ତୃପ୍ତି ଭୋୟାର
Appearance
(Trupti Bhoirରୁ ଲେଉଟି ଆସିଛି)
ତୃପ୍ତି ଭୋୟାର | |
---|---|
ଜନ୍ମ | |
ବୃତ୍ତି(ସମୂହ) | ଅଭିନେତ୍ରୀ, କଥାଚିତ୍ର ପ୍ରଯୋଜିକା |
ସକ୍ରିୟ ବର୍ଷ | ୨୦୦୦–ଏବେଯାଏଁ |
ତୃପ୍ତି ଭୋୟାର ଭାରତୀୟ ମରାଠୀ-ଭାଷୀ ଅଭିନେତ୍ରୀ । ସେ ମରାଠୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଅଗଡ଼ବମ କଥାଚିତ୍ରରେ, ନଜୁକା ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା । ସେ ମୁଖ୍ୟତଃ ହାସ୍ୟ ଅଭିନେତ୍ରୀ ଭାବରେ କାମ କରିଛନ୍ତି, ଏବଂ ଏହା ବ୍ୟତୀତ କିଛି ଅଲଗା ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]୧୯୮୦ ମସିହାର ମଇ ୧୭ ତାରିଖରେ ସେ ମହାରାଷ୍ଟ୍ରର ମୁମ୍ବାଇ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଯଶୋଧାମ ହାଇ ସ୍କୁଲ ଓ ଜୁନିଅର କଲେଜରେ ପଢ଼ୁଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ସେ ମରାଠୀ କଥାଚିତ୍ର ଜଗତରେ ବିଭିନ୍ନ ପ୍ରକାରର ଚରିତ୍ରରେ କାମ କରିଛନ୍ତି ।[୧] ଅଗଡ଼ବମ କଥାଚିତ୍ରରେ ସେ ଜଣେ ମୋଟି ଝିଅ ନଜୁକା ଭୂମିକରେ ଅଭିନୟ କରିଥିଲେ ।[୨] ତାଙ୍କ ଅଭିନୀ କଥାଚିତ୍ର ଟୁରିଂ ଟକିଜ୍, ଏକାଡେମୀ ଆୱାର୍ଡ଼ର ପ୍ରଥମ ରାଉଣ୍ଡରେ ୨୯୦ଟି ଅନ୍ୟ କଥାଚିତ୍ର ସହିତ ବଛାଯାଇଥିଲା ।[୩]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା |
---|---|---|
୨୦୦୦ | ବାଘ ହାତ ଦେଖୱାନ | |
୨୦୦୮ | ତୁଝୟା ମଝୟା ସଂସାରାଳ ଆଣୀ କାୟ ହାବ | |
୨୦୧୦ | ଅଗଡ଼ବମ | ନଜୁକା |
୨୦୧୧ | ହେଲୋ ଜୟ ହିନ୍ଦ୍ | ଦୁର୍ଗା |
୨୦୧୨ | ଉଚାଲା ରେ ଉଚାଲା | କାମିନୀ |
୨୦୧୩ | ଟୁରିଂ ଟକିଜ୍ | ଚାନ୍ଦି |
୨୦୧୮ | ମଜା ଅଗଡ଼ବମ | ନଜୁକା |
ପ୍ରଯୋଜନାରେ ନିର୍ମିତ କଥାଚିତ୍ର
[ସମ୍ପାଦନା]- ଟୁରିଂ ଟକିଜ୍
- ହେଲୋ ଜୟ ହିନ୍ଦ୍
- ତୁଝୟା ମଝୟା ସଂସାରାଳ ଆଣୀ କାୟ ହାବ
- ଅଗଡ଼ବମ
- ମଝା ଅଗଡ଼ବମ
ଅଭିନୀତ ଧାରାବାହିକ
[ସମ୍ପାଦନା]- ଛାର ଦିବସ ସସୁଚେ
- ବଦଳବାତ
ଡ୍ରାମା/ଥିଏଟର୍/ଆଲବମ୍
[ସମ୍ପାଦନା]- ଇନ୍ଦ୍ରାକ୍ଷୀ
- ସାହି ରେ ସାହି
ଆଧାର
[ସମ୍ପାଦନା]- ↑ "Trupti Bhoir is Gabbar Singh's female version". The Times of India. 12 January 2017. Retrieved 25 October 2018.
- ↑ "'Maaza Agadbam': Reasons to watch the Trupti Bhoir and Subodh Bhave starrer". The Times of India (in ଇଂରାଜୀ). 2018-10-25. Retrieved 2021-06-18.
- ↑ "Trupti Bhoir's Marathi film reaches the Oscars". Retrieved 2014-04-19.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୃପ୍ତି ଭୋୟାର