ବାକ୍ କୁତ୍ ତେଃ

ଉଇକିପିଡ଼ିଆ ରୁ
Jump to navigation Jump to search
ବାକ୍ କୁତ୍ ତେଃ
Bakutteh.jpg
ଚୀନାମାଟି ପାତ୍ରରେ ବଢ଼ାଯାଇଥିବା ବାକ୍ କୁତ୍ ତେଃ
ମୂଳ ସ୍ଥାନଫୁଜିୟାନ, ଚୀନ, ମାଲେସିଆର କ୍ଲାଂଗ୍ ନଗର[୧][୨][୩][୪], ସିଙ୍ଗାପୁର[୫]
ଅଞ୍ଚଳ ବା ରାଜ୍ୟମାଲେସିଆ, ସିଙ୍ଗାପୁର ଓ ଇଣ୍ଡୋନେସିଆ[୬]
ସମ୍ବନ୍ଧିତ ଜାତୀୟ ଖାଦ୍ୟଇଣ୍ଡୋନେସୀୟ, ମାଳୟ ଓ ସିଙ୍ଗାପୁରି
ମୁଖ୍ୟ ଉପାଦାନଘୁଷୁରୀ ପଞ୍ଜରା ହାଡ଼ ଓ ମାଂସ, ଅନାସି ଫୁଲ-ଲବଙ୍ଗ-ଡାଲଚିନି-ଡାଂଗ୍ ଗ୍ୱି-ପାନମହୁରି-ରସୁଣ ସହିତ ବିଭିନ୍ନ ମସଲା ଓ ପତ୍ର ମିଶି ପ୍ରସ୍ତୁତ ହୋଇଥିବା ବ୍ରଥ୍
ପ୍ରକାର ଭେଦହୋକିଏନ୍ ଓ ତ୍ୟୋଚ୍ୟୁ

ବାକ୍ କୁତ୍ ତେଃ ବା ବାଃ କୁତ୍ ତେଃ (ଇଂରାଜୀରେ Bak kut teh (also spelt bah kut teh, ଚୀନୀ ଭାଷାରେ 肉骨茶) ଘୁଷୁରୀ ପଞ୍ଜରା ହାଡ଼ ଓ ମାଂସରୁ ପ୍ରସ୍ତୁତ ଏକ ବ୍ୟଞ୍ଜନ । ଏହି ଖାଦ୍ୟ ମୁଖ୍ୟତଃ ମାଲେସିଆସିଙ୍ଗାପୁରରେ ରହୁଥିବା ହୋକ୍ଲୋ ଏବଂ ତ୍ୟୋଚ୍ୟୁ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଅତି ଲୋକପ୍ରିୟ । ଇଣ୍ଡୋନେସିଆଥାଇଲାଣ୍ଡରେ ମଧ୍ୟ ଏହି ଖାଦ୍ୟ ପ୍ରସ୍ତୁତ କରାଯାଏ ।

ହୋକ୍କିଏନ୍ ଭାଷାରେ ଏହି ଖାଦ୍ୟର ନାମର ଅର୍ଥ ହେଉଛି - "ମାଂସ ଅସ୍ଥି ଚା" । ମୌଳିକ ବାକ୍ କୁତ୍ ତେଃ ପାଇଁ ଘୁଷୁରୀ ପଞ୍ଜରା ହାଡ଼, ମାଂସ, ବିଭିନ୍ନ ପତ୍ର, ଅନାସୀ ଫୁଲ, ଡାଲଚିନି, ଲବଙ୍ଗ, ଡାଂଗ୍ ଗ୍ୱି, ପାନ ମହୂରି, ଅଦା ପ୍ରଭୃତିର ମିଶ୍ରଣକୁ ଅଳ୍ପ ଜାଳରେ ବହୁ ସମୟ ଧରି ରାନ୍ଧିବା ପରେ ଏକ ଜଟିଳ ବ୍ରଥ୍ ପ୍ରସ୍ତୁତ ହୁଏ ।[୭] ଏହାର ନାମରେ ଚା’ ଶବ୍ଦର ବ୍ୟବହାର ସତ୍ତ୍ୱେ ଏଥିରେ ଚା’ ସମ୍ବନ୍ଧୀୟ କୌଣସି ଉପାଦାନ ପଡ଼େନାହିଁ । କିନ୍ତୁ ପରଷିବା ସମୟରେ ଏହା ସହିତ ଊଲଂଗ୍ ଚୀନୀ ଚା’ ବଢ଼ାଯାଇଥାଏ । ଘୁଷୁରୀ ମାଂସରେ ରହିଥିବା ଅତ୍ୟଧିକ ଚର୍ବିକୁ ଏହି ଚା’ ହଜମ କରିବାରେ ସାହାଯ୍ୟ କରେ ।

