ଟମ୍ ଖା କାଇ

ଉଇକିପିଡ଼ିଆ‌ରୁ
(Tom kha kaiରୁ ଲେଉଟି ଆସିଛି)
ଟମ୍ ଖା କାଇ
ଟମ୍ ଖା ଗାଇ
ଅନ୍ୟ ନାମକୁକୁଡ଼ା ନଡ଼ିଆ ସୁପ୍, ଗାଲାଙ୍ଗଲ ସୁପ୍
ପ୍ରକାରସୁପ୍
ମୂଳ ସ୍ଥାନଥାଇଲାଣ୍ଡ ଏବଂ ଲାଓସ
ପରଷିବା ଉତ୍ତାପଗରମ ଅବସ୍ଥାରେ
ମୁଖ୍ୟ ଉପାଦାନନଡ଼ିଆ କ୍ଷୀର, ଗାଲାଙ୍ଗଲ, ଶତବେଧି, କାଫିର୍ ଲେମ୍ବୁ ପତ୍ର, ଛତୁ ଏବଂ କୁକୁଡ଼ା ମାଂସ

ଟମ୍ ଖା କାଇ ବା ଟମ୍ ଖା ଗାଇ (ଇଂରାଜୀ ଭାଷାରେ Tom kha kai ବା tom kha gai କିମ୍ବା ଥାଇ ନଡ଼ିଆ ସୁପ୍ - Thai coconut soup)[୧][୨][୩], ଥାଇ ଭାଷାରେ ต้มข่าไก่, ଲାଓ ଭାଷାରେ ຕົ້ມຂ່າໄກ່) ଥାଇ ରନ୍ଧା ଶୈଳୀରେ ପ୍ରସ୍ତୁତ ଏକ ସୁପ୍ । ଏହି ସୁପ୍‍ର ଲାଓ ଭାଷା ନାମର ଅର୍ଥ ହେଲା ଗାଲାଙ୍ଗଲ ସୁପ୍ । ଏହା ଏକ ମସଲାଯୁକ୍ତ ଓ ଖଟାଳିଆ ସ୍ୱାଦବିଶିଷ୍ଟ ସୁପ୍ ଏବଂ ଏହାର ପ୍ରସ୍ତୁତିରେ ନଡ଼ିଆ କ୍ଷୀର ବ୍ୟବହୃତ ହୋଇଥାଏ ।

ଉପାଦାନ[ସମ୍ପାଦନା]

ଥାଇଲାଣ୍ଡରେ ଅଧିକାଂଶ ଟମ୍ ଖା କାଇ ସୁପ୍ ପ୍ରସ୍ତୁତ କରିବାରେ ନଡ଼ିଆ କ୍ଷୀର, ଗାଲାଙ୍ଗଲ୍ ଅଦା, କାଫିର୍ ଲେମ୍ବୁ ପତ୍ର, ଶତବେଧି, ଥାଇ ଲଙ୍କା, ଧନିଆ କିମ୍ବା ଡିଲ୍ ସାମୁଦ୍ରିକ ଉଦ୍ଭିଦ, ଛତୁ, କୁକୁଡ଼ା ମାଂସ, ମାଛର ସସ୍ ଓ ଲେମ୍ବୁ ରସ ପ୍ରଭୃତି ଉପାଦାନ ବ୍ୟବହୃତ ହୋଇଥାଏ । ବେଳେବେଳେ ଭଜା ଯାଇଥିବା ଲଙ୍କା ମରିଚ ମଧ୍ୟ ଏହି ସୁପ୍ ପାଇଁ ବ୍ୟବହୃତ ହୋଇଥାଏ ।[୪]

ପ୍ରକାର ଭେଦ[ସମ୍ପାଦନା]

ଥାଇ ପ୍ରସ୍ତୁତି ଶୈଳୀରେ ଟମ୍ ଖା କାଇ ସୁପରେ ଡିଲୃ ସାମୁଦ୍ରିକ ଉଦ୍ଭିଦ ବ୍ୟବହାର କରାଯାଏ ନାହିଁ । କିନ୍ତୁ ଲାଓ ପ୍ରସ୍ତୁତି ଶୈଳୀରେ ଡିଲ୍ ସାମୁଦ୍ରିକ ଉଦ୍ଭିଦ ବ୍ୟବହୃତ ହୋଇଥାଏ । ଲାଓ ଭାଷାରେ ଡିଲ୍ ସାମୁଦ୍ରିକ ଉଦ୍ଭିଦକୁ ଫାକ୍ ସି (ຜັກຊີ) ବୋଲି କୁହାଯାଇଥାଏ । ଥାଇ ପ୍ରସ୍ତୁତି ଶୈଳୀରେ ଟମ୍ ଖା ସୁପରେ ଡିଲ୍ ସାମୁଦ୍ରିକ ଉଦ୍ଭିଦ ପରିବର୍ତ୍ତେ ଧନିଆ ପତ୍ର ବା ସିଲାଣ୍ଟ୍ରୋ ବ୍ୟବହୃତ ହୋଇଥାଏ । ଏହାକୁ ଥାଇ ଭାଷାରେ ଫାକ୍ ଚି (ผักชี) ବୋଲି କୁହାଯାଇଥାଏ ।

