ସୋଡ଼ିଅମ ଫିନାଇଲଆସେଟେଟ/ସୋଡ଼ିଅମ ବେଞ୍ଜୋଏଟ
Combination of | |
---|---|
Sodium phenylacetate | Ammonia detoxicant |
Sodium benzoate | Ammonia detoxicant |
Clinical data | |
Trade names | Ammonul, Ucephan |
AHFS/Drugs.com | monograph |
Pregnancy category |
|
Legal status | |
Legal status |
|
ସୋଡ଼ିଅମ ଫିନାଇଲଆସେଟେଟ/ସୋଡ଼ିଅମ ବେଞ୍ଜୋଏଟ (ଇଂରାଜୀ ଭାଷାରେ Sodium phenylacetate/sodium benzoate), ଅନ୍ୟମାନଙ୍କ ମଧ୍ୟରେ ଆମ୍ମୋନୁଲ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ଉଚ୍ଚ ରକ୍ତ ଆମୋନିଆ ଥିବା ଫଳରେ ହେଉଥିବା ଏନସେଫାଲୋପାଥି ସଙ୍କଟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ୟୁରିଆ ଚକ୍ରରେ ଜଡ଼ିତ ଏନଜାଇମ୍ ସମସ୍ୟା ଥିଲେ ଏହା ବ୍ୟବହୃତ ହୁଏ ।[୨] ଏହା ଏକ କେନ୍ଦ୍ରୀୟ ଶିରା କ୍ୟାଥେଟର ମାଧ୍ୟମରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଉଚ୍ଚ ରକ୍ତ ଶର୍କରା, କମ୍ ପୋଟାସିୟମ୍, ବାତ ଏବଂ ଦ୍ୱନ୍ଦ୍ୱ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେଟାବୋଲିକ୍ ଏସିଡୋସିସ, ଅତ୍ୟଧିକ ତରଳ ପଦାର୍ଥ ଏବଂ ଚର୍ମ କ୍ଷୟ ହୋଇପାରେ ।[୨] ଏହା ସୋଡ଼ିଅମ ଫିନାଇଲଆସେଟେଟ ଏବଂ ସୋଡ଼ିଅମ ବେଞ୍ଜୋଏଟର ଏକ ମିଶ୍ରଣ । ଏହା ଯବକ୍ଷାରଜାନ ସହିତ ଅନୁବନ୍ଧିତ ହୋଇ କାମ କରେ ।[୨]
୧୯୮୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ପ୍ରତ୍ୟେକ ଉପାଦାନର ୧୦% ଦ୍ରବଣ ଥିବା ୫୦ ମିଲିର ମୂଲ୍ୟ ପ୍ରାୟ ୪୮,୦୦୦ ଡଲାର ଥିଲା ।[୩] ୟୁରୋପରେ ଏହାକୁ ୨୦୧୯ରେ ଏହାକୁ ଏକ ଅନାଥ ନାମ ଦିଆଯାଇଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Sodium Phenylacetate and Sodium Benzoate Monograph for Professionals". Drugs.com (in ଇଂରାଜୀ). Archived from the original on 16 November 2019. Retrieved 12 October 2021.
- ↑ ୨.୦ ୨.୧ ୨.୨ "DailyMed - AMMONUL- sodium phenylacetate and sodium benzoate injection, solution, concentrate". dailymed.nlm.nih.gov. Archived from the original on 21 March 2021. Retrieved 12 October 2021.
- ↑ "Ammonul Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 12 October 2021.
- ↑ "EU/3/19/2157: Orphan designation for the treatment of ornithine transcarbamylase deficiency". Archived from the original on 24 June 2019. Retrieved 12 October 2021.