ଏଥିରେ ଟୋଫୁ, ଚୀନୀ ବନ୍ଧା କୋବି, ଛତୁ, ଅନ୍ୟ ମାଂସ ମଧ୍ୟ ମିଶାଯାଇପାରେ । ୟୁ ଝୁ, ଜୁ ଝି ପରି ଚୀନୀ ଉପାଦାନ ଏବଂ ସୋୟା ସସ୍ ପ୍ରଭୃତି ଉପାଦାନ ମଧ୍ୟ ମିଶାଇ ହେବ । ବ୍ୟଞ୍ଜନକୁ ବାଢ଼ିବା ସମୟରେ ପାର୍ଶ୍ୱରେ କିଛି କଟା ଧନିଆ ପତ୍ର ଓ ଭଜା ଶାଲଟ୍ ପିଆଜ ମଧ୍ୟ ରଖାଯାଏ ।

ମାଲେସିଆରେ ଅଟାକୁ ଛାଣି ପ୍ରସ୍ତୁତ ଏକ ରୁଟି ‘‘ୟୁ ଚାର୍ କ୍ୱେ’’ ବା ‘‘ୟୁତ୍ୟାଓ’’ ସହ ବାକ୍ କୁତ୍ ତେଃକୁ ପରଷାଯାଏ । ଚର୍ବିକୁ ହଜମ କରିବାରେ ସାହାଯ୍ୟ କରିବା ପାଇଁ ବ୍ୟଞ୍ଜନ ସହିତ ଚା’ ମଧ୍ୟ ପରଷାଯାଏ । ସିଙ୍ଗାପୁରରେ ମଧ୍ୟ ତ୍ୟୋଚ୍ୟୁ ଶୈଳୀର ବାକ୍ କୁତ୍ ତେଃ ଅନୁରୂପ ଆକାରରେ ପରଷାଯାଏ । ବାକ୍ କୁତ୍ ତେଃକୁ ସାଧାରଣତଃ ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନ ସମୟରେ ଖିଆଯାଏ । ହୋକ୍କିଏନ୍ ଓ ତ୍ୟୋଚ୍ୟୁ ସମ୍ପ୍ରଦାୟର ପାନୀୟ ସଂସ୍କୃତିରେ ଚା’ର ଏକ ବିଶେଷ ଭୂମିକା ରହିଆସିଛି ।

ଇତିହାସ[ସମ୍ପାଦନା]

