Jump to content

ଟରବିନାଫାଇନ

ଉଇକିପିଡ଼ିଆ‌ରୁ
(Terbinafineରୁ ଲେଉଟି ଆସିଛି)
ଟରବିନାଫାଇନ
Clinical data
Trade namesLamisil, Terboderm, others
AHFS/Drugs.commonograph
MedlinePlusa699061
Pregnancy
category
Routes of
administration
by mouth and topical
ATC code
Legal status
Legal status
  • Low-strength topical preparations available without prescription
Pharmacokinetic data
BioavailabilityReadily absorbed: 70–90%
Protein binding>99%
Metabolismliver
Elimination half-lifeHighly variable
Identifiers
  • [(2E)-6,6-dimethylhept-2-en-4-yn-1-yl](methyl)(naphthalen-1-ylmethyl)amine
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.119.605 Edit this at Wikidata
Chemical and physical data
FormulaC21H25N
Molar mass291.43 g/mol
3D model (JSmol)
  • C(#C\C=C\CN(C)Cc2cccc1ccccc12)C(C)(C)C
  • InChI=1S/C21H25N/c1-21(2,3)15-8-5-9-16-22(4)17-19-13-10-12-18-11-6-7-14-20(18)19/h5-7,9-14H,16-17H2,1-4H3/b9-5+ checkY
  • Key:DOMXUEMWDBAQBQ-WEVVVXLNSA-N checkY
 ☒NcheckY (what is this?)  (verify)

ଟରବିନାଫାଇନ (ଇଂରାଜୀ ଭାଷାରେ Terbinafine, ବିକ୍ରୟ ନାମ ଲାମିସିଲ।/Lamisil) ଏକ କବକରୋଧୀ ବା ଆଣ୍ଟିଫଙ୍ଗାଲ ଔଷଧ (antifungal medication) ଯାହା ଯାଦୁ (ringworm), ପିଟିରିଆସିସ ଭର୍ସିକଲର (pityriasis versicolor) ଓ ଓନିକୋମାଇକୋସିସ (ନଖର କବକ ସଂକ୍ରମଣ) ରୋଗମାନଙ୍କରେ ଚିକିତ୍ସାରେ ବ୍ୟବ‌ହାର କରାଯାଏ ।[][] ଏହି ଔଷଧ ପାଟିରେ ଦିଆଯାଏ, ଚର୍ମରେ କ୍ରିମ ବା ମଲମ ଆକାରରେ ଲଗାଯାଏ । [][] ନଖର ସଂକ୍ରମଣରେ କ୍ରିମ ଓ ମଲମ କାମ କରେନାହିଁ ।[]

ଟରବିନାଫାଇନ ପାଟିରେ ଦେଲେ ଅଇ, ତରଳ ଝାଡ଼ା, ମୁଣ୍ଡବଥା, କାଶ, ରାସ ଓ ଯକୃତ ଏଞ୍ଜାଇମ ବୃଦ୍ଧି ([[::en:elevated liver enzymes|:en:elevated liver enzymes]]) ହେବା ଭଳି ପାର୍ଶ୍ୱ ପ୍ରତିକ୍ରିୟାମାନ ଦେଖାଯାଏ ।[] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems) ଓ ଆଲର୍ଜି ପ୍ରତିକ୍ରିୟାମାନ (allergic reactions) ଦେଖାଯାଏ ।[] ଗର୍ଭାବସ୍ଥାରେ ଏହା ଦେବାକୁ ସୁପାରିସ କରାଯାଏନାହିଁ ।[] କ୍ରିମ ଓ ମଲମ ଲଗେଇଲେ ଗଲୁ ହୋଇପାରେ । [] ଟରବିନାଫାଇନ ଏକ ଆଲିଲାମାଇନ (allylamines) ଶ୍ରେଣୀର ଔଷଧ ।[] କବକର ସ୍ଟିରଲ (sterols) ତିଆରି କରିବା ଶକ୍ତିକୁ ଏହି ଔଷଧ କମେଇ ଦେଇ କାର୍ଯ୍ୟକାରୀ ହୁଏ । []

ସନ ୧୯୯୧ରେ ଟରବିନାଫାଇନ ଆବିଷ୍କୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୨୦ ଗ୍ରାମ ଟ୍ୟୁବର କ୍ରୟ ମୂଲ୍ୟ ୨.୨୦ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଚିକିତ୍ସାର ଔଷଧ ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ଏହା ବିନା ପ୍ରେସକ୍ରିପସନ୍‌ରେ (over the counter) ମିଳେ ।[]

  1. 1 2 3 4 5 6 7 "Terbinafine Hydrochloride". The American Society of Health-System Pharmacists. Retrieved 8 December 2016.
  2. 1 2 "Lamisil 1% w/w Cream - Summary of Product Characteristics (SPC) - (eMC)". electronic Medicines Compendium (eMC). 17 March 2016. Retrieved 17 December 2016.
  3. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved 10 May 2015.
  4. 1 2 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 180. ISBN 978-1-284-05756-0. {{cite book}}: Unknown parameter |name-list-format= ignored (|name-list-style= suggested) (help)
  5. Ravina, Enrique (2011). The Evolution of Drug Discovery: From Traditional Medicines to Modern Drugs. John Wiley & Sons. p. 90. ISBN 978-3-527-32669-3. {{cite book}}: Unknown parameter |name-list-format= ignored (|name-list-style= suggested) (help)
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Terbinafine". International Drug Price Indicator Guide. Archived from the original on 6 April 2017. Retrieved 8 December 2016.