Jump to content

ତୃପ୍ତି ଭୋୟାର

ଉଇକିପିଡ଼ିଆ‌ରୁ
ତୃପ୍ତି ଭୋୟାର
ଜନ୍ମ (1980-05-17) ୧୭ ମଇ ୧୯୮୦ (ବୟସ ୪୪)
ବୃତ୍ତି(ସମୂହ)ଅଭିନେତ୍ରୀ, କଥାଚିତ୍ର ପ୍ରଯୋଜିକା
ସକ୍ରିୟ ବର୍ଷ୨୦୦୦–ଏବେଯାଏଁ

ତୃପ୍ତି ଭୋୟାର ଭାରତୀୟ ମରାଠୀ-ଭାଷୀ ଅଭିନେତ୍ରୀ । ସେ ମରାଠୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଅଗଡ଼ବମ କଥାଚିତ୍ରରେ, ନଜୁକା ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା । ସେ ମୁଖ୍ୟତଃ ହାସ୍ୟ ଅଭିନେତ୍ରୀ ଭାବରେ କାମ କରିଛନ୍ତି, ଏବଂ ଏହା ବ୍ୟତୀତ କିଛି ଅଲଗା ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

୧୯୮୦ ମସିହାର ମଇ ୧୭ ତାରିଖରେ ସେ ମହାରାଷ୍ଟ୍ରର ମୁମ୍ବାଇ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଯଶୋଧାମ ହାଇ ସ୍କୁଲ ଓ ଜୁନିଅର କଲେଜରେ ପଢ଼ୁଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ସେ ମରାଠୀ କଥାଚିତ୍ର ଜଗତରେ ବିଭିନ୍ନ ପ୍ରକାରର ଚରିତ୍ରରେ କାମ କରିଛନ୍ତି ।[] ଅଗଡ଼ବମ କଥାଚିତ୍ରରେ ସେ ଜଣେ ମୋଟି ଝିଅ ନଜୁକା ଭୂମିକରେ ଅଭିନୟ କରିଥିଲେ ।[] ତାଙ୍କ ଅଭିନୀ କଥାଚିତ୍ର ଟୁରିଂ ଟକିଜ୍, ଏକାଡେମୀ ଆୱାର୍ଡ଼ର ପ୍ରଥମ ରାଉଣ୍ଡରେ ୨୯୦ଟି ଅନ୍ୟ କଥାଚିତ୍ର ସହିତ ବଛାଯାଇଥିଲା ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା
୨୦୦୦ ବାଘ ହାତ ଦେଖୱାନ
୨୦୦୮ ତୁଝୟା ମଝୟା ସଂସାରାଳ ଆଣୀ କାୟ ହାବ
୨୦୧୦ ଅଗଡ଼ବମ ନଜୁକା
୨୦୧୧ ହେଲୋ ଜୟ ହିନ୍ଦ୍ ଦୁର୍ଗା
୨୦୧୨ ଉଚାଲା ରେ ଉଚାଲା କାମିନୀ
୨୦୧୩ ଟୁରିଂ ଟକିଜ୍ ଚାନ୍ଦି
୨୦୧୮ ମଜା ଅଗଡ଼ବମ ନଜୁକା

ପ୍ରଯୋଜନାରେ ନିର୍ମିତ କଥାଚିତ୍ର

[ସମ୍ପାଦନା]
  1. ଟୁରିଂ ଟକିଜ୍
  2. ହେଲୋ ଜୟ ହିନ୍ଦ୍
  3. ତୁଝୟା ମଝୟା ସଂସାରାଳ ଆଣୀ କାୟ ହାବ
  4. ଅଗଡ଼ବମ
  5. ମଝା ଅଗଡ଼ବମ

ଅଭିନୀତ ଧାରାବାହିକ

[ସମ୍ପାଦନା]
  1. ଛାର ଦିବସ ସସୁଚେ
  2. ବଦଳବାତ

ଡ୍ରାମା/ଥିଏଟର୍/ଆଲବମ୍

[ସମ୍ପାଦନା]
  1. ଇନ୍ଦ୍ରାକ୍ଷୀ
  2. ସାହି ରେ ସାହି
  1. "Trupti Bhoir is Gabbar Singh's female version". The Times of India. 12 January 2017. Retrieved 25 October 2018.
  2. "'Maaza Agadbam': Reasons to watch the Trupti Bhoir and Subodh Bhave starrer". The Times of India (in ଇଂରାଜୀ). 2018-10-25. Retrieved 2021-06-18.
  3. "Trupti Bhoir's Marathi film reaches the Oscars". Retrieved 2014-04-19.

ବାହାର ଲିଙ୍କ୍

[ସମ୍ପାଦନା]