ଟମ୍ ଖା କାଇ ସୁପ୍‍ର ଅନ୍ୟ ପ୍ରକାର ମଧ୍ୟ ରହିଛି । ଚିଙ୍ଗୁଡ଼ି, ସ୍କ୍ୱିଡ୍, ଶାମୁକା, ଅକ୍ଟୋପସ୍ ଓ ମାଛ ଖଣ୍ଡ ପ୍ରଭୃତି ସାନୁଦ୍ରିକ ଜୀବ ବ୍ୟବହାର କରି ଏହି ସୁପ୍ ପ୍ରସ୍ତୁତ କରାଗଲେ ଏହାକୁ ଟମ୍ ଖା ଥାଲେ (ଥାଇ ଭାଷାରେ ต้มข่าทะเล) ବୋଲି କୁହାଯାଇଥାଏ । ଛତୁ ବ୍ୟବହୃତ ହେଲେ ଏହି ସୁପର ନାମ ଟମ୍ ଖା ହେଟ୍ (ଥାଇ ଭାଷାରେ ต้มข่าเห็ด) ହୋଇଥାଏ । ଘୁଷୁରି ମାଂସ ପଡ଼ିଥିଲେ ଏହି ସୁପ୍‍କୁ ଟମ୍ ଖା ମୁ (ଥାଇ ଭାଷାରେ ต้มข่าหมู) ଏବଂ ଟୋଫୁ ପଡ଼ିଥିଲେ ଏହି ସୁପ୍‍କୁ ଟମ୍ ଖା ତାଓହୁ (ଥାଇ ଭାଷାରେ ต้มข่าเต้าหู้) ବୋଲି କୁହାଯାଇଥାଏ ।

ଉନବିଂଶ ଶତାବ୍ଦୀର ଶେଷ ବେଳକୁ ଟମ୍ ଖାକୁ ଏକ ସୁପ୍ ଭାବେ ପରିଗଣିତ କରାଗଲା ନାହିଁ । ବରଂ କୁକୁଡ଼ା ବା ବତକ ମାଂସକୁ ଫିକା ନଡ଼ିଆ କ୍ଷୀର ଓ ଗାଲାଙ୍ଗଲ ମିଶ୍ରିତ ଝୋଳ ସହିତ ପ୍ରସ୍ତୁତ ଏକ ବ୍ୟଞ୍ଜନ ବୋଲି ଅଭିହିତ କରାଯିବାକୁ ଲାଗିଲା । ଭଜା ଲଙ୍କା ମରିଚର ଚଟଣୀ ସହିତ ଏହି ବ୍ୟଞ୍ଜନକୁ ପରଷିବା ମଧ୍ୟ ଦେଖାଯାଇଥାଏ ।[୫] ଟମ୍ ଖା ସୁପ୍‍କୁ ନୁଡୁଲ୍ କିମ୍ବା ଭାତ ସହିତ ବଢ଼ାଯାଇଥାଏ । ଆଧୁନିକ କାଳରେ ଟର୍କି ପକ୍ଷୀର ମାଂସ ବ୍ୟବହାର କରି ମଧ୍ୟ ଏହି ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି । ଟମ୍ ଖା କାଇ ସୁପରେ ଥାଇ ଲାଲ୍ ତରକାରୀ ବଟା ମସଲା ମିଶାଇବା ମଧ୍ୟ ଦେଖାଯାଇଛି । ଏହି ସବୁ ମିଶ୍ରଣରେ ସୁପ୍‍ଟି ଏକ ପୂର୍ଣ୍ଣ ଓ ସ୍ୱତନ୍ତ୍ର ବ୍ୟଞ୍ଜନ ରୂପେ ବଢ଼ାଯାଏ ।

ଟମ୍ ଖା କାଇ ସୁପ୍ ଚିତ୍ର ଗ୍ୟାଲେରି[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Crocker, B. (2014). Betty Crocker 20 Best Slow Cooker Soup and Stew Recipes. Houghton Mifflin Harcourt.
  2. Tennefoss, K. (Ed.). (2010). 20 Awesome Soups You Can't Live Without. Kathleen Tennefoss.
  3. BF Recipes. (2008). Just Wing It: Recipes Using Pre-Baked Rotisserie Chicken. AuthorHouse.
  4. Monroe, Jack (2015-03-04). "Jack Monroe's tom kha gai soup recipe". The Guardian (in ବ୍ରିଟିଶ୍‌ ଇଂରାଜୀ). ISSN 0261-3077. Retrieved 2019-01-11.
  5. "ต้มข่าเป็ด จิ้มน้ำพริกเผาแบบโบราณ ; An Ancient Siamese Recipe for Tom Kha Pet – Duck Simmered in Light Coconut Cream and Young Galangal, and Served with Sour-Sweet Roasted Chili Jam" (in ଆମେରିକୀୟ ଇଂରାଜୀ). 2016-07-10. Retrieved 2016-07-11.

ଆହୁରି ପଢ଼ିପାରିବେ[ସମ୍ପାଦନା]

  • An Ancient Siamese Recipe for Tom Kha (1890 AD)
  • Ayusuk, S., Siripongvutikorn, S., Thummaratwasik, P., & Usawakesmanee, W. (2009). "Effect of heat treatment on antioxidant properties of Tom-Kha paste and herbs/spices used in Tom-Kha paste". Kasetsart Journal Natural Science, 43(5), 305–312.
  • Buasi, J. Joy's Thai Food Recipe Cookbook. Apornpradab Buasi.
  • Sunanta, S. (October 2005). The globalization of Thai cuisine. In Canadian Council for Southeast Asian Studies Conference, York University, Toronto (pp. 1–17).