ବାକ୍ କୁତ୍ ତେଃ ସହ ୟୁତ୍ୟାଓ ପରଷା ଯାଇଥିବାର ଚିତ୍ର

ଅଧିକାଂଶରେ ମାଲେସିଆ ଓ ସିଙ୍ଗାପୁରରେ ବାକ୍ କୁତ୍ ତେଃ ଖିଆଯାଇଥାଏ ।[୧] ଏହାର ସୃଷ୍ଟି ବା ଉତ୍ସ ସମ୍ପର୍କରେ ବିଶେଷ ତଥ୍ୟ ନାହିଁ କିନ୍ତୁ ଚୀନର ଫୁଜିଆନ୍ ଅଞ୍ଚଳରୁ ଏହା ଆରମ୍ଭ ହୋଇଥିବାର ଅନୁମାନ କରାଯାଏ ।[୨][୩][୪] ମାଲେସିଆର ଲୋକେ ଏହି ବ୍ୟଞ୍ଜନ କ୍ଲାଂଗ୍ ସହରରେ ଆରମ୍ଭ ହୋଇଥିବାର ଦାବୀ କରନ୍ତି ।[୮] ଏହି ବ୍ୟଞ୍ଜନର ଆରମ୍ଭ ବିଷୟରେ ବିଭିନ୍ନ ଦାବୀ ରହିଆସିଛି । ୧୯୩୦ ଦଶନ୍ଧିରେ ଜଣେ ଚୀନୀ ଚିକିତ୍ସକ ଏହି ବ୍ୟଞ୍ଜନର ଉଦ୍‍ଭାବନ କରିଥିଲେ ବୋଲି ଏକ ଦାବୀ ରହିଛି ।[୯] ଆଉ ଏକ ଦାବୀ ଅନୁସାରେ ସେହି ଚିକିତ୍ସକ ୧୯୪୦ ଦଶନ୍ଧିରେ ଫୁଜିଆନସ୍ଥିତ ନିଜ ଗ୍ରାମରୁ ଏହି ବ୍ୟଞ୍ଜନର ରନ୍ଧନ ଶୈଳୀ ଆଣି ପ୍ରସାର କରାଇଥିଲେ ।[୪] ବିଂଶ ଶତାବ୍ଦୀରେ କ୍ଲାଂଗ ବନ୍ଦରର ଶ୍ରମଜୀବୀଙ୍କ ପାଇଁ ଏହି ମୌଳିକ, ସରଳ କିନ୍ତୁ ଅତି ପୌଷ୍ଟିକ ଆହାରର ଉଦ୍‍ଭାବନ ହୋଇଥିଲା ବୋଲି ମଧ୍ୟ କିଛି ଲୋକ ଦାବୀ କରନ୍ତି ।[୯] ପ୍ରାଚୀନ ସମୟରେ ଫୁଜିଆନରୁ ଆସିଥିବା ପ୍ରବାସୀ ଚୀନୀ ଲୋକଙ୍କ ଗହଣରେ ଏହା ଅତ୍ୟନ୍ତ ଲୋକପ୍ରିୟ ଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସିଙ୍ଗାପୁରର ନଦୀ ଉପତ୍ୟକା ଓ କ୍ଲାର୍କ୍ କ୍ୱେ ପରି ଅଞ୍ଚଳରେ ଏହି ବ୍ୟଞ୍ଜନର ତ୍ୟୋଚ୍ୟୁ ଶୈଳୀ ବିକଶିତ ହୋଇଥିଲା ।[୫] ୧୯୬୦ ଦଶନ୍ଧି ବେଳକୁ ସିଙ୍ଗାପୁରରେ ବାକ୍ କୁତ୍ ତେଃ ବହୁ ଲୋକପ୍ରିୟ ହୋଇ ଉଠିଥିଲା । କିଛି ଭୋଜନାଳୟ କେବଳ ଏହି ବ୍ୟଞ୍ଜନ ପରଷି ଅତି ଲୋକପ୍ରିୟ ହୋଇସାରିବା ପରେ ସେମାନଙ୍କ ଭୋଜନାଳୟ ଶୃଙ୍ଖଳ ଆରମ୍ଭ କରି ପାରିଛନ୍ତି ।

ଚୀନୀ ଶବ୍ଦ ବାକ୍ () ଅର୍ଥ ମାଂସ (ବିଶେଷରେ ଘୁଷୁରୀ ମାଂସ)କୁ ହୋକ୍କିଏନ୍ ଉଚ୍ଚାରଣରେ ବାକ୍ କୁହାଯାଏ କିନ୍ତୁ ତ୍ୟୋଚ୍ୟୁମାନେ ଏହାକୁ ନେକ୍ ବୋଲି କୁହନ୍ତି । ତେଣୁ ବ୍ୟଞ୍ଜନର ଉତ୍ସ ହୋକ୍କିଏନ୍ ହୋଇଥିବା ଅନୁମାନ କରାଯାଏ ।[୧୦]

ବାକ୍ କୁତ୍ ତେଃର ଉତ୍ସକୁ ନେଇ ସିଙ୍ଗାପୁରମାଲେସିଆ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା । ୨୦୦୯ ମସିହାରେ ମାଲେସିଆର ପର୍ଯ୍ୟଟନ ମନ୍ତ୍ରୀ ଦାବୀ କରିଥିଲେ ଯେ ବାକ୍ କୁତ୍ ତେଃ ଏକ ମାଳୟ ବ୍ୟଞ୍ଜନ ଓ ପଡ଼ୋଶୀ ଦେଶମାନେ ବହୁ ମାଳୟ ବ୍ୟଞ୍ଜନର ଅନୁକରଣ କରି ତାହାର ଉତ୍ସ ସମ୍ପର୍କରେ ମିଥ୍ୟା ଦାବୀ କରି ଆସୁଛନ୍ତି ।[୧୧]

ବିବିଧତା[ସମ୍ପାଦନା]

ମାଳୟ (ହୋକ୍କିଏନ୍) ବାକ୍ କୁତ୍ ତେଃର ଝୋଳ ଗାଢ଼ ରଙ୍ଗର
ସିଙ୍ଗାପୁରୀ (ତ୍ୟୋଚ୍ୟୁ) ବାକ୍ କୁତ୍ ତେଃର ଝୋଳ ଫିକା ରଙ୍ଗର

