ସୁଶାନ୍ତ ଚାନ୍ଦ

ଉଇକିପିଡ଼ିଆ‌ରୁ
(Sushanta Chandରୁ ଲେଉଟି ଆସିଛି)
ସୁଶାନ୍ତ ଚାନ୍ଦ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀକାର୍ତ୍ତିକେଶ୍ୱର ପାତ୍ର
ପର ଅଧିକାରୀକାର୍ତ୍ତିକେଶ୍ୱର ପାତ୍ର
ନିର୍ବାଚନ ମଣ୍ଡଳୀଭୋଗରାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1944-11-14) ୧୪ ନଭେମ୍ବର ୧୯୪୪ (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ବାପା/ବୋଉସୁବୋଧ ଚନ୍ଦ୍ର ଚାନ୍ଦ (ବାପା)
ବୃତ୍ତିରାଜନୀତିଜ୍ଞ

ସୁଶାନ୍ତ ଚାନ୍ଦ (ଜନ୍ମ: ୧୪ ନଭେମ୍ବର ୧୯୪୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ଓଡ଼ିଶା ରାଜନୀତିରେ ସେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ସୁଶାନ୍ତ ଚାନ୍ଦ ୧୯୪୪ ମସିହାର ନଭେମ୍ବର ମାସ ୧୪ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁବୋଧ ଚନ୍ଦ୍ର ଚାନ୍ଦ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକତ୍ତୋର ।

ରାଜନୈତିକ ଜୀବନ[ସମ୍ପାଦନା]

ସୁଶାନ୍ତ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ୧୯୬୪ ଓ ୧୯୬୯ ମସିହାର ଛାତ୍ର ଆନ୍ଦୋଳରେ ସକ୍ରିୟ ଅଂଶଗ୍ରହଣ କରି ଗିରଫ ହୋଇଥିଲେ ଏବଂ ପରେ ଯେତେବେଳେ ଭାରତ ବର୍ଷରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଥିଲା, ସେତେବେଳେ ୧୯୭୪-୭୫ ମସିହାରେ ସେ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।

୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସୁଶାନ୍ତ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୧,୫୮୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି କାର୍ତ୍ତିକେଶ୍ୱର ପାତ୍ରଙ୍କୁ ୧୩,୯୬୯ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Sushanta Chand". odishaassembly.nic.in. Odisha Assembly. Retrieved 27 June 2019.
  2. ୨.୦ ୨.୧ "Orissa 1977". Election Commission of India (in Indian English). Retrieved 2019-06-27.