ସୁର ସେଠୀ

ଉଇକିପିଡ଼ିଆ‌ରୁ
(Sura Sethiରୁ ଲେଉଟି ଆସିଛି)
ସୁର ସେଠୀ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀଶୁକଦେବ ଜେନା
ପର ଅଧିକାରୀତ୍ରିଲୋଚନ କାନୁନଗୋ
ନିର୍ବାଚନ ମଣ୍ଡଳୀକଟକ ସଦର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1942-11-14)ନଭେମ୍ବର ୧୪, ୧୯୪୨
ମୃତ୍ୟୁ୨୯ ଜୁନ ୨୦୧୭(2017-06-29) (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳକଂଗ୍ରେସ (ଆର୍)
ଜୀବନ ସାଥୀପ୍ରମିଳା କୁମାରୀ ଦେଇ
ବାପା/ବୋଉମଦନ ସେଠୀ (ବାପା)
ବୃତ୍ତିରାଜନୀତିଜ୍ଞ

ସୁର ସେଠୀ (୧୪ ନଭେମ୍ବର ୧୯୪୨ - ୨୯ ଜୁନ ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସୁର ଓଡ଼ିଶା ରାଜନୀତିରେ କଂଗ୍ରେସ (ଆର୍)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୁର ସେଠୀ ୧୯୪୨ ମସିହାର ନଭେମ୍ବର ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଦନ ସେଠୀ ଏବଂ ପତ୍ନୀଙ୍କ ନାମ ପ୍ରମିଳା କୁମାରୀ ଦେଇ ।[୧] ସୁରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସୁର ସେଠୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ କଂଗ୍ରେସ (ଆର୍)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ସୁର ସେଠୀ ୨୦୧୭ ମସିହାର ଜୁନ ମାସ ୨୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Sura Sethi". odishaassembly.nic.in. Odisha Assembly. Retrieved 26 January 2020.