ବାକ୍ କୁତ୍ ତେଃର ବହୁ ପ୍ରକାର ରହିଛି କିନ୍ତୁ ସେଥିରେ ମୁଖ୍ୟତଃ ତିନୋଟି ପ୍ରକାର ଅଧିକ ପ୍ରଚଳିତ । ସ୍ଥାନୀୟ ରନ୍ଧନ ଶୈଳୀ, ଭୌଗୋଳିକ ଅବସ୍ଥିତି ଓ ଚୀନୀ ପ୍ରଭାବ ଯୋଗୁଁ ଏହି ଭିନ୍ନତା ଦେଖା ଦେଇପାରେ ।

  • ତ୍ୟୋଚ୍ୟୁ ଶୈଳୀରେ ପ୍ରସ୍ତୁତ ବାକ୍ କୁତ୍ ତେଃର ଝୋଳର ରଙ୍ଗ ଫିକା ଏବଂ ଏଥିରେ ଅପେକ୍ଷାକୃତ ଅଧିକ ପରିମାଣର ଗୋଲମରିଚ ଏବଂ ଅଦା ବ୍ୟବହୃତ ହୁଏ ।
  • ହୋକ୍ଲୋ ବା ହୋକ୍କିଏନ୍ ଶୈଳୀରେ ପ୍ରସ୍ତୁତ ବାକ୍ କୁତ୍ ତେଃର ଝୋଳର ରଙ୍ଗ ଗାଢ଼ ଓ ଏଥିରେ ସୋୟା ସସ୍ ବ୍ୟବହୃତ ହୋଇଥାଏ । ଏହା ଅଧିକ ସୁଗନ୍ଧିତ ମଧ୍ୟ ।
  • କାଣ୍ଟୋନିଜ୍ ଶୈଳୀରେ ସୁପ୍‍ର ଅଧିକ ପ୍ରଚଳନ ଥିବାରୁ ଏହାକୁ ଏକ ସୁପ୍ ପରି ଆହରଣ କରାଯାଏ । ଏଥିରେ ଅନେକ ଔଷଧୀୟ ଜଡ଼ିବୁଟି ଉପାଦାନ ରୂପେ ବ୍ୟବହାର କରାଯାଏ ।

ଝୋଳର ରଙ୍ଗ ହିଁ ହୋକ୍କିଏନ୍ ଓ ତ୍ୟୋଚ୍ୟୁ ଶୈଳୀ ପ୍ରସ୍ତୁତିରେ ମୁଖ୍ୟ ପାର୍ଥକ୍ୟ ।[୧୨]

ମାଲେସିଆର କ୍ଲାଂଗ୍ ସହରରେ ଶୁଖିଲା ଝୋଳ ରହିଥିବା ଏକ ବାକ୍ କୁତ୍ ତେଃ ବ୍ୟଞ୍ଜନ ବର୍ତ୍ତମାନ ସମୟରେ ଖୁବ୍ ଲୋକପ୍ରିୟ ହୋଇଯାଇଛି । ଏଥିରେ ୱୁଲ୍ଫ୍ ବେରି (ଏକ ପ୍ରକାରର କୋଳି), ଶୁଖିଲା ଖଜୁରୀ କୋଳି, ଶୁଖିଲା ଲଙ୍କା, ଶୁଖିଲା ସ୍କ୍ୱିଡ୍ ପ୍ରଭୃତି ଉପାଦାନ ମଧ୍ୟ ମିଶାଯାଏ । ମୂଳ ରୂପରୁ ଏହି ଶୁଖିଲା ରୂପ ଅଧିକ ଖଟା ଓ ସ୍ୱାଦିଷ୍ଟ ବୋଲି କୁହାଯାଏ । ନିଶା ସେବନ ଯୋଗୁଁ ରହିଥିବା ଅସୁସ୍ଥତା ଓ ଦୁର୍ବଳତାର ପ୍ରତିକାର ପାଇଁ ଏହା ସେବନ କରିବାକୁ ଦିଆଯାଏ ।

ମାଲେସିଆରେ ଘୁଷୁରୀ ପରିବର୍ତ୍ତେ ଅଳ୍ପ ଚର୍ବିବିଶିଷ୍ଟ କୁକୁଡ଼ା ମାଂସରେ ମଧ୍ୟ ଏହି ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ ଯାହାକୁ ‘‘ଚିକ୍ କୁତ୍ ତେଃ’’ ବୋଲି କୁହନ୍ତି ।[୧୩] ଇସଲାମ ଧର୍ମ ବିଶ୍ୱାସ ଅନୁଯାୟୀ ଘୁଷୁରୀ ମାଂସ ଖାଇବା ନିଷେଧ ହୋଇଥିବାରୁ ସେମାନଙ୍କ ମଧ୍ୟରେ ହଲାଲ କୁକୁଡ଼ା ମାଂସ ପଡ଼ିଥିବା ବ୍ୟଞ୍ଜନ ଅଧିକ ଲୋକପ୍ରିୟ ।[୧୪]

