Jump to content

ଶ୍ୟାମସୁନ୍ଦର ମହାପାତ୍ର (ଯାତ୍ରା କଳାକାର)

ଉଇକିପିଡ଼ିଆ‌ରୁ
(Syamasundar Mohapatra (jatra actor)ରୁ ଲେଉଟି ଆସିଛି)
ଶ୍ୟାମସୁନ୍ଦର ମହାପାତ୍ର
Shyamasundar Mohapatra
ଶ୍ୟାମସୁନ୍ଦର ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ୧୯୨୭
ଧାମନଗର, ଭଦ୍ରକ, ଓଡ଼ିଶା
ମୃତ୍ୟୁ୫ ଅଗଷ୍ଟ ୧୯୮୧(1981-08-05) (ବୟସ ୫୩–୫୪)
ଭଦ୍ରକ
ବୃତ୍ତି(ଯାତ୍ରା) ଅଭିନେତା
ଭାଷାଓଡ଼ିଆ
ନାଗରିକତାଭାରତୀୟ

ଶ୍ୟାମସୁନ୍ଦର ମହାପାତ୍ର ଜଣେ ଓଡ଼ିଆ ଯାତ୍ରା ଅଭିନେତା, ନାଟ୍ୟକାର ଥିଲେ । ସେ କଳିଙ୍ଗ ନାଟ୍ୟ ପରିଷଦ ଓ ମଞ୍ଚପୁଷ୍ପ ଭଳି ଯାତ୍ରା ଅନୁଷ୍ଠାର ସ୍ଥାପନ କରିବା ସହିତ ଓଡ଼ିଶା ଅପେରା ଭଳି ଜଣାଶୁଣା ଯାତ୍ରାପାର୍ଟିରେ ଅଭିନୟ କରିଥିଲେ । ତାଙ୍କ ସ୍ମୃତିରେ ଶ୍ୟାମ-ଶକୁନ୍ତଳା ଟ୍ରଷ୍ଟ ପକ୍ଷରୁ ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ପୁରସ୍କାର ପ୍ରଦାନ କରାଯାଉଛି ।[][]

ଜନ୍ମ ଓ ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଶ୍ୟାମସୁନ୍ଦର ୧୯୨୭ ମସିହାରେ, ଭଦ୍ରକ ଜିଲ୍ଲାର ଧାମନଗର ଠାରେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ଆଇ.ଏ. ପଢ଼ା ଶେଷ କରି ସେ ଶିକ୍ଷକତା କରୁଥିବା ସମୟରେ ଯାତ୍ରା ଜଗତରେ କାମ କରିବା ଆରମ୍ଭ କରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ଶିକ୍ଷକତା କରୁଥିବାବେଳେ ତାଙ୍କ ମାମୁଁ ଗଙ୍ଗାଧର ମହାପାତ୍ର ତାଙ୍କୁ ଯାତ୍ରାରେ କାମ କରିବାକୁ ଆହ୍ୱାନ ଦେଇଥିଲେ । ଗଙ୍ଗାଧର ବାବୁଙ୍କ ଦ୍ୱାରା ସାରୋରେ ଗଠିତ ଯାତ୍ରାଦଳର ଦାୟିତ ତାଙ୍କୁ ଦେଇଥିଲେ, ସେ ଯାହାର ନାମ ପରିବର୍ତ୍ତନ କରି କଳିଙ୍ଗ ନାଟ୍ୟ ପରିଷଦ ରଖିଥିଲେ । ନାଟ୍ୟକାର କୃଷ୍ଣପ୍ରସାଦ ବେହେରାଙ୍କ ରଚିତ ନାଟକ ରକ୍ତପୂଜା ଥିଲା ତାଙ୍କ ଅଭିନୀତ ପ୍ରଥମ ନାଟକ, ଯେଉଁଥିରେ ସେ ଅଧୀରଥ ଭୂମିକାରେ ଅଭିନୟ କରିଥିଲେ ।

କଳିଙ୍ଗ ନାଟ୍ୟ ପରିଷଦ ବନ୍ଦ ହୋଇଯିବା ପରେ, ସାରଦା କଳାକୁଞ୍ଜ (ନଗେଶପୁର) ଯାତ୍ରାଦଳରେ ଚାକିରୀ କରିଥିଲେ । ଏହାପରେ, ସେ ଓଡ଼ିଶା ଅପେରା ଓ ଜନନୀ ଗଣନାଟ୍ୟରେ ଚାକିରୀ କରିଥିଲେ । ସାରୋକୁ ଫେରି ସେ ପୁଣିଥରେ ଏକ ଯାତ୍ରାଦଳ, ମଞ୍ଚପୁଷ୍ପା ଗଢ଼ିଥିଲେ, ମାତ୍ର ଅର୍ଥ ଅଭାବରୁ ଏହା ଅଳ୍ପଦିନରେ ବନ୍ଦ ହୋଇଯାଇଥିଲା ।

ଅଭିନୀତ ଯାତ୍ରା

[ସମ୍ପାଦନା]
  • ରକ୍ତପୂଜା (କଳିଙ୍ଗ ନାଟ୍ୟ ପରିଷଦ)
  • ଅଷ୍ଟଧା
  • ସାତ୍ତ୍ୱିକ
  • ବ୍ୟଭିଚାର
  • ଅଙ୍ଗ ପ୍ରତ୍ୟଙ୍ଗ
  • ଉପାଙ୍ଗର ପ୍ରୟୋଗ
  • ଚନ୍ଦ୍ର ଶେଖର - ମୀରାକାଶିମ୍ ଭୂମିକାରେ

ଅଭିନୀତ କଥାଚିତ୍ର

[ସମ୍ପାଦନା]

ରଚିତ ନାଟକ

[ସମ୍ପାଦନା]
  • ଜାତୀୟ ପତାକା
  • ମହିୟସୀ ମହିଳା
  • ବାଲ୍ୟ ବିଧବା
  • ଲବକୁଶ
  • ବୁନିୟାଦ୍
  • ଚନ୍ଦ୍ରଶେଖର
  • ଛତ୍ରଶାଳ
  • ଖାରବେଳ
  • ବେଇମାନ୍
  • ପ୍ରତିଦାନ
  • ସୁଲ୍‌ତାନ୍ ମାମୁଦ୍

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ସଙ୍ଗୀତ ନାଟକ ଏକାଡେମୀ (ଯାତ୍ରା), ୧୯୮୦
  1. "ସୁଧାକର ନନ୍ଦଙ୍କୁ 'ଯାତ୍ରା ସମ୍ରାଟ ସ୍ମୃତି ସମ୍ମାନ'". ସକାଳ (in Odia). ବାରିକପୁର. 18 August 2024. p. 13. Archived from the original on 20 August 2024. Retrieved 20 August 2024.{{cite news}}: CS1 maint: unrecognized language (link)
  2. Ray, Snigdha (17 August 2024). "ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ପୁରସ୍କାର". ଓଡ଼ିଆ ପୁଅ. Archived from the original on 20 August 2024. Retrieved 20 August 2024.

ବାହାର ଲିଙ୍କ୍

[ସମ୍ପାଦନା]