In June 2011, the VOA Special English service of the Voice of America broadcast a 15-minute program on tsunamis as part of its weekly Science in the News series. The program included an interview with a NOAA official who oversees the agency's tsunami warning system. A transcript and MP3 of the program, intended for English learners, can be found at The Ever-Present Threat of Tsunamis.
- abelard.org. tsunamis: tsunamis travel fast but not at infinite speed. retrieved March 29, 2005.
- Dudley, Walter C. & Lee, Min (1988: 1st edition) Tsunami! ISBN 0-8248-1125-9 website Archived 2012-07-17 at the Wayback Machine.
- Iwan, W.D., editor, 2006, Summary report of the Great Sumatra Earthquakes and Indian Ocean tsunamis of December 26, 2004 and March 28, 2005: Earthquake Engineering Research Institute, EERI Publication #2006-06, 11 chapters, 100 page summary, plus CD-ROM with complete text and supplementary photographs, EERI Report 2006-06. ISBN 1-932884-19-X website
- Kenneally, Christine (December 30, 2004). "Surviving the Tsunami." Slate. website
- Lambourne, Helen (March 27, 2005). "Tsunami: Anatomy of a disaster." BBC News. website
- Macey, Richard (January 1, 2005). "The Big Bang that Triggered A Tragedy," The Sydney Morning Herald, p 11—quoting Dr Mark Leonard, seismologist at Geoscience Australia.
- Interactive Map of Historical Tsunamis from NOAA's National Geophysical Data Center
- Tappin, D; 2001. Local tsunamis. Geoscientist. 11–8, 4–7.
- Girl, 10, used geography lesson to save lives, Telegraph.co.uk
- Philippines warned to prepare for Japan's tsunami, Noypi.ph
ଅଧିକ ପଢନ୍ତୁ
[ସମ୍ପାଦନା]- Boris Levin, Mikhail Nosov: Physics of tsunamis. Springer, Dordrecht 2009, ISBN 978-1-4020-8855-1.
- Kontar, Y. A. et al.: Tsunami Events and Lessons Learned: Environmental and Societal Significance. Springer, 2014. ISBN 978-94-007-7268-7 (print); ISBN 978-94-007-7269-4 (eBook)
- Kristy F. Tiampo: Earthquakes: simulations, sources and tsunamis. Birkhäuser, Basel 2008, ISBN 978-3-7643-8756-3.
- Linda Maria Koldau: Tsunamis. Entstehung, Geschichte, Prävention, (Tsunami development, history and prevention) C.H. Beck, Munich 2013 (C.H. Beck Reihe Wissen 2770), ISBN 978-3-406-64656-0 (in German).
- Walter C. Dudley, Min Lee: Tsunami! University of Hawaii Press, 1988, 1998, Tsunami! University of Hawai'i Press 1999, ISBN 0-8248-1125-9, ISBN 978-0-8248-1969-9.
ବାହାର ଲିଙ୍କ
[ସମ୍ପାଦନା]- World's Tallest Tsunami – geology.com
- Tsunami Data and Information – National Geophysical Data Center
- IOC Tsunami Glossary – International Tsunami Information Center (UNESCO)
- Tsunami & Earthquake Research at the USGS – United States Geological Survey
- Intergovernmental Oceanographic Commission – Intergovernmental Oceanographic Commission
- Tsunami – National Oceanic and Atmospheric Administration
- Wave That Shook The World – Nova (TV series)
- Recent and Historical Tsunami Events and Relevant Data – Pacific Marine Environmental Laboratory
- Raw Video: Tsunami Slams Northeast Japan – Associated Press