ମାଳୟରେ ଏହି ବ୍ୟଞ୍ଜନର ଏକ ନିରାମିଷ ପ୍ରକାର ମଧ୍ୟ ରହିଛି ଯେଉଁଥିରେ ପନିପରିବା ଓ ଛତୁ ବ୍ୟବହାର କରାଯାଏ ।

ମାଳୟ ଜାତୀୟ ରେକର୍ଡ୍[ସମ୍ପାଦନା]

୨୦୦୮ ମସିହା ସେପ୍ଟେମ୍ବର ୨୨ ତାରିଖରେ ମାଲେସିଆନ୍ କ୍ଲାଂଗ୍ ଚାଇନିଜ୍ ଚ୍ୟାମ୍ବର୍ ଅଫ୍ କମର୍ସ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (KCCCI) ପାଞ୍ଚୋଟି ଭିନ୍ନ ଭିନ୍ନ ବାକ୍ କୁତ୍ ତେଃ ବିକାଳୀଙ୍କ ସହଯୋଗରେ ଏକ ବୃହତ ପାତ୍ରରେ ବାକ୍ କୁତ୍ ତେଃ ପ୍ରସ୍ତୁତ କରିଥିଲେ । ପ୍ରସ୍ତୁତ କରାଯାଇଥିବା ବ୍ୟଞ୍ଜନକୁ ୧୮୨.୮୮ ସେଣ୍ଟିମିଟର୍ ବ୍ୟାସ, ୯୧.୪୪ ସେଣ୍ଟିମିଟର୍ ଉଚ୍ଚତା ବିଶିଷ୍ଟ ଏକ ପାତ୍ରରେ ରଖାଯାଇଥିଲା । ଏହି ପାତ୍ରରେ ୫୦୦ କିଲୋଗ୍ରାମ ଘୁଷୁରୀ ମାଂସ, ୪୫୦ କିଲୋଗ୍ରାମ ଝୋଳ (ସୁପ୍) ଓ ୫୦ କିଲୋଗ୍ରାମ ଔଷଧୀୟ ଉପାଦାନ ରହିଥିଲା । ମାଲେସିଆରେ ଏହା ଏକ ରେକର୍ଡ୍ ।[୧୫]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Yoshino, Kosaku (2010). "Malaysian Cuisine: A Case of Neglected Culinary Globalization" (PDF). Globalization, Food and Social Identities in the Asia Pacific Region. Tokyo: Sophia University Institute of Comparative Culture: 4.
  2. ୨.୦ ୨.୧ Chua Lam (5 April 2011). chua lam's gourmet journey in Malaysia (PDF). G.F. Publishing(M) Pte Ltd. p. 26. ISBN 9789675381119.
  3. ୩.୦ ୩.୧ Damien Lim. "Bak kut teh". National Library Board of Singapore.
  4. ୪.୦ ୪.୧ ୪.୨ WANI MUTHIAH. "The man who put Teh in bak kut teh". TheStar newspaper.
  5. ୫.୦ ୫.୧ Temasek Polytechnic (15 July 2015). Singapore Hawker Classics Unveiled: Decoding 25 Favourite Dishes. Marshall Cavendish International (Asia) Pte Ltd. pp. 93–96. ISBN 9789814677868.
  6. "Resep Masakan : "Bak Kut Teh 肉骨茶 ala Teochew". web.budaya-tionghoa.net.
  7. Grêlé D, Raimbault L, Chng N. Discover Singapore on Foot. Select Publishing, 2007. page 158.
  8. Su-Lyn Tan; Mark Tay (2003). Malaysia & Singapore. Lonely Planet. p. 140. ISBN 9781740593700.
  9. ୯.୦ ୯.୧ Florence A. Samy (23 September 2009). "No intention to patent local food, Dr Ng says". The Star.
  10. Leslie Tay (20 July 2011). "g Huat Bak Kut Teh Restoran: The Origins of Bak Kut Teh continued…".
  11. "Malaysian food being hijacked". The Sydney Morning Herald. 18 September 2009.
  12. Naleeza Ebrahim; Yaw Yan Yee (31 July 2010). Not Just a Food Guide: Singapore. Marshall Cavendish International (Asia) Pte Ltd. pp. 153–154. ISBN 978-9812329226.
  13. Chinese Food in Kuala Lumpur
  14. Malaysiakini (9 December 2009). "'Halal' bak kut teh has been around for ages". MalaysiaKini.com.
  15. B.I. (23 November 2008). "World's biggest bowl of Bak Kut Teh in Malaysia". XinHuaNet.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]