ଓଡ଼ିଆ ଉଇକିପିଡ଼ିଆରେ ଏଯାଏ ଲଗ ଇନ ନ କରି ନୂଆ ପ୍ରସଙ୍ଗ ତିଆରି କରିବାର ସୁବିଧା ସମସ୍ତଙ୍କ ପାଇଁ ଥିଲା । ହେଲେ ୨୦୨୩ ନଭେମ୍ବର ୨୦ରୁ ଆରମ୍ଭ କରି ଆଜିଯାଏ "ଲକ୍ଷ୍ମୀନାରାୟଣ ମହାରଣା" ପ୍ରସଙ୍ଗଟି କେବଳ ସମ୍ଭବତଃ ଜଣଙ୍କ ଦ୍ୱାରା ୩୨ରୁ ଅଧିକ ଥର ତିଆରି କରାଯାଇସାରିଲାଣି । ଏଭଳି ଅପବ୍ୟବହାର ଓଡ଼ିଆ ଉଇକିପିଡ଼ିଆ ଇତିହାସରେ ପ୍ରଥମ । ଏଭଳି ପ୍ରସଙ୍ଗ ତିଆରି ହେଲେ ଜଣେ ଅଣ-ପରିଚାଳକ ପ୍ରଥମେ ସେଥିରେ "ଲିଭାନ୍ତୁ" ଛାନ୍ଚ ପକାନ୍ତି । ଜଣେ ପରିଚାଳକ ତାକୁ ଦେଖି ପ୍ରସଙ୍ଗଟି ଲିଭାନ୍ତି । ସମାନ ନାମରେ ଆଉଥରେ ପ୍ରସଙ୍ଗ ତିଆରି ରୋକିବାକୁ ପୃଷ୍ଠାଟି କିଳନ୍ତି । ଆଉ ପୃ୍ଷ୍ଠାର ଅପବ୍ଯବହାରକାରୀଙ୍କୁ ଅଟକାନ୍ତି । ଆମ ଛୋଟ ସମୁଦାୟ ନୂଆ ପ୍ରସଙ୍ଗ ଲେଖିବା ଓ ଆଗରୁ ଥିବା ପ୍ରସଙ୍ଗ ଉନ୍ନତ କରିବାକୁ ବେଳ ପାଉନି । ଆମେ ନୂଆ ବ୍ୟବହାରକାରୀଙ୍କୁ ଉତ୍ସାହିତ କରି ଆଣିବାକୁ ବେଳ ପାଉନୁ । ଏସବୁ ଭିତରେ ଏ ନୂଆ ଅସୁବିଧା ବୋଝ ଉପରେ ନଳିତା ବିଡ଼ା ଭଳି । ଏଣୁ କେବଳ ଲଗ ଇନ କରିଥିବା ବ୍ୟବହାରକାରୀଙ୍କୁ ନୂଆ ପ୍ରସଙ୍ଗ ତିଆରି ଅନୁମତି ଦେବା ସପକ୍ଷରେ ମୁଁ ପ୍ରସ୍ତାବ ବାଢ଼ୁଛି । ସମସ୍ତଙ୍କ ମତ ଭିତ୍ତିରେ ଆଗାମୀ ୭-୧୦ ଦିନ ଭିତରେ ଏ ବଦଳ କରାଯିବ ।
ନିଜ ମତରେ {{ସମର୍ଥନ}} କରିପାରିବେ ବା ଅଲଗା ମତ ଥିଲେ ଦେବେ ।